Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ
ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ। ସାମାଜିକ ସ୍ତରରେ ନିଜସ୍ବ କୃତି ମାଧ୍ୟମରେ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିବେ। କେତୁଙ୍କ ଅବସ୍ଥିତିଜନିତ ସନ୍ତାନ ହେତୁକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ବୃଷ
ବୃଷ
ଧନସ୍ଥାନରେ ବୃହସ୍ପତି ଏବଂ ଭାଗ୍ୟାଧିପ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଆପଣଙ୍କ ଦିନଚର୍ଯ୍ୟା ସନ୍ତୋଷଜନକ ରହିବ। କିନ୍ତୁ ଶୁକ୍ର ପ୍ରଭାବରେ ଶରୀରପୀଡା,ସମ୍ପର୍କରେ ଫାଟ, ଅଯଥାବ୍ୟୟ ମାନସିକ ସନ୍ତୁଳନ ରକ୍ଷା କରିବା କଷ୍ଟକର ହୋଇପାରେ। କେତେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସାହାଯ୍ୟକରିବାକୁ ଯାଇ ନିଜ କାମକୁ ଅବହେଳା କରିପାରନ୍ତି।
ମିଥୁନ
ମିଥୁନ
ଆଧ୍ୟାତ୍ମିକ ଗ୍ରହ ଶନି ଏବଂ ଶୁକ୍ର ଧନାଧିପତିଙ୍କୁ ଦେଖୁଥିବାରୁ ଦେବାର୍ଚ୍ଚନ, ସତ୍‌ସଙ୍ଗ ମାଧ୍ୟମରେ ବନ୍ଧୁମିଳନ ଅବଶ୍ୟ ଘଟିବ। ପରିଜନଙ୍କ ସହ ନୂତନସ୍ଥାନ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ରହିବ। ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସକାଶେ ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ବାଣିଜ୍ୟ, ପରିବହନରୁ ଲାଭବାନ୍‌ ହେବେ।
କର୍କଟ
କର୍କଟ
ରାଶ୍ୟାଧିପତି ତୃତୀୟସ୍ଥ ରହି ଭାଗ୍ୟସ୍ଥ ଗ୍ରହମାନଙ୍କୁ ଦେଖୁଥିବାରୁ ଆଶା ଓ ଅଭିଳାଷ ପୂରଣ ହୋଇଯିବ। ସହକର୍ମୀଙ୍କ ଗହଣରେ, ଆଲୋଚନା ସମୟରେ ଆନ୍ତିରିକତାର ଅଭାବ ପରିଲକ୍ଷିତ ହେବ। ସ୍ଥଳବିଶେଷରେ ସଂଯମତା ରକ୍ଷା ପୂର୍ବକ ଭାବ ପ୍ରବଣତା ପରିହାର କଲେ କେତେକାଂଶରେ ଉପକୃତ ହୋଇପାରନ୍ତି।
ସି˚ହ
ସି˚ହ
ଆଜି ରବିଙ୍କ ପ୍ରଭାବ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରାଇବ। ପାପଗ୍ରସ୍ଥ ଚନ୍ଦ୍ରଙ୍କ ଦ୍ୱାରା ମାନସିକ ସ୍ଥିରତା ରକ୍ଷା ନ କଲେ ଅପଦସ୍ଥ ହେବେ। ସାଧାରଣ କଥାକୁ ନେଇ ପରିବାର ସଦସ୍ୟଙ୍କ ସହିତ ମନାନ୍ତର କିମ୍ବା କଳହର ସୂଚନା ରହିଛି। ସଭାସମିତିରେ, ସାହିତ୍ୟ, ସଙ୍ଗୀତାଦି ପ୍ରତିଯୋଗିତାରେ ସଫଳତା ହାସଲ କରିପାରିବେ।
କନ୍ୟା
ଲାଭାଧିପ ଚନ୍ଦ୍ର ଶନିଙ୍କ ପୂର୍ଣ୍ଣଦୃଷ୍ଟିରେ ଅବସ୍ଥାନ କରିଥିବାରୁ ଆଧ୍ୟାତ୍ମିକ ପରିବେଶରେ ସମୟ କଟିବ। ବନ୍ଧୁଙ୍କ ସହଯୋଗରେ କାମକୁ ପୂରାଦମରେ କରି ସଫଳତା ହାସଲ କରିବେ। ଆଜିର ମନୋଜ୍ଞ ପରିବେଶରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଅର୍ଥଲାଭ, ବସ୍ତ୍ରଭୂଷଣ ପ୍ରାପ୍ତିର ଯୋଗ ମଧ୍ୟ ରହିଛି।
ତୁଳା
ତୁଳା
ବାଗ୍ମିତାର ଗ୍ରହ ଚନ୍ଦ୍ରଙ୍କ କେନ୍ଦ୍ରରେ ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଆପଣଙ୍କ ବୁଦ୍ଧିମତା ଜ୍ଞାନୀ, ଗୁଣୀ ଏବଂ ବୁଦ୍ଧିଜିବୀଙ୍କ ମନୋରଞ୍ଜନ କରିବ। ଆଜି ଆକସ୍ମିକ ଆବଶ୍ୟକତା ପରିବାରର ଖର୍ଚ୍ଚଭାରକୁ ବୃଦ୍ଧି କରିପାରେ। ରାହୁ ଏବଂ ଶନି ପ୍ରାଥମିକ ସ୍ତରରେ ସଂଘର୍ଷପୂର୍ଣ୍ଣ ସ୍ଥିତି ଉପତ୍ନ କଲେ ମଧ୍ୟ ପରକ୍ଷଣରେ ସଫଳତା ପ୍ରଦାନ କରିବେ।
ବିଛା
ବିଛା
ଭାଗ୍ୟାଧିପ ଚନ୍ଦ୍ର ଏକାଦଶସ୍ଥ ଯୋଗୁ ଆପଣ କାର୍ଯ୍ୟଦକ୍ଷତା ହେତୁ ପ୍ରଶଂସିତ ହେବେ। କେନ୍ଦ୍ରସ୍ଥ ବୁଧ ଗୁରୁଦୃଷ୍ଟି ଲାଭ କରି ବାକଚାତୁରୀ ମାଧ୍ୟମରେ ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଧନାଧିପଙ୍କ ଶୁଭ ପ୍ରଭାବରୁ ଅର୍ଥଲାଭ, କାର୍ଯ୍ୟସିଦ୍ଧି ଓ ଆଶାପୂରଣ ପାଇଁ ମାର୍ଗ ଉନ୍ମୁକ୍ତ ହେବ ା ସାହିତ୍ୟ, ସମ୍ବାଦିକତା, ଏଜେନ୍ସିପ୍‌, ପ୍ରକାଶନାଦି କ୍ଷେତ୍ର ଉନ୍ନତ ରହିବ।
ଧନୁ
ଧନୁ
ରାଶ୍ୟାଧିପତି ସପ୍ତମସ୍ଥ ଯୋଗୁ ପରିଜନଙ୍କ ସହ ଯାତ୍ରା ପ୍ରିତିପ୍ରଦ ରହିବ। ଅସଜଡା ପାରିବାରିକ ସ୍ଥିତି ଆମତ୍ୀୟଙ୍କ ସହାୟତାରେ ସୁଧୁରିଯିବ।ଭ୍ରମଣ, ରାଜନୀତି, ପ୍ରଶାସନ, ବନ୍ଧୁ ସମ୍ପର୍କ, ସଭାସମିତି ପାଇଁ ଦିନଟି ବହୁତ ଭଲ। କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।
ମକର
ମକର
ରାଶିର ମୁଖ ଭାବରେ ରାଜଯୋଗ ଦିନଟିକୁ ହସଖୁସି ଆନନ୍ଦ ମଧ୍ୟରେ ଅତିବାହିତ କରାଇବ। ଯେମିତି ଯାହା ଚିନ୍ତା କରୁଛନ୍ତି କାର୍ଯ୍ୟସିଦ୍ଧି ସଙ୍ଗକୁ ତାହା ଅକ୍ଳେଶରେ ପ୍ରାପ୍ତ ହେବ। ବନ୍ଧୁଙ୍କ ସାହାଯ୍ୟ ନେଇ ପାରିବାରିକ ସମସ୍ୟାର ସମାଧାନ କରିବେ। ବନ୍ଧୁମିଳନ, ଉସତ୍ବାନୁଷ୍ଠାନ, କ୍ରୀଡା ଓ ପ୍ରଶାସନିକ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
କୁମ୍ଭ
କୁମ୍ଭ
ଆଜି ଚନ୍ଦ୍ରଙ୍କ ବିପରୀତ ରାଜ ଯୋଗ ସାଙ୍ଗକୁ ରାଶିସ୍ଥ ଗ୍ରହମାନେ ସାମଗ୍ରୀକ ସୁଖ ସୁବିଧା ପ୍ରଦାନ କରିବେ। ଅତୀତକୁ ସ୍ମରଣ କରି ଅନୁତାପ କରିବାକୁ ପଡିପାରେ। ଅନ୍ୟମନସ୍କତା କିମ୍ବା ଅସାବଧାନତାବଶତଃ କୌଣସି ଦବ୍ର୍ୟ ନଷ୍ଟ ହେବାର ସୂଚନା ରହିଛି ାକଳା, କ୍ରୀଡା, ଚଳଚ୍ଚିତ୍ର ତଥା ଗବେଷଣାରେ ଉଚ୍ଚ ପ୍ରଶଂସିତ ହୋଇ ପାରନ୍ତି।
ମୀନମୀନ
ଆଜି ଅନୁକୂଳ ଗ୍ରହସ୍ଥିତିଜନିତ ସାମଜିକ, ପାରିବାରିକ ଏବଂ କର୍ମକ୍ଷେତ୍ର ସନ୍ତୋଷଜନକ ରହିବ। ଦୁର୍ବଳ ଆର୍ଥିକ ସ୍ଥିତି ରହିଥିଲେ ମଧ୍ୟ ଆବଶ୍ୟକତା ଯଥା ସମୟରେ ପୂରଣ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରୁଥିବାରୁ ଖୁସି ହେବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା, ସଙ୍ଗୀତ, କ୍ରୀଡାରେ ସଫଳତା ମିଳିବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

ରାଶିଫଳ: ଶନିବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତାଜନିତ କାର୍ଯ୍ୟହାନି ଘଟିପାରେ । କୃତ୍ତିକା ନକ୍ଷତ୍ର ସକାଶେ ପ୍ରତ୍ୟେକ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସଫଳ ହେବେ। ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟିକଲେ ମଧ୍ୟ କାମ ଅଟକିବ ନାହିଁ। ଶିଳ୍ପ,…

ରାଶିଫଳ: ଗୁରୁବାର, ଫେବୃଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଦେବଗୁରୁଙ୍କ ସହ ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ସୌଭାଗ୍ୟ ପ୍ରଦାୟକ ରହିବେ। କୃତି, କୃତିତ୍ୱ ଓ ବାଗ୍ମିତାକୁ ନେଇ ବନ୍ଧୁ ଗହଣରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ…

ରାଶିଫଳ: ବୁଧବାର, ଫେବୃଆରୀ ୨୫ ତାରିଖ – Daily Horoscope

ମେଷ ଆଜି ରାହୁଙ୍କ ନକ୍ଷତ୍ରରେ ରବି ହେତୁ ବୟସ୍କବ୍ୟକ୍ତି କିମ୍ବା ସରକାରୀ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଲାଗିପାରେ। ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ନିକଟତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri