Posted inRasifala

ରାଶିଫଳ: ଶୁକ୍ରବାର , ମେ ୧୦ ତାରିଖ – Daily Horoscope

ମେଷ
ଆଜି ମନ ପ୍ରଫୁଲ୍ଲ ରହିବା ସହ ସବୁ କାମ ସୁବିଧାରେ ହୋଇଯିବ। ଯାହାକୁ ଯାହା କହିବେ ସେ ନାହିଁ କରିବ ନାହିଁ ଏବଂ ଆପଣଙ୍କ କାମ ମଧ୍ୟ ଅଟକିବ ନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣରେ ଉକତ୍ର୍ଷତା ପରିଲକ୍ଷିତ ହେବ। ଅଶ୍ୱିନୀ ନକ୍ଷତ୍ର ସକାଶେ ଈର୍ଷାପରାୟଣବଶତଃ ନିଜ ଲୋକମାନେ ଦାଉସାଧିବାକୁ ଚେଷ୍ଟା କରିପାରନ୍ତି।
ବୃଷ
ବୃଷ
ଅପୂରଣୀୟ ଆଶା ଓ ଅଭିଳାଷଜନିତ ମନ ଭଲ ରହିବ ନାହିଁ। ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ। ଅତୀତର ପୁରୁଣା ସମ୍ପର୍କ, ଜମିଜମା, ଗାଡି ମୋଟର କିଣାବିକାରୁ ଭଲ ଲାଭ ପାଇବେ। ମୃଗଶିରା ନକ୍ଷତ୍ର ସନ୍ତାନଙ୍କ ସମସ୍ୟାରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିକୁ ସୁଧାରିନେବା ଭଲ।
ମିଥୁନ
ମିଥୁନ
ସମସ୍ୟା ରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବନାହିଁ। କେଉଁ ଉପାୟରେ, କାହା ମାଧ୍ୟମରେ ଅଭିଳଷିତ ଅର୍ଥ ଓ ଦ୍ରବ୍ୟ ଲାଭ କରିପାରିବେ ସେହି ଚିନ୍ତା କରିପାରନ୍ତି। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ପୁନର୍ବସୁ ନକ୍ଷତ୍ର ଶିଳ୍ପ, ବାଣିଜ୍ୟ,ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପାଇବେ।
କର୍କଟ
କର୍କଟ
ଆଜି ଘରର ସ୍ଥଗିତ କାମ ସମ୍ପନ୍ନ କରିବା ସାଙ୍ଗକୁ କର୍ମକ୍ଷେତ୍ରର ଦାୟିତ୍ୱ ପ୍ରତି ଯନତ୍ବାନ ହେବାକୁ ପଡିବ। ଅସ୍ଥିରତାଜନିତ ଅଶାନ୍ତି ଉପଲବ୍ଧି କରିପାରନ୍ତି। ଅଶ୍ଳେଷା ନକ୍ଷତ୍ର ସକାଶେ ଦୂରଯାତ୍ରା, ବିଶିଷ୍ଟବ୍ୟକ୍ତିଙ୍କ ସହ ଆଲୋଚନା ଓ ବନ୍ଧୁମିଳନ ଘଟିପାରେ। ଭାଇ, ବନ୍ଧୁଙ୍କ ସହଯୋଗରେ କାମ କରିବାର ସୁଯୋଗ ଲାଭ କରି ଖୁସି ହେବେ।
ସି˚ହ
ସି˚ହ
ସୁଚିନ୍ତିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସମର୍ଥ ହେବେ। ଉତ୍ତରାଫାଲଗୁନୀ ନକ୍ଷତ୍ର ଅନ୍ୟ ଉପରେ ନିର୍ଭର ନ କରି ଆତ୍ମନିର୍ଭରଶୀଳ ହେବାକୁ ମନସ୍ଥ କରିବେ। ପ୍ରଶାସନିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଘରୋଇ କ୍ଷେତ୍ରରେ କାର୍ଯ୍ୟହାସଲ ପରିପ୍ରେକ୍ଷୀରେ ଅର୍ଥ ସଂକଟ ଲାଗିରହିପାରେ।
କନ୍ୟା
ଦିନଟି ସବୁ ଦିଗରୁ ଖୁସିରେ କଟିବ କିନ୍ତୁ ବିଳମ୍ବିତ କାର୍ଯ୍ୟ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। କଳା, ସାହିତ୍ୟ ତଥା ମନୋରଞ୍ଜନ କାର୍ଯ୍ୟକ୍ରମାଦିରେ ସାମିଲ ହୋଇ ପ୍ରଶଂସିତ ହେବେ। ଲାଗି ରହିଥିବା ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ। ଚିତ୍ରା ନକ୍ଷତ୍ର ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ।
ତୁଳା
ତୁଳା
ଆଜି କର୍ମକ୍ଷେତ୍ର୍ରରୁ ସମ୍ମାନ ସହ ସାମାଜିକ ସ୍ତରରେ ମଧ୍ୟ ପ୍ରଶଂସିତ ହେବେ। ବନ୍ଧୁମିଳନ, ନୃତ୍ୟ, ଗୀତ ଆସର ମଧ୍ୟରେ ଆନୁଷ୍ଠାନିକ କାମକୁ ସମ୍ପାଦନ କରିବାରେ ସମର୍ଥ ହେବେ। ସ୍ବାତୀ ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ପାଇବେ। ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି।
ବିଛା
ବିଛା
କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ। ଆନୁଷ୍ଠାନିକ କାର୍ଯ୍ୟ ସକାଶେ ସଭାସମିତିରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଅର୍ଥହାନିକୁ କେନ୍ଦ୍ରକରି ଅନ୍ୟମନସ୍କତାରୁ କେତେକ ଭୁଲ୍‌ ହୋଇଯାଇପାରେ। ଜମିଜମା କିମ୍ବା ଗୃହସୀମା ସମ୍ପର୍କିତ ବିବାଦୀୟ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିବ।
ଧନୁ
ଧନୁ
ସହକର୍ମୀଙ୍କ ବଦାନ୍ୟତା କାରଣରୁ କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ରକ୍ଷା ପାଇବେ। ପାରିବାରିକ ଖର୍ଚ୍ଚ ସକାଶେ ଅର୍ଥାଭାବ ଯୋଗୁ ବିଚଳିତ ହୋଇପାରନ୍ତି। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବାର ସୁଯୋଗ ପାଇବେ। ଉତ୍ତରାଷାଢ଼ା ନକ୍ଷତ୍ରର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
ମକର
ମକର
ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି କରିବ। ପ୍ରିୟଜନଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁମାନଙ୍କ ଗହଣରେ ଆଳାପ ଆଲୋଚନାରେ ସମୟ କଟାଇବେ। ଶ୍ରବଣା ନକ୍ଷତ୍ର ନିଜର ସହନଶୀଳତା ଗୁଣରୁ ପ୍ରତ୍ୟେକ ସ୍ତରରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ, ଯଦ୍ଦ୍ବାରା କି ଆପଣଙ୍କୁ ଉପରିସ୍ଥଙ୍କ କଡ଼ାକଥା ଶୁଣିବାକୁ ପଡିପାରେ। ପରିବାର ଖର୍ଚ୍ଚ ତୁଲାଇବା ସକାଶେ ଧାର ଉଧାର କରିବାକୁ ପଡିବ। ସଙ୍ଗ ଦୋଷରୁ ନୀଚ୍ଚବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଶତଭିଷା ନକ୍ଷତ୍ରର ପ୍ରିୟଜନଙ୍କ ସହିତ ବନ୍ଧୁଙ୍କ ଭ୍ରମଣ ସୁଯୋଗ ଜୁଟିବ।
ମୀନମୀନ

ବିଭିନ୍ନ ସ୍ତରରେ ଛୋଟବଡ଼ ସମସ୍ୟା ରହିଥିଲେ ମଧ୍ୟ ଆଜିର କର୍ମକ୍ଷେତ୍ରକୁ ତାହା ପ୍ରଭାବିତ କରିବ ନାହିଁ। ଉତରଭାଦ୍ର ନକ୍ଷତ୍ର ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆଜିର ଯାତ୍ରା ବାଣିଜ୍ୟ, ଲେଖାପଢା, ଆଲୋଚନା, ମନୋରଞ୍ଜନରୁ ଖୁସି ରହିବେ। ଆତ୍ମୀୟଙ୍କ ସହ ଯଥା ସମ୍ଭବ ସମ୍ପର୍କ ରଖିବା ଆଗାମୀ ସମୟ ସକାଶେ ହିତକର ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri