Posted inRasifala

ରାଶିଫଳ: ମଙ୍ଗଳବାର , ଜୁଲାଇ ୨ ତାରିଖ – Daily Horoscope

ମେଷ
ଆଜିର ଗ୍ରହ ସ୍ଥିତି ଆପଣଙ୍କୁ ବନ୍ଧୁମିଳନରୁ ଆନନ୍ଦ, ଶନିଙ୍କ ହେତୁ ଦେବଦର୍ଶନରୁ ଆମତ୍ତୃପ୍ତି ପ୍ରାପ୍ତ ହେବ। ଅଶ୍ୱିନୀ ନକ୍ଷତ୍ର କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ଦ୍ୱାରା କଳହ କିମ୍ବା କୁସତ୍ାରଟନା ଘଟିପାରେ। ଯାନ୍ତ୍ରିକ ଜିନିଷର ମରାମତି କିମ୍ବା ଘରର ଅସଜଡ଼ା କାମକୁ ସଜାଡ଼ିନେଇ ପାରନ୍ତି। ନୂତନ କର୍ମାରମ୍ଭ ପାଇଁ ମନ ବଳାଇ କୃତକାର୍ଯ୍ୟ ହେବେ।
ବୃଷ
ବୃଷ
ଶୁକ୍ରଙ୍କ ଶୁଭତ୍ୱରୁ ଆପଣଙ୍କ କଳାମତ୍କ କାର୍ଯ୍ୟକଳାପ ଓ ସଚ୍ଚୋଟତା ଆକର୍ଷଣର କେନ୍ଦ୍ର ପାଲଟିଯିବ। ନିଜ ଲୋକଙ୍କ ସମର୍ଥନ ଲାଭକରି ମାନସିକ ସ୍ତରରେ ଆଶ୍ୱସ୍ତି ଲାଭ କରିବେ। ଘରେ ଅସାବଧାନତାବଶତଃ ମୂଲ୍ୟବାନ୍‌ ଦବ୍ର୍ୟ ନଷ୍ଟହେବା ସୂଚନା ରହିଛି। ମୃଗଶିରା ନକ୍ଷତ୍ର ଅସ୍ଥିରତା କାରଣରୁ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଉପୁଜିବ।
ମିଥୁନ
ମିଥୁନ
ଏକାଦଶସ୍ଥ ବୃହସ୍ପତି ଯୋଗୁ କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ଓ ସମର୍ଥନ ଲାଭ କରିବେ। ପାରିବାରିକ ଜୀବନରେ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟାକଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାର ନିଷ୍ପତ୍ତି ନେବେ। ବ୍ୟବସାୟ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିପାରେ।
କର୍କଟ
କର୍କଟ
ଦ୍ୱାଦଶାଧିପତି ରାଶିରେ ଥିବାରୁ ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବା ସହ ବନ୍ଧୁଙ୍କ ଦର୍ଶନରୁ ଖୁସି ହେବେ। କର୍ମକ୍ଷେତ୍ରରେ ଦୃଢ଼ ମନୋବଳ ଓ ନୂତନ ଉସତ୍ାହ ସୃଷ୍ଟି କରିବ। ଅର୍ଥର ଅଭାବ ରହିବନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ
ସି˚ହ
କର୍ମାଧିପ ସହ ରବିଙ୍କ ସଂଯୋଗ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରାଇବ। ଶୁକ୍ର ସମ୍ବନ୍ଧରୁ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସାମିଲ ହେବେ। କିନ୍ତୁ ମଘା ସକାଶେ ନିକଟସ୍ଥ ବ୍ୟକ୍ତିବିଶେଷ ପରୋକ୍ଷ ସମାଲୋଚନା କରିବାକୁ ମଧ୍ୟ ପଛାଇବେ ନାହିଁ। ଅଭିଭାଷଣ, ପ୍ରବଚନାଦି କାର୍ଯ୍ୟ, କଳା, ସାହିତ୍ୟ, ସଙ୍ଗୀତ ପ୍ରଭୃତିରୁ ପ୍ରଶଂସିତ ହେବେ।
କନ୍ୟା
ସାଧାରଣ ବ୍ୟତିକ୍ରମକୁ ବାଦ୍‌ଦେଲେ ମାନସିକ ଓ ଶାରୀରିକ ସୁସ୍ଥତା ସମସ୍ତ ସୁଖ, ସାଧନର ମାଧ୍ୟମ ଭଳି କାମ କରିବ। ଆଜି ଯାହା ପାଇବାକୁ ଆଶା ରଖିଛନ୍ତି, ବିଳମ୍ବରେ ପାଇପାରନ୍ତି। ପ୍ରଶାସନିକ ସ୍ତରରେ ଅନ୍ୟ ଦ୍ୱାରା ସମ୍ପନ୍ନ କାମଗୁଡ଼ିକର ସମୀକ୍ଷା କରିବେ। କଠିନ ପରିଶ୍ରମ କିମ୍ବା ଅନିଦ୍ରା ହେତୁକ ଜ୍ୱର ଓ ଦୁର୍ବଳତା ଦେଖାଦେଇପାରେ।
ତୁଳା
ତୁଳା
ସ୍ମରଣୀୟ ଦିବସଟିଏ, ତଥାପି ଭଲ ଓ ମନ୍ଦର ମିଶ୍ରିତ ଅନୁଭୂତି ମଧ୍ୟରେ ବିତିବ। ପରିସ୍ଥିତି ଭଲ ନ ଥିଲେ ମଧ୍ୟ ନିଜକୁ ଚଳାଇ ନେବାରେ ଅସୁବିଧା ରହିବ ନାହିଁ। ପାରସ୍ପରିକ ସାହାଯ୍ୟ, ସହଯୋଗରୁ କର୍ମକ୍ଷେତ୍ରରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।
ବିଛା
ବିଛା
ନୂତନ କାମ କରିବାକୁ ଚାହୁଁଥିଲେ ହେଁ ପରିସ୍ଥିତି ବାଧା ସୃଷ୍ଟି କରିବ। ସପ୍ତମସ୍ଥ ଗୁରୁଙ୍କ ଯୋଗୁ ସକାଳୁ ଯାତ୍ରା କରିବେ ଓ ଶ୍ରଦ୍ଧା ଓ ସମ୍ମାନ ହାସଲ କରିପାରନ୍ତି। ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁଲ୍ଲଭ ହୋଇପଡ଼ିବ, ଯାହାକି ମନକୁ କଷ୍ଟ ଦେଇପାରେ।
ଧନୁ
ଧନୁ
ମାନସିକ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଶିକ୍ଷା, ସନ୍ତାନ, ବିଦେଶ ଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେବ। ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ବନ୍ଧୁଙ୍କ ନିକଟରୁ ସକାଳୁ ଶୁଭଖବର ପାଇ ଉଲ୍ଲସିତ ହେବେ। ବିଳାସବ୍ୟସନ ସକାଶେ ରୁଚି ବଳିବ। ଉଲ୍ଲାସରେ ସମୟ ଅତିବାହିତ ହୋଇପାରେ।
ମକର
ମକର
ବୃହସ୍ପତିଙ୍କ କୃପାରୁ ଆପଣଙ୍କ ଦୂରଦର୍ଶିତାର ପ୍ରଶଂସା ଅନ୍ୟମାନଙ୍କୁ ନିକଟତର ହେବାରେ ସାହାଯ୍ୟ କରିବ। ମନ କଥା ମନରେ ରଖି ମଧୁର ବ୍ୟବହାର ଦ୍ୱାରା ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ। ପରିବହନ, ଶିଳ୍ପ, ନିର୍ମାଣ, ବ୍ୟବସାୟରେ ଉନ୍ନତି ଘଟିବ। ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ।
କୁମ୍ଭ
କୁମ୍ଭ
ଶନିଦୃଷ୍ଟ ମଙ୍ଗଳ ହେତୁ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାମକୁ ଅଣଦେଖାକରି ସମାଲୋଚିତ ହେବେ। ପରିବାରର ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲକରିବେ। ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟାକଲେ ଉପକାର ମିଳିବ। ଯାତ୍ରା, ବାଣିଜ୍ୟ, ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ।
ମୀନମୀନ

ରାହୁଙ୍କ ଯୋଗୁ ପଛକଥା ପଛକୁ ପକାଇ ନିଜ ଲୋକଙ୍କୁ ମନାଇ କାମ ହାସଲ ସକାଶେ ଚେଷ୍ଟା କରିପାରନ୍ତି। କର୍ମକ୍ଷେତ୍ରରେ ଯେତେ ଭଲ କାମକଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ପାରନ୍ତି। ବନ୍ଧୁଙ୍କ ସମ୍ପର୍କିତ କୌଣସି ଘଟଣା ବିବ୍ରତ କରିପାରେ। ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ କିଛିିଟା ସମସ୍ୟା ସୃଷ୍ଟିହେବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri