Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ। ପଡ଼ୋଶୀଙ୍କ ସହାନୁଭୂତିରୁ ପାରିବାରିକ ଜୀବନରେ ଟେନ୍‌ସନ ଟିକିଏ ମାତ୍ରରେ କମିଯିବ। ପ୍ରତ୍ୟେକ କାମରେ ସହଯୋଗ ଭିତ୍ତିରେ କାମକଲେ ଉପକାର ପାଇବେ। ଶିଳ୍ପ, ରପ୍ତାନି, ବାଣିଜ୍ୟ, ପରିବହନ, ପ୍ରଶାସନ ପ୍ରଭୃତିରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
ବୃଷ
ବୃଷ
ସକାଳୁ ବନ୍ଧୁମିଳନରୁ ଉସତ୍ାହିତ ହେବେ ଏବଂ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ସ୍ତ୍ରୀଙ୍କ ଅମନଯୋଗୀ ଓ ଚିଡ଼ିଚିଡ଼ା ସ୍ବଭାବଜନିତ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଆପୋସ ଆଲୋଚନା ଦ୍ୱାରା ମାଲିମକଦ୍ଦମାର ସମାଧାନ ହୋଇଯାଇପାରେ। ସରକାରୀ ସହାୟତା ପାଇବେ।
ମିଥୁନ
ମିଥୁନ
କର୍ମ ପରିସର ବୃଦ୍ଧି ହେତୁ ଏକାଧିକ କାମରେ ଅନୁପ୍ରବେଶ କରିବାଜନିତ ବ୍ୟସ୍ତତା ବୃଦ୍ଧିପାଇବ। ମିଠା କଥା କହି ବନ୍ଧୁଙ୍କ ଦ୍ୱାରା କାମ ହାସଲରେ ସମର୍ଥ ହେବେ। ବ୍ୟବସାୟ, ପରିବହନ, ଶିଳ୍ପ ଓ ଏଜେନ୍ସିପ, ସାହିତ୍ୟ ତଥା ସାମ୍ବାଦିକତାରୁ ଖୁସି ରହିବେ। ସ୍ବାସ୍ଥ୍ୟ ସଚେତନତା ଅଭାବରୁ ପୁରାତନ ରୋଗପୀଡ଼ା ଅନୁଭବ ହୋଇପାରେ।
କର୍କଟ
କର୍କଟ
ଭାବପ୍ରବଣତାକୁ ଲଗାମଦେଇ ଚୁପ୍‌ଚାପ୍‌ ରହି ଆଗକୁ ବଢ଼ିଲେ ସବୁ ଠିକ୍‌ ହୋଇଯିବ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର ନ କଲେ ପରେ ଅନୁତାପ କରିବେ। ସ୍ତ୍ରୀଙ୍କ ସହଯୋଗରୁ ରଚନାମତ୍କ କାର୍ଯ୍ୟ, ଗବେଷଣା, ବାଣିଜ୍ୟ କ୍ଷେତ୍ରରେ ଉନ୍ନତି କରିବେ। ରାଜନୀତିରେ ଏବଂ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
ସି˚ହ
ସି˚ହ
ନିଜ ପରିସରରେ ସ୍ନେହ, ଶ୍ରଦ୍ଧା ପାଇ ଆମତ୍ତୃପ୍ତି ଲାଭ କରିବେ। ସହକର୍ମୀ କିମ୍ବା ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଟେନ୍‌ସନ କମିଯିବ ଏବଂ ସହଯୋଗ ଭିତ୍ତିରେ କାମକଲେ ଉପକାର ପାଇବେ।
କନ୍ୟା
ଦୂରଦର୍ଶିତା କାରଣରୁ କାର୍ଯ୍ୟ ହାସଲଜନିତ ମାନସିକ ସ୍ଥିତି ଭଲ ରହିବ। ଯେଉଁ ଜିନିଷଟିକୁ ପାଇବାକୁ ବହୁ ଦିନରୁ ଆଶା କରିଥିଲେ ତାହା ଆଜି ପାଇବେ। ବିତର୍କରେ ଅଂଶଗ୍ରହଣକରି ସାଧାରଣ ଘଟଣାରୁ ସୃଷ୍ଟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ରାଜନୀତି, ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ତୁଳା
ତୁଳା
ଆଜି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। କର୍ମକ୍ଷେତ୍ରରେ ସ୍ଥାନାନ୍ତର ପରିପ୍ରେକ୍ଷୀରେ ଉଚ୍ଚକର୍ତ୍ତୃପକ୍ଷ ସହଯୋଗର ପ୍ରତିଶ୍ରୁତି ଦେବେ। ରଚନାମତ୍କ କାମ, କଳାସଂସ୍କୃତି, ମନୋରଞ୍ଜନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିପାରନ୍ତି।
ବିଛା
ବିଛା
ଅତୀତର ସ୍ମୃତି ରୋମନ୍ଥନକରି ଅବସାଦଗ୍ରସ୍ତ ହୋଇପାରନ୍ତି। ଅନ୍ୟ ମନସ୍କତା ପରିହାରକରି ଯାତ୍ରାକାଳୀନ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ। ସଭାସମିତିରେ ଯୋଗ ଦେଲେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଲାଭବାନ୍‌ ହେବେ। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ।
ଧନୁ
ଧନୁ
ବିବାଦୀୟ ମନ୍ତବ୍ୟଜନିତ କିମ୍ବା ପରିବାରରେ ସାମାନ୍ୟ ଭୁଲ୍‌ରୁ କାମ ବିଶୃଙ୍ଖଳିତ ହୋଇପାରେ। ସାମାଜିକ କ୍ଷେତ୍ରରେ ନୀଚ ମନୋଭାବସମ୍ପନ୍ନ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବାଧ୍ୟ ହେବେ। ବନ୍ଧୁ ପରିଜନଙ୍କ ସହ ଦେବଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
ନିଜର ଦକ୍ଷତା ଓ ସହଯୋଗୀ ମନୋବୃତ୍ତି କାରଣରୁ କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ଆଜି ପରିବାରରେ କେତେକ ବ୍ୟତିକ୍ରମ କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ବାତବ୍ୟାଧି ଜନିତ ରୋଗରେ କଷ୍ଟ ପାଇପାରନ୍ତି।
କୁମ୍ଭ
କୁମ୍ଭ
ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ତିକ୍ତତା ଯୋଗୁ ମନ ଭଲ ରହିବ ନାହିଁ। ପରିବାରରେ ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗି ରହିବ। ବ୍ୟକ୍ତିଗତ ଅସୁବିଧା ନିରାକରଣ ଦିଗରେ ଆମତ୍ୀୟସ୍ବଜନ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ଆର୍ଥିକ ଅନଟନ ଲାଗିରହିବା କାରଣରୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହିଯିବ।
ମୀନମୀନ

ବିଶିଷ୍ଟ ବ୍ୟକ୍ତିଙ୍କ ଆମନ୍ତ୍ରଣ ରକ୍ଷାକରି ଆକସ୍ମିକ ଯାତ୍ରା କରିବାକୁ ପଡ଼ିପାରେ। ବନ୍ଧୁମାନେ ନିର୍ଦ୍ଦିଷ୍ଟ ସମୟରେ ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି, ଯାହାକି ମାନସିକ ବ୍ୟସ୍ତତାର କାରଣ ହୋଇପାରେ। ପରିବାରରେ ସ୍ତ୍ରୀଙ୍କ ସ୍ବଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି। ସହକର୍ମୀଙ୍କ ବଦାନ୍ୟତାରୁ ଆର୍ଥିକ ସ୍ଥିତି କେତେକାଂଶରେ ବଦଳିଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୫ ତାରିଖ – Daily Horoscope

ମେଷ ଲାଭଭାବସ୍ଥ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଶୁଭକାର୍ଯ୍ୟର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ ଟଙ୍କାକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope

ମେଷ ଆଜି ସକାଳୁ ସକାଳୁ କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ସନ୍ତାନଙ୍କ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ରର ପରିବାରର ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସଭାସମିତିରେ ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ। ବନ୍ଧୁମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?