Posted inRasifala

ରାଶିଫଳ: ଶୁକ୍ରବାର , ଜୁନ୍‌ ୧୪ ତାରିଖ – Daily Horoscope

ମେଷ
ଆଜି କର୍ମସ୍ଥ ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ଚନ୍ଦ୍ର ଥିବାରୁ କାର୍ଯ୍ୟସିଦ୍ଧି ହେଲେ ମଧ୍ୟ ଟେନ୍‌ସନ ଲାଗିରହିବ। ପାରିବାରିକ ସମସ୍ୟା ସମାଧାନ, ଲୋକସମ୍ପର୍କ ବୃଦ୍ଧି, ସାମାଜିକ ସମ୍ମାନ୍‌ପ୍ରାପ୍ତ କରାଇବେ। ବନ୍ଧୁମିଳନ ସାଙ୍ଗକୁ ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ହେବନି। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସମ୍ମାନିତ ହୋଇପାରନ୍ତି।
ବୃଷ
ବୃଷ
ଧନସ୍ଥାନରେ ଶୁକ୍ର ଥିବାରୁ ଅଭାବବୋଧ ରହିବନି ଏବଂ ବିଳାସବ୍ୟସନାଦି ଦିଗ ପ୍ରତି ଆକର୍ଷିତ ହୋଇପାରନ୍ତି। ଦୂରଯାତ୍ରାରେ ଲକ୍ଷ୍ୟ ପୂରଣ, ବନ୍ଧୁ ମିଳନଜନିତ ଆନନ୍ଦ ଅନୁଭବ କରିବେ। ଆମତ୍ୀୟଙ୍କ କଟୁବଚନ ମନରେ ଦୁଃଖ ଦେଇପାରେ। କୌଣସି କଥା ନ ବୁଝି ବିବାଦୀୟ ଘଟଣାରେ ପକ୍ଷଭୁକ୍ତ ହେବା ଠିକ୍‌ ହେବନାହିଁ।
ମିଥୁନ
ମିଥୁନ
ଭାଗ୍ୟସ୍ଥାନକୁ ଧନାଧିପଙ୍କ ଦୃଷ୍ଟି ଆର୍ଥିକ ଅଭିବୃଦ୍ଧି ସହିତ ସ୍ଥାନକୁ ଦେଖୁଥିବାରୁ କାର୍ଯ୍ୟସିଦ୍ଧି ନିଶ୍ଚିତ ଘଟିବ। ସ୍ତ୍ରୀଙ୍କ ସହଯୋଗ ଦ୍ୱାରା କିମ୍ବା ଦୂରାଗତ ବନ୍ଧୁଙ୍କ ସାହାଯ୍ୟରେ ଅପ୍ରୀତିକର ପରିସ୍ଥିତିରୁ ରକ୍ଷାପାଇବେ। ପିଲାଙ୍କ କଥାକୁ ସତ୍ୟମଣି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। କଳା, ସାହିତ୍ୟ, ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ।
କର୍କଟ
କର୍କଟ
ଶନିଙ୍କ ପ୍ରଭାବରୁ ମାନସିକସ୍ତରରେ ନିରୁସତ୍ାହିତ ରହିବେ ଫଳରେ କୌଣସି କାମ ଲାଗି ଆଗ୍ରହ ପ୍ରକାଶ କରିବେନାହିଁ। ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି କାରଣରୁ ଆନନ୍ଦ ଅନୁଭବ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ପ୍ରବଚନ ତଥା ରଚନାମତ୍କ କାର୍ଯ୍ୟରେ ସମ୍ମାନିତ ହୋଇପାରନ୍ତି।
ସି˚ହ
ସି˚ହ
ରବିଙ୍କ ଶୁଭ ପ୍ରଭାବରୁ ସମସ୍ୟାର ସମାଧାନ, ଆର୍ଥିକ ଅଭିବୃଦ୍ଧି ସହ ବନ୍ଧୁଙ୍କୁ ମନେଇ କାମ ହାସଲ କରିପାରିବେ। ପରିବାର ଖର୍ଚ୍ଚ ପରିମାଣ ବଢ଼ିଯିବାରୁ ସମସ୍ୟା ସୃଷ୍ଟି ହୋଇପାରେ। ବ୍ୟବସାୟରେ ଲାଭବାନ୍‌ ହେବେ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ରାଦି ତଥା ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା
ବୁଧ ଭାଗ୍ୟସ୍ଥାନରେ ଗୁରୁଯୁକ୍ତ ହେତୁ ଆଜିର ଗ୍ରହଯୋଗର ସୁଫଳ ହାତେ ହାତେ ପାଇଯିବେ। ଅଟକି ରହିଥିବା କାମ, ଫାଇଲପତ୍ର, ସରକାରୀ ଋଣ, ବିବାଦୀୟ ନିଷ୍ପତ୍ତି ସବୁକିଛିର ଶ୍ରେୟ ଆପଣଙ୍କ ସପକ୍ଷରେ ଯିବ। କିନ୍ତୁ କଥା ଦେଇଥିବା ବନ୍ଧୁ କୌଣସି କଥାକୁ ଭୁଲ୍‌ ରୂପେ ପରିବେଷଣ କରିବେ କିମ୍ବା ଅସ୍ବୀକାର କରିପାରନ୍ତି।
ତୁଳା
ତୁଳା
ମଙ୍ଗଳ ରାଶିକୁ ଦେଖୁଥିବାରୁ ମନ ଉତ୍ତେଜିତ ରହିବ କିନ୍ତୁ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲ କରିବା ସାଙ୍ଗକୁ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ଯେଉଁ କାମରେ ହାତ ଦେଇଛନ୍ତି ତାହା ସୁବିଧାରେ ହୋଇଯିବ। ପରିସ୍ଥିତିରେ ପଡ଼ି ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ।
ବିଛା
ବିଛା
ସ୍ବଗୃହୀ ଶନି ଯୋଗୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିବା ସକାଶେ ମନ ବଳାଇପାରନ୍ତି। ଆକସ୍ମିକ ଭାବେ ଚିନ୍ତା କରି ନ ଥିବା କୌଣସି ବିବାଦୀୟ ପରିସ୍ଥିତିରୁ ସହସା ମୁକ୍ତି ମିଳିପାରିବ। ଅଭାବ ପୂରଣ ଲାଗି ଧାରସୂତ୍ରରେ ଅର୍ଥ ଆଣିବା ପାଇଁ ଆଲୋଚନା କରିପାରନ୍ତି। ଶିଳ୍ପ, ପରିବହନ ଓ ବ୍ୟବସାୟରେ ପରିସ୍ଥିତି ପୂର୍ବପରି ରହିବ।
ଧନୁ
ଧନୁ
ରାହୁଙ୍କ ପ୍ରଭାବରେ ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ କୌଣସି ଅସୁବିଧା ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ର କିମ୍ବା ସାମାଜିକ କ୍ଷେତ୍ରରେ ତଥା ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହୋଇପାରନ୍ତି ଏବଂ ଭ୍ରମଣ ପାଇଁ ଯୋଜନା ବନେଇ ପାରନ୍ତି।
ମକର
ମକର
ଅନୁକୂଳ ଗ୍ରହଙ୍କ ପ୍ରଭାବରୁ ଶାରୀରିକ, ମାନସିକ, ପାରିବାରିକ କ୍ଷେତ୍ରରେ ଶୁଭଫଳ ପାଇବେ। ସହଜରେ କାମ ହାସଲ ପାଇଁ ଚେଷ୍ଟାକଲେ ମଧ୍ୟ ସାମାନ୍ୟ ଅସୁବିଧା ଅନୁଭବ କରିବେ। ବୃତ୍ତିଗତ ଧନ୍ଦାରେ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କାମ ଅଟକିବ ନାହିଁ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗିରହିବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
କର୍ମାଧିପ ମଙ୍ଗଳ ସ୍ବଗୃହକୁ ଦୃଷ୍ଟି ଦେଉଥିବାରୁ ସ୍ଥଗିତ କାମକୁ ପୁନରାୟ ଆରମ୍ଭ କରିପାରନ୍ତି। ଖର୍ଚ୍ଚାନ୍ତ ହେଲେ ମଧ୍ୟ ଋଣ ପରିଶୋଧ, ବିବାଦୀୟ ଘଟଣାର ସମାଧାନ ସହ ଆକସ୍ମିକ ଦୂରଯାତ୍ରା କରିବାକୁ ପଡ଼ିପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରୁ କ୍ଷୁବ୍ଧ ହେବେ କିନ୍ତୁ କିଛି ବି ପଦକ୍ଷେପ ନେଇପାରିବେ ନାହିଁ।
ମୀନମୀନ

ଅଷ୍ଟମାଧିପତି ଶୁକ୍ର ଚତୁର୍ଥସ୍ଥ ହେତୁ ପରିବାରରେ କିଛି ସମସ୍ୟା ଲାଗିରହିବା ହେତୁ ଟେନ୍‌ସନ ବଢ଼ିଯିବ। କିନ୍ତୁ ଆପଣ ବ୍ୟସ୍ତବିବ୍ରତ ନ ହୋଇ ସହଯୋଗ ଭିତ୍ତିରେ କାମକଲେ ଉପକାର ପାଇବେ। ନିର୍ମାଣାଧୀନ କାମରେ ଶେଷ ସ୍ପର୍ଶ ପ୍ରଦାନକରି ଶାନ୍ତିରେ ନିଃଶ୍ୱାସ ମାରିବେ। ଦୋକାନ, ହୋଟେଲ ମାଲିକମାନେ ଆଜି ବିଶେଷ ଲାଭବାନ୍‌ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri