Posted inRasifala

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୨୪ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରର ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ ସଫଳତା ପାଇବେ। କୃତ୍ତିକା ନକ୍ଷତ୍ର ସକାଶେ ପଡ଼ୋଶୀଙ୍କ ପ୍ରତିବାଦ କାରଣରୁ ନିର୍ମାଣାଧୀନ କାମ ଅଟକିବ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ରଚନାମତ୍କ କାର୍ଯ୍ୟାରମ୍ଭ, ଋଣପରିଶୋଧ, ପାରିବାରିକ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିପାରନ୍ତି।
ବୃଷ
ବୃଷ
ବନ୍ଧୁଙ୍କ ପାରିବାରିକ କଥାରେ ଅନୁପ୍ରବେଶକରି ମଧ୍ୟସ୍ଥତା କଲେ ଅପଦସ୍ଥ ହୋଇପାରନ୍ତି। ଆଜିର ଯାତ୍ରାକାଳୀନ ରାସ୍ତାରେ ଅଜଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ। ରୋହିଣୀ ନକ୍ଷତ୍ରର ଘରେ ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ। ଅବହେଳାରୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି।
ମିଥୁନ
ମିଥୁନ
ପ୍ରତୀକ୍ଷିତ ଖବରଟି ପାଇବା ପାଇଁ ଚାହିଁଚାହିଁ ଆଖିରୁ ପାଣି ମରିଯାଇପାରେ। ସହକର୍ମୀଙ୍କ ଆଶ୍ୱାସନା ସାଙ୍ଗକୁ ସହଯୋଗ,ସୁଖ ସମ୍ମାନ ପାଇ ଖୁସି ହେବେ। ଆର୍ଦ୍ରା ନକ୍ଷତ୍ର କ୍ଷେତ୍ରରେ ରାଜନୈତିକ ସ୍ତରରେ ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ। ସହକର୍ମୀଙ୍କ ନିକଟରେ ବାକି ପଡ଼ିଥିବା ବହୁଦିନର ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
କର୍କଟ
କର୍କଟ
ପୁନର୍ବସୁ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପୂରଣୀୟ ଆଶା ଆଜି ପୂରଣ ହୋଇଯିବ। ପୂର୍ବଶତ୍ରୁତା କାରଣରୁ ବେଳକାଳ ଉଣ୍ଡି ଆମତ୍ୀୟମାନେ ହଠାତ୍‍ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା କ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ଅବିସ୍ମରଣୀୟ ରହିବ। ନୂତନ କର୍ମାରମ୍ଭ ସକାଶେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।
ସି˚ହ
ସି˚ହ
ମନ ଅନୁଯାୟୀ କାର୍ଯ୍ୟ ହାସଲହେବା ସାଙ୍ଗକୁ ମନୋରଞ୍ଜନରେ ଅଂଶ ଗ୍ରହଣକରି ପ୍ରଶଂସିତହେବେ। ଉତ୍ତରାଫାଲ୍‍ଗୁନୀ ନକ୍ଷତ୍ରର ପାରିବାରିକ ଅସ୍ଥିରତା ଲାଗି ରହିଲେ ମଧ୍ୟ କାମ ଅଟକିବ ନାହିଁ। ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ବନ୍ଧୁଙ୍କର ଛୋଟ ଛୋଟ କଥାକୁ ଧରି ବସନ୍ତୁ ନାହିଁ। ଆବଶ୍ୟକତା ପୂରଣ ସକାଶେ ଅର୍ଥଭାବ ବିଚଳିତ କରିବ।
କନ୍ୟା
ଯେତେ ଚେଷ୍ଟାକଲେ ମଧ୍ୟ ମନ ମୁତାବକ କାମ ନ ହେବା ଯୋଗୁ କ୍ଷୁବ୍ଧ ହୋଇପାରନ୍ତି। ଆଜିର କର୍ମକ୍ଷେତ୍ରରେ ଚିତ୍ରା ନକ୍ଷତ୍ର ସକାଶେ ସହଜରେ କାମ ହାସଲ କଷ୍ଟକର ହେବ। ପରିବାରରେ ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସରକାରୀ କ୍ଷେତ୍ରରୁ ଲାଭର ଆଶା ଦେଖି ମାନସିକ ସ୍ତରରେ ଖୁସି ହୋଇପାରନ୍ତି।
ତୁଳା
ତୁଳା
ଉପରିସ୍ଥ କର୍ମଚାରୀଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ବାତୀର ସାଧାରଣ କଥାରୁ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ। ସହକର୍ମୀଙ୍କ ଅସହଯୋଗ କାରଣରୁ ସୁବିଧାରେ କାମ ହାସଲକରିବା କଷ୍ଟକର ହେବ। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ।
ବିଛା
ବିଛା
ଦୀର୍ଘଦିନର ସ୍ବାସ୍ଥ୍ୟଗତ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ଯୋଗୁ ଆଶ୍ୱସ୍ତି ଲାଭ କରିବେ। ବିଶାଖା ସକାଶେ ଈର୍ଷାପରାୟଣବଶତଃ ନିକଟସ୍ଥ ବ୍ୟକ୍ତିବିଶେଷ କୌଣସି ଅଭିଯୋଗ କରିପାରନ୍ତି। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବା ସହ ପ୍ରଶଂସିତ ମଧ୍ୟ ହୋଇପାରନ୍ତି। ଗୁରୁଜନଙ୍କ ପରାମର୍ଶ ନେଇ କାଯର୍‍ୟକଲେ ଉପକୃତ ହେବେ।
ଧନୁ
ଧନୁ
ମୂଳା ନକ୍ଷତ୍ର ସହକର୍ମୀଙ୍କ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। କଠିନ ଶ୍ରମ ଓ ବିଶ୍ରାମ ଅଭାବରୁ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଯିବ। ଶତ୍ରୁମାନେ ଆପଣଙ୍କ ପଛରେ ଛାଇ ଭଳି ଲାଗିରହିଲେ ମଧ୍ୟ ଅନର୍ଥ ସୃଷ୍ଟି କରିପାରିବେ ନାହିଁ। ଶିଳ୍ପ,ବାଣିଜ୍ୟରେ ଲାଭାଂଶ ବଢ଼ିବା ସହ ବ୍ୟବସାୟକୁ ବହୁମୁଖୀ କରିବା ପାଇଁ ଚିନ୍ତାକରିପାରନ୍ତି।
ମକର
ମକର
ପାରିବାରିକ କାର୍ଯ୍ୟକ୍ରମରେ ବନ୍ଧୁଙ୍କ ସହ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବାରମ୍ବାର ପ୍ରତିବନ୍ଧକରୁ କର୍ମକ୍ଷେତ୍ରରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ରର ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ସମସ୍ୟା ବୃଦ୍ଧି ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖତ୍ବେ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦେଲେ ମଧ୍ୟ ସହଜ ଓ ସୁବିଧାରେ କାମ ହାସଲ କରିହେବ। ପୂର୍ବଭାଦ୍ରପଦ ନକ୍ଷତ୍ର ସୌଖୀନ ଦ୍ରବ୍ୟ ବ୍ୟବସାୟରୁ ଲାଭବାନ୍‍ ହେବେ। କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ପରିଶ୍ରମ ଯୋଗୁ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି। ଅସମର୍ଥିତ ସୂତ୍ରରୁ ହଠାତ୍‍ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ।
ମୀନମୀନ
କର୍ମକ୍ଷେତ୍ରରେ ଆକସ୍ମିକ ତର୍କ ଓ ବିବାଦ ବୃଦ୍ଧିପାଇବା କାରଣରୁ ମଧ୍ୟାହ୍ନରେ ଟେନ୍‍ସନ ବଢ଼ିପାରେ। ରେବତୀ ନକ୍ଷତ୍ର ସକାଶେ ଆପଣଙ୍କ ପ୍ରଗତିରେ ମିତ୍ରମାନେ ଈର୍ଷାପରାୟଣ ହୋଇ ପରୋକ୍ଷ ସମାଲୋଚନା କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ ଏବଂ ବନ୍ଧୁବର୍ଗଙ୍କ ଦ୍ୱାରା ପ୍ରଶଂସିତହେବା ସହ ସୌଭାଗ୍ୟ ପ୍ରାପ୍ତହେବ ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୨୩ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତିର ସୁପ୍ରଭାବରେ ପ୍ରତ୍ୟେକ କାମ ସମ୍ପନ୍ନ କରିପାରିବେ। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। କର୍ମକ୍ଷେତ୍ରରୁ ସହକର୍ମୀଙ୍କ ସାହାଯ୍ୟରେ ଆଶା…

ରାଶିଫଳ: ରବିବାର, ଫେବୃଆରୀ ୨୨ ତାରିଖ – Daily Horoscope

ମେଷ ଆଜି ଜନ୍ମ ଚନ୍ଦ୍ର ଯୋଗୁ ପ୍ରତ୍ୟେକ କାମ ଯଥା ସମୟରେ ସମ୍ପନ୍ନ ହେବ, କିନ୍ତୁ ଟିକିଏ ସମସ୍ୟା ମଧ୍ୟ ରହିବ। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ…

ରାଶିଫଳ: ଶନିବାର, ଫେବୃଆରୀ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ଦଶମ ସ୍ଥାନରେ ଆପଣଙ୍କୁ କର୍ମୋନ୍ନତି ଓ ବକେୟା ଅର୍ଥ, ସାମାଜିକ ସମ୍ମାନ ପ୍ରଦାନ କରିବେ। ଚତୁର୍ଥାଧିପତି ଶନିଙ୍କ ସହ ଦୁଃସ୍ଥାନରେ ଥିବାରୁ ପରିବାରରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୦ ତାରିଖ – Daily Horoscope

ମେଷ ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ଏକ ମନ ହୋଇଯିବେ। ଦ୍ୱିଜା ନକ୍ଷତ୍ର ସକାଶେ ସ୍ବାର୍ଥସାଧନ ଆଶା ରଖି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ।…

ରାଶିଫଳ: ଗୁରୁବାର, ଫେବୃଆରୀ ୧୯ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ ନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ…

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri