Posted inRasifala

ରାଶିଫଳ: ଶୁକ୍ରବାର , ନଭେମ୍ବର ୩ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଦ୍ୱିଜା ନକ୍ଷତ୍ର ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ନୂତନ କର୍ମାରମ୍ଭରେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ବୃଷ
ବୃଷ
କଠିନଶ୍ରମଜନିତ ସ୍ବାସ୍ଥ୍ୟହାନି ଯୋଗୁ ପୀଡ଼ାରୁ କଷ୍ଟ ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ମିତ୍ର ବନ୍ଧୁରେ, ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରିବେ। ବ୍ୟବସାୟ,ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ଲାଭବାନ ହେବେ। କୃତ୍ତିକା ନକ୍ଷତ୍ର ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ କଠିନ ସମସ୍ୟାର ସମାଧାନ ହୋଇଯିବ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହେବେ। ସହକର୍ମୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପୁନର୍ବସୁ ନକ୍ଷତ୍ର ବହୁପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଖଳପ୍ରକୃତିର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ତଥାପି ଅନୁକୂଳ ପରିବେଶ ସୃଷ୍ଟି ହେବାରୁ ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ଅଶ୍ଳେଷା ନକ୍ଷତ୍ର ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ବନ୍ଧୁଙ୍କ ସହ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ସି˚ହ
ସି˚ହ
ପୂର୍ବାଫାଲଗୁନୀ ନକ୍ଷତ୍ର କୌଣସି ନୂତନ କାର୍ଯ୍ୟରେ ହାତଦେଇ ସଫଳତା ପାଇବେ। ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।
କନ୍ୟା
ଆଜିର ଯାତ୍ରା କୌଣସି କାରଣରୁ ସ୍ଥଗିତ ରହିଯାଇପାରେ। ହଠାତ୍‌ ପୁରାତନ ରୋଗର ପୀଡ଼ା ଅନୁଭବ ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଚିତ୍ରା ନକ୍ଷତ୍ର ସାହିତ୍ୟ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହବେ।
ତୁଳା
ତୁଳା
ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି କଟୁମନ୍ତବ୍ୟ ଦେଇପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସ୍ବାତୀ ନକ୍ଷତ୍ରର ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା
ବିଛା
ବନ୍ଧୁମାନଙ୍କ ସହ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ପାରିବାରିକ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ। ଅନୁରାଧା ନକ୍ଷତ୍ର ଶୀଘ୍ର ଶେଷ କରିବା ସକାଶେ ଭାବୁଥିବା କାମଟିକୁ ଶେଷ କରିପାରିବେନି। ପରିବହନ, ନିର୍ମାଣ, ଆଲୋଚନା, ସଭାସମିତି ଓ ଚୁକ୍ତିପତ୍ର ପାଇଁ ଦିନଟି ବହୁତ ଭଲ।
ଧନୁ
ଧନୁ
ଆକସ୍ମିକ ଭାବରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ପୂର୍ବାଷାଢ଼ା ନକ୍ଷତ୍ରର ପ୍ରକାଶନ କିମ୍ବା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।
ମକର
ମକର
ଅଫିସରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ଶ୍ରବଣା ନକ୍ଷତ୍ର ବନ୍ଧୁଙ୍କ ନିକଟରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ପାରିବାରିକ ସ୍ଥିତି ବିଶେଷ ଭଲ ରହି ନ ପାରେ।
କୁମ୍ଭ
କୁମ୍ଭ
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। କର୍ମକ୍ଷେତ୍ରରେ ଜଣାଶୁଣା ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ସହକର୍ମୀଙ୍କ ସହ ବାଦବିବାଦ କ୍ରମେ ଜଟିଳ ହୋଇପାରେ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ମୀନମୀନ

ପ୍ରତ୍ୟେକ କ୍ଷେତ୍ରରେ ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ। ଅଫିସରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ। ଅପୂରଣୀୟ ଅଭିଳାଶ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିବେ। ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ପିଲାଙ୍କ ଉନ୍ନତିରେ ଖୁସି ଜାହିରର ଅବସର ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri