Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୩ ତାରିଖ – Daily Horoscope

ମେଷ
ଆଜି ଗୁରୁଚାନ୍ଦ୍ରୀ ଯୋଗରୁ ମନ ପ୍ରଫୁଲ୍ଲ ରହିବ। ନୂଆ ଯୋଜନାର ଶୁଭାରମ୍ଭ କରିପାରନ୍ତି। ବ୍ୟବସାୟିକ ସଫଳତା ମିଳିବ। ଆତ୍ମୀୟଙ୍କ ସମସ୍ୟା ବିଷୟରେ ଚିନ୍ତିତ ରହିପାରନ୍ତି। ଭୁଲ୍‌ ବୁଝାମଣାରୁ ପାରିବାରିକ ଅଶାନ୍ତି ସୃଷ୍ଟି ହେବ। ବ୍ୟବସାୟିକ ସଫଳତା ପାଇବେ, ଆନୁଷ୍ଠାନିକ କାମରେ ନିୟୋଜିତ ହୋଇପାରନ୍ତି।
ବୃଷ
ବୃଷ
ପାରିବାରିକ କ୍ଷେତ୍ର ସମସ୍ୟାବହୁଳ ରହିବ। ଅଟକି ରହିଥିବା କାମଟିକୁ ପୁନଃ ଆରମ୍ଭ କରିପାରନ୍ତି। ବ୍ୟବସାୟ ଭଲରେ ଚାଲିବ, ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେବ। ବୁଧଙ୍କ ଯୋଗୁ ସାମ୍ବାଦିକତାରୁ ଗୌରବାନ୍ବିତ ହେବେ। ଶେୟାର ବଜାରରୁ ଆଶାଜନକ ଫଳ ପାଇବେ। ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ମିଥୁନ
ମିଥୁନ
ଧନାଧିପ ରାଶିରେ ଆର୍ଥିକ ଅଭିବୃଦ୍ଧି ଘଟିବ। କେତୁ ପ୍ରଭାବରେ ଭୁଲ୍‌ ବୁଝାମଣାରୁ ପାରିବାରିକ କଳହ ଉପୁଜିବ। ସହକର୍ମୀ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଶେଷ ସମୟରେ ନାସ୍ତିବାଣୀ ଶୁଣାଇବେ। ସାହିତ୍ୟକୃତି ଏବଂ ସଙ୍ଗୀତ ଆସରରେ ଯୋଗଦେଇ ପ୍ରଶଂସିତ ହେବେ। ସଙ୍ଗଠନ, ଭ୍ରମଣ ଏବଂ ସଭାସମିତିରେ ଉନ୍ନତ ମାନର ଫଳ ପାଇବେ।
କର୍କଟ
କର୍କଟ
କର୍ମାଧିପତି ଷଷ୍ଠଭାବରେ ଥିବା ଯୋଗୁ ନୂତନ କର୍ମସଂସ୍ଥାନର ସମ୍ଭାବନା ରହିଛି। ଚନ୍ଦ୍ରଙ୍କ ପ୍ରଭାବରେ ଭାବପ୍ରବଣତାଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଉଚ୍ଚଶିକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ସୁଫଳ ପାଇବେ। ବାକ୍‌ ଅସଂଯମତା ଯୋଗୁ ସହକର୍ମୀଙ୍କ ସହ ସୁସମ୍ପର୍କ ବ୍ୟାହତ ଆଶଙ୍କା ରହିଛି।
ସି˚ହ
ସି˚ହ
ଚତୁର୍ଥଭାବରେ ରାଜଯୋଗ ସ୍ବରୂପ କର୍ମକ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ। ପାରିବାରିକ କ୍ଷେତ୍ର ଭଲ ରହିବ। ଗୃହାରମ୍ଭ କିମ୍ବା ଯାନ୍ତ୍ରିକ ଜିନିଷ କିଣିବାର ସୁଯୋଗ ଲାଭ କରିବେ। ଶୁକ୍ରଙ୍କ ପ୍ରଭାବରୁ ଭୋଗବିଳାସ ପ୍ରତି ଆଗ୍ରହୀ ହୋଇପାରନ୍ତି। ଚାକ୍ଷୁଷ ପ୍ରମାଣ ବିହୀନ ଅଭିଯୋଗ ସକାଶେ ଅନ୍ତରଙ୍ଗ ବନ୍ଧୁଟି ଉପରେ ସନ୍ଦେହ ଘନୀଭୂତ ହୋଇପାରେ।
କନ୍ୟା
କେନ୍ଦ୍ରସ୍ଥ ରାଜଯୋଗ ପ୍ରଭାବରୁ କାର୍ଯ୍ୟସିଦ୍ଧି ଘଟିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହେବେ। ସରକାରୀ ସହାୟତା ମିଳିପାରେ। କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ ଓ କାରିଗରି କ୍ଷେତ୍ରରୁ ପ୍ରଶଂସିତ ହେବେ। ପାରିବାରିକ ପରିସ୍ଥିତି ଖରାପ ରହିଥିବା କାରଣରୁ ମନ ସ୍ଥିର ରହିବ ନାହିଁ।
ତୁଳା
ତୁଳା
ଭାଗ୍ୟସ୍ଥାନକୁ ଏକାଧିକଗ୍ରହ ଅବଲୋକନ କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ ହେବ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ, ସଭାସମିତିରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ଯାତ୍ରା ସମୟରେ ଅସୁବିଧା ଭୋଗିପାରନ୍ତି। ଶାରୀରିକ ଅସୁସ୍ଥତା କାରଣରୁ କେତେକ କାମ ଝୁଲନ୍ତା ଅବସ୍ଥାରେ ଅଟକି ରହିଯିବାର ଆଶଙ୍କା ରହିଛି।
ବିଛା
ବିଛା
ପରସ୍ପର ସମ୍ବନ୍ଧାନ୍ବିତ ସାତୋଟି ଗ୍ରହଜନିତ ଆଜି ସବୁ ଦିଗରୁ ଶୁଭଫଳ ପାଇବେ। ଯାହା ଇଚ୍ଛା କରିବେ ତାହା ପାଇବେ ଏବଂ ନିଜ ପରିବେଶରେ ନିଜର ପ୍ରାଧାନ୍ୟ ବୃଦ୍ଧି ପାଇବ। ସ୍ବାଧୀନ ମନୋବୃତ୍ତି ବାଧାପ୍ରାପ୍ତ ହେବାରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ଅଫିସିଆଲି କାମରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ଧନୁ
ଧନୁ
ଏକାଧିକ ରାଶିରେ ଅବସ୍ଥାନ କରି ମାନସିକସ୍ଥିତିକୁ ବିଭ୍ରାନ୍ତ କରାଇପାରନ୍ତି। ଦୂର ବନ୍ଧୁଙ୍କ ଦର୍ଶନରେ ମନ ଖୁସି ରହିବ। ସମ୍ପର୍କୀୟଙ୍କ ପ୍ରତାରଣାପୂର୍ଣ୍ଣ କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିପାରନ୍ତି। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସଫଳତା ପାଇବେ। ସଭାସମିତି, ଅଧ୍ୟୟନ ଓ ଅଧ୍ୟାପନା, କର୍ମାରମ୍ଭ, ଯାତ୍ରାରେ ଲକ୍ଷ୍ୟ ହାସଲ କରିବେ।
ମକର
ମକର
ଧନସ୍ଥାନରେ ରାହୁଙ୍କ ଯୋଗୁ ଅପବ୍ୟୟ ହେତୁ ମନସ୍ତାପ କରିପାରନ୍ତି। ଅଭିଳାଷ ପୂରଣ ନ ହେବାରୁ ଅସ୍ଥିରତା ଓ ଅନିଦ୍ରା ରହିପାରନ୍ତି। ବନ୍ଧୁଙ୍କ ଅନୁପସ୍ଥିତି, ଆଳସ୍ୟ ଓ ଅବହେଳାଜନିତ ପରିବାରରେ ମନାନ୍ତର ସୃଷ୍ଟି ହେବ। ଆରମ୍ଭ କରିବାକୁ ମନସ୍ଥ କରିଥିବା କାମଟି ଆଦୌ ଅଟକିବ ନାହିଁ। ବନ୍ଧୁମିଳନଜନିତ ଖୁସି ଅନୁଭବ କରିପାରନ୍ତି।
କୁମ୍ଭ
କୁମ୍ଭ
ଶୁଭଗ୍ରହ ପ୍ରଭାବରୁ ଉନ୍ନତ ଚିନ୍ତାଯୁକ୍ତ ହେବେ, କିନ୍ତୁ ରାହୁଙ୍କ କୁପ୍ରଭାବ ତାହା କାର୍ଯ୍ୟକାରୀ କରିବାକୁ ଦେବନାହିଁ। ପ୍ରତିଯୋଗିତାରେ ସଫଳ ହେବେ। ମାଲିମକଦ୍ଦମାର ସପକ୍ଷରେ ଯିବାର ସମ୍ଭାବନା ରହିଛି। ଦୈହିକ ସ୍ବାସ୍ଥ୍ୟ ସମସ୍ୟା ଆପଣଙ୍କୁ ବିଚଳିତ କରିପାରେ। ବ୍ୟୟସଂକୋଚ କରି ଆର୍ଥିକ ସ୍ଥିତିକୁ ନିୟନ୍ତ୍ରଣ କରିପାରନ୍ତି।
ମୀନମୀନ
ଗ୍ରହ ପ୍ରଭାବରୁ ଆଜିର ଦୈନିକଚର୍ଯ୍ୟା ଶୃଙ୍ଖଳିତ ରହିବ। କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ମନ୍ଦ ହେବନି। ବନ୍ଧୁଙ୍କ ଆଦର, ଅଭ୍ୟର୍ଥନା ଲାଭ କରି ଖୁସି ରହିବେ। ସହକର୍ମୀଙ୍କ ଅଭିସନ୍ଧିମୂଳକ କାର୍ଯ୍ୟ ପ୍ରତି ସଜାଗ ରହିବା ଭଲ। ରପ୍ତାନି ବାଣିଜ୍ୟ, ପ୍ଲଟିଂ କାରବାର, ଧାତୁ ଅଳଙ୍କାର, କୁଟୀରଶିଳ୍ପ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଅନୁକୂଳ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୦ ତାରିଖ – Daily Horoscope

ମେଷ ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ଏକ ମନ ହୋଇଯିବେ। ଦ୍ୱିଜା ନକ୍ଷତ୍ର ସକାଶେ ସ୍ବାର୍ଥସାଧନ ଆଶା ରଖି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ।…

ରାଶିଫଳ: ଗୁରୁବାର, ଫେବୃଆରୀ ୧୯ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ ନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ…

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri