Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୨୫ ତାରିଖ – Daily Horoscope

ମେଷ
ଶାରୀରିକ ସୁସ୍ଥତା ପୂର୍ଣ୍ଣମାତ୍ରାରେ ନ ଥିଲେ ମଧ୍ୟ ବାଧ୍ୟବାଧକତାରେ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବାକୁ ପଡିବ। ଶୁକ୍ର ପ୍ରଭାବରେ ଋଣ ପରିଶୋଧର ଦୁଶ୍ଚିନ୍ତା ବୃଦ୍ଧି ପାଇବ। ବନ୍ଧୁ ଓ ସହକର୍ମୀଙ୍କ ସମାଲୋଚନା ଯୋଗୁ ଅସନ୍ତୁଷ୍ଟ ରହିବେ। ସାହିତ୍ୟ ସଂସ୍କୃତି ପ୍ରତି ଅନୁରାଗଜନିତ ରଚନାମତ୍କ କାର୍ଯ୍ୟରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ଚନ୍ଦ୍ରଙ୍କ ପ୍ରଭାବରେ ସମ୍ପର୍କୀୟଙ୍କ ସହାୟତା ଲାଭ କରି କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବାର ସୂଚନା ରହିଛି। ବାଧ୍ୟ ବାଧକତାରେ ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ଭୁଲ୍‍ ବୁଝାମଣା ହେତୁ ପାରିବାରିକ ସମସ୍ୟା ସାମୟିକ ଅଶାନ୍ତିର କାରଣ ହୋଇପାରେ।
ମିଥୁନ
ମିଥୁନ
ବିଭିନ୍ନ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କର୍ମ ଓ ପାରିବାରିିକ କ୍ଷେତ୍ର ଶୃଙ୍ଖଳିତ ରହିବ। ଆପଣଙ୍କ ପରୋପକାର ପ୍ରବୃତ୍ତି କାର୍ଯ୍ୟାବଳୀର ପଡୋଶୀ ପ୍ରଶଂସା କରିପାରନ୍ତି। ପ୍ରକାଶନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରେଇଯିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଏବଂ ନିକଟସ୍ଥ ବନ୍ଧୁମାନେ ଏହି ଦିଗରେ ସାହାଯ୍ୟ କରିପାରନ୍ତି।
କର୍କଟ
କର୍କଟ
ପରିବାରର ବରାଦ ଅନୁଯାୟୀ ମନୋରଞ୍ଜନ ଜିନିଷ କ୍ରୟ କରିପାରନ୍ତି। ସଭାସମିତି କିମ୍ବା ଅଫିସ୍‍ କାମରେ ନୂତନ ଦାୟିତ୍ୱ ହାତକୁ ନେବା ସକାଶେ ଆଦେଶନାମା ମିଳିପାରେ। ବହୁଦିନ ଧରି ଲାଗି ରହିଥିବା ରୋଗପୀଡ଼ାରେ କଷ୍ଟ ଅନୁଭବ କରିବେ। ବନ୍ଧୁଙ୍କ ସାହାଯ୍ୟ ଓ ସହାନୁଭୂତି ହେତୁ ଆଶ୍ୱସ୍ତି ଅନୁଭବ କରିବେ।
ସି˚ହ
ସି˚ହ
ଆମତ୍ୀୟମାନଙ୍କ ପରୋକ୍ଷ ଶତ୍ରୁତାଜନିତ କାର୍ଯ୍ୟହାନି କାରଣରୁ ବିଚଳିତବୋଧ କରିବେ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାର ଆଶା ରହିଛି। ଆନୁଷ୍ଠାନିକ କାମରେ କାର୍ଯ୍ୟଦକ୍ଷତା ହେତୁ ପ୍ରଶଂସା ପାଇପାରନ୍ତି ା
କନ୍ୟା
ବିଭିନ୍ନ ସମସ୍ୟା ମଧ୍ୟରେ ମାନସିକ ଶାନ୍ତି ପାଇବା ଦୁରୂହ ହେବ। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଯାନବାହନ, ବିବାଦୀୟ ସ୍ଥାନ ଏବଂ ଏକାକୀ ଯାତ୍ରାରୁ ଦୂରେଇ ରହିବା ଭଲ ହେବ। କାରିଗରି, ସାହିତ୍ୟ, ସଙ୍ଗୀତ ପ୍ରଭୃତି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି।
ତୁଳା
ତୁଳା
ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ହେତୁ ସରକାରୀ ସାହାଯ୍ୟ ସହଜ ହୋଇପାରେ। କେତେକ କ୍ଷେତ୍ରରେ ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବେ। ବନ୍ଧୁ ଓ ପରିଜନଙ୍କ ସହିତ ଦୂରଯାତ୍ରାଜନିତ ଶାରୀରିକ କ୍ଳାନ୍ତି ଅନୁଭବ କରିବେ। ଅସମର୍ଥିତ ସୂତ୍ରରୁ ଭୁଲ୍‍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ା
ବିଛା
ବିଛା
କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନ ନେଇ ପରିସ୍ଥିତିର ମୁକାବିଲା କଲେ ଉପକୃତ ହେବେ। ବିଗତ ଦିନର କୌଣସି ଘଟଣା ସକାଶେ ଅପରାହ୍ନରେ ଟେନ୍‍ସନ ବଢିପାରେ। ମାତ୍ରାଧିକ ଭ୍ରମଣ କିମ୍ବା କାମର ଚାପ ହେତୁକ କ୍ଳାନ୍ତି ଅନୁଭବ କରିପାରନ୍ତି। ମାଲିମକଦ୍ଦମା, ନିର୍ମାଣ, ମାଙ୍ଗଳିକ କାମ ପ୍ରସ୍ତୁତିରେ ସଫଳତା ପାଇବେ।
ଧନୁ
ଧନୁ
ପୂର୍ବପରିକଳ୍ପିତ ଯୋଜନାଟିକୁ କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ଦୂରେଇଯିବ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସାମାନ୍ୟ ବିଳମ୍ବରେ ସୁଫଳ ମିଳିବାର ସମ୍ଭାବନା ରହିଛି। ବନ୍ଧୁଙ୍କ ସହ ନୂତନ ସ୍ଥାନ ପରିଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଦୂରରେ ଥିବା ପ୍ରିୟଜନଙ୍କ ସ୍ମୃତିଚାରଣ କରି ମାନସିକ ସ୍ତରରେ ଅଶାନ୍ତ ଅନୁଭବ କରିପାରନ୍ତି। ରାଶିର ଗୁଣଧର୍ମାନୁସାରେ ଥଣ୍ଡାଜନିତ ରୋଗପୀଡା ପାଇବେ। ସଭାସମିତି, ନିର୍ମାଣ, ପରିବହନ, ପ୍ରକାଶନ କ୍ଷେତ୍ରରେ ସଫଳତା ହାସଲ କରିବେ।
କୁମ୍ଭ
କୁମ୍ଭ
ଶାରୀରିକ ସୁସ୍ଥତା ପୂର୍ଣ୍ଣମାତ୍ରାରେ ରହିଥିଲେ ମଧ୍ୟ ମାନସିକ ଅସୁସ୍ଥତା ମନକୁ ବିକ୍ଷିପ୍ତକରି ରଖିବ। ପାରିବାରିକ କ୍ଷେତ୍ରରେ ମଧ୍ୟ ସହଜରେ କାମ ହାସଲ ହେବା କଷ୍ଟକର ହେବ। କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବାର ଆଶା ରହିଛି।
ମୀନମୀନ

ପାରିବାରିକ ସମସ୍ୟା ସମାଧାନର ଚିନ୍ତାକରି ଦୁର୍ଭାବନା ବଢିଚାଲିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ସହଜରେ ବିଶ୍ୱାସ କରି ପାରିବେନାହିଁ। ପରୋକ୍ଷ ଶତ୍ରୁତା କାରଣରୁ ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହେବ। କ୍ରନିକ୍‍ ରୋଗପୀଡା ହେତୁ କର୍ମକ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟିହେବ। ଯାତ୍ରା, ଆନୁଷ୍ଠାନିକ କାମ, ସଭାସମିତି, କଚେରି ମାମଲାରେ ଆଶ୍ୱସ୍ତି ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri