Posted inRasifala

ରାଶିଫଳ: ସୋମବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ରଙ୍କ ସମ୍ମୁଖ ଭାଗରେ ରବି ଓ ଶୁକ୍ର ଅବସ୍ଥାନ କରିଥିବାରୁ ମନ ଯାହା ଚାହୁଁଥିବ ତାହା ପାଇବାରେ ଅସମର୍ଥ ହେବେ। ଶନିଙ୍କ ଦୃଷ୍ଟି ପ୍ରଭାବରୁ କର୍ମକ୍ଷେତ୍ରରେ ସମସ୍ୟାଜନିତ ପ୍ରତିକୂଳ ପରିସ୍ଥିତିର ଚାପ କମିବ। ସଭାସମିତିରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିପାରିବେ।
ବୃଷ
ବୃଷ
ଏକାଦଶସ୍ଥ ରାହୁଙ୍କ ଯୋଗୁ ପରିସ୍ଥିତିକୁ ଦେଖି କାମ କରିବାର କୌଶଳକୁ ଆପଣେଇବାରେ ସାହାଯ୍ୟ କରିବ। କେତେକ ସମସ୍ୟାକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ଦେଖାଦେବ। ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ପିଲାଙ୍କ ପଢାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ। ସ୍ବାସ୍ଥ୍ୟ ଭଲ ରହିବା ସହ ମନୋରଞ୍ଜନ ପାଇଁ ମନ ବଳିବ।
ମିଥୁନ
ମିଥୁନ
ଶନି ନବମସ୍ଥ ହେତୁ ଭଲମନ୍ଦର ବିଚାର ନ କରି ଅନ୍ୟମାନଙ୍କ କଥାରେ ପଡି କାମ କରିପାରନ୍ତି। ପରିଣାମତଃ କିଛିଟା ସମସ୍ୟା ସାଙ୍ଗକୁ ଅଶାନ୍ତ ପରିସ୍ଥିତି ଉପୁଜିପାରେ। ସ୍ବାସ୍ଥ୍ୟରେ ଉନ୍ନତି, ଗୃହ, ବାଣିଜ୍ୟ, ବ୍ୟବସାୟ, ପରିବହନ ଦିଗରୁ ଅନୁକୂଳ ଫଳ ପାଇବେ। ଗବେଷଣା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସୁଫଳ ମିଳିବ।
କର୍କଟ
କର୍କଟ
କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରି ଖୁସି ରହିବେ। ପାରିବାରିକ ଅସ୍ଥିରତା, ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ ମାନସିକ ଦ୍ୱନ୍ଦ୍ୱ ଭିତରେ ସମୟ କଟାଇବେ। ଶିଳ୍ପ, ବାଣିଜ୍ୟ, ଯୋଗାଣ କାରବାରରେ ଉନ୍ନତିର ଆଶା ରହିଛି। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବଜନିତ ବିଚଳିତ ହୋଇପାରନ୍ତି।
ସି˚ହ
ସି˚ହ
ପରିବାରର ବୟସ୍କ ବ୍ୟକ୍ତିଙ୍କ ବିରୋଧ କାରଣରୁ ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ବ୍ୟୟାଧିପ ଧନଭାବସ୍ଥ ଯୋଗୁ ହାତ ଖାଲି ରହିବାରୁ ମନରେ ସରସତା ରହି ନ ପାରେ। ଆଜି ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।
କନ୍ୟା
ବୃହସ୍ପତିଙ୍କ ଦୃଷ୍ଟିର ସୁପ୍ରଭାବରୁ ଶିକ୍ଷା, ସନ୍ତାନ, ମନ୍ତ୍ରଣା, ପାରିବାରିକ ସୁଖ, ସୈାହାର୍ଦ୍ଦ୍ୟ ପାଇଁ ଦିନଟି ଭଲ। ଶାରୀରିକ ଅସୁସ୍ଥତା ମନଃସ୍ଥିତିକୁ ପ୍ରଭାବିତ କରିପାରେ। ବିଳମ୍ବିତ ସମୟରେ ଅଭିଳଷିତ ଜିନିଷଟି ପାଇଲେ ମଧ୍ୟ ମନରେ ପୂର୍ଣ୍ଣାନନ୍ଦ ଆସିବ ନାହିଁ। ହଠାତ୍‌ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦର ଆଶଙ୍କା ରହିଛି।
ତୁଳା
ତୁଳା
ଆଜି ଚନ୍ଦ୍ର କେନ୍ଦ୍ରସ୍ଥ ଶୁକ୍ର ହେତୁ ନୂତନମୈତ୍ରୀ, କାର୍ଯ୍ୟାରମ୍ଭ, ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ, ଅର୍ଥପ୍ରାପ୍ତିଜନିତ ମନ ପ୍ରଫୁଲ୍ଲ ରହିବ। ପାରିବାରିକ ସମସ୍ୟା ଲାଗି ମନରେ ସରସତା ରହି ନ ପାରେ। ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ।
ବିଛା
ବିଛା
ରାଶିକୁ ଶନିଙ୍କ ଦୃଷ୍ଟି ହେତୁ ବିବାଦୀୟ ପରିସ୍ଥିତିଜନିତ ମତାନ୍ତର ସୃଷ୍ଟି ହୋଇପାରେ। ପ୍ରତିଯୋଗିତା, ମାଲିମକଦ୍ଦମା, ଜମିଜମା କାରବାରରେ ସାମାନ୍ୟ ସଫଳତା ଯୋଗୁ ମନଖୁସି ରହିବ। ବନ୍ଧୁଙ୍କ ସାହଚର୍ଯ୍ୟରେ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। ବ୍ୟବସାୟ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ
ଧନୁ
ବୃହସ୍ପତିଙ୍କ ପ୍ରଭାବରେ ଅର୍ଥନୈତିକ ଅଭିବୃଦ୍ଧି, ରାଜନୈତିକ ସଫଳତା, ସାଂଗଠନିକ ସାମର୍ଥ୍ୟ ପାଇପାରନ୍ତି। ଅଜଣା ବନ୍ଧୁଙ୍କୁ ବିଚାର ବିନା ସରଳ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଅସୁସ୍ଥତା ଦୂର ସହ ମନୋବଳ ଫେରିପାଇବେ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଭୁଲ୍‌ ବୁଝାମଣାଜନିତ ମନାନ୍ତରର ଆଶଙ୍କା ରହିଛି।
ମକର
ମକର
ଆଜି ରାଶିରେ ଚନ୍ଦ୍ରଜନିତ କର୍ମାରମ୍ଭ, ଦୂରଯାତ୍ରାରେ ସଫଳତା ମିଳିବ। ଶିଳ୍ପ, ବାଣିଜ୍ୟ, ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନରେ ସମସ୍ୟା ଦେଖାଦେଇପାରେ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। ପରିବାରରେ ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ମତାନ୍ତର ସୃଷ୍ଟି ହେବ।
କୁମ୍ଭ
କୁମ୍ଭ
ଶନିଙ୍କ ସ୍ଥିତିରୁ ସମସ୍ୟା ଦେଇ ଗତିକଲେ ମଧ୍ୟ ସ୍ଥିତି ସୁଦୃଢ ରଖିବାରେ ସମର୍ଥ ହେବେ। ବିକ୍ଷିପ୍ତ ଚିନ୍ତାଧାରା ସୁନିଦ୍ରାରେ ବ୍ୟାଘାତ ସୃଷ୍ଟି କରିପାରେ। ଶୁକ୍ରଙ୍କ ସୁପ୍ର୍ରଭାବଜନିତ ଗୃହ, ଯାନ, ଧାତୁ ଅଳଙ୍କାର ପାଇଁ ମନ ବଳାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ସହ ଆର୍ଥିକ ସମସ୍ୟା, ଜମିଜମା ପାଇଁ ଚିନ୍ତିତ ରହିବେ।
ମୀନମୀନ

ଦେବଗୁରୁଙ୍କ ପ୍ରଭାବରେ ଦୈହିକ ସୁସ୍ଥତା ସହ ଦୃଢ ମନୋବଳ ପ୍ରତ୍ୟେକ କାର୍ଯ୍ୟ ସାଧନରେ ସହାୟକ ହେବ। କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଶୁକ୍ରଙ୍କ ଶୁଭକାମନାରୁ ସଫଳତା ଅବଶ୍ୟମ୍ଭାବୀ। ପାରିବାରିକ ଜୀବନ ଗତାନୁଗତିକ ରୀତିରେ ଗଡ଼ିଚାଲିବ। ଆପଣଙ୍କ ଗୋପନକଥା ଅନ୍ତର୍ନିହିତ ଅତୃପ୍ତ ଚିନ୍ତାଧାରାକୁ ଉଜ୍ଜୀବିତ କରାଇ ସଙ୍କଟଜନକ ସ୍ଥିତି ଉପତ୍ନ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri