Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ
ଆଜି ଧନ ସ୍ଥାନରେ ଚନ୍ଦ୍ର ମଙ୍ଗଳ ଯୋଗରୁ ହାତ ଖାଲି ରହିବନାହିଁ। କିନ୍ତୁ ଛୋଟ ଛୋଟ କଥାକୁ ନେଇ ବନ୍ଧୁଙ୍କ ଭୁଲ୍‌ ବୁଝାମଣା ଓ ବେଖାତିର କଥାରୁ ମତାନ୍ତର ଘଟିପାରେ। ବାଣିଜ୍ୟ, ବ୍ୟବସାୟ କିମ୍ବା ପରିବହନରେ ଆକସ୍ମିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରିନେଇପାରିବେ।
ବୃଷ
ବୃଷ
ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ କର୍ମକ୍ଷେତ୍ର ଏବଂ ସାମାଜିକ ସ୍ତରରେ ପ୍ରଶଂସାର ପାତ୍ର ହେବେ। ଆମତ୍ୀୟଙ୍କୁ ଭଲ କଥା କହିଲେ ମଧ୍ୟ ସେମାନେ ଭୁଲ୍‌ ବୁଝିପାରନ୍ତି। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ବୃଦ୍ଧି ପାଇ ଚିନ୍ତାକୁ ବଢ଼ାଇ ଦେଇପାରେ। ସଭାସମିତିରେ, କଳା, ସାହିତ୍ୟ, ସଙ୍ଗୀତରେ ଅର୍ଥ ଓ ସମ୍ମାନ ପାଇ ଖୁସି ହୋଇପାରନ୍ତି।
ମିଥୁନ
ମିଥୁନ
ରବି ଦ୍ୱିତୀୟସ୍ଥ ଯୋଗୁ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ଲୋକଟି ଦ୍ୱାରା ଆଜି ଲକ୍ଷ୍ୟ ପୂରଣ ହେବ। ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜିପାରନ୍ତି। କର୍ମକ୍ଷେତ୍ରରେ, ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶ ଗ୍ରହଣକଲେ ମନ୍ଦ ହେବନି। ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ।
କର୍କଟ
କର୍କଟ
ଏକାଦଶସ୍ଥ ମଙ୍ଗଳ ଗ୍ରହ ଅମଙ୍ଗଳ ବିନାଶ ପୂର୍ବକ ଆଶା ପୂରଣରେ ସାହାଯ୍ୟ କରିବେ। ଘର କଥା ଓ ଆର୍ଥିକ ସମସ୍ୟା ନେଇ ମନରେ ବିଭିନ୍ନ ପ୍ରକାର ଦୁର୍ଭାବନା ସୃଷ୍ଟି ହୋଇପାରେ। ସାଧାରଣ କଥାକୁ ବଡ଼ କରି ସହକର୍ମୀ ମାନେ କଳହର ମାତ୍ରାକୁ ବଢ଼ାଇପାରନ୍ତି। ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।
ସି˚ହ
ସି˚ହ
ଧନାଧିପ ବ୍ୟୟଭାବସ୍ଥ ହେତୁ ବ୍ୟୟଭାର ବୃଦ୍ଧି ପାଉଥିବାରୁ ମନରେ ସରସତା ରହି ନ ପାରେ। ଯେତେ ସୁବିଧା ସୁଯୋଗ ସୃଷ୍ଟିକଲେ ମଧ୍ୟ ଅନ୍ୟମାନେ ନିନ୍ଦାଗାନ କରିପାରନ୍ତି। ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବାରୁ ଆଶ୍ୱସ୍ତି ଲାଭ କରିବେ। ଦୂରଭ୍ରମଣର ଯୋଜନାକରି ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
କନ୍ୟା
ଆଜି ପରୋକ୍ଷ ଶତ୍ରୁତା, ଅନିଚ୍ଛାକୃତ ଭ୍ରମଣ, ବ୍ୟୟବୃଦ୍ଧି ଦୁଶ୍ଚିନ୍ତାର କାରଣ ହେବ। କର୍ମକ୍ଷେତ୍ରରେ ସାଧାରଣ କଥାରେ ମତାନ୍ତର ଆଶଙ୍କା ରହିଛି। ବହୁ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନରେ ଭୟ ସୃଷ୍ଟି କରିପାରେ। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟିହେବା ସମ୍ଭାବନା ରହିଛି।
ତୁଳା
ତୁଳା
ଅସୁବିଧା ନ ଥିଲେ ମଧ୍ୟ ଦ୍ୱାଦଶସ୍ଥ କେତୁଙ୍କ ପ୍ରଭାବରୁ ବୃଥା ଚିନ୍ତାକରି ମନ ଭଲ ରହିବ ନାହିଁ। ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ। କଳହ ଲାଗିଥିବା ବନ୍ଧୁ ପ୍ରତି ସତର୍କ ନ ରହିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ।
ବିଛା
ବିଛା
ରାଶିଟି ଶନିଙ୍କ ଦୃଷ୍ଟିରେ ରହିଥିବାରୁ କୌଣସି କାମ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ କରିବା କଷ୍ଟକର ହେବ। ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ଶତ୍ରୁତା କରୁଥିବା ବ୍ୟକ୍ତି ନିକଟରୁ ଦୂରେଇରହିବା ଭଲ। ଧାରକରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା, ସାହିତ୍ୟ , ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ।
ଧନୁ
ଧନୁ
ଭାଗ୍ୟସ୍ଥ ବୁଧ ଯୋଗୁ ପ୍ରତ୍ୟେକ କାମ ଓ ଅଭିଳାଷ ପୂରଣ ପାଇଁ ରାସ୍ତା ପରିଷ୍କାର ରହିବ। ଯାହା ଚାହୁଁଛନ୍ତି ତାହା ହାସଲ କରିବା କଷ୍ଟକର ହେବ ନାହିଁ। ମନ ଭଲ ନ ଥିବା କାରଣରୁ କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ନିଜ ନିଜର ସ୍ଥାନରେ ବେଶ୍‌ ଖୁସି ରହିବେ।
ମକର
ମକର
ଶୁଭଗ୍ରହଙ୍କ ସୁପ୍ରଭାବରୁ ଦିନଟି ସୌଭାଗ୍ୟପ୍ରଦ ରହିବ ଫଳରେ ପ୍ରତ୍ୟେକ କାମରେ ସଫଳତା ପାଇବେ। ଗତକାଲିଠାରୁ ଯାହା କରିବାକୁ ମନସ୍ଥ କରିଛନ୍ତି ଶୀଘ୍ର ଆରମ୍ଭ କଲେ ସଫଳତା ପାଇବେ। ବନ୍ଧୁଙ୍କ ନିକଟରୁ କୌଣସି ଖବର ପାଇ ବିସ୍ମିତ ହେବେ। ଶିକ୍ଷା, ସଭାସମିତି, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ଗ୍ରହ ପ୍ରଭାବରେ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାମକଲେ ଉପକୃତ ହେବେ। ପରିବାରରେ ମଧ୍ୟ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବନ୍ଧୁଙ୍କ ସହାୟତାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଚୁକ୍ତିଭିତ୍ତିକ କାମ, ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହଁି।
ମୀନମୀନ

ଶୁଭଗ୍ରହଦୃଷ୍ଟ ଭାଗ୍ୟସ୍ଥାନ ଯୋଗୁ ଦିନଟି ବହୁ ଭଲରେ ଅତିବାହିତ ହେବ। ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍‌ ସମାଧାନ ସକାଶେ ମାର୍ଗ ଉନ୍ମୁକ୍ତ ରହିବ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲିମକଦ୍ଦମା, ସଙ୍ଗଠନାଦିରେ ସାମୟିକ ସମସ୍ୟା ରହିପାରେ। ସାହିତ୍ୟଚର୍ଚ୍ଚା, ସାମ୍ବାଦିକତା, ପ୍ରତିଯୋଗିତା, ସଭାସମିତି, ଆଲୋଚନା କ୍ଷେତରୁ ସୁନାମ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri