Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ
ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ ପାଇବେ। କର୍ମକ୍ଷେତ୍ରରେ ଅକୁହା କଥାକୁ ସହକର୍ମୀଙ୍କ ଆଗରେ ବଖାଣି ବସି ସମସ୍ୟାକୁ ନିମନ୍ତ୍ରଣ କରିବେ। ପରିଜନଙ୍କ ସହିତ ନୂଆ ସ୍ଥାନକୁ ବୁଲିଯାଇ ପାରନ୍ତି।
ବୃଷ
ବୃଷ
ନୂତନ କର୍ମାରମ୍ଭ ପରିପ୍ରେକ୍ଷୀରେ ବନ୍ଧୁ ଓ ପଡ଼ୋଶୀଙ୍କ ସହଯୋଗରୁ ବିଶେଷ ଖୁସି ହେବେ । ଆଜିର ଯାତ୍ରା, ବାଣିଜ୍ୟ, ଗମନାଗମନ କ୍ଷେତ୍ରରେ ଅସୁବିଧା ହେବନାହିଁ। ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାରେ କଳହରୁ ଦୂରେଇ ରହିବା ଭଲ ହେବ । ମାନସିକ ସ୍ତରରେ ଅଶାନ୍ତଗ୍ରସ୍ଥ ହୋଇ ବନ୍ଧୁ ସମ୍ପର୍କକୁ କ୍ଷୁଣ୍ଣ କରିପାରନ୍ତି।
ମିଥୁନ
ମିଥୁନ
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସାଧନ ସକାଶେ ପ୍ରତିବନ୍ଧକର ସାମ୍ନା କରିବେ । କର୍ମକ୍ଷେତ୍ରର ବିଫଳତା ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଧାତୁଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ ସକାଶେ ମନ ବଳାଇବେ। ଦୂରସମ୍ପର୍କୀୟଙ୍କ ସାହାଯ୍ୟରୁ ଜମିଜମା, ଯାନବାହନ, ଲେଖାପଢ଼ା କ୍ଷେତ୍ରରୁ ଉପକୃତ ହେବେ ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପ୍ରତୀକ୍ଷିତ ଖବର ପାଇ ଭାବବିହ୍ବଳ ହୋଇପାରନ୍ତି । ବନ୍ଧୁଙ୍କ ପ୍ରଶଂସା ସହ ଅର୍ଥ, ସମ୍ମାନ, କାର୍ଯ୍ୟସିଦ୍ଧି ମନୋବଳକୁ ଦ୍ୱିଗୁଣିତ କରିବ। ଆଜିର ବାଣିଜ୍ୟ, ବନ୍ଧୁ ସମ୍ପର୍କ ସ୍ଥାପନ ସହିତ ସାହିତ୍ୟ, ସଂସ୍କୃତି, କାରିଗରି କାମରେ ଉତ୍ସହିତ ହେବେ । ଯାନବାହନ କିମ୍ବା କୌଣସି ଯାନ୍ତ୍ରିକ ଜିନିଷ କ୍ରୟ କରିବାକୁ ମନ ବଳାଇବେ ।
ସି˚ହ
ସି˚ହ
ପରିବାରର ସହମତି ଅଭାବରୁ ଟଣାଓଟରା ଭିତିରେ ପ୍ରତ୍ୟେକ କାମ ସମ୍ପନ୍ନ କରିବେ । କର୍ମକ୍ଷେତ୍ରରେ କୌଣସି ଅସୁବିଧା ନ ହେଲେ ମଧ୍ୟ ସନ୍ତୋଷଜନକ ସ୍ଥିତି ଆସିବ ନାହିଁ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ । ଭଲ ସମ୍ପର୍କ ରହିଥିବା ପ୍ରିୟବନ୍ଧୁଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ବ୍ୟସ୍ତବିବ୍ରତ ହୋଇପାରନ୍ତି ।
କନ୍ୟା
ଉପରିସ୍ଥଙ୍କ ବ୍ୟକ୍ତିଗତ ଆକ୍ରୋଶ କାରଣରୁ ଆପଣଙ୍କ ସପକ୍ଷରେ ଯାଉଥିବା ନିଷ୍ପତ୍ତି ବଦଳିଯାଇପାରେ। ବନ୍ଧୁଙ୍କର ପକ୍ଷପାତିତା କାମକୁ ଅପସନ୍ଦ କଲେ ମଧ୍ୟ କିଛି କରିପାରିବେ ନାହିଁ । ଗୃହ ନିର୍ମାଣ, ପରିବହନ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ । ଅବଶ୍ୟ ସାହିତ୍ୟ, କଳା ଓ ରଚନାତ୍ମକ କାମ ଯୋଗୁ ସାମାଜିକ ସ୍ତରରେ ଉଚ୍ଚ ପ୍ରଶଂସା ପାଇବେ ।
ତୁଳା
ତୁଳା
କର୍ମଜଞ୍ଜାଳ ବୃଦ୍ଧିରୁ ଆଜି ଘରର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ଭୁଲି ଯାଇପାରନ୍ତି । ସ୍ବାସ୍ଥ୍ୟ ଅପରିବର୍ତ୍ତିତ ରହିବ କିନ୍ତୁ ଭୁଲ୍‌ ବୁଝାମଣାରୁ ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ । ଅନ୍ୟମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ । ସନ୍ତାନ ହେତୁକ କେତେକ ସମସ୍ୟା ମନକୁ ବିବ୍ରତ କରିବା ସୂଚନା ରହିଛି ।
ବିଛା
ବିଛା
ସବୁ କିଛି ଭଲ ଥିଲେ ମଧ୍ୟ ପଡ଼ୋଶୀଙ୍କ ଶତ୍ରୁତା ଏବଂ କ୍ରନିକ୍‌ ରୋଗପୀଡ଼ାଜନିତ ବ୍ୟସ୍ତତା ଅନୁଭବ କରିବେ। ଯେତେ ଚେଷ୍ଟା କଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଅଭିଳାଷ ପୂରଣ ନ ହେବାରୁ ଅସନ୍ତୁଷ୍ଟ ରହିପାରନ୍ତି। ଅସାବଧାନତାରୁ ଧନ ହାନି ଘଟିପାରେ । ଅନୁରାଧା ନକ୍ଷତ୍ର ସାହିତ୍ୟ ଓ ସଙ୍ଗୀତ, ବକ୍ତୃତା କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
ଧନୁ
ଧନୁ
ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ପୂର୍ଣ୍ଣମାତ୍ରାରେ ରହିଛି। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ କରି ଆଶ୍ୱସ୍ତିଲାଭ କରିବେ। ଆନୁଷ୍ଠାନିକ କାମରେ ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଅସମୟରେ ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ ।
ମକର
ମକର
ଭୁଲ୍‌ ବୁଝାମଣାରୁ ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେବ । ଅନ୍ୟମାନଙ୍କ ସହଯୋଗ ଅଭାବରୁ ଚେଷ୍ଟା କରୁଥିବା କାମ ଅଟକି ରହିପାରେ। ପରିବହନ, ନିର୍ମାଣ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ, ଶିକ୍ଷାରେ ସଫଳତା ଲାଭ କରିପାରନ୍ତି । ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରି ମାନସିକ ଅସ୍ଥିରତା ସୃଷ୍ଟି କରିପାରେ ।
କୁମ୍ଭ
କୁମ୍ଭ
ଆଜି ପୁରାତନ ରୋଗର ପ୍ରାଦୁର୍ଭାବ କର୍ଯ୍ୟହାସଲ ପାଇଁ ପ୍ରତିବନ୍ଧକ ସାଜିପାରେ। ବନ୍ଧୁଙ୍କ ଆଚରଣ ସନ୍ଦେହ ସୃଷ୍ଟି କଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ଗୃହନିର୍ମାଣ, ଯାନ୍ତ୍ରିକ ଜିନିଷ କ୍ରୟ କିମ୍ବା ଜମିଜମା କ୍ରୟବିକ୍ରୟ ନେଇ ଆଲୋଚନା କରିପାରନ୍ତି । ବିବାଦୀୟ କ୍ଷେତ୍ରରେ ବେଶି ସମୟ ରହିବା ସମସ୍ୟାର କାରଣ ହୋଇପାରେ ।
ମୀନମୀନ
ବନ୍ଧୁଙ୍କ ସହୃଦୟତା ଅଭାବ ରହିଥିଲେ ମଧ୍ୟ ଆବଶ୍ୟକତା ଅପୂରଣ ରହିବ ନାହିଁ । ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପଡ଼ୋଶୀଙ୍କ ସହାୟତାରେ ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । କର୍ମକ୍ଷେତ୍ରରେ ପରକଥାରେ ପଡି ଭୁଲ୍‌ ମାର୍ଗର ଅନୁସରଣ କରି ଅନୁତପ୍ତ ହୋଇପାରନ୍ତି ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri