Posted inRasifala

ରାଶିଫଳ: ସୋମବାର, ଫେବୃୟାରୀ ୧୪ ତାରିଖ – Daily Horoscope

ମେଷ
ଆଜି ସ୍ବକ୍ଷତ୍ରୀ ଚନ୍ଦ୍ରଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ନୈରାଶ୍ୟ ଦୂରେଇଯିବ ଓ ସମ୍ମାନ, ପ୍ରତିଷ୍ଠା ଲାଭ କରିବେ। ଆପଣଙ୍କ ଉପସ୍ଥିତ ବୁଦ୍ଧି ଓ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟକୁ ଆପଣାର କରିବାରେ ସାହାଯ୍ୟ କରିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ବହୁବିଧ ସମସ୍ୟାରେ ଛନ୍ଦି ହୋଇ ମନୋବଳ ଭାଙ୍ଗିଲା ଭଳି ଅନୁଭବ କରିବେ। ଅନ୍ୟ ଉପରେ ବିରକ୍ତ ହେବା ଦ୍ୱାରା ସମସ୍ୟା କମିବା ବଦଳରେ ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ର ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା ଦୈନିକ ଜୀବନଚର୍ଯ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ।
ମିଥୁନ
ମିଥୁନ
ବିଭିନ୍ନ ଯୋଜନା କ୍ଷେତ୍ରରେ ପ୍ରତିକୂଳ ବାତାବରଣ ଯୋଗୁ ଉଦ୍ୟମ ସାକାର କରିପାରିବେ ନାହିଁ। ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତାପ୍ରକଟ କରିପାରନ୍ତି। ନିଜ ନିଜର କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। ପରିବାରରେ ସଂଯମତାର ଅଭାବ ଓ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ
କର୍କଟ
ହାତକୁ ନେଇଥିବା କାମ ସୁରୁଖୁରୁରେ ହୋଇଯିବ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୈାଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ। ମାତ୍ର ସଭାସମିତିରେ ମତଭେଦଜନିତ ଆଲୋଚନା ଅମୀମାଂସିତ ରହିବ। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ସୁଚିନ୍ତିତ ମତାମତ ସମସ୍ୟା ସମାଧାନରେ ସାହାଯ୍ୟ କରିବ। ତଥାପି କୈାଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି। ଆଲୋଚନା କାଳରେ ସତକଥା କହି ବିବାଦ ଘେରରେ ପଡ଼ିପାରନ୍ତି। ସାହିତ୍ୟ, ସାମ୍ବାଦିକତା, ଏଜେନଶିପ୍‌, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଚହଲାଇ ଦେଇପାରେ। ପାରିବାରିକ କ୍ଷେତ୍ରରେ ଅର୍ଥ କିମ୍ବା ଅଳଙ୍କାର ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି।
ତୁଳା
ତୁଳା
ଆଜିର ପ୍ରତ୍ୟୁଷ ଯାତ୍ରା, ନୂତନ କର୍ମାରମ୍ଭ, ସରକାରୀ କାମ, ଚୁକ୍ତିପତ୍ର ସକାଶେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରି ଆନନ୍ଦ ଅନୁଭବ କରିପାରନ୍ତି। ଜଣେ ପଡ଼ୋଶୀଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। କେତେକ ପୁରୁଣା କଥାକୁ ଚିନ୍ତାକରି କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ।
ବିଛା
ବିଛା
ପୂର୍ବରୁ ଯେମିତି ଆଶା କରୁଥିଲେ ତାହାର ବିପରୀତ ଫଳ ମନରେ ନୈରାଶ୍ୟ ସୃଷ୍ଟି କରିବ। ହାତକୁ ନେଇଥିବା କାମ ସମ୍ପନ୍ନ ସକାଶେ ପରିସ୍ଥିତିର ମୁକାବିଲା କରିବା ଠିକ୍‌ ହେବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ। କଳା, ସାହିତ୍ୟ ଚର୍ଚ୍ଚା, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ।
ଧନୁ
ଧନୁ
ଅପ୍ରିୟ ସତ୍ୟ ପ୍ରକାଶ କରି ବନ୍ଧୁ ଗହଣରେ ବିବାଦୀୟ ହୋଇପାରନ୍ତି। ବହୁତଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାଯର୍‌ୟକାରୀ କରିବାରେ ସମୟ ବିନିଯୋଗ କରିପାରନ୍ତି। କୈାଣସି ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ପଡୋଶୀଙ୍କ କଥାକୁ ଠିକ୍‌ ଭାବେ ବୁଝିବା କଷ୍ଟକର ହୋଇପାରେ।
ମକର
ମକର
କର୍ମକ୍ଷେତ୍ରରେ କୌଣସି ଜିନିଷ ପାଇବାକୁ କେନ୍ଦ୍ର କରି ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ପରିବାରର ପରିସ୍ଥିତିକୁ ଦେଖି କରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ। ବୃଦ୍ଧ ପିତା କିମ୍ବା ମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ଆଶ୍ୱସ୍ତି ଅନୁଭବ କରିବେ। ବାଣିଜ୍ୟ,ବ୍ୟବସାୟ,ପରିବହନ ଓ ନିର୍ମାଣ କ୍ଷେତ୍ରରେ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ସମସ୍ୟା ମଧ୍ୟରେ ସଂଘର୍ଷ କରି ଦୀର୍ଘ ଦିନର ଆଶାକୁ ପୂରଣ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ନିକଟରୁ ଅର୍ଥ ପାଇବା ସାଙ୍ଗକୁ ଅଧାପନ୍ତରିଆ କାର୍ଯ୍ୟଟିକୁ ପୂର୍ଣ୍ଣାଙ୍ଗ କରିପାରିବେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସିଲେ ଅଶାନ୍ତି କମିବା ବଦଳରେ ବଢ଼ିଯିବ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ହରାଇପାରନ୍ତି।
ମୀନମୀନ
କର୍ମ କ୍ଷେତ୍ରରୁ ଫେରିବା ବେଳକୁ ଘରର ଅଶାନ୍ତ ପରିବେଶ କେତେକାଂଶରେ ଶାନ୍ତ ପଡ଼ି ଯାଇଥିବ। ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ଆଦୌ ଦେଉ ନ ଥିବା ବ୍ୟକ୍ତିଙ୍କ ନିକଟରୁ ଅର୍ଥ ଆଦାୟରେ ସକ୍ଷମ ହେବେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି ା

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri