Posted inRasifala

ରାଶିଫଳ: ଶୁକ୍ରବାର , ନଭେମ୍ବର ୧୦ ତାରିଖ – Daily Horoscope

ମେଷ
ପରିବାରରେ ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇ ପାରିବାରିକ ଅଶାନ୍ତିର ସମ୍ଭାବନା ଦେଖାଦେଇପାରେ। ଅଫିସ୍‌ରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବ। ନୂତନ ଯାନବାହନ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି। ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ସୃଷ୍ଟି ହେବା କାରଣରୁ ନିର୍ମାଣାଧୀନ କାମ ସ୍ଥଗିତ ରହିଯାଇପାରେ।
ବୃଷ
ବୃଷ
ସନ୍ଦେହୀ ମନ ହେତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖି ଅଶାନ୍ତ ରହିବେ। ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ ଓ ସଫଳତା ମଧ୍ୟ ମିଳିବ। କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ, ଫଳରେ ସ୍ବାସ୍ଥ୍ୟହାନିର ସମ୍ଭାବନା ରହିଛି। ସରକାରୀ ସ୍ତରରୁ ସୁଯୋଗ ଲାଭକରି ତୀର୍ଥାଟନ କଥା ଚିନ୍ତା କରିପାରନ୍ତି।
ମିଥୁନ
ମିଥୁନ
ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଖୁସି ହୋଇପାରେ। ଅତୀତର ଅପୂର୍ଣ୍ଣ କାମକୁ ଆଜି ଅନ୍ୟମାନଙ୍କ ସାହାଯ୍ୟ ନେଇ ସମ୍ପୂର୍ଣ୍ଣ କରିବେ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ଭାବରେ ଟେନ୍ସନ ସୃଷ୍ଟି କରିବ। ପ୍ରତିବନ୍ଧକ ଲାଗିରହିବା କାରଣରୁ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ।
କର୍କଟ
କର୍କଟ
ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ, ଯାହାକି କର୍ମକୁ ପ୍ରଭାବିତ କରିବ। ଆର୍ଥିକ ଅନଟନ ଲାଗିରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। ଆଜିର ପ୍ରତ୍ୟୁଷ ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ଆଜି ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ହେବ। ଭଡ଼ା ସୂତ୍ରରୁ କିମ୍ବା ଦୀର୍ଘଦିନରୁ ପାଉ ନ ଥିବା ବକେୟା ଟଙ୍କା ପାଇବେ।
ସି˚ହ
ସି˚ହ
ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ପଡ଼ି ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝି ପାରିବେନି। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ଚିନ୍ତାପ୍ରକଟ କରିପାରନ୍ତି। ଅବହେଳିତ କାମଜନିତ କର୍ମକ୍ଷେତ୍ରରେ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ହଠାତ୍‌ ମୋଟାଅଙ୍କ ଅର୍ଥର ଆବଶ୍ୟକତା ପଡ଼ିପାରେ।
କନ୍ୟା
ଆର୍ଥିକ ଅନଟନ ମାନସିକ ଦୁଶ୍ଚିନ୍ତାର କାରଣ ହେବ। ଅପେକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇପଡିବେ। କର୍ମକ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଅଧିକ କିଛି ଆଶା କରି କିମ୍ବା ବନ୍ଧୁଙ୍କ କଥାରେ ଭରସା କରି ନୂତନ କର୍ମସସ୍ଥାନ ପାଇଁ ମନ ବଳିବ।
ତୁଳା
ତୁଳା
ପୂର୍ବରୁ ପାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଜି ଅର୍ଥ ଓ ସମ୍ମାନ ପାଇବେ। ଆନୁଷ୍ଠାନିକ କାମରେ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ। ଫଳରେ ଘରକାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। ଆଲୋଚନା କିମ୍ବା ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି।
ବିଛା
ବିଛା
କାର୍ଯ୍ୟବ୍ୟସ୍ତତା କାରଣରୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ପିଲାମାନଙ୍କ ଅସାବଧାନତା ଦ୍ୱାରା ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ପ୍ରେସ୍‌, ପବ୍ଲିକେଶନ, ସଭାସମିତି, ରାଜନୀତି, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବେ। ସହକର୍ମୀଙ୍କୁ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ଧନୁ
ଧନୁ
ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସମୟାନ୍ତରରେ ସଫଳତା ଅବଶ୍ୟ ମିଳିବ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ଭଲ ହେବ। ଜମିଜମା କାରବାରଜନିତ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମକର
ମକର
ପାରିବାରିିକ ଜୀବନ ସୁଖ ସନ୍ତୋଷରେ କାଟିବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ନିକଟ ସମ୍ପର୍କୀୟ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ। ସ୍ବାସ୍ଥ୍ୟହାନି କାରଣରୁ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ଆଶା କରୁଥିବା କୌଣସି ଶୁଭଖବର ପଡ଼ୋଶୀଙ୍କ ନିକଟରୁ ପାଇ ଖୁସି ହେବେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ବାରମ୍ବାର ଅସଫଳତା କାରଣରୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେବାର ଆଶଙ୍କା ରହିଛି।
ମୀନମୀନ

ପାରିବାରିକ କ୍ଷେତ୍ରରେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମନାନ୍ତର ଦେଖାଦେବାର ସୂଚନା ରହିଛି। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅର୍ଥ ସଂଗ୍ରହର ପ୍ରଚେଷ୍ଟା କଦାପି ନିଷ୍ଫଳ ହେବ ନାହିଁ, ତଥାପି ଏଥିପାଇଁ ବହୁତ ଶ୍ରମ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri