Posted inRasifala

ରାଶିଫଳ: ଶୁକ୍ରବାର , ମେ ୨୪ ତାରିଖ – Daily Horoscope

ମେଷ
ଆଜି ଭାଇ, ବନ୍ଧୁଙ୍କ ସହ ପୂର୍ବଶତ୍ରୁତା, ପରିଶୋଧ ହୋଇ ନ ଥିବା ଋଣ ଏବଂ ଆକସ୍ମିକ ଦୂରଯାତ୍ରା ଟେନ୍ସନର କାରଣ ହେବ। ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଅଯଥା ପାଟିତୁଣ୍ଡ ଲାଗିପାରେ। ଦୂରାଗତ ବନ୍ଧୁଙ୍କ ସମସ୍ୟା ସମାଧାନ ପାଇଁ ନିଜକୁ କିଛି କରିବାକୁ ପଡିପାରେ। ରାଜନୀତି, ପ୍ରଶାସନ, ଆଇନ କ୍ଷେତ୍ରରେ ଶୁଭଫଳ ପାଇବେ।
ବୃଷ
ବୃଷ
ସମ୍ପର୍କୀୟ କୌଣସି ପଦାଧିକାରୀ ଆପଣଙ୍କ ବ୍ୟକ୍ତିଗତ କାମ ପାଇଁ ସାହାଯ୍ୟ କରିପାରନ୍ତି। ଅଟକି ରହିଥିବା ଫାଇଲ୍‌ କାମ ପାଇଁ ମନରେ ଟେନ୍ସନ ଲାଗି ରହିବ। ମୃଗଶିରା ନକ୍ଷତ୍ର ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଶୁକ୍ରଙ୍କ ସୁପ୍ରଭାବଜନିତ ଅର୍ଥନୈତିକ କାରବାର ଉନ୍ନତ ରହିବ।
ମିଥୁନ
ମିଥୁନ
ଅର୍ଥନୈତିକ ଅବରୋଧ ଓ ସମସ୍ୟା ସମ୍ପର୍କିତ ଆଲୋଚନାରେ ସମୟ ଅତିବାହିତ ହେବ। ଭଲ ସମ୍ପର୍କ ରହିଥିବା ସ୍ଥାନରେ କିଛିଟା ଫାଟ ସୃଷ୍ଟି ଆଶଙ୍କା ରହିଛି। ପୁନର୍ବସୁ ନକ୍ଷତ୍ର ସଭାସମିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଆରମ୍ଭ କରିଥିବା କାମଟିରେ ପରିବାରର ସମର୍ଥନ ଲାଭ କରି କାର୍ଯ୍ୟହାସଲ କରିବେ।
କର୍କଟ
କର୍କଟ
ଆଜି ଭାଇ, ପଡ଼ୋଶୀ, ସହକର୍ମୀଙ୍କ ସହ ସମ୍ପର୍କରେ କିଛିଟା ନୂ୍ୟନତା ପରିଲକ୍ଷିତ ହେବ। ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ସମସ୍ୟା ସୃଷ୍ଟି ହେବ। ବ୍ୟୟ ଅଟଳଳ କରିବେ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ବିବାଦୀୟ ଘଟଣାରେ ନୀରବତା ଶ୍ରେୟ ଅଟେ,ଅନ୍ୟଥା ସମସ୍ୟା ଭିତରକୁ ଯାଇପାରନ୍ତି।
ସି˚ହ
ସି˚ହ
ଆଜି କୈାଣସି କାମ କରିସାରିବା ପରେ ତାହାର ଭଲମନ୍ଦ ଦିଗର ବିଚାର କରି ଅନୁତାପ କରିବେ। ବନ୍ଧୁ ରାଗ ଶୁଝାଇବାକୁ ଯାଇ ପ୍ରତିଶୋଧ ନେବାର ମସୁଧା କରିପାରନ୍ତି। ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ। ଉତ୍ତରାଫାଲଗୁନୀ ନକ୍ଷତ୍ରକୁ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
କନ୍ୟା
ଶୁକ୍ର ଓ ବୃହସ୍ପତିଙ୍କ ପ୍ରଭାବରେ ଆପଣଙ୍କ ସ୍ଥିତି ଦୃଢତର ରହିବ ଏବଂ ଆର୍ଥିକ ଉନ୍ନତିରେ ପୂର୍ଣ୍ଣଚ୍ଛେଦ ପଡିବ ନାହିଁ। ଘର ଲୋକେ କୌଣସି କଥାକୁ ବିରୋଧ କଲେ ବନ୍ଧୁଙ୍କ ଜରିଆରେ କାମ ହାସଲ କରିପାରିବେ। ପୂର୍ବାଫାଲଗୁନୀ ନକ୍ଷତ୍ର ବିଫଳତା କାରଣରୁ ଅନ୍ୟକୁ ସହଜରେ ବିଶ୍ୱାସ କରିପାରିବେନାହିଁ। ମୋଟା ଅଙ୍କର ଅର୍ଥ କରଜ କରିବାକୁ ପଡିପାରେ।
ତୁଳା
ତୁଳା
ଅଧିକାଂଶ ସମୟ ଶାରୀରିକ ପୀଡ଼ା ଯୋଗୁ ମନ ବିଚଳିତ ହୋଇପାରେ। ସତର୍କତା ରକ୍ଷା ନ କଲେ ନିଜ ଲୋକଙ୍କ ବିଶ୍ୱାସଘାତକତାରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପ୍ରିୟବନ୍ଧୁଙ୍କ ପରାମର୍ଶରେ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ଆନୁଷ୍ଠାନିକ କାର୍ଯ୍ୟକ୍ରମ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରନ୍ତି।
ବିଛା
ବିଛା
ଭୁଲ୍‌ ବୁଝାମଣା କାରଣରୁ ଆମତ୍ୀୟମାନେ ଦୂରେଇ ଯାଇ ପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। ବିଶାଖା ନକ୍ଷତ୍ର ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପ୍ରଭୃତିରେ ଆଶାତୀତ ସଫଳତା ଲାଭ କରିବେ।
ଧନୁ
ଧନୁ
ଆଜି ସହକର୍ମୀଙ୍କ ସହ ଆଲୋଚନାର ଭଲମନ୍ଦ ଦିଗକୁ ନେଇ ମନ ଭାରାକ୍ରାନ୍ତ ରହିବ। ଏକାଧିକ ଗ୍ରହ ଦ୍ୱାଦଶଭାବକୁ ଦୃଷ୍ଟି ଦେଉଥିବାରୁ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ। କୈାଣସି ଅପ୍ରୀତିକର ଖବର ପାଇ ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ। ଏହାସାଙ୍ଗକୁ ଘରେ ସ୍ତ୍ରୀଙ୍କ ଚିଡା ସ୍ବଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି।
ମକର
ମକର
ଆଜି କୌଣସି ସମସ୍ୟାର ସମ୍ମୁଖୀନ ହେବେ କିନ୍ତୁ ପରକ୍ଷଣରେ ସବୁକିଛି ଠିକ୍‌ ହୋଇଯିବ। ଯେମିତି ଚାହୁଁଥିଲେ ତା’ଠାରୁ ଅଧିକ ଶୁଭଫଳ ମନକୁ ଆମୋଦିତ କରିବ। ଭଲ ସମ୍ପର୍କ ନ ଥିବା ଲୋକଙ୍କ ଦ୍ୱାରା ଗୁଜବ ମାନସିକ ସ୍ଥିତିକୁ ହଲ୍‌ଚଲ କରିପାରେ। ବ୍ୟବସାୟ, ପରିବହନ, ମାଲିମକଦ୍ଦମା ପାଇଁ ଅସୁବିଧା ରହିବ ନାହିଁ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ପ୍ରତି ସଚେତେନ ରହି ପ୍ରତ୍ୟେକ କାମ କରିବା ଭଲ ହେବ। ବିଭିନ୍ନ ଦିଗରୁ ଆଶା କରୁଥିବା ସାହାଯ୍ୟର ଅଭାବ ରହିବ ନାହିଁ। ପାରିବାରିକ ଓ କର୍ମକ୍ଷେତ୍ର ପୂର୍ବବତ୍‌ ଯଥାରୀତି ଚାଲୁ ରହିବ। ଅବଶ୍ୟ ଅପରାହ୍ନରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମୀନମୀନ

ଗ୍ରହମାନଙ୍କ ଶୁଭ ସମାବେଶରୁ ଦିନଟି ବହୁତ ଭଲ ରହିବ। ଯାହା ଓ ଯେମିତି ଚାହୁଁଛନ୍ତି ତାହା ଅବଶ୍ୟ ପାଇପାରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟ ହାସଲ କରିପାରନ୍ତି। ଆଜିର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। ସାହିତ୍ୟ ଚର୍ଚ୍ଚା, ଯୋଗଶିକ୍ଷା ଏବଂ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବାର ସୌଭାଗ୍ୟ ଲାଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri