Posted inRasifala

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ
ପୂର୍ବରୁ ଯେଉଁ କାମଟିକୁ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିଲେ, ଆଜି ତାହା ଅନୁକୂଳ ବାତାବରଣରେ ସମ୍ପନ୍ନ ହେବ। ପ୍ରିୟ ବ୍ୟକ୍ତିଟିର ନିକଟ ଭବିଷ୍ୟତରେ ଅନୁପସ୍ଥିତିର ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ପାଇବେ। ପଦାଧିକାରୀଙ୍କ ଆଦେଶାନୁସାରେ ବହୁ ଦାୟିତ୍ୱ ହାତକୁ ନେବାକୁ ପଡ଼ିବ।
ବୃଷ
ବୃଷ
କୌଣସି ଏକ ସାଧାରଣ କଥାକୁ କେନ୍ଦ୍ରକରି ଆତ୍ମୀୟଙ୍କ ସହ ମତାନ୍ତର ସୃଷ୍ଟି ହୋଇପାରେ। ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ ଜୋରଦାର ଉଦ୍ୟମ କରି ସଫଳ ହେବେ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥକୈନ୍ଦ୍ରିକ ହୋଇପଡ଼ିବ। ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମିଥୁନ
ମିଥୁନ
ଲକ୍ଷ୍ୟ ହାସଲ ପରିପ୍ରେକ୍ଷୀରେ ମଧୁର ବ୍ୟବହାର ଦ୍ୱାରା ଅନ୍ୟମାନଙ୍କୁ ଆକର୍ଷିତ କରିପାରିବେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ସକାଶେ କଷ୍ଟ ସ୍ବୀକାର କରିବାକୁ ପଡିବ। ପାରିବାରିକ ଅଶାନ୍ତି ବଢୁଥିବାରୁ ନୀରବ ରହିବାକୁ ବାଧ୍ୟ ହେବେ। ସାମାଜିକ ସ୍ତରରେ ଭଲ କାମ କଲେ ମଧ୍ୟ ସମାଲୋଚିତ ହୋଇପାରନ୍ତି।
କର୍କଟ
କର୍କଟ
ଉପସ୍ଥିତବୁଦ୍ଧି ଖଟାଇ ସମସ୍ୟାକୁ ସୁଧାରିନେବାର ପ୍ରଯନତ୍ କରିବେ। ଅତ୍ୟାବଶ୍ୟକ ଜିନିଷଟି ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। ପଡ଼ୋଶୀଙ୍କ ପରୋକ୍ଷ ଶତ୍ରୁତା କାମଗୁଡ଼ିକ ସକାଶେ ସାମୟିକ ବାଧା ସୃଷ୍ଟି କରିପାରେ।
ସି˚ହ
ସି˚ହ
ଆଲୋଚନା ପରିସରରେ ସତ କଥା କହିବାରୁ କେତେଜଣ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଶାରୀରିକ ଅସୁସ୍ଥତା ଅନୁଭବ କରି ନିଜକୁ ସଙ୍କୁଚିତ ମନେକରିବେ। କର୍ମକ୍ଷେତ୍ରରେ କୌଣସି କର୍ମଚାରୀଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହେବ। ମନରେ ଭାବୁଥିବା କଥାଟିକୁ ହଠାତ୍‌ ସହକର୍ମୀଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ।
କନ୍ୟା
ଆକସ୍ମିକ ଭାବରେ କିଛି କର୍ମାରମ୍ଭ ସକାଶେ ଅର୍ଥ ଆବଶ୍ୟକ ହୋଇପାରେ। ଆନୁଷ୍ଠାନିକ କାମରେ ଅନ୍ୟମାନଙ୍କ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିଯିବ। ଅସମର୍ଥିତ କ୍ଷେତ୍ରରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ସଭାସମିତିରେ ଅପ୍ରିୟସତ କଥା ପ୍ରକାଶ କରି ସମସ୍ୟାକୁ ବଢ଼ାଇ ଦେଇ ପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ମତଭେଦ ଘଟିବାର ଆଶଙ୍କା ରହିଛି। ଦୀର୍ଘଦିନରୁ ଆଶା କରିଥିବା କୌଣସି ଖବର ପାଇ ଖୁସି ହେବେ। ଆର୍ଥିକ ସଙ୍କଟ କେତେକ ବ୍ୟତିକ୍ରମ ସୃଷ୍ଟି କରିବ କିନ୍ତୁ କାମ ଅଟକିବ ନାହିଁ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ସାଂସ୍କୃତିକ କାର୍ଯ୍ୟରେ ଉନ୍ନତମାନର ଫଳ ପାଇବେ।
ବିଛା
ବିଛା
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସମର୍ଥନ ନ ପାଇବା ହେତୁ କେତେକ କାମରେ ଦୂରେଇ ରହିବାକୁ ବାଧ୍ୟ ହେବେ । ଗାଡି, ମୋଟର, ପୁରୁଣା ଘର ମରାମତି ସକାଶେ ଯୋଜନା ପ୍ରଣୟନ କରିପାରନ୍ତି। ଟେନସନ୍‌ ଦୂର ହେବ ଓ ଅଟକି ରହିଥିବା କାମ ସମ୍ପନ୍ନ ହେବ। କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର , ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ।
ଧନୁ
ଧନୁ
ବିଭିନ୍ନ କାମର ଚାପ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ, ନତୁବା ମନସ୍ତାପ କରିବାକୁ ପଡ଼ିପାରେ। କେତେକ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବେ, ମାତ୍ର ଇଚ୍ଛା କରୁଥିବା ଜିନିଷଟି ନିଶ୍ଚିତ ପାଇବେ। ବନ୍ଧୁଙ୍କ ସମ୍ମୁଖରେ ମନର ଗୋପନ ବ୍ୟଥାକୁ ସହି ପାରିବେ ନାହିଁ କିମ୍ବା କହି ପାରିବେ ନାହିଁ।
ମକର
ମକର
ଅନୁକୂଳ ସମୟ ନ ଥିବା କାରଣରୁ ଘରେ ଓ ବାହାରେ ସବୁଠି ଅଶାନ୍ତିର ଝଲକ ଅନୁଭବ କରିବେ। ନିଜ ଲୋକଙ୍କୁ ଛାଡିପାରିବେ ନାହିଁ କିମ୍ବା ସେମାନଙ୍କ ଉପରେ ଭରସା କରିପାରିବେ ନାହିଁ। ସଭାସମିତି, ପରିବହନ, କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ଭାଙ୍ଗିପଡିଥିବା ସମ୍ପର୍କ ଯୋଡିବାକୁ ଯୋଜନା କରିବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା କିମ୍ବା ବିଶୃଙ୍ଖଳାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ। ମାନସିକ ଚାପଗ୍ରସ୍ଥ ହୋଇ ପାରିବାରିକ ସମସ୍ୟା ପ୍ରତି ବୀତସ୍ପୃହ ରହିପାରନ୍ତି। କେତେକ କ୍ଷେତରେ ନିଜର ସ୍ବକୀୟ ମତ ପୋଷଣ କରି ସମାଲୋଚିତ ହେବାକୁ ପଡିବ। ପିଲାଙ୍କ ବିବାହ ସମ୍ପର୍କିତ ପ୍ରସ୍ତୁତି ସକାଶେ ବନ୍ଧୁଙ୍କ ସହ ଆଲୋଚନା ଆରମ୍ଭ କରିପାରନ୍ତି।
ମୀନମୀନ

ପରିବାରରେ ସମସ୍ୟା ସମାଧାନ, ନିର୍ମାଣରେ ଅଗ୍ରଗତି ଓ ଜମିଜମା କ୍ରୟବିକ୍ରୟ ଆଲୋଚନାରେ ସଫଳତା ମିଳିବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିବା କଷ୍ଟକର ହୋଇପାରେ। ପର କଥାରେ ମୁଣ୍ଡ ନ ପୂରାଇବା ଭଲ କାରଣ ଅଯଥା ଟେନ୍ସନ ବଢିବ। ବନ୍ଧୁଙ୍କ ହସ୍ତକ୍ଷେପ ଦ୍ୱାରା ବିବାଦୀୟ ଘଟଣାରେ ସମସ୍ୟାର ସରଳ ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri