ମେଷ

ଆଜି କର୍ମକ୍ଷେତ୍ରରେ ଚତୁଃଗ୍ରହ ଯୋଗଜନିତ ଉଚ୍ଚ ସମ୍ମାନ ସହ ପାରିବାରିକ ସୁଖସ୍ବାଚ୍ଛନ୍ଦ୍ୟ ପ୍ରାପ୍ତ ହେବ। ମୁଣ୍ଡ ଉପରେ ବୋଝ ଭଳି ରହିଥିବା ସମସ୍ୟା ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ। ପାରିବାରିକ ମତାନ୍ତରଜନିତ ସୁସମ୍ପର୍କ ବ୍ୟାହତ ହେବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ମଧ୍ୟମ ପ୍ରକାରର ରହିବ।
ବୃଷ

କର୍ମାଧିପ ବୃହସ୍ପତିଙ୍କ ଯୋଗୁ କାମ ହାସଲ ସକାଶେ ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ କାମ, ବନ୍ଧୁମିଳନ ସାଙ୍ଗକୁ ବାଣିଜ୍ୟରେ ଅସୁବିଧା ହେବ ନାହିଁ। ଚତୁର୍ଥସ୍ଥ କେତୁଙ୍କ ଯୋଗୁ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଆଶଙ୍କା ରହିଛି। ସନ୍ତାନଙ୍କ ବୈବାହିକ କାର୍ଯ୍ୟ ସକାଶେ ସ୍ତ୍ରୀଙ୍କ ସହ ବିଚାରବିମର୍ଶ କରିପାରନ୍ତି।
ମିଥୁନ

ଶନିକ୍ଷେତ୍ରସ୍ଥ ରାଶ୍ୟାଧିପ ହେତୁ ସ୍ବାସ୍ଥ୍ୟ ଓ ପରିବାର ପ୍ରତି ସମସ୍ୟାଜନିତ ମନସ୍ତାପ କରିପାରନ୍ତି। ତରବରିଆ ପଦକ୍ଷେପ ନେଲେ ସମସ୍ୟା ବଢ଼ିଯିବ। ମାଲିମକଦ୍ଦମା, ବିବାଦୀୟ ପରିସ୍ଥିତି ଓ ଉପରିସ୍ଥଙ୍କ ସହ ମତାନ୍ତରଜନିତ ଟେନ୍ସନ ଲାଗିରହିବ। ଋଣ ପରିଶୋଧ ସକାଶେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି।
କର୍କଟ

ରାଶ୍ୟାଧିପତି ଶନିଙ୍କ ଦୃଷ୍ଟିରେ ଷଷ୍ଠଭାବସ୍ଥ ଯୋଗୁ ମାଙ୍ଗଳିକ କାର୍ଯ୍ୟ ସକାଶେ ଲୋନ୍ କରିପାରନ୍ତି। ଉଚ୍ଚସ୍ଥ କର୍ମାଧିପଙ୍କ ଯୋଗୁ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିପାରିବେ। ଆମତ୍ୀୟମାନେ ଶତ୍ରୁତା କଲେ ମଧ୍ୟ କୌଣସି ଅସୁବିଧା ହେବନି। ଦୂରଯାତ୍ରା, ବନ୍ଧୁମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ।
ସି˚ହ

ଲାଭ ଭାବସ୍ଥ ବୃହସ୍ପତି ପାପଗ୍ରହ ରାହୁଙ୍କ ଦୃଷ୍ଟିରେ ରହିଥିବାରୁ ଯୋଜନା ଭଣ୍ଡୁର ହୋଇଯିବ। ସ୍ବାସ୍ଥ୍ୟ ଓ ପରିବାର ପ୍ରତି ସମତାଳ ଦେଇ କାମ କରିବା କାଠିକର ପାଠ ହେବ। ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ପ୍ରୋତ୍ସାହନ ଲାଭ କରିବେ। ବନ୍ଧୁଙ୍କ ପରାମର୍ଶରେ ବହୁମୁଖୀ ବ୍ୟବସାୟାରମ୍ଭ କରିବା ସକାଶେ ଆଲୋଚନା କରିପାରନ୍ତି।
କନ୍ୟା

ଏକାଦଶାଧିପ ଚତୁର୍ଥକେନ୍ଦ୍ରସ୍ଥ ଯୋଗୁ ଯାହା ପାଇବାକୁ ଇଚ୍ଛୁକ, ତାହା ଅଚିରେ ପୂରଣ ହେବ। କର୍ମକ୍ଷେତ୍ରରେ ମନ ମୁତାବକ କାମ ନ ହେବାରୁ ଉପରିସ୍ଥ ଅଧିକାରୀ କ୍ଷୁବ୍ଧ ହେବେ। ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବନ୍ଧୁଙ୍କ ନିକଟରୁ ଅଥବା ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ କଳ୍ପନାପ୍ରବଣ ହୋଇପାରନ୍ତି।
ତୁଳା

ତୃତୀୟ ଷଷ୍ଠାଧିପ ରାଶିକୁ ଦେଖୁଥିବାରୁ ପାରିବାରିକ ବିଷୟକୁ କେନ୍ଦ୍ରକରି ଭ୍ରାତୃ ବିବାଦର ଆଶଙ୍କା ରହିଛି। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ମଜ୍ଜି ରହିବେ। ଆମତ୍ୀୟଙ୍କ ପ୍ରେରଣାରେ ଗୃହ, ଯାନବାହନାଦି ଲାଭର ସୁଯୋଗ ପାଇବେ। ପରୋକ୍ଷ ଶତ୍ରୁତାରୁ କର୍ମକ୍ଷେତ୍ରରେ ବିବାଦ ଘେରରେ ପଡ଼ିପାରନ୍ତି ା
ବିଛା

ମୁଖ୍ୟଭାବରେ ଭାଗ୍ୟାଧିପ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଆପଣଙ୍କ କାର୍ଯ୍ୟସିଦ୍ଧି ଅବଶ୍ୟମ୍ଭାବୀ। ବନ୍ଧୁଙ୍କ ଉପରେ ଅଭିମାନ କରି ଚୁପ୍ ରହିଲେ ସୁଯୋଗ ହରାଇ ପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ସମାଧାନ ହେବାରୁ ଆଶ୍ୱସ୍ତି ଲଭିବେ। ସାହିତ୍ୟ, କ୍ରୀଡ଼ା, ଅଧ୍ୟୟନ ଓ ଅଧ୍ୟାପନାରେ ସମୟ କଟିବ। ପ୍ରତିଦ୍ୱନ୍ଦ୍ୱିତା ଶିଳ୍ପ ଓ ବାଣିଜ୍ୟରେ ଉନ୍ନତିର ପଥରୋଧ ଘଟିପାରେ।
ଧନୁ

ଧନ ସ୍ଥାନରେ ଏକାଧିକ ଗ୍ରହ ଅପ୍ରିୟ କଠୋର ବାକ୍ୟ ବିନ୍ୟାସରେ ଅର୍ଥନୈତିକ କାରବାରରେ ସମସ୍ୟା ସୃଷ୍ଟି କରିବେ। ଗୁରୁଙ୍କ ଶୁଭଦୃଷ୍ଟି ପ୍ରଭାବରେ ନୂତନ ଗୃହ, ଯାନବାହନାଦି କ୍ରୟ କରିବା ସକାଶେ ଯୋଜନା କରିପାରନ୍ତି। ଶିଳ୍ପ, ବାଣିଜ୍ୟରେ ଲାଭାଂଶ ବଢ଼ିପାରେ; ମାତ୍ର ପୂର୍ଣ୍ଣତଃ ସନ୍ତୁଷ୍ଟ ହୋଇପାରିବେ ନାହିଁ।
ମକର

ଆପଣଙ୍କ ରାଶିରେ ରାଜଯୋଗ ସୃଷ୍ଟି ହୋଇଥିବାରୁ କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ସହ ସାମାଜିକ ସମ୍ମାନ ପାଇବେ। କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା, କର୍ମଜଞ୍ଜାଳ ଏବଂ ବହୁମୁଖୀ ଚିନ୍ତାଧାରାଜନିତ ଅସ୍ଥିରତା ଅନୁଭବ କରିପାରନ୍ତି। ପୂଜା ସାମଗ୍ରୀ, ଷ୍ଟେସନାରି ଜିନିଷ ତଥା ହୋଟେଲ, ରେଷ୍ଟୁରାଣ୍ଟ ବ୍ୟବସାୟରୁ ଲାଭବାନ୍ ହେବେ।
କୁମ୍ଭ

ରାଶିସ୍ଥ ରାହୁ ଏବଂ କୋଣଭାବସ୍ଥ ବୃହସ୍ପତିଙ୍କ ପ୍ରଭାବରେ ଆଜି ଯେଉଁ କାମରେ ହାତଦେବେ, ଅବଶ୍ୟ ସଫଳତା ପାଇପାରିବେ। ପୂର୍ବ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ଆନୁଷ୍ଠାନିକ କାର୍ଯ୍ୟ, ବ୍ୟବସାୟିକ ସଫଳତା, ବିବାଦରେ ବିଜୟ ଏବଂ ପାରିବାରିକ ସୌହାର୍ଦ୍ଦ୍ୟରୁ ଖୁସି ରହିବେ।
ମୀନ
ଆଜିର ଅନୁକୂଳ ଗ୍ରହ ପ୍ରଭାବ ଏକାଧାରରେ କାର୍ଯ୍ୟସିଦ୍ଧି, ବୈଷୟିକ ଅଭିବୃଦ୍ଧି ସହ ସାମାଜିକ ସମ୍ମାନ ପ୍ରଦାନ କରିବ। ପାରିବାରିକ ସୁଖ ସ୍ବାଚ୍ଛନ୍ଦ୍ୟରେ ଅଭିଭୂତ ହୋଇପାରନ୍ତି। ଦୂରଯାତ୍ରା, ବାଣିଜ୍ୟ, ବିବାଦୀୟ କ୍ଷେତ୍ରରୁ ଦୂରେଇ ରହିବା ଭଲ। ନିଜ ପରିସରର ବ୍ୟକ୍ତିବିଶେଷ ପରୋକ୍ଷ ଶତ୍ରୁତା କରିପାରନ୍ତି।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.