Posted inRasifala

ରାଶିଫଳ: ରବିବାର, ଜାନୁଆରୀ ୧୮ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଚତୁଃଗ୍ରହ ଯୋଗଜନିତ ଉଚ୍ଚ ସମ୍ମାନ ସହ ପାରିବାରିକ ସୁଖସ୍ବାଚ୍ଛନ୍ଦ୍ୟ ପ୍ରାପ୍ତ ହେବ। ମୁଣ୍ଡ ଉପରେ ବୋଝ ଭଳି ରହିଥିବା ସମସ୍ୟା ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ। ପାରିବାରିକ ମତାନ୍ତରଜନିତ ସୁସମ୍ପର୍କ ବ୍ୟାହତ ହେବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ମଧ୍ୟମ ପ୍ରକାରର ରହିବ।
ବୃଷ
ବୃଷ
କର୍ମାଧିପ ବୃହସ୍ପତିଙ୍କ ଯୋଗୁ କାମ ହାସଲ ସକାଶେ ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ କାମ, ବନ୍ଧୁମିଳନ ସାଙ୍ଗକୁ ବାଣିଜ୍ୟରେ ଅସୁବିଧା ହେବ ନାହିଁ। ଚତୁର୍ଥସ୍ଥ କେତୁଙ୍କ ଯୋଗୁ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଆଶଙ୍କା ରହିଛି। ସନ୍ତାନଙ୍କ ବୈବାହିକ କାର୍ଯ୍ୟ ସକାଶେ ସ୍ତ୍ରୀଙ୍କ ସହ ବିଚାରବିମର୍ଶ କରିପାରନ୍ତି।
ମିଥୁନ
ମିଥୁନ
ଶନିକ୍ଷେତ୍ରସ୍ଥ ରାଶ୍ୟାଧିପ ହେତୁ ସ୍ବାସ୍ଥ୍ୟ ଓ ପରିବାର ପ୍ରତି ସମସ୍ୟାଜନିତ ମନସ୍ତାପ କରିପାରନ୍ତି। ତରବରିଆ ପଦକ୍ଷେପ ନେଲେ ସମସ୍ୟା ବଢ଼ିଯିବ। ମାଲିମକଦ୍ଦମା, ବିବାଦୀୟ ପରିସ୍ଥିତି ଓ ଉପରିସ୍ଥଙ୍କ ସହ ମତାନ୍ତରଜନିତ ଟେନ୍‍ସନ ଲାଗିରହିବ। ଋଣ ପରିଶୋଧ ସକାଶେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି।
କର୍କଟ
କର୍କଟ
ରାଶ୍ୟାଧିପତି ଶନିଙ୍କ ଦୃଷ୍ଟିରେ ଷଷ୍ଠଭାବସ୍ଥ ଯୋଗୁ ମାଙ୍ଗଳିକ କାର୍ଯ୍ୟ ସକାଶେ ଲୋନ୍‍ କରିପାରନ୍ତି। ଉଚ୍ଚସ୍ଥ କର୍ମାଧିପଙ୍କ ଯୋଗୁ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିପାରିବେ। ଆମତ୍ୀୟମାନେ ଶତ୍ରୁତା କଲେ ମଧ୍ୟ କୌଣସି ଅସୁବିଧା ହେବନି। ଦୂରଯାତ୍ରା, ବନ୍ଧୁମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଲାଭ ଭାବସ୍ଥ ବୃହସ୍ପତି ପାପଗ୍ରହ ରାହୁଙ୍କ ଦୃଷ୍ଟିରେ ରହିଥିବାରୁ ଯୋଜନା ଭଣ୍ଡୁର ହୋଇଯିବ। ସ୍ବାସ୍ଥ୍ୟ ଓ ପରିବାର ପ୍ରତି ସମତାଳ ଦେଇ କାମ କରିବା କାଠିକର ପାଠ ହେବ। ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ପ୍ରୋତ୍ସାହନ ଲାଭ କରିବେ। ବନ୍ଧୁଙ୍କ ପରାମର୍ଶରେ ବହୁମୁଖୀ ବ୍ୟବସାୟାରମ୍ଭ କରିବା ସକାଶେ ଆଲୋଚନା କରିପାରନ୍ତି।
କନ୍ୟା
ଏକାଦଶାଧିପ ଚତୁର୍ଥକେନ୍ଦ୍ରସ୍ଥ ଯୋଗୁ ଯାହା ପାଇବାକୁ ଇଚ୍ଛୁକ, ତାହା ଅଚିରେ ପୂରଣ ହେବ। କର୍ମକ୍ଷେତ୍ରରେ ମନ ମୁତାବକ କାମ ନ ହେବାରୁ ଉପରିସ୍ଥ ଅଧିକାରୀ କ୍ଷୁବ୍ଧ ହେବେ। ପରିବାରରେ ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବନ୍ଧୁଙ୍କ ନିକଟରୁ ଅଥବା ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ କଳ୍ପନାପ୍ରବଣ ହୋଇପାରନ୍ତି।
ତୁଳା
ତୁଳା
ତୃତୀୟ ଷଷ୍ଠାଧିପ ରାଶିକୁ ଦେଖୁଥିବାରୁ ପାରିବାରିକ ବିଷୟକୁ କେନ୍ଦ୍ରକରି ଭ୍ରାତୃ ବିବାଦର ଆଶଙ୍କା ରହିଛି। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ମଜ୍ଜି ରହିବେ। ଆମତ୍ୀୟଙ୍କ ପ୍ରେରଣାରେ ଗୃହ, ଯାନବାହନାଦି ଲାଭର ସୁଯୋଗ ପାଇବେ। ପରୋକ୍ଷ ଶତ୍ରୁତାରୁ କର୍ମକ୍ଷେତ୍ରରେ ବିବାଦ ଘେରରେ ପଡ଼ିପାରନ୍ତି ା
ବିଛା
ବିଛା
ମୁଖ୍ୟଭାବରେ ଭାଗ୍ୟାଧିପ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଆପଣଙ୍କ କାର୍ଯ୍ୟସିଦ୍ଧି ଅବଶ୍ୟମ୍ଭାବୀ। ବନ୍ଧୁଙ୍କ ଉପରେ ଅଭିମାନ କରି ଚୁପ୍‍ ରହିଲେ ସୁଯୋଗ ହରାଇ ପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ସମାଧାନ ହେବାରୁ ଆଶ୍ୱସ୍ତି ଲଭିବେ। ସାହିତ୍ୟ, କ୍ରୀଡ଼ା, ଅଧ୍ୟୟନ ଓ ଅଧ୍ୟାପନାରେ ସମୟ କଟିବ। ପ୍ରତିଦ୍ୱନ୍ଦ୍ୱିତା ଶିଳ୍ପ ଓ ବାଣିଜ୍ୟରେ ଉନ୍ନତିର ପଥରୋଧ ଘଟିପାରେ।
ଧନୁ
ଧନୁ
ଧନ ସ୍ଥାନରେ ଏକାଧିକ ଗ୍ରହ ଅପ୍ରିୟ କଠୋର ବାକ୍ୟ ବିନ୍ୟାସରେ ଅର୍ଥନୈତିକ କାରବାରରେ ସମସ୍ୟା ସୃଷ୍ଟି କରିବେ। ଗୁରୁଙ୍କ ଶୁଭଦୃଷ୍ଟି ପ୍ରଭାବରେ ନୂତନ ଗୃହ, ଯାନବାହନାଦି କ୍ରୟ କରିବା ସକାଶେ ଯୋଜନା କରିପାରନ୍ତି। ଶିଳ୍ପ, ବାଣିଜ୍ୟରେ ଲାଭାଂଶ ବଢ଼ିପାରେ; ମାତ୍ର ପୂର୍ଣ୍ଣତଃ ସନ୍ତୁଷ୍ଟ ହୋଇପାରିବେ ନାହିଁ।
ମକର
ମକର
ଆପଣଙ୍କ ରାଶିରେ ରାଜଯୋଗ ସୃଷ୍ଟି ହୋଇଥିବାରୁ କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ସହ ସାମାଜିକ ସମ୍ମାନ ପାଇବେ। କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା, କର୍ମଜଞ୍ଜାଳ ଏବଂ ବହୁମୁଖୀ ଚିନ୍ତାଧାରାଜନିତ ଅସ୍ଥିରତା ଅନୁଭବ କରିପାରନ୍ତି। ପୂଜା ସାମଗ୍ରୀ, ଷ୍ଟେସନାରି ଜିନିଷ ତଥା ହୋଟେଲ, ରେଷ୍ଟୁରାଣ୍ଟ ବ୍ୟବସାୟରୁ ଲାଭବାନ୍‍ ହେବେ।
କୁମ୍ଭ
କୁମ୍ଭ
ରାଶିସ୍ଥ ରାହୁ ଏବଂ କୋଣଭାବସ୍ଥ ବୃହସ୍ପତିଙ୍କ ପ୍ରଭାବରେ ଆଜି ଯେଉଁ କାମରେ ହାତଦେବେ, ଅବଶ୍ୟ ସଫଳତା ପାଇପାରିବେ। ପୂର୍ବ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ଆନୁଷ୍ଠାନିକ କାର୍ଯ୍ୟ, ବ୍ୟବସାୟିକ ସଫଳତା, ବିବାଦରେ ବିଜୟ ଏବଂ ପାରିବାରିକ ସୌହାର୍ଦ୍ଦ୍ୟରୁ ଖୁସି ରହିବେ।
ମୀନମୀନ
ଆଜିର ଅନୁକୂଳ ଗ୍ରହ ପ୍ରଭାବ ଏକାଧାରରେ କାର୍ଯ୍ୟସିଦ୍ଧି, ବୈଷୟିକ ଅଭିବୃଦ୍ଧି ସହ ସାମାଜିକ ସମ୍ମାନ ପ୍ରଦାନ କରିବ। ପାରିବାରିକ ସୁଖ ସ୍ବାଚ୍ଛନ୍ଦ୍ୟରେ ଅଭିଭୂତ ହୋଇପାରନ୍ତି। ଦୂରଯାତ୍ରା, ବାଣିଜ୍ୟ, ବିବାଦୀୟ କ୍ଷେତ୍ରରୁ ଦୂରେଇ ରହିବା ଭଲ। ନିଜ ପରିସରର ବ୍ୟକ୍ତିବିଶେଷ ପରୋକ୍ଷ ଶତ୍ରୁତା କରିପାରନ୍ତି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

ରାଶିଫଳ: ଶନିବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତାଜନିତ କାର୍ଯ୍ୟହାନି ଘଟିପାରେ । କୃତ୍ତିକା ନକ୍ଷତ୍ର ସକାଶେ ପ୍ରତ୍ୟେକ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସଫଳ ହେବେ। ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟିକଲେ ମଧ୍ୟ କାମ ଅଟକିବ ନାହିଁ। ଶିଳ୍ପ,…

ରାଶିଫଳ: ଗୁରୁବାର, ଫେବୃଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଦେବଗୁରୁଙ୍କ ସହ ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ସୌଭାଗ୍ୟ ପ୍ରଦାୟକ ରହିବେ। କୃତି, କୃତିତ୍ୱ ଓ ବାଗ୍ମିତାକୁ ନେଇ ବନ୍ଧୁ ଗହଣରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ…

ରାଶିଫଳ: ବୁଧବାର, ଫେବୃଆରୀ ୨୫ ତାରିଖ – Daily Horoscope

ମେଷ ଆଜି ରାହୁଙ୍କ ନକ୍ଷତ୍ରରେ ରବି ହେତୁ ବୟସ୍କବ୍ୟକ୍ତି କିମ୍ବା ସରକାରୀ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଲାଗିପାରେ। ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ନିକଟତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri