Posted inRasifala

ରାଶିଫଳ: ଶୁକ୍ରବାର , ଜୁଲାଇ ୫ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ଓ ବୁଧଙ୍କ କ୍ଷେତ୍ର ବିନିମୟ ଯୋଗ ହେତୁ ବନ୍ଧୁଙ୍କ ସହ ମନୋମାଳିନ୍ୟ ଦୂରେଇଯିବ। ଉପର ଅଧିକାରୀମାନେ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିପାରନ୍ତି। ସମ୍ପତ୍ତିକୁ କେନ୍ଦ୍ରକରି ପରିବାରରେ ଟଣାଓଟରା ଲାଗିପାରେ। ଶିଳ୍ପ, ଭାସ୍କର୍ଯ୍ୟ, କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତାରେ ପ୍ରଶଂସିତ ଓ ସମ୍ମାନିତ ହେବେ।
ବୃଷ
ବୃଷ
ଦ୍ୱାଦଶସ୍ଥ ମଙ୍ଗଳ ପ୍ରଭାବରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି କିମ୍ବା ଜମିଜମା କ୍ରୟବିକ୍ରୟର ଚିନ୍ତା କରିପାରନ୍ତି। କଥାବାର୍ତ୍ତରେ ସଂଯମତା ରକ୍ଷା ନ କଲେ ବିବାଦ ସୃଷ୍ଟି ହୋଇପାରେ। ସାମାଜିକ ସ୍ତରରେ କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହି ଘର କାମକୁ ପାଶୋରି ଦେଇ ପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବାର ସୂଚନା ରହିଛି।
ମିଥୁନ
ମିଥୁନ
ବୁଧଙ୍କ ପ୍ରଭାବରେ ଅପ୍ରିୟ ସତ୍ୟ କହି ବନ୍ଧୁ ଗହଣରେ ସମାଲୋଚିତ ହେବେ। ସମ୍ପର୍କୀୟଙ୍କ ବିରୋଧାଭାବ ଆଶା ପୂରଣରେ ପ୍ରତିବନ୍ଧକ ସୃଷ୍ଟି କରିବ। ଉତ୍ତେଜିତ ହେବା କାରଣରୁ ଚିନ୍ତାଧାରା ବିକ୍ଷିପ୍ତ ରହିପାରେ। ଶିକ୍ଷା, ସନ୍ତାନ, ଅଧ୍ୟୟନ, ଅଧ୍ୟାପନା, ସୁଜନଶୀଳ ସାହିତ୍ୟ, ସାମ୍ବାଦିକତା ଓ ସଙ୍ଗୀତାଦି କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
କର୍କଟ
କର୍କଟ
କେତୁଙ୍କ ହେତୁ ଭ୍ରାତୃସମ୍ପର୍କରେ ବ୍ୟତିକ୍ରମ ପରିଲକ୍ଷିତ ହେବ କିନ୍ତୁ କର୍ମକ୍ଷେତ୍ର ଭଲ ରହିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ସାଙ୍ଗକୁ କାର୍ଯ୍ୟାରମ୍ଭର ପରିକଳ୍ପନା କରିବେ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିରୁ ଝଗଡ଼ା ଲାଗିପାରେ। ଅଭାବ ନ ଥିଲେ ମଧ୍ୟ ଋଣ ପରିଶୋଧ, ଦୂରଯାତ୍ରା, ପରିବାରଠାରୁ ବିଚ୍ଛିନ୍ନ ହୋଇ ଦୁଶ୍ଚିନ୍ତାରେ ରହିବେ।
ସି˚ହ
ସି˚ହ
ଏକାଦଶରେ ତିନୋଟି ଗ୍ରହ ରହିଥିବାରୁ ଆପଣଙ୍କ ଚେଷ୍ଟା ନିଷ୍ଫଳ ହେବନାହିଁ। ଯେଉଁ କାର୍ଯ୍ୟ ସକାଶେ ଚେଷ୍ଟା କରୁଛନ୍ତି, ସେଥିରେ ସଫଳତା ମିଳିବା ନିଶ୍ଚିତ। ମଙ୍ଗଳଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ପଡ଼ୋଶୀ, ସହକର୍ମୀ କିମ୍ବା ବନ୍ଧୁଙ୍କ ସହ କଳହର ଆଶଙ୍କା ରହିଛି। ଶତ୍ରୁମାନେ ଦୂରେଇ ରହିବେ କିମ୍ବା ମୁହଁ ସାମନାରେ କହିବାକୁ ସାହସ କରିପାରିବେ ନାହିଁ।
କନ୍ୟା
ବୃହସ୍ପତି ଭାଗ୍ୟସ୍ଥାନରେ ଅବସ୍ଥାନ କରି ସମସ୍ତ କାର୍ଯ୍ୟ ସାଧନରେ ସହାୟକ ହେବେ। ଶିକ୍ଷା, ପରୀକ୍ଷା, ସନ୍ତାନ, ଲେଖାପଢ଼ା କ୍ଷେତ୍ରରେ ବ୍ୟତିକ୍ରମ ଅନୁଭବ କରିପାରନ୍ତି। ଯାତ୍ରା ସ୍ଥଗିତ ରହିବା ସହ ବ୍ୟୟ ସଂକୁଚିତ ହୋଇପାରେ। ସହନଶୀଳତା, ତ୍ୟାଗ ସ୍ବୀକାର ଓ ପରୋପକାର ପ୍ରବୃତ୍ତି ହେତୁ ସର୍ବସାଧାରଣରେ ସମ୍ମାନିତ ହେବେ।
ତୁଳା
ତୁଳା
ଧନସ୍ଥାନକୁ ଧନାଧିପତିଙ୍କ ଦୃଷ୍ଟି ଆର୍ଥିକ ସ୍ଥିତିକୁ ମଜଭୁତ କରାଇବ। ପରିବେଶ ଓ ପରିସ୍ଥିତି ଅନୁକୂଳ ଥିବାରୁ ମନ ଅନୁସାରେ ପ୍ରତ୍ୟେକ କାମ ସମ୍ପନ୍ନ କରିବେ। ଦ୍ୱାଦଶସ୍ଥ କେତୁଙ୍କ ପ୍ରଭାବରୁ ଅପବ୍ୟୟ ଓ ମନସ୍ତାପ କାରଣରୁ ଶାନ୍ତିରେ ଶୋଇପାରିବେନି। ଆନୁଷ୍ଠାନିକ କାର୍ଯ୍ୟକ୍ରମ ସାଙ୍ଗକୁ ସାହିତ୍ୟ, ସାମ୍ବାଦିକତା, ବନ୍ଧୁମିଳନ ହେତୁ ମନ ପ୍ରଫୁଲ୍ଲ ରହିବ।
ବିଛା
ବିଛା
ଆଜିର ଅଷ୍ଟମଚନ୍ଦ୍ର ପ୍ରଭାବରେ ଚିନ୍ତା କରୁଥିବା କାମ ଓ ଯୋଜନାଗୁଡ଼ିକ ଓଲଟ ପାଲଟ ହୋଇଯିବାରୁ ମନ ଭଲ ରହିବ ନାହିଁ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିପାରେ। ଆଲୋଚନାରେ କାହାର କଥା ନ ମିଶିବା ଫଳରେ ସ୍ଥିର ସିଦ୍ଧାନ୍ତ ନେଇ ପାରିବେ ନାହିଁ। ଶାରୀରିକ ଓ ମାନସିକ ସ୍ଥିତି କେତେକାଂଶରେ ଅନୁରାଧା ପାଇଁ ଭଲ ରହିବ।
ଧନୁ
ଧନୁ
ଅଷ୍ଟମାଧିପତି ଚନ୍ଦ୍ରଙ୍କ ସପ୍ତମସ୍ଥ ରହି ବାଣିଜ୍ୟ, ବ୍ୟବସାୟ ଓ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟର କାରଣ ହେବ। ଉତ୍ତରାଷାଢ଼ା ନକ୍ଷତ୍ରର କୌଣସି କାମ ଅଟକିବ ନାହିଁ। ଅସହିଷ୍ଣୁ ମନୋଭାବର ସୁଯୋଗ ଉଣ୍ଡି ବେଳକାଳ ଦେଖି ନିଜ ଲୋକମାନେ ଦାଉ ସାଧିପାରନ୍ତି। ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଉପୁଜି ପାରେ।
ମକର
ମକର
ଭାଗ୍ୟାଧିପଙ୍କ ରାଶି ପ୍ରତି ଦୃଷ୍ଟି ସମସ୍ୟା ସମାଧାନ, କାର୍ଯ୍ୟସିଦ୍ଧି, ଋଣ ସୂତ୍ରରେ ଅର୍ଥଲାଭ କରାଇବ। ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। କର୍ତ୍ତବ୍ୟ ପରାୟଣତା ଓ କାର୍ଯ୍ୟଦକ୍ଷତା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧି ପାଇବ। କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ବୃହସ୍ପତି ଏକାଧାରରେ ଆପଣଙ୍କୁ ଅର୍ଥ, ସମ୍ମାନ, ଲୋକ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ସହାୟକ ହେବେ। ବୁଝାମଣା ଠିକ୍‌ ରହିବା ହେତୁ ବ୍ୟବସାୟ, କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ବ୍ୟବସାୟରେ ଲାଭ ମିଳିବ କିନ୍ତୁ ଅନ୍ୟ ବାଟରେ ତାହା ବ୍ୟୟ ହେବାର ସୂଚନା ରହିଛି।
ମୀନମୀନ

ଶୁଭଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ। ପରିବାରରେ ନିଜର ପ୍ରତିକ୍ରିୟା ଶତ୍ରୁତା କରୁଥିବା ଲୋକଙ୍କ ଖୋରାକ ଯୋଗାଇବାପରି କାମ କରିପାରେ। ପିଲାଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିବେ। ସାହିତ୍ୟ ଚର୍ଚ୍ଚା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri