Posted inRasifala

ରାଶିଫଳ: ଶୁକ୍ରବାର , ଜାନୁଆରୀ ୧୦ ତାରିଖ – Daily Horoscope

ମେଷ
ଆଜି କଲ୍ୟାଣ ଚନ୍ଦ୍ର ହେତୁ ଆପଣଙ୍କ ଚେଷ୍ଟା ଓ କର୍ମାନୁସାରେ ଅର୍ଥପ୍ରାପ୍ତିର ମାର୍ଗ ପ୍ରଶସ୍ତ ରହିବ। ମନରେ ଆଶଙ୍କା ଓ ସନ୍ଦେହ ଉଙ୍କିମାରୁଥିଲେ ହେଁ ସାହାଯ୍ୟ, ସହଯୋଗ ପାଇ ପାରିବେ। କିନ୍ତୁ ଖଳ ଲୋକଙ୍କ କଥାକୁ ବିଶ୍ୱାସ କରି ନିଜର ପ୍ରିୟବ୍ୟକ୍ତିଙ୍କ ସହ ବିତର୍କର ଆଶଙ୍କା ରହିଛି। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସଫଳତା ଅବଶ୍ୟ ମିଳିବ।
ବୃଷ
ବୃଷ
ମନଗଢ଼ା ଲୋଭନୀୟ ପ୍ରତିଶ୍ରୁତିଦେଇ ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିପାରିବେ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ ଏଜେନ୍ସିପ୍‍, ପ୍ରକାଶନ, ପ୍ରଶାସନ, ରାଜନୀତିକ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଅଜଣା ବ୍ୟକ୍ତି ପ୍ରତି ସତର୍କ ନ ରହିଲେ ଅସୁବିଧା ଭୋଗିବେ।
ମିଥୁନ
ମିଥୁନ
ମୁଖ ଭାବରେ କ୍ରୂରଗ୍ରହ ମଙ୍ଗଳ ଅବସ୍ଥାନ କରିଥିବାରୁ ଆପଣଙ୍କ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେବ। ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିପାରନ୍ତି। ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ପତିଆରା ଜାହିରକରି ସଫଳ ହେବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ବଢିଯିବା କାରଣରୁ ମାନସିକ ସ୍ଥିତି ବିଗିଡି ଯାଇପାରେ।
କର୍କଟ
କର୍କଟ
ପରିବାରର ଆବଶ୍ୟକତା ଦୃଷ୍ଟିରୁ ଖର୍ଚ୍ଚାନ୍ତ ହୋଇ ସ୍ଥାନ ପରିବର୍ତ୍ତନ କରିପାରନ୍ତି। ପୁଷ୍ୟା ନକ୍ଷତ୍ର କର୍ମକ୍ଷେତ୍ର, ପ୍ରଶାସନିକ ସ୍ତରରେ ଉଚ୍ଚପଦବୀ, ସମାଜରେ ପ୍ରତିଷ୍ଠାଲାଭ କରିବେ। ବନ୍ଧୁବର୍ଗରେ ଆଦର ସମ୍ମାନ ପ୍ରାପ୍ତି ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଘରୋଇ କଥାକୁ କେନ୍ଦ୍ରକରି ଆତ୍ମୀୟଙ୍କ ସହ କଳହ ଘଟିପାରେ।
ସି˚ହ
ସି˚ହ
ଆଜି ଉତ୍ତରାଫାଲଗୁନୀ ନକ୍ଷତ୍ର ସକାଶେ ବହୁବିଧ ସୁବିଧା ଲାଭ ସୂଚନା ରହିଛି। ବିବାଦୀୟ ଘଟଣା ଅମୀମାଂସିତ ରହିବ ଏବଂ ଆତ୍ମୀୟମାନେ ଚେର କାଟିଲା ଭଳି କାମ କରିପାରନ୍ତି। ସାମାଜିକ କ୍ଷେତ୍ରରେ ଅନ୍ୟମାନଙ୍କ ସକାଶେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ଗବେଷଣା, ଅନୁସନ୍ଧାନ ଓ ବିଦେଶଯାତ୍ରାର ସୁଯୋଗ ପାଇପାରନ୍ତି।
କନ୍ୟା
ଆଜି ଚିତ୍ରା ନକ୍ଷତ୍ରର ଅର୍ଥଲାଭ ସାଙ୍ଗକୁ ବନ୍ଧୁଙ୍କ ସହ ସଦ୍‍ଭାବ ବୃଦ୍ଧି ଉଦ୍ଦୀପନା ସୃଷ୍ଟି କରିବ। କର୍ମକ୍ଷେତ୍ରରେ କୌଣସି କର୍ମଚାରୀଙ୍କୁ କଟୁକଥା କହି ସମାଲୋଚିତ ହେବେ। ପାରିବାରିକ ସମସ୍ୟା, ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା, ଅଧ୍ୟାପନାରେ ସଫଳତା ହାସଲ କରିବେ। କାରିଗରି, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିପାରନ୍ତି।
ତୁଳା
ତୁଳା
ଆଜି ବିବାଦରେ ବିଜୟ, ଦୂରଯାତ୍ରା, ଧୈର୍ଯ୍ୟର ସହ ସମସ୍ୟା ସମାଧାନ କରିବେ। ବିଶାଖା ନକ୍ଷତ୍ର କଳା, ସାହିତ୍ୟ, ସଙ୍ଗୀତରେ ସୁଫଳ ପ୍ରଦାନ କରିବେ। ପାରିବାରିକ ଓ ପରିବହନରେ ଝଗଡ଼ା, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା, ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟତିକ୍ରମକୁ ସୁଧାରି ନେବେ। ଶତ୍ରୁମାନେ ଖାଲରେ ପକାଇବାକୁ ଚେଷ୍ଟା କରି ବିଫଳ ହେବେ।
ବିଛା
ବିଛା
ଅଭାବ ଅସୁବିଧା ନ ଥିଲେ ମଧ୍ୟ ଜ୍ୟେଷ୍ଠା ନକ୍ଷତ୍ରର ଆଜି ମନରେ ଅସ୍ଥିରତା ସୃଷ୍ଟି ହେବ। ଭୁଲ୍‍ ବୁଝାମଣାଜନିତ ବ୍ୟବସାୟ ଓ ପରିବହନରେ ଝଗଡା ସୃଷ୍ଟି ହୋଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ ସମୟ ଅତିବାହିତ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ଅଦାଲତ ଓ ପ୍ରତିଯୋଗିତାରେ ସଫଳତା ହାସଲ କରିବେ।
ଧନୁ
ଧନୁ
ଆଜି ପୂର୍ବାଷାଢ଼ା ନକ୍ଷତ୍ର ସକାଶେ ଆନୁଷ୍ଠାନିକ କାମ, ଗଠନମୂଳକ କାର୍ଯ୍ୟ ଓ ରାଜନୈତିକ ସ୍ଥିତି ଅନୁକୂଳ ରହିବ। ଗୃହ, ଭୂମି, ଗାଡିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ସମାଧାନ ହୋଇଯିବ। ଭାବପ୍ରବଣତାବଶତଃ ମାନସିକ ଦୁର୍ବଳତା ପ୍ରତ୍ୟେକ କ୍ଷେତ୍ରକୁ ମନ୍ଥର କରିପାରେ। ଶେୟାରବଜାର, ପ୍ରକଳ୍ପ, ରପତ୍ାନି ବ୍ୟବସାୟ କ୍ଷେତ୍ର ସନ୍ତୋଷଜନକ ରହିବ।
ମକର
ମକର
ଆଜି ଚନ୍ଦ୍ର ଓ ବୃହସ୍ପତି ଶୁଭସ୍ଥାନରେ ଥିବାରୁ କୌଣସି କ୍ଷେତ୍ରରେ ଅଭାବ, ଅସୁବିଧା ରହିବ ନାହିଁ। ପାରିବାରିକ ଜୀବନ, ସାମାଜିକ ସ୍ଥିତି, ଯାନବାହନ, ଲୋକସମ୍ପର୍କ କ୍ଷେତ୍ର ଭଲ ରହିବ। ବନ୍ଧୁଙ୍କ ସହଯୋଗର ଆବଶ୍ୟକତା ଅନୁଭବ କରିପାରନ୍ତି। ପୂର୍ବପରିକଳ୍ପିତ ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବୃତ୍ତି, ବାଣିଜ୍ୟ, କର୍ମକ୍ଷେତ୍ର ଓ ଲୋକ ସମ୍ପର୍କରେ ନୂ୍ୟନତା ପରିଲକ୍ଷିତ ହେବ। ଶନିଙ୍କ ପ୍ରଭାବରୁ ସନ୍ଦେହଜନିତ ପାରିବାରିକ ଓ ସାମାଜିକ ସ୍ଥିତି ଦୁର୍ବଳ ହେବ। ମକଦ୍ଦମାରେ, ପ୍ରଶାସନିକ ସ୍ତରରେ, ସାହିତ୍ୟରେ ସୁଫଳ ପାଇବେ। ପ୍ରକାଶନ, ନିର୍ମାଣ, ରେଷ୍ଟୁରାଣ୍ଟ, ହୋଟେଲ ଶିଳ୍ପ ବହୁତ ଭଲ ରହିବ।
ମୀନମୀନ

ରାହୁ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। ପାରିବାରିକ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିବ। ଉପରିସ୍ଥଙ୍କ ଅନୁକମ୍ପା ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବା ସହ ମନର ସ୍ଥିତିକୁ ସ୍ଥିର ରଖିବାରେ ସହାୟକ ହେବ। କାର୍ଯ୍ୟଦକ୍ଷତାଭିତ୍ତିକ କୃତି ଓ କୃତିତ୍ୱରୁ ମଧ୍ୟ ପ୍ରଶଂସିତ ହେବାର ଆଶା ରଖାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

ରାଶିଫଳ: ରବିବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ ଆଲୋଚନା ପରିସରରେ ବନ୍ଧୁଙ୍କ ବିରୋଧାଭାଷ ରହିଲେ ମଧ୍ୟ ଗଠନମୂଳକ ପରାମର୍ଶ ଅବଶ୍ୟ ପାଇବେ। ଗତକାଲିର ବାକି କାମଗୁଡ଼ିକୁ ଆଜି ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ।...

ରାଶିଫଳ: ଶନିବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି, ସ୍ବାସ୍ଥ୍ୟ, ପରିବାର ,ବନ୍ଧୁସମ୍ପର୍କ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇବ। ପାରିବାରିକ ଅସ୍ଥିରତା, ଦୈହିକ ଓ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବୃହସ୍ପତିଙ୍କ...

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ଭଲ ସମ୍ପର୍କ ରହିଥିବା ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟ କିମ୍ବା ଶିକ୍ଷା କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri