Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ
କର୍ମଭାବରେ ଚାରୋଟି ଗ୍ରହ ଦ୍ୱାରା ସୃଷ୍ଟି ହୋଇଥିବା ରାଜଯୋଗ ସାମଗ୍ରିକ ଦୃଷ୍ଟିକୋଣରୁ ସଫଳତା ଆଣିଦେବ। ଧନ ସ୍ଥାନରେ ରାହୁଯୁକ୍ତ ଚନ୍ଦ୍ର କାରଣରୁ ଧନହାନିଜନିତ ମନସ୍ତାପ କରିପାରନ୍ତି। ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ସାମାଜିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।
ବୃଷ
ବୃଷ
ରାଶିରେ ପାପଗ୍ରହ ହେତୁ ମାନସିକ ଚାପଗ୍ରସ୍ତ ହୋଇ ଅଶାନ୍ତ ରହିପାରନ୍ତି। ଆଜି ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଝଗଡାର ସମ୍ଭାବନା ରହିଛି। ଧନାଧିପତିଙ୍କ ଦୁର୍ବଳତା କାରଣରୁ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ। ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମ ଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।
ମିଥୁନ
ମିଥୁନ
ଦୁଃସ୍ଥାନସ୍ଥ ଏକାଧିକ ଗ୍ରହ କାରଣରୁ ସଜାଗ ରହି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ନିଜର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ପ୍ରତ୍ୟେକ କାମରେ ଟେନ୍‌ସନ କିିଛି ମାତ୍ରାରେ ଲାଗିରହିବ। କର୍ମକ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ।
କର୍କଟ
କର୍କଟ
ପ୍ରତିବାଦୀ ସ୍ଥାନରେ ଏକାଧିକ ଗ୍ରହ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଆଣିପାରେ; ଯାହା ଅନ୍ୟମାନଙ୍କ ପାଇଁ ସହଜଲଭ୍ୟ ଆପଣଙ୍କ ପାଇଁ ଦୁରୂହ ହୋଇପଡିବ। ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇଯିବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ବନ୍ଧୁଙ୍କ ଅସହଯୋଗରେ କେତେକ ବ୍ୟତିକ୍ରମ ଘଟିପାରେ। ବନ୍ଧୁଙ୍କ ସହାୟତାରେ ବ୍ୟବସାୟିକ, ଆର୍ଥିକ, ସାମାଜିକ ପ୍ରତିଷ୍ଠା ପାଇଁ ଚେଷ୍ଟିତ ହେବେ। ରାସ୍ତାରେ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।
କନ୍ୟା
ସ୍ଥଗିତ କାର୍ଯ୍ୟ ହାସଲ କ୍ଷେତ୍ରରେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି। ଆକସ୍ମିକ ଭାବରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ବନ୍ଧୁମାନଙ୍କ କାର୍ଯ୍ୟାବଳୀର ସମୀକ୍ଷା କରି ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିପାରନ୍ତି। ଆର୍ଥିକ ପରିସ୍ଥିତି ଦୁଶ୍ଚିନ୍ତାର କାରଣ ହୋଇପାରେ।
ତୁଳା
ତୁଳା
ସମସ୍ୟା ମଧ୍ୟରେ ଗତି କରି ମଧ୍ୟ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କ୍ରୀଡ଼ା, କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ହାସଲ କରିବେ। ସଭାସମିତିରେ ବୁଦ୍ଧିଜୀବୀଙ୍କ ସାନିଧ୍ୟ ଲାଭ କରି ଖୁସି ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ସଫଳ ହେବାରେ ପ୍ରତିବନ୍ଧକ ରହିବ ନାହିଁ।
ବିଛା
ବିଛା
ହିତୈଷୀମାନଙ୍କ ସହାୟତାରେ ଆଜିର କାମଗୁଡିକ ଯଥା ସମୟରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ କୌଣସି ଯୁବ ବ୍ୟକ୍ତିଙ୍କଠାରୁ ଅଯାଚିତ ଭାବେ ଯଥେଷ୍ଟ ସହାୟତା ପାଇବେ। ପାରିବାରିକ କ୍ଷେତ୍ରରେ ସ୍ତ୍ରୀ କିମ୍ବା ଭଉଣୀଙ୍କ ଆଡୁ ସମସ୍ୟା ଆସିପାରେ। କୌଣସି ବ୍ୟକ୍ତିବିଶେଷଙ୍କ ପରୋକ୍ଷ ଶତ୍ରୁତା କାର୍ଯ୍ୟହାନିର କାରଣ ସାଜିପାରେ।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ହେତୁ ସାମୟିକ ମନ ଖୁସି ରହିବ। କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ମଧ୍ୟାହ୍ନରେ ଟେନ୍‌ସନ୍‌ ବଢିପାରେ। ଅଟକି ରହିଯାଇଥିବା କାମ ସମ୍ପନ୍ନ ଲାଗି ମନ ବଳାଇପାରନ୍ତି। ଯାତ୍ରା, ବାଣିଜ୍ୟ ଓ ପରିବହନ ଭଲରେ ଚାଲିବାରୁ ଆଶ୍ୱସ୍ତି ଲାଭ କରିବେ।
ମକର
ମକର
ଅଶାନ୍ତ ମନକୁ ଶାନ୍ତ କରାଇବାରେ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। କାମଟିକୁ ପୂର୍ଣ୍ଣାଙ୍ଗ କରିବା ସକାଶେ ଅର୍ଥ ସଙ୍କଟ ରହିବ ନାହିଁ। ନିଜ ପରିସରର ବ୍ୟକ୍ତିଙ୍କ କଥାକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ରୋଗ ଯନ୍ତ୍ରଣାରେ କଷ୍ଟ ପାଉଥିବା ଗୁରୁଜନଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିବେ।
କୁମ୍ଭ
କୁମ୍ଭ
ଆଜି ସବୁକଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡିବେ। ଶିକ୍ଷା, ପରୀକ୍ଷା, ସାକ୍ଷାତ୍‌କାର ତଥା ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ। ପାରସ୍ପରିକ ଉତ୍ତମ ବୁଝାମଣା ଅବ୍ୟାହତ ରହିଥିବାରୁ ପାରିବାରିକ କ୍ଷେତ୍ର ପୂର୍ବପରି ରହିବ। ଚତୁଃପାର୍ଶ୍ୱରେ ଘଟି ଯାଉଥିବା ଘଟଣାଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ।
ମୀନମୀନ
ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟିର ଆଶଙ୍କାକୁ ଏଡି ହେବ ନାହିଁ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ କିମ୍ବା ପରୋକ୍ଷ ଶତ୍ରୁତା ହେତୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ଆଜି ହଠାତ୍‌ କୌଣସି ସମଶ୍ରେଣୀୟ ବ୍ୟକ୍ତିଙ୍କ ସହ ବାଦାନୁବାଦ ହୋଇପାରେ। ପୂର୍ବଭାଦ୍ରପଦ ନକ୍ଷତ୍ର ସକାଶେ ଆଜିର ଜୀବନଯାତ୍ରା ବିଶେଷ କଷ୍ଟପ୍ରଦ ହେବନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri