Posted inRasifala

ରାଶିଫଳ: ଶନିବାର, ଫେବୃଆରୀ 24 ତାରିଖ – Daily Horoscope

ମେଷ
ବିଜାତୀୟ ବ୍ୟକ୍ତିଙ୍କ ପ୍ରତିରୋଧରେ ପ୍ରଗତିର ପଥରୋଧ ଘଟିପାରେ। କୃତ୍ତିକା ନକ୍ଷତ୍ର ସକାଶେ ଯାତ୍ରା, ବନ୍ଧୁମିଳନ ଓ ମନୋରଞ୍ଜନ ପାଇଁ ବହୁତ ଭଲ। କର୍ମକ୍ଷେତ୍ରରେ ଗଡ଼ବଡ଼ ପରିସ୍ଥିତି ଦେଖାଦେବା ଆଶଙ୍କା ରହିଛି। ସଭାସମିତି, ମାଲିମକଦ୍ଦମା କିମ୍ବା କଳା, ସାହିତ୍ୟ, ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିପାରେ।
ବୃଷ
ବୃଷ
ଅନୁକୂଳ ଗ୍ରହସ୍ଥିତିରୁ ଖୁସି ମନରେ କାମ କରିବା ସହ ଚାହୁଁଥିବା ଜିନିଷ ପାଇବେ। ପରିସ୍ଥିତିର ତାଡ଼ନାରେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ରୋହିଣୀ ସକାଶେ ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ସତର୍କତାର ଆବଶ୍ୟକତା ପଡ଼ିବ ନାହିଁ। ବନ୍ଧୁଙ୍କ ଆଦରବୋଳା ସମ୍ମାନଜନକ କଥା କେଇପଦ ଶୁଣି ଖୁସି ହୋଇପାରନ୍ତି।
ମିଥୁନ
ମିଥୁନ
ଆପଣ ଆଜି ବାହାର ଲୋକମାନଙ୍କ ଦ୍ୱାରା ଯେତିକି କାମ କରିପାରିବେ, ଘରଲୋକଙ୍କଠାରୁ ସେତିକି ସହଯୋଗ ପାଇବେ ନାହିଁ। କେତେକ ବିବାଦୀୟ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବାକୁ ପଡ଼ିପାରେ। ଜମା ଭଲ ପଡ଼ୁନଥିବା ବ୍ୟକ୍ତିମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ।
କର୍କଟ
କର୍କଟ
ପୁଷ୍ୟା ନକ୍ଷତ୍ର କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଅତୀତ ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ। ଜାଣିଶୁଣି କେତେକ ସମ୍ପର୍କୀୟ ବ୍ୟକ୍ତି ସମସ୍ୟା ସୃଷ୍ଟିରେ ସହାୟକ ହୋଇପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।
ସି˚ହ
ସି˚ହ
ଯେତେ ଭଲ କାମ କଲେ ମଧ୍ୟ ତାହା ବିଚାରକୁ ଆସିବ ନାହିଁ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କର୍ମକ୍ଷେତ୍ର୍ରରୁ ଫେରିବା ବାଟରେ ଅପରାହ୍ନେ କଳହର ସମ୍ମୁଖୀନ ହୋଇପାରନ୍ତି। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
କନ୍ୟା
ନିଜ ଉପରେ ଗୁରୁ ଦାୟିତ୍ୱ ଥିଲେ ମଧ୍ୟ ଆଜି ତାହା କରିବାରେ ପଛେଇଯିବେ। କୃତକର୍ମରେ ଅନୁତପ୍ତ ହେବା ସାଙ୍ଗକୁ ଘର ଲୋକଙ୍କ ଆଗରେ ମୁଣ୍ଡ ନୁଆଁଇ ବସିବାକୁ ବାଧ୍ୟ ହେବେ। ନିଜର ବିଫଳତା ହେତୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା ହ୍ରାସ ପାଇପାରେ। ହସ୍ତା ନକ୍ଷତ୍ର ସ୍ଥଗିତ କାମ ସମ୍ପନ୍ନ କରିବାକୁ ଦୁଃସାହସିକ ପଦକ୍ଷେପ ନେବେ।
ତୁଳା
ତୁଳା
ପରିସ୍ଥିତି ପ୍ରତି ସଜାଗ ରହି କାମ କରିବା ଦ୍ୱାରା ସବୁ ସମସ୍ୟାକୁ ସୁଧାରି ନେବେ। ଚିତ୍ରା ନକ୍ଷତ୍ର କଚେରି ମାମଲାର ଶୁଣାଣି ବିଳମ୍ବ ହେତୁ ଧୈର୍ଯ୍ୟଚ୍ୟୁତି ଘଟିପାରେ। ସାଧାରଣ ବ୍ୟକ୍ତିବିଶେଷଙ୍କ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବଢ଼ିବ। ସଭାସମିତିରେ ଅଟକି ରହିଥିବା କାମ କିମ୍ବା ଆଲୋଚନାଟି ଆଜି ପୂର୍ଣ୍ଣାଙ୍ଗ ହୋଇଯିବ।
ବିଛା
ବିଛା
ସମ୍ପର୍କୀୟଙ୍କ ବେଖାତିର କଥା ଓ କାର୍ଯ୍ୟକଳାପରୁ କଷ୍ଟ ପାଇବେ। ପାରିବାରିକ ଜୀବନରେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ଜ୍ୟେଷ୍ଠା ନକ୍ଷତ୍ରର କ୍ରୀଡ଼ା, ଚଳଚ୍ଚିତ୍ର ଓ କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଜୀବନଚର୍ଯ୍ୟାରେ ବ୍ୟତିକ୍ରମ ମାନସିକ ଅଶାନ୍ତିର କାରଣ ହେବ।
ଧନୁ
ଧନୁ
ସବୁ ପରିସ୍ଥିତି ପ୍ରତି ସତର୍କ ରହି କାମ କରିବା ଭଲ। ଉତ୍ତରାଷାଢ଼ା ନକ୍ଷତ୍ର ନୀରବ ରହିବାକୁ ବାଧ୍ୟ ହେବା ବ୍ୟତୀତ ଅନ୍ୟ ରାସ୍ତା ପାଇବେ ନାହିଁ। ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ କେତେକ ନୂତନ କାମର ପରିକଳ୍ପନା କରିବେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ବଡ଼ଭାଇପଣିଆକୁ ସହଜରେ ଗ୍ରହଣ କରିପାରିବେ ନାହିଁ। କାମରେ ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମ ସବୁ ଠିକ୍‌ଠିକ୍‌ ହୋଇଯିବ। ଶ୍ରବଣା ନକ୍ଷତ୍ର ଆଶା କରୁଥିବା କାମ ସକାଶେ ଅର୍ଥ ସାହାଯ୍ୟ ପାଇବେ। ପ୍ରତିବେଶୀଙ୍କ ସହ ମଧୁର ସମ୍ପର୍କ ସମସ୍ୟା ସମାଧାନରେ ସହାୟକ କରିପାରେ।
କୁମ୍ଭ
କୁମ୍ଭ
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ। ବନ୍ଧୁଟି ସ୍ବାର୍ଥକୁ ପ୍ରଥମେ ନିଜ ସକାଶେ ନେବାର ଉପକ୍ର୍ରମ କରିପାରେ। ବୈଷୟିକ କ୍ଷେତ୍ରରେ ବାଦବିବାଦ ଜଟିଳ ହେବ, ତଥାପି ଆପଣ ସଫଳତା ହାସଲ କରିବେ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ସକାଶେ ଗୃହ, ଭୂମି ସମ୍ପର୍କୀୟ ଦୁଶ୍ଚିନ୍ତା ରହି ପରକ୍ଷଣରେ ଦୂର ହୋଇଯିବ।
ମୀନମୀନ

କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ହାତ ମିଳାଇ କାମ କଲେ ତାହା ଆପଣଙ୍କ ପାଇଁ ହିତକର ହେବ। ବାରମ୍ବାର ବିଫଳ ହୋଇ ଆଜି ଶେଷ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇପାରନ୍ତି। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ଚିନ୍ତାପ୍ରକଟ କରିବେ। ଆଲୋଚନା କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri