Posted inRasifala

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୫ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ଦୃଷ୍ଟିକୋଣରୁ ମନ ଖୁସି ରହିବ। ତଥାପି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ପ୍ରତ୍ୟେକ ପରିସ୍ଥିତିରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଅବଶ୍ୟ ସଭାସମିତି, ମାଲିମକଦ୍ଦମା କଥା କିମ୍ବା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବନ୍ଧୁଙ୍କ ଉପରୁ ବିଶ୍ୱାସ ହରାଇପାରନ୍ତି।
ବୃଷ
ବୃଷ
ପରିସ୍ଥିତିବଶତଃ ନିଜର ଆମତ୍ୀୟଙ୍କ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ପ୍ରତିବନ୍ଧକ ମଧ୍ୟରେ କର୍ମକ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଘରେ ବନ୍ଧୁମିଳନ କିମ୍ବା ବନ୍ଧୁଙ୍କ ଅପ୍ରତ୍ୟାଶିତ ଆଗମନରୁ ଖୁସି ହୋଇଯିବେ।
ମିଥୁନ
ମିଥୁନ
ପଦସ୍ଥ ବ୍ୟକ୍ତିଙ୍କ ସହାୟତାରୁ ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିବ। ଧନ ସ୍ଥାନରେ ଏକାଦଶାଧିପତି ଅର୍ଥନୈତିକ ଅଭିବୃଦ୍ଧି ଘଟାଇବେ। ଆଜି ଶିଳ୍ପ, ବ୍ୟବସାୟ କ୍ଷେତ୍ରରୁ ଧନାଗମ ସମ୍ଭାବନା ଦେଖାଦେଇପାରେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଖାଲରେ ପକାଇବା ଚେଷ୍ଟା ବିଫଳ ହେବେ।
କର୍କଟ
କର୍କଟ
ଆଜି ଅନ୍ୟମାନଙ୍କ ବିରୋଧାଭାସରୁ ଅଟକି ରହିଥିବା କାମ ସୁବିଧାରେ ହୋଇଯିବ। ପରିବାରରେ ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ସାମୟିକ ଅସନ୍ତୁଷ୍ଟ ରହିପାରନ୍ତି। ମାତ୍ର ମୃଗଶିରା ନକ୍ଷତ୍ରର ପାରିବାରିକ ଜୀବନ ହସ ଖୁସିରେ ଅତିବାହିତ ହେବ। ଅତୀତରେ ଘଟିଯାଇଥିବା ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତାକରି ଅପରାହ୍ନରେ ଚିନ୍ତିତ ରହିବେ।
ସି˚ହ
ସି˚ହ
ଆଜି ବନ୍ଧୁଙ୍କ ପ୍ରେରଣା ପାଇଲେ ମଧ୍ୟ ମନରେ ସକାରାମତ୍କ ଭାବ ଉଦ୍ରେକ ହେବନାହିଁ। ସାମାଜିକ ସ୍ତରରେ ସାଧାରଣ ସ୍ବାର୍ଥକୁ କେନ୍ଦ୍ରକରି କଳହର ସମ୍ମୁଖୀନ ହୋଇପାରନ୍ତି। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟର ମତକୁ ସମ୍ମାନ ଦେଲେ ଉପକୃତ ହେବେ।
କନ୍ୟା
ଆଜି ଯେମିତି ଚିନ୍ତା କରୁଛନ୍ତି, ସେହି ଅନୁସାରେ କାମ ସମ୍ପନ୍ନ ହୋଇପାରିବ। ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ କାର୍ଯ୍ୟକୁ ତ୍ୱରାନ୍ବିତ କଲେ ମଧ୍ୟ ପ୍ରାଥମିକ ଅବସ୍ଥାରେ ବ୍ୟତିକ୍ରମ ଦେଖାଦେଇପାରେ। ପରିବାରର ଆବଶ୍ୟକତା ସକାଶେ ଧାରକରଜ କରି କାମ ତୁଲାଇ ନେବେ। ଶିଳ୍ପ, ବ୍ୟବସାୟ, ପରିବହନ, ଏଜେନ୍ସିପରେ ଉନ୍ନତି କରିବେ।
ତୁଳା
ତୁଳା
ଯାହା ଓ ଯେତିକି ପାଇବା କଥା ସେଥିପାଇଁ ଆପଣଙ୍କୁ ପ୍ରବଳ ସଂଘର୍ଷ କରିବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ କୌଣସି ଅସୁବିଧା ନ କଲେ ମଧ୍ୟ ଆର୍ଥିକ କ୍ଷତି ଘଟାଇପାରନ୍ତି। ବ୍ୟସ୍ତତା ମଧ୍ୟରେ ଯାଉ ଯାଉ ଯାନ୍ତ୍ରିକ ତ୍ରୁଟି ଯୋଗୁ ଆଜିର ଯାତ୍ରାରେ ବିଳମ୍ବ ଘଟିପାରେ। ଅନିୟମିତତା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।
ବିଛା
ବିଛା
କୌଣସି କ୍ଷେତ୍ରରେ ବିବାଦ ଆଗକୁ ନ ବଢ଼ାଇ ଆଲୋଚନା ଦ୍ୱାରା ସମାଧାନ କରିବା ଭଲ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହେବ। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ।
ଧନୁ
ଧନୁ
ଆଜି ଆପଣଙ୍କର ସୁସ୍ଥ ମାନସିକତା କର୍ମକ୍ଷେତ୍ରରେ ସମ୍ମାନଜନକ ସ୍ଥିତି ପ୍ରଦାନ କରିବ। ସାମୟିକ ଅନିଦ୍ରା ଓ ଧନବ୍ୟୟ ହେତୁ ଦୁଶ୍ଚିନ୍ତା ସୃଷ୍ଟି ହୋଇପାରେ। ଅପ୍ରିୟ ସତ୍ୟ କହିବା କାରଣରୁ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣକରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି।
ମକର
ମକର
ଶୁକ୍ରଙ୍କ ସୁପ୍ରଭାବରୁ କଳା, ସାହିତ୍ୟ, ସଙ୍ଗୀତ ଚର୍ଚ୍ଚାରେ ଦିନଟିକୁ ଉପଭୋଗ କରିପାରନ୍ତି। ଉଦାରତା ଓ ସହନଶୀଳତା ଗୁଣରୁ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ରବିବାରର ଆଲୋଚନା ଅନୁଯାୟୀ ଆଜିର କାମ ସବୁ ଠିକ୍‌ ଠିକ୍‌ ହୋଇଯିବ। ଅର୍ଥ ସାହାଯ୍ୟ ପାଇବେ ଏବଂ ଆଶା କରିଥିବା କୌଣସି ଖବର ପାଇ ଖୁସି ହେବେ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମ କଲେ ମଧ୍ୟ ବିରୋଧର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ। ଅତି ନିଜର ମନେହେଉଥିବା ବନ୍ଧୁଟି ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସୁବିଧାରେ ପକାଇପାରନ୍ତି। କହିବା ପାଇଁ ଚିନ୍ତା କରିଥିଲେ ମଧ୍ୟ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ।
ମୀନମୀନ

ଉସତ୍ର୍ଗୀକୃତ ମନୋଭାବ ନେଇ କାମ କରିବା ସକାଶେ ମନସ୍ଥ କରିବେ। ସାଂସ୍କୃତିକ ଅନୁଷ୍ଠାନରେ ପ୍ରଶଂସନୀୟ କାମକରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବା କ୍ଷେତ୍ରରେ ଯନତ୍ବାନ୍‌ ହେଲେ ତାହା ନିଜ ପାଇଁ ବହୁ ହିତକର ସାବ୍ୟସ୍ତ ହେବ। ଆକସ୍ମିକ ଭାବରେ ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ଚିନ୍ତିତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri