Posted inRasifala

ରାଶିଫଳ: ଶନିବାର, ମେ ୧୮ ତାରିଖ – Daily Horoscope

ମେଷ
ଆଜି ଦୁଃସ୍ଥାନସ୍ଥ କେତୁ ଯୁକ୍ତ ଶୁକ୍ର ବିଶେଷ ଭ୍ରମଣ ଓ ଖର୍ଚ୍ଚାନ୍ତ ହେତୁ ଅଶାନ୍ତ ରହିବେ। ପାରିବାରିକ ସମସ୍ୟା, ଯାନବାହନରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ଅବଶ୍ୟ ବନ୍ଧୁମାନଙ୍କ ସଙ୍ଗଲାଭ, ପରାମର୍ଶ ଜନିତ କେତେକାଂଶରେ ମନକୁ ବୁଝାଇପାରନ୍ତି। ଲେଖାପଢ଼ା, ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମାଦି ଭିତରେ ଅଧିକାଂଶ ସମୟ କଟିପାରେ।
ବୃଷ
ବୃଷ
ରାଶିରେ ଗୁର୍ବାଦିତ୍ୟ ଯୋଗ ପ୍ରଭାବରେ ଭଲମନ୍ଦର ମିଶ୍ରିତ ପ୍ରଭାବ ଅନୁଭବରେ ଆସିବ। ସମ୍ପର୍କୀୟଙ୍କ ଆଦରଣୀୟ ରହିବେ ଏବଂ ସାମୟିକ ଆଲୋଚନା ଅବସରରେ ସମସ୍ୟାର ସମାଧାନ କରିବେ। ସାଧାରଣ କଥାରେ ବିତର୍କ ହେତୁ ମନଟା ବିଗିଡ଼ିଯିବ। ବ୍ୟବସାୟ ଓ ପରିବହନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଏକାଦଶସ୍ଥ ବୁଧ ଓ ଶୁକ୍ରଙ୍କ ସଂଯୋଗ ହେତୁ ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ପ୍ରତ୍ୟେକ କାମ ସମସ୍ୟାବହୁଳ ରହିବା ସହ ସମସ୍ୟା ଭିତରେ ଗତି କରିବାକୁ ପଡ଼ିବ। ସ୍ବାସ୍ଥ୍ୟ ନିୟନ୍ତ୍ରିତ ରହିବା ସାଙ୍ଗକୁ ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବାରୁ ଖୁସି ରହିବେ। ପାରିବାରିକ ସମସ୍ୟା ବିଷୟରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
କର୍କଟ
କର୍କଟ
ସମସ୍ୟା ରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ସୌହାହର୍ଦ୍ଦ୍ୟରୁ ଉପକୃତ ହେବେ। ପରିସ୍ଥିତିକୁ ସାମ୍‌ନା କରିବାକୁ ଯାଇ ହଡବଡ଼େଇ ଯାଇପାରନ୍ତି। ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବେ। ଅର୍ଥ ସମସ୍ୟା, ଯାନବାହନ, ନିର୍ମାଣ କାମ, ସଭା ସମିତି ଓ ଆନୁଷ୍ଠାନିକ କାର୍ଯ୍ୟରେ ବାଧା ଉପୁଜିବାର ଆଶଙ୍କା ରହିଛି।
ସି˚ହ
ସି˚ହ
ରାଶ୍ୟାଧିପତି କର୍ମଭାବରେ ଶୁକ୍ରଙ୍କ ସହ ଅବସ୍ଥାନ କରି ବିଶିଷ୍ଟବ୍ୟକ୍ତିଙ୍କ ସୁନଜରରେ ଆସିପାରନ୍ତି। ରବି ପ୍ର୍ରଭାବଶାଳୀ ହୋଇ ପ୍ରତ୍ୟେକ କାର୍ଯ୍ୟକୁ ସମ୍ପାଦିତ କରିବାରେ ସାହାଯ୍ୟ କରିବେ। ରାହୁ ପ୍ରଭାବରେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ। କେତେକ ଗୁରୁତ୍ୱପୂର୍ଣ୍ଣ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି।
କନ୍ୟା
ରାଶିର ଅଷ୍ଟମସ୍ଥ ବୁଧ ପ୍ରଭାବରେ ଆଶାଜନକ କାର୍ଯ୍ୟ ଓ ଜିନିଷପତ୍ର ପାଇବାରେ ସଫଳ ହେବେ। ବାରମ୍ବାର ପରିବାରର ବିଭିନ୍ନ ବ୍ୟତିକ୍ରମର ଚିନ୍ତା ମନକୁ ଆନ୍ଦୋଳିତ କରିବ। ସହକର୍ମୀ ଓ ପଡ଼ୋଶୀଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବୃଦ୍ଧି କରିପାରେ। ରାଜନୈତିକ, ସାମାଜିକ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି।
ତୁଳା
ତୁଳା
ଶୁକ୍ରଙ୍କ ଦୃଷ୍ଟିରୁ ସ୍ବାସ୍ଥ୍ୟ ଠିକ୍‌ ରହିବ କିନ୍ତୁ କାମଗୁଡ଼ିକ ଡେରିରେ ହେଉଥିବାରୁ ମନ ଭଲ ରହିବ ନାହିଁ। ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କରି ନିଜ ଲୋକମାନଙ୍କ ଚକ୍ଷୁଶୂଳ ହେବାକୁ ପଡ଼ିପାରେ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ। ଅର୍ଥ ସଂକଟ ପୂର୍ବପରି ଲାଗି ରହିବା କାରଣରୁ କେତେକ କାମ ଅଟକି ରହିବ।
ବିଛା
ବିଛା
କର୍ମାଧିପତିଙ୍କ ସହିତ ଗୁରୁଙ୍କ ଦୃଷ୍ଟି ରାଶିପ୍ରତି ରହୁଥିବାରୁ ଅଭିଳାଷ ପୂରଣ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଶାସନ, ରାଜନୀତି ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଅଜଣା ବ୍ୟକ୍ତିଙ୍କ ପ୍ରତି ସତର୍କ ନ ରହିଲେ ସମସ୍ୟାର ସମ୍ମୁଖୀନ ହେବେ। ପରିବାରରେ ଛୋଟମୋଟ ସମସ୍ୟାକୁ ନେଇ ବିଶେଷ ବ୍ୟସ୍ତ ହୋଇପାରନ୍ତି।
ଧନୁ
ଧନୁ
ଷଷ୍ଠଭାଗସ୍ଥ ବୃହସ୍ପତି ଅଷ୍ଟମାଧିପତିଙ୍କ ଭାଗ୍ୟସ୍ଥ ହେତୁ ସମସ୍ୟା ମଧ୍ୟରେ କାମ ହାସଲ କରିବେ। ପାରିବାରିକ ଦିଗଟି କେତେକାଂଶରେ ଭଲ ରହିଲେ ମଧ୍ୟ ବିଭିନ୍ନ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ପରିମାଣ ବୃଦ୍ଧି ମନସ୍ତାପର କାରଣ ହେବ। ଶିଳ୍ପ, ବ୍ୟବସାୟ, ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ।
ମକର
ମକର
ଶନିଙ୍କ ଦୃଷ୍ଟିରେ ବୁଧ ଓ ଶୁକ୍ର ଥିବାରୁ ଭୁଲ୍‌ ବୁଝାମଣା ମଧ୍ୟରେ ଜୀବନଚର୍ଯ୍ୟା ଗତିଶୀଳ ହେବ। ସନ୍ତାନଙ୍କ ସ୍ବାସ୍ଥ୍ୟହାନୀ ଏବଂ ପ୍ରିୟବନ୍ଧୁଙ୍କ ସହ ସମ୍ପର୍କରେ ତିକ୍ତତା ମାନସିକ ଅଶାନ୍ତି ଆଣିପାରେ। ସରକାରୀ ସ୍ତରରୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ବିପଦପୂର୍ଣ୍ଣ ପରିସ୍ଥିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନି ପ୍ରଭାବରେ କର୍ମକ୍ଷେତ୍ର, ପରିବାର, ଯାନବାହନ ଏବଂ ବନ୍ଧୁ ସମ୍ପର୍କ ଦୃଢ଼ୀଭୂତ ହେବ। ନିର୍ମାଣ, ପ୍ରଶାସନ, ଆଇନ, ପରିବହନ, ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟାକୁ ପ୍ରତିହତ କରିପାରିବେ। ଘଟଣାଚକ୍ରରେ ପଡ଼ି ମିଥ୍ୟା କହିବାକୁ ବାଧ୍ୟ ହେବେ ଓ ସମାଲୋଚିତ ହୋଇପାରନ୍ତି।
ମୀନମୀନ

ମୁଖଭାବସ୍ଥ ବୁଧ ଓ ଶୁକ୍ର ହେତୁ ଆକର୍ଷଣୀୟ ମନଲୋଭା ପ୍ରତିଶ୍ରୁତି ଦେଇ ବନ୍ଧୁମାନଙ୍କୁ ମନେଇ ରଖିପାରିବେ। ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦ ବଢ଼ିପାରେ। କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ପରାମର୍ଶରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବ୍ୟବସାୟ, ଆଇନ, ପ୍ରଶାସନ ଓ ନିର୍ମାଣ କ୍ଷେତ୍ରରେ ସଫଳତା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri