Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୧୭ ତାରିଖ – Daily Horoscope

ମେଷ
ଆଜି ଯେକୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଆଡ୍‌ଜଷ୍ଟ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ କିମ୍ବା ସରକାରୀ କାମରେ ହଠାତ୍‌ ବାହାରକୁ ଯାତ୍ରା କରିପାରନ୍ତି। ଲାଗିରହିଥିବା ବିବାଦର ସମାଧାନର ରାସ୍ତା ସୁଗମ ହୋଇଯିବ। ପରିସ୍ଥିତିର ବିଷମତା କାରଣରୁ କଷ୍ଟ ସ୍ବୀକାର କରି କାମ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରିବେ।
ବୃଷ
ବୃଷ
ବନ୍ଧୁଙ୍କ ପରାମର୍ଶରେ ଆଜିର କାର୍ଯ୍ୟପଦ୍ଧତି ଆପଣଙ୍କୁ କର୍ମଧାରାରେ ପରିବର୍ତ୍ତନ ଆଣିବାକୁ ପଡିପାରେ। ତଥାପି ବିଭିନ୍ନ ପ୍ରକାରର ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇ ପାରନ୍ତି। ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବ।
ମିଥୁନ
ମିଥୁନ
ଆଜି ଆର୍ଥିକ ଉପଯୋଗ ଓ ଯୁକ୍ତିଯୁକ୍ତ କଥା ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବ। ଗୁରୁତ୍ୱପୂର୍ଣ୍ଣ କାମ ଅଟକିରହିଥିବା କାରଣରୁ ଅନ୍ୟମନସ୍କ ରହିପାରନ୍ତି। ବନ୍ଧୁ ସମ୍ମୁଖରେ ଗୋପନୀୟ କଥା କହିବାକୁ ଚିନ୍ତାକରି କହିପାରିବେ ନାହିଁ। ଜମିଜମା, ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କାମରେ ସମସ୍ୟା ଲାଗିରହିବ।
କର୍କଟ
କର୍କଟ
ଆଜି ଅର୍ଥ ଓ ସମ୍ମାନ ଲାଭରେ ନିଜକୁ ଗୌରବାନ୍ବିତ ମନେକରିବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବା ଦିଗରେ ନିଜର ଅଭିଜ୍ଞତା ଓ ଦୂରଦର୍ଶିତା ଆପଣଙ୍କୁ ବହୁ ମାତ୍ରାରେ ସାହାଯ୍ୟ କରିବ। ସଭାସମିତି, ଆନୁଷ୍ଠାନିକ କାମ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ନିର୍ମାଣାଧୀନ କାମଗୁଡିକ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ।
ସି˚ହ
ସି˚ହ
ଆତ୍ମବଳ ଅଭାବରୁ ପ୍ରତ୍ୟେକ କାମରେ ପଛେଇ ରହିବେ ଏବଂ ଆଗଧାଡିରେ ରହିବା ଭଳି ସାହସ ପ୍ରଦର୍ଶନ କରିପାରିବେ ନାହିଁ। ପରିବାର ଭିତରେ ସମ୍ପର୍କହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ମିଳିବ।
କନ୍ୟା
ଘଟିଯାଇଥିବା ଘଟଣାକୁ ମନେପକାଇ ଅସ୍ଥିର ହେବେ। ସ୍ବାର୍ଥସାଧନରେ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ। ମଧ୍ୟାହ୍ନରେ ଟେନ୍‌ସନ୍‌ ଦୂର ହେବ ଓ ତୀର୍ଥାଟନଜନିତ ସୁଖଭ୍ରମଣ ଯୋଗ ରହିଛି।
ତୁଳା
ତୁଳା
ଅଭାବବୋଧ ସାଙ୍ଗକୁ ପରିବାରରେ ଅଶାନ୍ତି, ପରିବହନରେ ଝଗଡ଼ା, ବ୍ୟବସାୟରେ କ୍ଷତିଜନିତ କାରଣରୁ ଦୁଃଖିତ ରହିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ଜମିଜମା ପ୍ରଭୃତି କିଣାବିକାରେ ସତର୍କ ନ ହେଲେ ଠକିଯିବେ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ସାମୟିକ ବିଚଳିତ ହେବେ।
ବିଛା
ବିଛା
ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଶୀର୍ଷକୁ ଯିବାରେ ସମର୍ଥ ହେବେ। ସାହାଯ୍ୟକାରୀ ମନୋଭାବ ହେତୁ ସହକର୍ମୀଙ୍କ ସହ ସଦ୍‌ଭାବ ବୃଦ୍ଧି ହୋଇପାରେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ, ଫଳରେ ସାଧାରଣ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ପାରିବାରିକ ସମସ୍ୟା ନେଇ ମାନସିକ ଅସ୍ଥିରତା ସୃଷ୍ଟି ହେବାର ସୂଚନା ରହିଛି।
ଧନୁ
ଧନୁ
ଭୁଲ୍‌ ବୁଝାମଣା ଦୂର ହେବା କାରଣରୁ ପାରିବାରିକ ଶାନ୍ତି ଫେରି ଆସିବ। ଘର ଅପେକ୍ଷା ବାହାର ଲୋକମାନେ ପକ୍ଷ ସମର୍ଥନ କରିବେ। ଅଟକି ରହିଥିବା କାମ ହାସଲ ପାଇଁ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସାଧାରଣ ସମସ୍ୟାଗୁଡିକ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମକର
ମକର
ଦୁଃଖରେ ଭାଙ୍ଗିପଡିଥିବା ସମ୍ପର୍କୀୟ ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବାକିପଡିଥିବ ଅର୍ଥ ଆଦାୟରେ ସକ୍ଷମ ହେବେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ,କିନ୍ତୁ ସାମୟିକ ଅସ୍ଥିରତା ଦେଖାଦେବାର ସମ୍ଭାବନା ରହିଛି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ଚେଷ୍ଟା ବିଫଳ ହେବ ନାହିଁ।
କୁମ୍ଭ
କୁମ୍ଭ
ଯାହା ଛିନ୍ତା କରୁଛନ୍ତି ସହଜରେ ହାସଲ କରିବାରେ ଅସୁବିଧା ହେବନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟାକୁ ସୁଧାରି ନେବାରେ ନିକଟସ୍ଥ ବନ୍ଧୁମାନେ ସାହାଯ୍ୟ କରିବେ। ଲଘୁ କ୍ରୋଧର ବଶବର୍ତ୍ତୀ ହୋଇ ଅଯଥା ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ପିଲାମାନଙ୍କ ଶିକ୍ଷାର ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି।
ମୀନମୀନ

ହିତୈଷୀମାନଙ୍କ ପରାମର୍ଶରେ ପାରିବାରିକ ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସାମାଜିକ ସ୍ତରରେ ନୀଚ ବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ,କିନ୍ତୁ କିଛି ଅଟକି ରହିବ ନାହିଁ। ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri