Posted inRasifala

ରାଶିଫଳ: ବୁଧବାର, ଅକ୍ଟୋବର ୨୧ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲରେ ଭଲରେ ବିତିବ ଏବଂ ଯାହା ଚାହୁଁଛନ୍ତି ତାହା ପାଇବେ। ଶତ୍ରୁମାନେ ଚେଷ୍ଟାକରି ଥକିଯିବେ ସିନା କିଛି କ୍ଷତି କରିପାରିବେ ନାହିଁ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗର ହାତ ଆପଣଙ୍କ ପାଖକୁ ଲମ୍ବି ଆସିବ। ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
ବୃଷ
ବୃଷ

କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ସମର୍ଥନ କାମକୁ ଆଗକୁ ବଢାଇ ନେବାରେ ସାହାଯ୍ୟ କରିବ। ସଭାସମିତିରେ କିମ୍ବା ଆଲୋଚନା ପରିସରରେ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। କର୍ମକ୍ଷେତ୍ରରୁ ଫେରନ୍ତା ବାଟ ସମସ୍ୟାବହୁଳ ହୋଇପାରେ। ପାରିବାରିକ ସମସ୍ୟାଗ୍ରସ୍ତ କାରଣରୁ ମନ ଦୁଃଖରେ ରହିପାରନ୍ତି।

ମିଥୁନ
ମିଥୁନ
ସମସ୍ୟାବହୁଳ କର୍ମକ୍ଷେତ୍ର ରହିଥିଲେ ମଧ୍ୟେ ଅର୍ଥବଳରେ ଅସାଧ୍ୟ ସାଧନର ରାସ୍ତା ଉନ୍ମୁକ୍ତ ହେବ। ରେଷ୍ଟୁରାଣ୍ଟ, ମିଲ୍‌ସ୍‌ହୋଟେଲ, ଫାଷ୍ଟଫୁଡ ଛୋଟ ଦୋକାନୀ, ଆଜି ବିଶେଷ ଲାଭବାନ ହେବେ। ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ସମସ୍ୟା ଆସିବାର ଆଶଙ୍କା ରହିଛି।
କର୍କଟ
କର୍କଟ
ପରିବାରରେ ଅଯଥା ବିରକ୍ତିବୋଧ ଓ ଲଘୁ କ୍ରୋଧ ପ୍ରକାଶ କରି ଆତ୍ମୀୟସ୍ବଜନଙ୍କ ବିରାଗଭାଜନ ହେବେ। ଗତକାଲିର ନିଷ୍ପତ୍ତିକୁ ବଦଳାଇବା ପାଇଁ କଷ୍ଟକର ହୋଇପାରେ। ତଥାପି ଆଲୋଚନା, ବ୍ୟବାସାୟ, ଯାତ୍ରା ପ୍ରଭୃତି ଯେକୌଣସି କ୍ଷେତ୍ରରେ ମଧ୍ୟ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।
ସି˚ହ
ସି˚ହ
କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ପ୍ରଗାଢ ଚେଷ୍ଟା କରିପାରନ୍ତି, ଅଧୁରା କାମକୁ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସ୍ବାସ୍ଥ୍ୟ ସଚେତନତା ଅଭାବରୁ ସାମୟିକ ଅସୁସ୍ଥତା ଦେଖାଦେବାର ଆଶଙ୍କା ଦେଖାଦେଇପାରେ।
କନ୍ୟା
ଆଜି ଆପଣ ଏକାଧାରରେ ଅର୍ଥ, ସମ୍ମାନ, ବନ୍ଧୁମିଳନ ଓ ସାମାଜିକ ପ୍ରତିଷ୍ଠାର୍ଜନ କରିବେ। ବିଭିନ୍ନ ପ୍ରକାରର ପାରିବାରିକ ଦୁଶ୍ଚିନ୍ତାରେ ମନ ଆନ୍ଦୋଳିତ ରହିପାରେ। ଅଧିକାଂଶ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି।
ତୁଳା
ତୁଳା
ଜମିଜମାକ୍ରୟବିକ୍ରୟ, ଗୃହ ପରିବର୍ତ୍ତନ, ସ୍ଥାନାନ୍ତର ତଥା ଅର୍ଥ ସମ୍ପର୍କୀୟ ଅନୁଚିନ୍ତା କରିବେ। ପାଖ,ପଡୋଶୀ/ସ୍ବାମୀ/ସ୍ତ୍ରୀଙ୍କ ଆଲୋଚନା ପ୍ରଭୃତି ବିଷୟରେ ସମୟ ଅତିବାହିତ ହେବ। ଦିନଭରି କାର୍ଯ୍ୟବ୍ୟସ୍ତତା ଯୋଗୁ ସାମାନ୍ୟ ବିଶ୍ରାମ କିମ୍ବା ଲଘୁ ଭୋଜନର ଅବସର ପାଇବେ ନାହିଁ।
ବିଛା
ବିଛା
ବିଭିନ୍ନ ପ୍ରକାରର ରୁଚିବିରୁଦ୍ଧ କାର୍ଯ୍ୟ ମାନସିକ ଅସ୍ଥିରତା ସୃଷ୍ଟି କରିବ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଅଶାନ୍ତିର କାରଣ ହୋଇପାରେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ କିମ୍ବା ନିଜ ପରିସରରେ ବନ୍ଧୁବର୍ଗ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ।
ଧନୁ
ଧନୁ
ଆପଣଙ୍କ ଭୁଲ୍‌ ନିଷ୍ପତ୍ତି ଓ ବିବାଦୀୟ ମନ୍ତବ୍ୟ ପରିବେଶ ଓ ପରିସ୍ଥିତିକୁ ଗମ୍ଭୀର କରିଦେଇପାରେ। ପାଖ, ପଡୋଶୀଙ୍କ ଲଗାଯୋଟା କଥାରେ ପ୍ରଭାବିତ ହୋଇ ପରିବାରର ସଦସ୍ୟମାନେ ଆପଣଙ୍କୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ଅତି ନିଜର ପ୍ରିୟ ବ୍ୟକ୍ତିଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ବିରୋଧ କଥା କହିବ।
ମକର
ମକର

ଆଜିର ଯାତ୍ରା ସମୟରେ ସ୍ଥାନ, କାଳ, ପାତ୍ରାନୁସାରୀ କଥାର ବ୍ୟତିକ୍ରମ ଅଯଥା ବିବାଦର ସୂତ୍ରପାତ କରିବ। ଏଣେ ଦୁର୍ବଳ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ ତଥା ବ୍ୟବସାୟିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ।

କୁମ୍ଭ
କୁମ୍ଭ
ଭୁଲ୍‌ ବୁଝାମଣାରୁ ପାରିବାରିକ କଳହ, ବିତର୍କରୁ ଲୋକ ସମ୍ପର୍କ ହାନି ଓ ବନ୍ଧୁବର୍ଗଙ୍କ ସହ ସମ୍ପର୍କକୁ ତିକ୍ତ କରାଇବ। କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହୁଥିଲେ ମଧ୍ୟ କାମଟିକୁ ସମ୍ପନ୍ନ କରିପାରିବେ ନାହିଁ କିମ୍ବା ଛାଡି ପାରିବେ ନାହିଁ। ହଠାତ୍‌ ଯାତ୍ରା କରିବାକୁ ମନସ୍ଥକରି ଶେଷରେ ବାଟରୁ ଫେରି ଆସିବାକୁ ପଡିପାରେ।
ମୀନମୀନ

ବନ୍ଧୁମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜକୁ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ଈର୍ଷା କରୁଥିବା ଲୋକମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ସ୍ବାସ୍ଥ୍ୟ ଖରାପ ସହ ଋଣଭାର ବଢିଯାଉଥିବା କାରଣରୁ ଚିନ୍ତିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri