Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ
ମାନସିକ ସ୍ବାସ୍ଥ୍ୟ ଭଲ ନ ରହିଲେ ମଧ୍ୟ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ। ଅତ୍ୟଧିକ ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ। ଆଲୋଚନା ପରିସରରେ ବନ୍ଧୁମାନଙ୍କ ସହ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ସ୍ଥଗିତ ରହିଯାଇଥିବା ଆନୁଷ୍ଠାନିକ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବ।
ବୃଷ
ବୃଷ
ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। କିନ୍ତୁ ଅଫିସ୍‌ରେ ସହକର୍ମୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। କାର୍ଯ୍ୟବ୍ୟସ୍ତତା ହେତୁ ମାନସିକ ଚାପ ବୃଦ୍ଧି ପାଇବା ଯୋଗୁ ସାମୟିକ ଅଶ୍ୱସ୍ତି ଅନୁଭବ କରିପାରନ୍ତି। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନି।
ମିଥୁନ
ମିଥୁନ
ସମସ୍ୟା ସମାଧାନ ହେବା ବଦଳରେ ଆଗାମୀ ସମୟ ସକାଶେ ଅପେକ୍ଷା କରିବାକୁ ପଡ଼ିବ। ଆନୁଷଙ୍ଗିକ ସାହାଯ୍ୟ ଲାଭ କରି ନିର୍ମାଣର ଅପୂର୍ଣ୍ଣ କାମକୁ ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କରିବେ। ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ। ଅଫିସରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ।
କର୍କଟ
କର୍କଟ
ଦୈହିକ ଦୁର୍ବଳତା ଯୋଗୁ ନିରୁତ୍ସାହିତ ହୋଇପାରନ୍ତି। ପରିବାରର ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ଆପଣ ପରିସ୍ଥିତିକୁ ସମ୍ଭାଳି ନେବେ। ଧାର କରଜ, ଭଡ଼ା ସୂତ୍ରରୁ କିମ୍ବା ପାଇବାକୁ ଥିବା ବକେୟା ଟଙ୍କା ପାଇ ସାମୟିକ ଖୁସି ହେବେ। ଆତ୍ମୀୟମାନେ ପରୋକ୍ଷ ଶତ୍ରୁଭାବ ପୋଷଣ କରୁଥିଲେ ମଧ୍ୟ ମୁହଁ ସାମନାରେ କିଛି କହି ନ ପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ମାନସିକ ଚାପଗ୍ରସ୍ତ ପୂର୍ବକ ପାରିବାରିକ ସମସ୍ୟାକୁ ଠିକ୍‌ ଭାବେ ବୁଝି ପାରିବେନି। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ। ନିକଟସ୍ଥ ବନ୍ଧୁ କିମ୍ବା ସହକର୍ମୀମାନେ ଅସହଯୋଗ ମନୋଭାବ ପୋଷଣ କରିବେ। ଏହା ସଙ୍ଗକୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
କନ୍ୟା
ଅଫିସ୍‌ରୁ ଫେରିବା ରାସ୍ତାରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ। ସଭାସମିତିରେ ସାଧାରଣ ଯୁକ୍ତିତର୍କରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟ ବିଷୟରେ ଚିନ୍ତିତ ରହିପାରନ୍ତି। ନିକଟ ସମ୍ପର୍କୀୟଙ୍କ ବ୍ୟବହାରରେ କ୍ଷୁବ୍ଧ ହେବେ।
ତୁଳା
ତୁଳା
ଆଜି କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବେ। ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ। ପରିସ୍ଥିତି ଏହିପରି ହେବ ଯେ- ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। ଅପରାହ୍ନରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। ପଡୋଶୀ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ।
ବିଛା
ବିଛା
ଅନ୍ୟମାନଙ୍କ ସହମତି ପ୍ରାପ୍ତ ହୋଇ ଇଚ୍ଛିତ କାମକୁ ସମ୍ପନ୍ନ କରିବେ। ଆର୍ଥିକ କ୍ଷେତ୍ର, ରାଜନୈତିକ ସ୍ଥିତି, ପ୍ରଶାସନିକ କ୍ଷେତ୍ରର ସମସ୍ୟା, ବ୍ୟବସାୟିକ ଅପକର୍ଷ ଦୂରେଇ ଯିବ। ଅପରାହ୍ନରେ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ହୋଇପାରେ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ। ପିଲାଙ୍କ ବିଷୟ ନେଇ କିଛିମାତ୍ରାରେ ଚିନ୍ତିତ ହେବେ।
ଧନୁ
ଧନୁ
ଅତୀତ ଘଟଣାକୁ ମନେପକାଇ ଶୋଇପାରିବେ ନାହିଁ। ପୂର୍ବ ରାଗ ଶୁଝାଇବାକୁ ଯାଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ସାବଧାନ ରହିବା ଭଲ। ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବ ଏବଂ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସକାଶେ ଅସୁବିଧା ହେବନାହିଁ।
ମକର
ମକର
ବିଭିନ୍ନ ବିଶୃଙ୍ଖଳିତ ପରିସ୍ଥିତି ଆର୍ଥିକ, ପାରିବାରିକ ଓ ସାମାଜିକ କ୍ଷେତ୍ରକୁ କଳୁଷିତ କରିପାରନ୍ତି। ଧନିଷ୍ଠା ନକ୍ଷତ୍ର ନିଜର ଦୂରଦର୍ଶିତା ହେତୁ ନିଜକୁ ସଜାଡି ନେବାରେ ଅସୁବିଧା ହେବ ନାହିଁ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ବ୍ୟବସାୟ ଓ ଜମିଜମା କାରବାରରେ ଉପକୃତ ହେବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ଅକ୍ଷୁଣ୍ଣ ରହିବା ଚିନ୍ତାଜନକ ହୋଇପାରେ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ପରିଶେଷରେ କାମଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଆତ୍ମୀୟଙ୍କ ବ୍ୟବହାର, ଚାଲିଚଳନ ଏପରି କି ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ।
ମୀନମୀନ
ସାମାଜିକ ସ୍ତରରେ ଅଥବା ସଭାସମିତିରୁ ଅର୍ଥ ଓ ସମ୍ମାନ ପାଇବେ ଏବଂ ଅଟକି ରହିଥିବା କାମ ମଧ୍ୟ ହୋଇଯିବ। ନିଜର ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ବୁଝାମଣା, ନିଜର ଏକଜିଦିଆ ମନୋବୃତ୍ତି, ତାକୁ ଟିକିଏ ନିୟନ୍ତ୍ରଣ କରିପାରିଲେ ହେଲା। ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ବ୍ୟବସାୟ ଓ ପରିବହନ ପାଇଁ ପ୍ରତିବନ୍ଧକ ଦୂରେଇ ଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri