Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ
ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ପରାମର୍ଶରେ ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆନୁଷ୍ଠାନିକ କାମରେ ଆଦର ଅଭ୍ୟର୍ଥନା ମିଳିବା ସାଙ୍ଗକୁ ପ୍ରଶଂସିତ ମଧ୍ୟ ହୋଇପାରନ୍ତି।
ବୃଷ
ବୃଷ
ଦ୍ୱିତୀୟସ୍ଥ ବୃହସ୍ପତିଙ୍କ ଯୋଗୁ ଆଲୋଚନା ପରିସରରେ ଠିକ୍‍ ନିଷ୍ପତ୍ତି ନେବାରେ ସମର୍ଥ ହେବେ। କେତେକ କ୍ଷେତ୍ରରେ ବେପରୁଆ କାର୍ଯ୍ୟକଳାପ ସକାଶେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ଅଭାବ ପୂରଣ ଦିଗରେ ଚେଷ୍ଟିତ ହେବେ। ବ୍ୟବସାୟିକ ସ୍ଥିତି ଏବଂ ପାରିବାରିକ ପରିସ୍ଥିତି ପ୍ରାୟତଃ ଭଲ ରହିବ।
ମିଥୁନ
ମିଥୁନ
ଧନ ସ୍ଥାନରେ ଚନ୍ଦ୍ର ଅର୍ଥନୈତିକ ଅଭିବୃଦ୍ଧି ସହ ଲୋକସମ୍ପର୍କ ସୃଷ୍ଟିରେ ସହାୟକ ହୋଇପାରନ୍ତି। କିନ୍ତୁ କର୍ମସ୍ଥ ଶନିଙ୍କ କୁପ୍ରଭାବରୁ ନୀଚଜାତିର ବ୍ୟକ୍ତିବିଶେଷଙ୍କ ଦ୍ୱାରା ଶତ୍ରୁତା ପ୍ରତିବନ୍ଧକର ସମ୍ମୁଖୀନ ହେବେ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‍ ବୁଝିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ା
କର୍କଟ
କର୍କଟ
ରାଶି ପ୍ରତି ଚନ୍ଦ୍ର ଓ ମଙ୍ଗଳଙ୍କ ସମ୍ପର୍କ ହେତୁ ସୁସ୍ଥ ରହିବା ସାଙ୍ଗକୁ କଳ୍ପନାବିଳାସୀ ହେବେ। ପାରିବାରିିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ମଧ୍ୟ ହେବେ। ପୂର୍ବ ସ୍ଥିରୀକୃତ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ, ମାତ୍ର ସମସ୍ୟା ଛାଡ଼ିବ ନାହିଁ। ରାହୁ ଓ ରବିଙ୍କ ଦୁର୍ବଳତା ରାଜନୀତିରେ ବିବାଦୀୟ ପରିସ୍ଥିତି ସୃଷ୍ଟିକରିବ।
ସି˚ହ
ସି˚ହ
ରବିଙ୍କ ଦୁର୍ବଳତା ଦୈହିକ ଦୁର୍ବଳତା ସାଙ୍ଗକୁ ଉପରିସ୍ଥ କର୍ମଚାରୀଙ୍କ ଦୋଷାରୋପ ମାନସିକ ଅସ୍ଥିରତା ସୃଷ୍ଟି କରିବ। ଅବଶ୍ୟ ଉଚ୍ଚାରୋହୀ ମଙ୍ଗଳଙ୍କ ପ୍ରଭାବରୁ ପାରିବାରିକ କ୍ଷେତ୍ର ଏବଂ ଜମିଜମା କାରବାର ବୃଦ୍ଧି ପାଇବ। ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ। ବନ୍ଧୁଙ୍କ ସହାୟତାରେ ବିବାଦୀୟ ପରିସ୍ଥିତିକୁ ସଜାଡ଼ିନେବେ।
କନ୍ୟା
ରାଶି ପ୍ରତି ଶନିଙ୍କ ଦୃଷ୍ଟି ଶାରୀରିକ ଓ ମାନସିକ ଅସ୍ଥିରତା ସାଙ୍ଗକୁ ନିରୁତ୍ସାହତ କରିବ। ବନ୍ଧୁଙ୍କ ସହାୟତାରେ ଆର୍ଥିକ ସମସ୍ୟା ସୁଧାରିନେବେ। କର୍ମକ୍ଷେତ୍ର ସ୍ବାଭାବିକ ରହିବ। ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ସହ ଅସୁବିଧା ଥିବା ଅନୁଭବ କରିବେ। ସେବା ଓ ସହଯୋଗ ମନୋଭାବରୁ ପ୍ରଶଂସିତ ହୋଇପାରନ୍ତି।
ତୁଳା
ତୁଳା
ସପ୍ତମାଧିପତି ଧର୍ମଭାବକୁ ଦେଖୁଥିବାରୁ ବୈଷୟିକ ସୁଖସମ୍ପଦ ଓ ପ୍ରୀତିପ୍ରଦ ଜୀବନଯାତ୍ରା ପ୍ରଦାନ କରିବ। ସହକର୍ମୀଙ୍କ ଦ୍ୱନ୍ଦ୍ୱଯୁକ୍ତ କଥାକୁ ଆପଣ ଠିକ୍‍ ଭାବେ ବୁଝି ପାରିବେନାହିଁ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କୌଣସି ସୁଯୋଗ ହରାଇ ମୁଣ୍ଡରେ ହାତ ଦେଇ ଅନୁତାପ କରିପାରନ୍ତି।
ବିଛା
ବିଛା
ରାଶିକୁ ବୃହସ୍ପତି ଦେଖୁଥିବାରୁ ଗଠନମୂଳକ ଚିନ୍ତାଧାରା ସାମାଜିକ ସମ୍ମାନ ପାଇବାରେ ସାହାଯ୍ୟ କରିବ। ଶନିଙ୍କ କୁପ୍ରଭାବରେ ନିଜ ପରିସରର ବ୍ୟକ୍ତିବିଶେଷ କୁତ୍ସାରଟନା କରିପାରନ୍ତି। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇପାରେ। ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କ ସାହାଯ୍ୟ ସ୍ମରଣୀୟ ରହିବ।
ଧନୁ
ଧନୁ
ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ମତକୁ ଉପେକ୍ଷାକରିବା ଠିକ୍‍ ନ ହୋଇପାରେ। ଉପରିସ୍ଥଙ୍କ ସହ ସୁସମ୍ପର୍କ ଥିବାରୁ ଖଳ ଲୋକଙ୍କ ପ୍ରାୟୋଜିତ ଅପମାନଜନକ ସ୍ଥିତିରୁ ଖୁସି ହେବେ। ଗୁରୁକ୍ଷେତ୍ରସ୍ଥ ଆନୁଷ୍ଠାନିକ କାମରେ ପ୍ରଶଂସିତ କରାଇବେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ଭିତରେ ରହିବାର ସୂଚନା ରହିଛି।
ମକର
ମକର
ସପ୍ତମାଧିପତିଙ୍କ ଶୁଭଦୃଷ୍ଟିରୁ ଅଟକି ରହିଥିବା ଅଭିଳାଷଟି ପୂରଣ ହେବାରୁ ଆନନ୍ଦ ଅନୁଭବ କରିବେ। ପାରିବାରିକ ସ୍ଥିତି କେତେକାଂଶରେ ଶାନ୍ତ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ଆଦରଣୀୟ ହେବେ। ଜମିଜମା ବିବାଦ କ୍ରମଶଃ ଜଟିଳ ଆକାର ଧାରଣ କରିବା ସୂଚନା ରହିଛି। କର୍ମକ୍ଷେତ୍ରରେ ନିଜର ସୀମା ଭିତରେ ଜଗି ରଖି ଚଳିବା ଭଲହେବ।
କୁମ୍ଭ
କୁମ୍ଭ
ସାମାନ୍ୟ ଥଣ୍ଡା ଲାଗି ରହିବା ହେତୁ ସ୍ବାସ୍ଥ୍ୟ ବିଗିଡ଼ିବା ଆଶଙ୍କା ରହିଛି। ପାରିବାରିକ କ୍ଷେତ୍ରରେ ମୂଲ୍ୟହୀନ କଥାକୁ ଗୁରୁତ୍ୱଦେଇ ଶୋକାକୁଳ ରହିପାରନ୍ତି। କେତୁଙ୍କ କୁପ୍ରଭାବରୁ ବ୍ୟବସାୟିକ ସ୍ଥିତିର ଦୁରବସ୍ଥା ଦୁଶ୍ଚିନ୍ତାର କାରଣ ହୋଇପାରେ। ସନ୍ତାନଙ୍କ କୃତି ଓ କୃତିତ୍ୱ ଯୋଗୁ ଗୌରବାନ୍ବିତ ହୋଇପାରନ୍ତି।
ମୀନମୀନ
ଗୁରୁଙ୍କ ଶୁଭଦୃଷ୍ଟିରୁ କର୍ମକ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରିପାରନ୍ତି। ସାହିତ୍ୟ, ଗବେଷଣା, ଆଲୋଚନା, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ସଭାସମିତିରେ କୌଣସି ପକ୍ଷକୁ ସମର୍ଥନକରି ବନ୍ଧୁମାନଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

ରାଶିଫଳ: ରବିବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ ଆଲୋଚନା ପରିସରରେ ବନ୍ଧୁଙ୍କ ବିରୋଧାଭାଷ ରହିଲେ ମଧ୍ୟ ଗଠନମୂଳକ ପରାମର୍ଶ ଅବଶ୍ୟ ପାଇବେ। ଗତକାଲିର ବାକି କାମଗୁଡ଼ିକୁ ଆଜି ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri