ମେଷ

ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି। ଶିଳ୍ପ, ପ୍ରକଳ୍ପ କାର୍ଯ୍ୟ, ପରିବହନ, ବାଣିଜ୍ୟ ଭଲରେ ଚାଲିବ। କ୍ରୀଡ଼ା,ଚଳଚ୍ଚିତ୍ର,ସଙ୍ଗୀତ ତଥା ପ୍ରତିଯୋଗିତା ପ୍ରଭୃତିରେ ସଫଳତା ହାସଲ କରିପାରନ୍ତି।
ବୃଷ

ସ୍ବାସ୍ଥ ସମସ୍ୟା କେତେକାଂଶରେ ସୁଧୁରିଯିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ପୂର୍ବ ଶତ୍ରୁତା ହେତୁ ନିଜ ଲୋକମାନଙ୍କ ବେଖାତିର ଭାବରୁ ଚିନ୍ତିତ ହେବେ। କର୍ମକ୍ଷେତ୍ରରେ ସମ୍ମାନ, ଅର୍ଥନୈତିକ ପ୍ରଗତି, ସାଂସ୍କୃତିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମିଥୁନ

କର୍ମକ୍ଷେତ୍ରସ୍ଥ ବିବାଦୀୟ ପରିସ୍ଥିତି କେତେକାଂଶରେ ମନକୁ ବିବ୍ରତ କରିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ର ମଧ୍ୟମ ପ୍ରକାରର ରହିବ। ପରିବାରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍ ହେବନି। ଆଜିର ଯାତ୍ରା, ନୂତନ କର୍ମାରମ୍ଭ ଓ ପାରିବାରିକ ସ୍ଥିତି ସମସ୍ୟାବହୁଳ ରହିବ।
କର୍କଟ

କାର୍ଯ୍ୟଦକ୍ଷତା ଓ ନୈତିକତାସମ୍ପନ୍ନ ଯୋଗୁ ସାମାଜିକ ସ୍ତରରେ ଆଦରଣୀୟ ରହିବେ। ସ୍ବାସ୍ଥ୍ୟ ଭଲ ରହିବା ସାଙ୍ଗକୁ କର୍ମକ୍ଷେତ୍ରରେ ଅର୍ଥ, ସମ୍ମାନ ପାଇବେ । ଅଚଳ କାମକୁ ସଚଳ କରିବା ସାଙ୍ଗକୁ କଚେରି ମାମଲାରେ ବିଜୟୀ ହେବେ। ଏକାଦଶସ୍ଥ ବୃହସ୍ପତି ସନ୍ତାନଙ୍କ ଅଧୁରା କାମକୁ ସମ୍ପନ୍ନ କରିବେ।
ସି˚ହ

ଆଜି କୈାଣସି ବିଜାତୀୟ ବ୍ୟକ୍ତିଙ୍କ ବାଧିଲା ଭଳି ବ୍ୟବହାରରେ ଅସନ୍ତୁଷ୍ଟ ହେବେ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା କଲେ ମନ୍ଦ ଭୋଗିବାକୁ ପଡିପାରେ। ଅବଶ୍ୟ ସଭାସମିତି, ଆନୁଷ୍ଠାନିକ କାମ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ। ଆମତ୍ୀୟସ୍ବଜନମାନେ ଆବଶ୍ୟକ ସହଯୋଗ କରି କାମ ହାସଲରେ ସାହାଯ୍ୟ କରିପାରନ୍ତି।
କନ୍ୟା

ପରିବର୍ତ୍ତିତ ପରିସ୍ଥିତି ପୁରାତନ ରୋଗ, ସରକାରୀ ଋଣ ଓ ବିଗତ ଦିନରୁ ଲାଗିରହିଥିବା ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ରହିବା ଭଲ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆନୁଷ୍ଠାନିକ କାମ, ସଭାସମିତି, ସାହିତ୍ୟ, ସଙ୍ଗୀତ ସାଧନା ତଥା ପ୍ଲଟିଂ କାରବାର ପାଇଁ ଦିନଟି ବହୁତ ଭଲ।
ତୁଳା

କର୍ମାଧିପତି ରାଶିରେ ରହିଥିବାରୁ ଘରକଥାକୁ ପଛରେ ପକାଇ କାର୍ଯ୍ୟକ୍ଷତ୍ରର ଗୁରୁତ୍ୱକୁ ପ୍ରାଧାନ୍ୟ ଦେବେ। ସାଧାରଣ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନଟି ପ୍ରାୟତଃ ଉପଭୋଗ୍ୟ ରହିବ। ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ୱ ଓ ଅର୍ଥାଭାବ ନିଜ ନିଜ ସ୍ଥାନରେ ବଳବତ୍ତର ରହିବେ। ବହୁପୂର୍ବରୁ ଲାଗି ରହିଥିବା ଶତ୍ରୁତା ପ୍ରତି ସତର୍କ ରହିବା ଭଲ।
ବିଛା

କୈାଣସି କାର୍ଯ୍ୟରେ ସ୍ଥିରତା ରହିବ ନାହିଁ। ଏକାଧିକ ଦାୟିତ୍ୱ ମୁଣ୍ଡାଇବା ହେତୁ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି। ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବ। ଅତଏବ ପ୍ରତ୍ୟେକ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଭଲ । ଶିଳ୍ପ, ପରିବହନ, ବାଣିଜ୍ୟ କ୍ଷେତ୍ରରେ କିନ୍ତୁ ନିରାଶ ହେବେନି।
ଧନୁ

ଶନିଶ୍ଚର ରାଶିରେ ରହି କୈାଣସି ବନ୍ଧୁଙ୍କ ଦ୍ୱନ୍ଦ୍ୱଯୁକ୍ତ କଥାରେ ପ୍ରୋସତ୍ାହିତ ହୋଇପାରନ୍ତି। ପୂର୍ବାଷାଢା ନକ୍ଷତ୍ର ଯାହା ଚାହୁଁଛନ୍ତି ତାହା ପାଇବେ, କିନ୍ତୁ ମୁଣ୍ଡ ଖଟାଇ କରିପାରିଲେ ହେଲା। ବ୍ୟବସାୟ, ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କ ଓ ଯାତ୍ରା ମନ୍ଦ ହେବ ନାହିଁ। ମାନସିକ ଅବସାଦଜନିତ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ।
ମକର

ଚନ୍ଦ୍ର ଓ ମଙ୍ଗଳଙ୍କ ଷଡାଷ୍ଟକ ଓ କର୍ମାଧିପ ବାଧକସ୍ଥାନରେ ଥିବାରୁ କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ସମ୍ପର୍କୀୟ କିମ୍ବା ଆମତ୍ୀୟମାନେ ସ୍ବାର୍ଥସାଧନ ମାନସରେ ଅଘଟଣ ଘଟାଇ ପାରନ୍ତି। ବାଣିଜ୍ୟ ଓ ପରିବହନରେ ସଫଳତା ହାସଲ କରିବେ। କଚେରି ମାମଲା କ୍ଷେତ୍ରରେ ଦୁଶ୍ଚିନ୍ତା ଲାଗି ରହିବ।
କୁମ୍ଭ

ତୃତୀୟ ଅଷ୍ଟମାଧିପତି ଶୁକ୍ର ସଂଯୋଗଜନିତ ବୃହସ୍ପତିଙ୍କ ଦୃଷ୍ଟିଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କରିବା ପାଇଁ ଧାରଉଧାର କରିବାକୁ ପଡିପାରେ। ଜମା ପଡୁ ନ ଥିବା କୈାଣସି ବ୍ୟକ୍ତିଙ୍କ କଦର୍ଯ୍ୟ ବ୍ୟବହାରରେ ଅସମ୍ମାନିତ ହୋଇପାରନ୍ତି। ବନ୍ଧୁଙ୍କ ଅନୁରୋଧକ୍ରମେ ଭ୍ରମଣ ସୁଯୋଗ ଜୁଟିବ ା ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।
ମୀନ
ଆଜି ବନ୍ଧୁମିଳନ ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିମାନଙ୍କର ସଂସ୍ପର୍ଶରେ ଆସି ଖୁସି ହେବେ। ସହକର୍ମୀଙ୍କ ସାହାଯ୍ୟରୁ ଆର୍ଥିକ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହେବ। ଆଜିର ଯାତ୍ରା, ବାଣିଜ୍ୟ, ଲେଖାପଢା, ଆଲୋଚନା, ମନୋରଞ୍ଜନ ପ୍ରୀତିପ୍ରଦ ରହିବ। ଆଜିର ଫେରନ୍ତା ରାସ୍ତାରୁ ମନପସନ୍ଦର ଜିନିଷ ପାଇ ଖୁସି ରହିବେ।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.