Posted inଜାତୀୟ

ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ରାଞ୍ଚି,୨୯।୭: ସୁପ୍ରିମକୋର୍ଟରୁ ଝଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ହେମନ୍ତ ସୋରେନଙ୍କ ଜାମିନ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରି ସୁପ୍ରିମକୋର୍ଟ ଇଡିଙ୍କ ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି। ହାଇକୋର୍ଟଙ୍କ ଦ୍ୱାରା ହେମନ୍ତ ସୋରେନଙ୍କୁ ଦିଆଯାଇଥିବା ଜାମିନ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଆବେଦନକୁ ସର୍ବୋଚ୍ଚ ଅଦାଲତ ପ୍ରତ୍ୟାଖ୍ୟାନ କରିଛନ୍ତି।
ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଜାମିନ ଆଦେଶ ବିରୋଧରେ ଇଡି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟଙ୍କ ଆଦେଶ ଏକ ଭଲ ନିଷ୍ପତ୍ତି। ଜଜ ଏକ ଯୁକ୍ତିଯୁକ୍ତ ରାୟ ଦେଇଛନ୍ତି। ଆମେ ଏଥିରେ ହସ୍ତକ୍ଷେପ କରିବାକୁ ଆଗ୍ରହୀ ନୁହଁ। ତେବେ ହାଇକୋର୍ଟଙ୍କ ମନ୍ତବ୍ୟର ଶୁଣାଣି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।
ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଯଥା ଜେଏମଏମ ନେତା ସୋରେନଙ୍କୁ ଜାନୁଆରୀ ୩୧ରେ ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ କରାଯାଇଥିଲା। ଗିରଫ ପୂର୍ବରୁ ମଧ୍ୟ ହେମନ୍ତ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ହାଇକୋର୍ଟରୁ ଜାମିନ ପାଇବା ପରେ ସୋରେନ ଜୁଲାଇ ୪ରେ ପୁଣିଥରେ ସିଏମ ଭାବରେ ଶପଥ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଫଳାଫଳ ପୂର୍ବରୁ ବଡ଼ ବୟାନ ଦେଲେ ସଞ୍ଜୟ

ନୂଆଦିଲ୍ଲୀ,୩୦।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଅଧିକ ରହିଛି। ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରକାଶିତ ଅଧିକାଂଶ ଏକଜିଟ ପୋଲରେ ଭାଜପା ଆଗୁଆ ରହିବ ବୋଲି…

IPL 2026 ଛାଡ଼ି ରାତାରାତି ଫେରିଗଲେ ପର୍ପଲ କ୍ୟାପ୍‌ ଖେଳାଳି, ଏହି ଟିମ୍‌ର ୩ ଖେଳାଳି ହଠାତ୍‌…

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୬ ସିଜନ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ଅଧାରୁ ଅଧିକ ମ୍ୟାଚ ଶେଷ ହୋଇଥିବା ବେଳେ ଖେଳାଳିଙ୍କ ଆହତ ସମସ୍ୟା ଟିମ୍‌ଗୁଡ଼ିକ ପାଇଁ…

ଓଲଟିଲା ଡଙ୍ଗା, ଥିଲେ ୨୯ ଯାତ୍ରୀ

ଜବଲପୁର,୩୦।୪: ମଧ୍ୟପ୍ରଦେଶ ଜବଲପୁରରେ ଗୁରୁବାର ସାରେ ଜିଲା ମୁଖ୍ୟାଳୟରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ବର୍ଗୀ ଡ୍ୟାମରେ ଝଡ଼ବର୍ଷା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା।…

ଆମେରିକାକୁ ପଛରେ ପକାଇ ଆଗକୁ ଗଲା ଭାରତ, ପାଲଟିଲା ‘ଗ୍ଲୋବାଲ ପାଓ୍ବାର ହାଉସ’

ନୂଆଦିଲ୍ଲୀ,୩୦।୪: ଭାରତ ସମ୍ପ୍ରତି ଶକ୍ତି କ୍ଷେତ୍ରରେ ଏକ ସଫଳତା ହାସଲ କରିଛି ଯାହା ସମଗ୍ର ବିଶ୍ୱକୁ, ବିଶେଷକରି ଆମେରିକାକୁ ଆଶ୍ଚର୍ଯ୍ୟ କରିଛି। ଭାରତ ଏହାର ବର୍ଦ୍ଧିତ ବିଦ୍ୟୁତ…

୬ ମ୍ୟାଚ୍‌ ହାରିବା ସତ୍ତ୍ୱେ ପ୍ଲେଅଫ୍‌ରେ ହୋଇପାରେ ମୁମ୍ବାଇର ଏଣ୍ଟ୍ରି, ଜାଣନ୍ତୁ ସମୀକରଣ…

ନୂଆଦିଲ୍ଲୀ,୩୦।୪: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୪୩ ରନ କରିବା ପରେ ବି ୬ ଉଇକେଟରେ ପରାଜିତ ହେଲା ମୁମ୍ବାଇ ଇଣ୍ଡିଆନ୍ସ। ଚଳିତ ସିଜନରେ ୮ଟି ମ୍ୟାଚରୁ ମୁମ୍ବାଇର…

ପଶ୍ଚିମବଙ୍ଗରେ ହେବ ପୁଣିଥରେ ନିର୍ବାଚନ? EVM ଖରାପ ହେବାର ଆସିଲାଣି ୭୭ ଅଭିଯୋଗ, ତଦନ୍ତ ଆରମ୍ଭ କଲେ ଇସି

କୋଲକାତା,୩୦।୪: ବଙ୍ଗଳାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଡାଇମଣ୍ଡ ହାର୍ବର ସମେତ ଅନେକ ମତଦାନ କେନ୍ଦ୍ରରେ ଇଭିଏମର ସୁରକ୍ଷା ଏବଂ ସ୍ବଚ୍ଛତା ଉପରେ ଉଠିଥିବା ପ୍ରଶ୍ନ ମଧ୍ୟରେ…

ବଡ଼ ସୂଚନା, ଏହିଦିନ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର,୩୦।୪:  ଆସନ୍ତା ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବିଏସଇ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି । ଅପରାହ୍ନ ୪ଟାରେ…

Exit Pollକୁ ନେଇ ମୁହଁ ଖୋଲିଲେ ମମତା, କହିଲେ…

କୋଲକାତା,୩୦।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଏକଜିଟ ପୋଲ ପୂର୍ବାନୁମାନକୁ ଖାରଜ କରି କହିଛନ୍ତି ଯେ ତୃଣମୂଳ କଂଗ୍ରେସ ‘ମା, ମାଟି, ମାନୁଷ’ ସରକାର ଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri