Posted inRasifala

ରାଶିଫଳ: ଶୁକ୍ରବାର ୧୫ , ଅଗଷ୍ଟ ତାରିଖ – Daily Horoscope

ମେଷ
ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସହ ନୂତନ ବସ୍ତ୍ର, ଆଭୂଷଣ ଲାଭ କରିପାରନ୍ତି। ପିଲାଙ୍କ ଦାବି ମୁତାବକ ଜିନିଷ ନ ଆଣିପାରିବାରୁ ମାନସିକ ଅଶାନ୍ତି ଉପୁଜିପାରେ। ଅର୍ଥଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସି ରହିବେ। କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ।
ବୃଷ
ବୃଷ
ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ଟେନ୍ସନ ଲାଗି ରହିବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢାଇ ଦେଇପାରେ। ଅବଶ୍ୟ ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କଠାରୁ ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କର୍ମକ୍ଷେତ୍ରର ଆଲୋଚନା ପରିସରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ ା
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ, ବାଣିଜ୍ୟ, ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶ ଗ୍ରହଣ କଲେ ଭଲ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ, କିନ୍ତୁ ସାମାନ୍ୟ ବିତର୍କର ସ୍ଥିତି ଉପୁଜିପାରେ। ଯାତ୍ରାକାଳୀନ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। କଳା, ସାହିତ୍ୟ ଓ କ୍ରୀଡ଼ା ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟା ସମାଧାନ ହୋଇଯିବାର ଆଶା ରହିଛି।
କର୍କଟ
କର୍କଟ
ଆପଣଙ୍କ ଶାନ୍ତ, ସରଳ, ଉଦାରତା ଗୁଣରେ ଶତ୍ରୁ ମଧ୍ୟ ପ୍ରଶଂସାରେ ଶତମୁଖ ହେବ। କର୍ମକ୍ଷେତ୍ରରେ ସହକର୍ମୀମାନେ କଳହର ମାତ୍ରାକୁ ବଢାଇ ଦେଇପାରନ୍ତି। ପାରିବାରିକ କ୍ଷେତ୍ରରେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ଆଶା କରୁଥିବା ଶୁଭ ଖବର ପ୍ରିୟଜନଙ୍କ ନିକଟରୁ ଶୁଣି ଖୁସି ହେବେ।
ସି˚ହ
ସି˚ହ
ଆଜି ଯେତେ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‍ ବୁଝିବେ। ଯେତେପ୍ରକାରର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବା କଷ୍ଟକର ହୋଇପଡିବ। ଅବଶ୍ୟ ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିପାରେ। ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରତିବନ୍ଧକର ସୂଚନା ମଧ୍ୟ ରହିଛି।
କନ୍ୟା
ଆଜି ଆପଣଙ୍କ ଯୁକ୍ତିଯୁକ୍ତ କଥାବାର୍ତ୍ତା, ତଥ୍ୟ ସମ୍ବଳିତ ଭାଷଣ ପ୍ରଶଂସା ଓ ଉପଢୌନ ପ୍ରାପ୍ତିରେ ସହାୟକ ହେବ। ବହୁତ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଘରେ ଆସି ଦେଇଯିବ। ନିଜ ଲୋକଙ୍କ ଭୁଲ୍‍ରୁ ଅଫିସରେ ମତାନ୍ତର ସୃଷ୍ଟି ହେବ। ପରିବହନ, ଗୃହ ସଜ୍ଜା, ଗାଡି ମରାମତି, ପୁରୁଣା ଘର ସଜାଡିବାରେ ମନୋନିବେଶ କରିବେ।
ତୁଳା
ତୁଳା
ମନରେ ଶୁଦ୍ଧ ଭାବନା ଉଦ୍ରେକ ହେଲେ ମଧ୍ୟ ପାରିବାରିକ ଅସହଯୋଗ ଆଶା ପୂରଣ ଦିଗରେ ପ୍ରତିବନ୍ଧକ ସାଜିବ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।
ବିଛା
ବିଛା
ଆଜି ଘର କାମ ସାଙ୍ଗକୁ ଅଫିସ୍‍ କାମର ଜଞ୍ଜାଳ ବଳିଯିବାର ସୂଚନା ପୂର୍ଣ୍ଣମାତ୍ରାରେ ରହିଛି। ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ନିଜର ବିଚାର ଅନୁଯାୟୀ କାମ କରିବା ଭଲ ହେବ। ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାରକରଜ କରି ଆବଶ୍ୟକତା ଚଳାଇ ନେବେ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି।
ଧନୁ
ଧନୁ
ପରିବର୍ତ୍ତିତ ପରିସ୍ଥିତିିଜନିତ ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ବାଧ୍ୟ ହେବେ। ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ଖୁସି ରହିପାରନ୍ତି। ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ଜନ କଲ୍ୟାଣ କରି କାମ ହାତକୁ ନେଇ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବାର ଆଶା କରାଯାଇପାରେ।
ମକର
ମକର
ଗତକାଲିଠାରୁ ଯାହା କରିବାକୁ ମନସ୍ଥ କରିଛନ୍ତି ତାହା ଅବିଳମ୍ବେ ଆରମ୍ଭ କରିନେବା ଭଲ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହୃଦୟତାରୁ ଆକସ୍ମିକ ଉପସ୍ଥିତରୁ ମୁକୁଳି ଯାଇ ପାରନ୍ତି। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ପ୍ରକାଶନ, ସାହିତ୍ୟ ଚର୍ଚ୍ଚାରେ ସଫଳତା ପାଇବେ। ଶିକ୍ଷା, ଆଲୋଚନା, ଗଠନମୂଳକ କାମ, ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ଅବଶ୍ୟମ୍ଭାବୀ। ତଥାପି ସାମୟିକ ଘାତପ୍ରତିଘାତ ମଧ୍ୟଦେଇ କାର୍ଯ୍ୟ ସମ୍ପନ୍ନ ହେବାର ଆଶଙ୍କା ଦେଖାଦେଇପାରେ। ପରିବାରରେ ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢିଯିବାର ଆଶଙ୍କା ଜାଗ୍ରତ ହେବ। ପଡୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ମୀନମୀନ

ସମସ୍ୟା ସମାଧାନ ଦିଗକୁ ଗତି କରୁଥିବା ଲକ୍ଷ୍ୟକରି ସାମୟିକ ମନ ଖୁସି ହୋଇଯାଇପାରେ। କୌଣସି ବନ୍ଧୁ କିଛି ଖବର ନ ଦେଇ ହଠାତ୍‍ ଆସିଯିବେ, ଯାହାକି ଆପଣଙ୍କ ମନରେ ଭାବାନ୍ତର ସୃଷ୍ଟିକରିବ। ଆଜିର ଯାତ୍ରା, ବ୍ୟବସାୟ, ଲେଖାପଢାରେ ସମସ୍ୟା ଲାଗି ରହିବ। ବନ୍ଧୁଙ୍କ ପ୍ରେରଣାରେ ସମାଜକଲ୍ୟାଣ କାମରେ ଯୋଗ ଦେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri