Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ୍‍ ୨୨ ତାରିଖ – Daily Horoscope

ମେଷ
ଆଜି ବହୁଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିବା ସୂଚନା ରହିଛି। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇପାରନ୍ତି। ପୂର୍ବ ସ୍ଥିରୀକୃତ ପ୍ରତ୍ୟୁଷ ଯାତ୍ରା ଆଜି ଆକସ୍ମିକ ସମସ୍ୟା କାରଣରୁ ସ୍ଥଗିତ ରହିପାରେ। ନିକଟ ସମ୍ପର୍କୀୟମାନଙ୍କ ଉପରେ ଭରସାକରି କୌଣସି କାମ କରିପାରିବେ ନାହିଁ।
ବୃଷ
ବୃଷ
ଆପଣ ଯାହା ପାଇଁ କଷ୍ଟ ସ୍ବୀକାରକରି ସାହାଯ୍ୟ କରିଥିଲେ ସେହି ବ୍ୟକ୍ତି ହିଁ ଆପଣଙ୍କ ଶତ୍ରୁ ସାଜିପାରେ। ବିନା କାରଣରେ ଘରର ସଦସ୍ୟମାନେ ଆପଣଙ୍କ ଉପରେ ବିରକ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ସଙ୍କଟ ସ୍ଥିତିରେ ପଡ଼ୋଶୀ ସହାୟତା ଆଶା କରିପାରନ୍ତି।
ମିଥୁନ
ମିଥୁନ
ଉଚ୍ଚସ୍ଥ ରବିଙ୍କ କାରଣରୁ ରାଜକୀୟ ସମ୍ମାନ, ପ୍ରଶାସନିକ ଅଧିକାର ସାଙ୍ଗକୁ ବୁଦ୍ଧିଜୀବୀଙ୍କ ସାନ୍ନିଧ୍ୟ ଲାଭକରିବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ଅତିଷ୍ଠହୋଇ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରନ୍ତି। ବ୍ୟବସାୟରେ ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଆଶଙ୍କା ରହିଛି। ପାରିବାରିକ ସମର୍ଥନରେ ନୂତନ ଯୋଜନାରମ୍ଭ କରିପାରନ୍ତି।
କର୍କଟ
କର୍କଟ
ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟା ବିଷୟ ଚିନ୍ତାକରି ମନରେ ଅସ୍ଥିରତା ସୃଷ୍ଟିହେବ। ନିଜେ ଅସୁବିଧାରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। କୌଣସି ଜିନିଷ କିଣିବା ପାଇଁ ଆପଣଙ୍କ ଇଚ୍ଛା ନ ଥାଇ ମଧ୍ୟ ବାଧ୍ୟହୋଇପାରନ୍ତି।
ସି˚ହ
ସି˚ହ
ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ ଏବଂ ବନ୍ଧୁଙ୍କ ଡାକରା ପାଇ ଯାତ୍ରା କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜ କାମଟି ଅଟକି ରହିଯିବାରୁ ଘରୁ ଅଭିଯୋଗ ପାଇପାରନ୍ତି। ବାଣିଜ୍ୟ ସାଙ୍ଗକୁ କଚେରି ମାମଲା ଟେନ୍‍ସନଯୁକ୍ତ ରହିବ ା
କନ୍ୟା
ବନ୍ଧୁ କୌଣସି ଜିନିଷ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଶେଷରେ ମନା କରିଦେଇପାରନ୍ତି ା ମୂଲ୍ୟବାନ୍‍ ଜିନିଷ କିଣିବା ସକାଶେ ଯୋଜନାକରି ଶେଷରେ ନିରାଶ ହୋଇପାରନ୍ତି। ସମସ୍ୟା ଥିବା ଘଟଣାରେ ମୁଣ୍ଡ ନ ପୂରାଇବା ଭଲ। ବ୍ୟବସାୟ, ପରିବହନ, ମାଲି ମକଦ୍ଦମା, ରାଜନୀତି, ସଙ୍ଗଠନରେ କ୍ରମଶଃ ଉନ୍ନତି କରିବେ।
ତୁଳା
ତୁଳା
ଆଜି କାମ ସହଜରେ ହାସଲ କରି ନ ପାରନ୍ତି। ଅନ୍ୟମାନଙ୍କ କାର୍ଯ୍ୟକଳାପ ମନକୁ ନ ପାଇଲେ ମଧ୍ୟ କିଛି କରିବାର ଉପାୟ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା କାମ ହାସଲ କରିବାରେ ସାମୟିକ ବାଧା ସୃଷ୍ଟି କରିପାରେ।
ବିଛା
ବିଛା
ବନ୍ଧୁଙ୍କୁ ଦେଇଥିବା ଅର୍ଥକୁ ନେଇ ବିବାଦ ଲାଗିପାରେ। କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ଅଭିଯୋଗର ସମ୍ମୁଖୀନ ହୋଇପାରନ୍ତି। ବିଭିନ୍ନ କୌଶଳ ଅବଲମ୍ବନକରି ଆଶା ପୂରଣ ଲାଗି ଚେଷ୍ଟା କରିବେ। ସାହିତ୍ୟ, ସଂଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ବିଶ୍ୱାସର ସହ କାମ କଲେ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ।
ଧନୁ
ଧନୁ
ଆପଣଙ୍କ କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋସତ୍ାହନ ପାଇ ମନୋବଳ ବୃଦ୍ଧିପାଇବ। ଆନୁଷ୍ଠାନିକ କାମର ପ୍ରସ୍ତୁତିରେ ବ୍ୟତିକ୍ରମ ଜନିତ ବିଚଳିତ ରହିବା ଆଶଙ୍କା ରହିଛି। ବିବାଦୀୟ ଘଟଣାରେ ନୀରବ ରହିଯିବା ଏକ ପ୍ରକାର ଭଲ ହେବ। ଅତୀତ କଥାକୁ କେନ୍ଦ୍ରକରି ନିଜ ନିଜ ଭିତରେ ଟଣାଓଟରା ଲାଗିପାରନ୍ତି।
ମକର
ମକର
ସ୍ବାସ୍ଥ୍ୟ ଖରାପ ନ ଥିଲେ ମଧ୍ୟ ପୁରୁଣା ରୋଗ ଦୁଶ୍ଚିନ୍ତାର କାରଣ ହେବ। କୀଡ଼ା, ସଙ୍ଗୀତଚର୍ଚ୍ଚା, ସାହିତ୍ୟ, ସାମ୍ବାଦିକତା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‍ ବୁଝି ଓଲଟି ଦୋଷାରୋପ କରିପାରନ୍ତି। ଭୁଲ୍‍ ବୁଝାମଣା ଯୋଗୁ ପରିବାର ଭିତରେ ଅଶାନ୍ତ ପରିସ୍ଥିତି ସୃଷ୍ଟିହେବ।
କୁମ୍ଭ
କୁମ୍ଭ
ମନ ଭଲ ନ ଥିଲେ ମଧ୍ୟ ହାତରେ ଥିବା କାମ କରିବାକୁ ବାଧ୍ୟ ହେବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ଆଲୋଚନା ପରିସରରେ କେତେକ କଥା ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। ଯାତ୍ରା ସମୟରେ କୌଣସି ବ୍ୟକ୍ତିଙ୍କ ସହାୟତାରୁ ଉପକୃତହେବା ସୂଚନା ରହିଛି।
ମୀନମୀନ

କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବୃଦ୍ଧି ପାଇବାରୁ ବ୍ୟସ୍ତତା ବୃଦ୍ଧିପାଇବ । ଅଧୈର୍ଯ୍ୟ ନ ହୋଇ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବା ପାଇଁ ପ୍ରଯନତ୍ କରିବା ଭଲ ହେବ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ ଓ ବନ୍ଧୁ ସମ୍ପର୍କରେ ଆଶାଜନକ ଫଳ ପାଇବେ। ସାମାଜିକ ସ୍ତରରେ ବନ୍ଧୁମିଳନରୁ ଉପକୃତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri