Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୨୧ ତାରିଖ – Daily Horoscope

ମେଷ
ମାନସିକ ଅସ୍ଥିରତା କାରଣରୁ କୌଣସି କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିତି ବିଗାଡ଼ି ଦେଇପାରେ। ରଚନାତ୍ମକ କାମ, ଆନୁଷ୍ଠାନିକ କାମ, ବନ୍ଧୁମାନଙ୍କ ସହ ଆଲୋଚନାରୁ ଆଶ୍ୱସ୍ତି ଲାଭ କରିବେ। କୃତ୍ତିକା ନକ୍ଷତ୍ର ଯେଉଁ କାମରେ ହାତ ଦେଲେ ମଧ୍ୟ ନିଶ୍ଚିତ ସଫଳତା ପାଇବେ।
ବୃଷ
ବୃଷ
ପାରିବାରିକ ଅଶାନ୍ତି ଓ ଅର୍ଥାଭାବର ସାମ୍ନା କରିବାକୁ ପଡିପାରେ। ବନ୍ଧୁମାନେ ସାମୟିକ ସୁଯୋଗକୁ ନିଜର ସ୍ବାର୍ଥ ସାଧନରେ ଲଗାଇପାରନ୍ତି। ଭାଇ ଭଉଣୀଙ୍କ ସହ ସମ୍ପର୍କ ତିକ୍ତ ହୋଇପାରେ। ଯାତ୍ରା, ପ୍ରଶାସନ, ପ୍ରକାଶନ, ବାଣିଜ୍ୟ ଓ ବ୍ୟବସାୟ ତଥା ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମିଥୁନ
ମିଥୁନ
ନିଜ ଲୋକମାନଙ୍କ ବିରୁଦ୍ଧାଚରଣଜନିତ ଟିକିଏ କଥାରେ କଳହ ଲାଗିପାରେ। ଅର୍ଥ ସମ୍ବନ୍ଧୀୟ କଥା, ଚୁକ୍ତିପତ୍ର, ଜମିଜମା କାରବାର ସକାଶେ ଦିନଟି ବହୁତ ଭଲ। କିନ୍ତୁ ଆନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମ ଯୋଗୁ ମାନସିକ ଆଘାତ ପାଇବେ। ସମସ୍ୟାର ସରଳ ସମାଧାନ ସଙ୍ଗକୁ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରୁ ଯଥେଷ୍ଟ ସମ୍ମାନ ଓ ସଦିଚ୍ଛା ପାଇବେ। ବନ୍ଧୁଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପରୋକ୍ଷରେ ସମାଲୋଚିତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରକୁ ବିପଦସଂକୁଳ କରିବାର ଆଶଙ୍କାକୁ ଏଡି ହେବନାହିଁ। ପ୍ରକାଶନ, ପ୍ରଶାସନ, ନିର୍ମାଣ କ୍ଷେତ୍ରରେ ସହଯୋଗ, ସମ୍ମାନ ପାଇ ଖୁସି ହେବେ।
ସି˚ହ
ସି˚ହ
ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ଧୈର୍ଯ୍ୟହାନି ଘଟିବ ନାହିଁ। ବିବାଦୀୟ ଘଟଣାରେ ବିଜୟୀ ହେଲେ ମଧ୍ୟ ସଂଘର୍ଷପୂର୍ଣ୍ଣ ସ୍ଥିତି ବଳବତ୍ତର ରହିବ। ସହକର୍ମୀଙ୍କ ସହ ସମ୍ପର୍କ ଯୋଡିବାର କୌଶଳ କିଛି ମାତ୍ରାରେ ସାହାଯ୍ୟ କରିବ। ରାଜନୈତିକ କିମ୍ବା ପ୍ରଶାସନିକ ସ୍ତରରେ ପରିସ୍ଥିତି ସେତେଟା ଭଲ ରହି ନ ପାରେ।
କନ୍ୟା
ଆଜିର କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ମନ୍ଦ ହେବନି। ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ। ଗଠନମୂଳକ କିମ୍ବା ସାମୂହିକ କାମରେ କିମ୍ବା ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବ। ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବାଣିଜ୍ୟ, ବ୍ୟବସାୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ।
ତୁଳା
ତୁଳା
ଆତ୍ମୀୟଙ୍କ ସହଯୋଗରୁ ସମାଧାନର ସରଳ ସୂତ୍ର ବାହାର କରିବାରେ ସମର୍ଥ ହେବେ। ଆର୍ଥିକ ସ୍ଥିତି, ପାରିବାରିକ ସଦ୍‌ଭାବ, ଭ୍ରମଣ ଓ ବନ୍ଧୁ ମିଳନଜନିତ ଆନନ୍ଦ ଅନୁଭବ କରିବେ। ଆଜିର ଯାତ୍ରା ଶୁଭପ୍ରଦ ହେବ। ତଥାପି ଜିନିଷପତ୍ର ହଜିବାର ସମ୍ଭାବନା ରହିଛି। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି।
ବିଛା
ବିଛା
ସତର୍କତା ଅଭାବରୁ ଯାହା ଭାବୁଥିବେ କାମ କରିବା ବେଳକୁ ତାହା ଠିକ୍‌ ଓଲଟା ହୋଇଯିବ। ନିଜ ପରିସରର ଲୋକଙ୍କୁ ମନ ବୁଝିଲାଭଳି କଥା କହି କାମ ହାସଲ କରିବେ। ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବାରେ ସମର୍ଥ ହେବେ। କଳା ସାହିତ୍ୟ, କ୍ରୀଡା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ପ୍ରତ୍ୟେକ ସ୍ତରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ଦୀର୍ଘ ଦିନ ପରେ ଶରୀର ସୁସ୍ଥ ହେବାରୁ ମାନସିକ ଅସ୍ଥିରତା ଦୂରେଇଯିବ। ଦୂରଯାତ୍ରା, ପର୍ଯ୍ୟଟନ, ବନ୍ଧୁ ସମ୍ପର୍କ, ଆମଦାନି କାରବାର ପାଇଁ ଦିନଟି ଭଲ। ଜମିଜମା ସମ୍ବନ୍ଧୀୟ କଥାବାର୍ତ୍ତା ପ୍ରଭୃତିରେ ଉନ୍ନତମାନର ସୁଫଳ ମିଳିବ।
ମକର
ମକର
ମାନସିକ ଚାପ ସଙ୍ଗକୁ ବିଭିନ୍ନ ଦିଗରୁ ପ୍ରତିବନ୍ଧକ ସତ୍ତ୍ୱେ କାମ ହାସଲ କରିବାକୁ ପଡିବ। ପରିବାରରେ ଭୁଲ୍‌ ବୁଝାମଣା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିପାରେ। ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ ଦୂରେଇ ଯିବେ।
କୁମ୍ଭ
କୁମ୍ଭ
ଅଧିକାଂଶ ସମୟ ଅନ୍ୟମନସ୍କଜନିତ ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ବ୍ୟତିକ୍ରମ ଅବଶ୍ୟ ସୃଷ୍ଟି ହେବ। ମନରେ ଦୁଃଖ ରହିଥିଲେ ମଧ୍ୟ ଅଭିମାନ କରି ରହିଥିବା ବନ୍ଧୁଙ୍କୁ ବୁଝାଇବାରେ ସମର୍ଥ ହେବେ। ସରକାରୀ ସ୍ତରରୁ କୌଣସି କାଗଜପତ୍ର ସମ୍ପର୍କୀୟ ଶୁଭ ସୂଚନା ପାଇବେ। ଚେଷ୍ଟା କଲେ ବହୁତ ଦିନର ବାକି ଟଙ୍କା ଫେରି ପାଇବେ।
ମୀନମୀନ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ରହିବା ସହ କୌଣସି ନୂଆ କାମରେ ମନ ବଳାଇବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ବୃଦ୍ଧି ପାଇବା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ପାରିବାରିକ ପରିସ୍ଥିତିରେ ସୁଧାର ଆଣିବା ସକାଶେ ପ୍ରଯନତ୍ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri