Posted inRasifala

ରାଶିଫଳ: ମଙ୍ଗଳବାର, ମେ ୨୧ ତାରିଖ – Daily Horoscope

ମେଷ
ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବ୍ୟବସାୟରେ ସୁଫଳ ପ୍ରଦାନ କରିବ। ସ୍ବାସ୍ଥ୍ୟ ଓ ପାରିବାରିକ ଦିଗଟି ଭଲ ରହିବ ଏବଂ ବିଳାସବ୍ୟସନ ପାଇଁ ଆକୃଷ୍ଟ ହେବେ। ଶତ୍ରୁମାନେ ଚେଷ୍ଟାକରି ଥକିଯିବେ ସିନା କିଛି କ୍ଷତି କରିପାରିବେ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗର ହାତ ଆପଣଙ୍କ ପାଖକୁ ଲମ୍ବି ଆସିବ।
ବୃଷ
ବୃଷ
ଶୁକ୍ରଙ୍କ ସହ ଅନ୍ୟ ୨ ଗ୍ରହ ରାଶିରେ ଅବସ୍ଥାନ କରୁଥିବାରୁ ଏକାଧିକ କାମରେ ଅନୁପ୍ରବେଶ କରାଇବେ। ଶାରୀରିକ ସୁସ୍ଥତା ସହ ଅର୍ଥ ସମ୍ପର୍କିତ ସମସ୍ୟା ସମାଧାନ ହେବ। ବନ୍ଧୁଙ୍କ ସମର୍ଥନ କାମକୁ ଆଗକୁ ନେବାରେ ସାହାଯ୍ୟ କରିବ। ସଭାସମିତିରେ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ।
ମିଥୁନ
ମିଥୁନ
ରାଶ୍ୟାଧିପତି ଶନିଦୃଷ୍ଟିରେ ଥିବାରୁ ସ୍ବାସ୍ଥ୍ୟରେ ଅବନତି ଓ ପାରିବାରିକ କ୍ଷେତ୍ର ସମସ୍ୟାବହୁଳ ରହିପାରେ। ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଅଟକି ରହିଥିବା କାମକୁ ଆଗକୁ ନେବାରେ ସାହାଯ୍ୟ କରିବ। ଶୁକ୍ର ଓ ଚନ୍ଦ୍ର ପ୍ରଭାବରୁ ରେଷ୍ଟୁରାଣ୍ଟ, ହୋଟେଲ, ଛୋଟ ଦୋକାନୀ, ଲାଭବାନ୍‌ ହେବେ। ପିଲାଙ୍କ ସମସ୍ୟାକୁ ନେଇ ମନ ଭଲ ରହି ନ ପାରେ।
କର୍କଟ
କର୍କଟ
ରାଶ୍ୟାଧିପତି ବ୍ୟୟାଧିପ ଦୃଷ୍ଟିରେ ଥିବାରୁ ଆକସ୍ମିକ ଦୂରଯାତ୍ରା କରିବା ଯୋଜନା କରିପାରନ୍ତି। ନୂତନ କାମ, ଗୃହ ନିର୍ମାଣ, ଯାନବାହନାଦି କ୍ରୟ କରିବାକୁ ମନ ବଳାଇବେ। ସାମାଜିକ ସମ୍ମାନ,ବନ୍ଧୁମିଳନ ସହ କଳା, ସାହିତ୍ୟ, ସଙ୍ଗୀତ ପ୍ରତି ମଧ୍ୟ ଅଭିରୁଚି ବଢ଼ିବ। ନିଷ୍ପତ୍ତି ବଦଳାଇବା ପାଇଁ କଷ୍ଟକର ହୋଇପାରେ।
ସି˚ହ
ସି˚ହ
କର୍ମସ୍ଥାନରେ ରବି ପଣ୍ଡିତଦ୍ୱୟ ସଂଯୋଗରୁ ଆଜି ଯାହା ଚାହିଁବେ କରିବାରେ ସମର୍ଥ ହେବେ। ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା, ଜମିଜମା ବିବାଦର ଫଇସଲା, ପରିବହନ, ଦୋକାନ, ହୋଟେଲରୁ ଲାଭବାନ୍‌ ହେବେ। ପ୍ରଶାସନିକ, ରାଜନୈତିକ, ଉଚ୍ଚଶିକ୍ଷା, ପରୀକ୍ଷାଦି କ୍ଷେତ୍ର ଭଲ ରହିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ର ସମସ୍ୟା ଦୂରହେବ।
କନ୍ୟା
ସମସ୍ୟା ବହୁଳ ଜୀବନଚର୍ଯ୍ୟା ମଧ୍ୟରେ ଅନ୍ୟମାନଙ୍କ ସହାୟତାରେ କାମ ହାସଲ କରିବେ। ଅର୍ଥ, ସମ୍ମାନ, ବନ୍ଧୁମିଳନ ଓ ସାମାଜିକ ପ୍ରତିଷ୍ଠାର୍ଜନରେ ବିଶିଷ୍ଟ ବ୍ୟକ୍ତି ସହାୟତା କରିପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଧର୍ମାନୁଷ୍ଠାନ କିମ୍ବା ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବାର ସୌଭାଗ୍ୟ ଅର୍ଜନ କରିବେ।
ତୁଳା
ତୁଳା
ଚନ୍ଦ୍ର ନିଜ ରାଶିରେ ଥିବାରୁ ସାମାଜିକ ସମ୍ମାନ, କାର୍ଯ୍ୟସିଦ୍ଧି, ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ଓ ପ୍ରଶାସନିକ ସଫଳତା ହାସଲ କରିବେ। ଶନି ଦୃଷ୍ଟ ନବମାଧିପତି ହେତୁ ସନ୍ତାନଜନିତ ସମସ୍ୟା ମନକୁ ଆକ୍ରାନ୍ତ କରିପାରେ। ପ୍ରିୟଜନଙ୍କ ସହ ତିକ୍ତତା ଆଶଙ୍କା ରହିଛି। କାର୍ଯ୍ୟବ୍ୟସ୍ତତା ଯୋଗୁ ବିଶ୍ରାମ କିମ୍ବା ଭୋଜନର ଅବସର ପାଇବେ ନାହିଁ।
ବିଛା
ବିଛା
ଅନୁକୂଳ ଗ୍ରହସ୍ଥିତିଜନିତ ଉସତ୍ାହର ସହ ଲକ୍ଷ୍ୟପଥରେ ଅଗ୍ରସର ହେବେ। ରବିଙ୍କ ସ୍ଥିତି କାରଣରୁ କାର୍ଯ୍ୟସିଦ୍ଧି, ସରକାରୀ ସାହାଯ୍ୟ ପ୍ରାପ୍ତି , ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇ ନେଇପାରିବେ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଅଶାନ୍ତିର କାରଣ ହୋଇପାରେ। ମିଥ୍ୟା ପ୍ରଲୋଭନ ଦେଖାଇ କୌଣସି ବ୍ୟକ୍ତି ଠକିପାରନ୍ତି।
ଧନୁ
ଧନୁ
ଚନ୍ଦ୍ର ଅଷ୍ଟମସ୍ଥ ବୃହସ୍ପତି ରାଶିରୁ ଷଷ୍ଠସ୍ଥ ଯୋଗୁ ସ୍ବାସ୍ଥ୍ୟହାନି, କାର୍ଯ୍ୟରେ ବିଫଳତା, ପାରିବାରିକ ଅଶାନ୍ତି ଘଟିପାରେ। ପଡ଼ୋଶୀ କିମ୍ବା ପ୍ରିୟଜନଙ୍କ ସାହାଯ୍ୟ, ସହାନୁଭୂତି ସମସ୍ୟା ସମାଧାନର ମାଧ୍ୟମ ହୋଇପାରେ। ବ୍ୟବସାୟ ଓ ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିପାରିିବେ।
ମକର
ମକର
ଆଜି କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରେ ପଡ଼ୋଶୀ, ସହକର୍ମୀଙ୍କ ସାହାଯ୍ୟ ଲାଭକରିବେ। ଦୀର୍ଘଦିନର ଅଭିଳାଷ ପୂରଣ ସହ କଳା, ସାହିତ୍ୟାଦି କ୍ଷେତ୍ରରୁ ପ୍ରଶଂସିତ ହେବେ। ଧନହାନି, ମିତ୍ରବନ୍ଧୁ ବିରୋଧ, ତର୍କବିତର୍କ ଘଟିପାରେ। ଶିଳ୍ପ, ବ୍ୟବସାୟ, ସାମ୍ବାଦିକତା, ଏଜେନ୍ସିପ୍‌ ଓ ଆନୁଷ୍ଠାନିକ କାମରେ ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଭାଗ୍ୟସ୍ଥ ହେତୁ ଆଜି ଆପଣଙ୍କ ଉଦ୍ୟମ ପୂର୍ଣ୍ଣମାତ୍ରାରେ ସଫଳତା ପାଇ ନ ପାରେ। ଦୁଃସ୍ଥାନସ୍ଥ କେତୁଜନିତ ବିଭିନ୍ନ ଦୁଶ୍ଚିନ୍ତା ମଧ୍ୟରେ ମନ ଭାରାକ୍ରାନ୍ତ ରହିବ। ଭୁଲ୍‌ ବୁଝାମଣାଜନିତ ପରିବାରରେ ମତଭେଦ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହୁଥିଲେ ମଧ୍ୟ କାମଟିକୁ ସମ୍ପନ୍ନ କରିବାରେ କୌଣସି ଅସୁବିଧା ରହିବନାହିଁ।
ମୀନମୀନ

ଚତୁର୍ଥଭାବସ୍ଥ ଗ୍ରହଜନିତ ଘରୋଇ ସମସ୍ୟା ରହିଥିଲେ ମଧ୍ୟ ସମ୍ପର୍କୀୟଙ୍କ କାମରେ ନିଜକୁ ମଜାଇ ରଖିବେ। ମନଲୋଭା ପରିବେଶରେ ସୌନ୍ଦର୍ଯ୍ୟାନୁଭୂତି, ବନ୍ଧୁଙ୍କ ଆଦରବୋଳା କଥାରୁ ମନ ଖୁସି ହୋଇଯିବ। ନିରପେକ୍ଷ ବିଚାରଧାରା ଜନାଦୃତ ସହ ସାମାଜିକ ପ୍ରତିଷ୍ଠା ପ୍ରଦାନରେ ସହାୟକ ହେବ। ସ୍ବାସ୍ଥ୍ୟ ଖରାପ ସହ ଋଣଭାର ବଢ଼ିଯାଉଥିବା କାରଣରୁ ଚିନ୍ତିତ ରହିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri