Posted inRasifala

ରାଶିଫଳ: ଶୁକ୍ରବାର , ଅଗଷ୍ଟ ୧୮ ତାରିଖ – Daily Horoscope

ମେଷ
କର୍ମଜଞ୍ଜାଳ ବୃଦ୍ଧି କାରଣରୁ ଜମା ଫୁର୍‌ସତ୍‌ ପାଇବେ ନାହିଁ। ଆଜି ଆପଣ ଯାନବାହନ, ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବା ପାଇଁ ମନ ବଳାଇପାରନ୍ତି। ଫେରିବା ବାଟରେ ବନ୍ଧୁଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। ପାରିବାରିକ ଅସହଯୋଗରୁ ଚାହୁଁଥିବା କାମ ହାସଲ କରିପାରିବେ ନାହିଁ।
ବୃଷ
ବୃଷ
କୌଣସି ବନ୍ଧୁଙ୍କ ସାହାଯ୍ୟ ଆଶାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ପରିବାରରେ କିଛି ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ। ମାଲିମକଦ୍ଦମା ତଥା ବିବାଦୀୟ ଘଟଣାରେ ପରିସ୍ଥିତି ଭିନ୍ନରୂପ ନେଇପାରେ। ଅଫିସରେ ବନ୍ଧୁ ଗହଣରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ।
ମିଥୁନ
ମିଥୁନ
ଜଣେ ସମ୍ପର୍କୀୟ ସକାଳୁ କିଛି ନୂଆ ଖବର ଦେବେ, ଯାହା ଆପଣଙ୍କୁ ଅଭିଭୂତ କରିପକାଇବ। ବହୁତ ଦିନର ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହୋଇପାରନ୍ତି। ଅସାବଧାନତା କାରଣରୁ ଦ୍ରବ୍ୟହାନିଜନିତ ପରିବାରରେ କଳହର ସମ୍ଭାବନା ରହିଛି।
କର୍କଟ
କର୍କଟ
କୌଣସି ନୂତନ ଅନୁଭୂତି ଲାଭ କରି ଭାବବିଭୋର ହୋଇପାରନ୍ତି। କିନ୍ତୁ କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶିଳ୍ପ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ଦିଗଟି ମନ୍ଦ ନ ହେଲେ ମଧ୍ୟ ଅଧିକ ଆଶା କରି ଅସନ୍ତୁଷ୍ଟ ରହିବେ।
ସି˚ହ
ସି˚ହ
ଅନ୍ୟାନ୍ୟ ଦିଗରୁ କିଛି ଅସୁବିଧା ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ବିଚଳିତ କରିବ। କର୍ମକ୍ଷେତ୍ରରେ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ। ପାରିବାରିକ କ୍ଷେତ୍ରରେ କୌଣସି ଘଟଣା ପାଇଁ ଅନୁତାପ କରିବେ। ବନ୍ଧୁଙ୍କ ମିଥ୍ୟା ଅଭିଯୋଗକୁ ପରୋକ୍ଷ ସମର୍ଥନ ଦେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରା ମାନସିକ ସ୍ଥିତିକୁ କଳୁଷିତ କରିବ। କୌଣସିଥିରେ ଭୂମିକା ନ ଥାଇ ମଧ୍ୟ ସବୁ କ୍ଷେତ୍ରରେ ଦୋଷୀ ରୂପେ ପରିଗଣିତ ହୋଇ ପାରନ୍ତି। ଅନ୍ୟମାନଙ୍କ ଭୁଲ୍‌ ଧାରଣା ବୃଦ୍ଧି ହେତୁ ଆପଣ କେତେକ କାମ ପାଇଁ ବାଧକ ସାଜିବେ। ଭାବପ୍ରବଣ ବଶତଃ କିଛି ଗୁମର କଥା ପ୍ରକାଶ କରି ଅପଦସ୍ଥ ହେବେ।
ତୁଳା
ତୁଳା
ମନ ଭିତରେ ଯାହା ଦୁଃଖ ଥାଉନା କାହିଁକି ପରିସ୍ଥିତି ବଶତଃ ଉପର ମନରେ ହସି ହସି କହିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଓ ଅନ୍ୟମାନେ ଆପଣଙ୍କୁ ପ୍ରଶଂସା କରିବେ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଳମ୍ବ ଘଟିପାରେ। ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତ ବିବ୍ରତ ରହିପାରନ୍ତି।
ବିଛା
ବିଛା
ସମସ୍ୟା ଓ ବିବାଦୀୟ ପରିସ୍ଥିତି ମଧ୍ୟରେ ହିଁ ଆପଣଙ୍କ ଲକ୍ଷ୍ୟ ପୂରଣ ହେବ। ଯାହା ଓ ଯେତିକି ଆଶା କରୁଥିଲେ ସେହି ପରିମାଣରେ ପାଇ ପାରିବେ ନାହିଁ। ମନ କଥା ମନଭିତରେ ରଖି ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ବ୍ୟବସାୟ ଓ ବାଣିଜ୍ୟ, ପରିବହନ ଓ ଶିଳ୍ପ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ।
ଧନୁ
ଧନୁ
ପରିବାରରେ ଅଧିକାଂଶ ସମୟ ତର୍କ, ବିବାଦ ଓ ରାଗରୁଷାରେ ଅତିବାହିତ ହେବ। କୌଣସି କ୍ଷେତ୍ରରେ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କଲେ ଫଳ ଓଲଟା ହୋଇଯାଇପାରେ। ଅତି ଭଲ ପାଉଥିବା ବ୍ୟକ୍ତିଟି ପ୍ରତି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ଆକସ୍ମିକ ଭାବରେ ସାମାନ୍ୟ ଶାରୀରିକ ଅସୁସ୍ଥତା ମଧ୍ୟ ଅନୁଭବ କରିବେ।
ମକର
ମକର
ଏତେ ସହଜରେ କାମ ହାସଲ ହେବାର ଆଶା ନ ଥାଇ ମଧ୍ୟ ଲକ୍ଷ୍ୟ ପ୍ରାପ୍ତି ହେତୁ ବିସ୍ମୟାଭିଭୂତ ହୋଇପାରନ୍ତି। ସମ୍ପର୍କୀୟଙ୍କ ଦ୍ୱାରା ଅଟକି ରହିଥିବା ନିର୍ମାଣାଧୀନ କାମରେ ଅଗ୍ରଗତି ଘଟିବ। ପ୍ରଶାସନିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ଟଙ୍କା ବାକି ରଖିଥିବା କଥାକୁ କେନ୍ଦ୍ରକରି କଳହର ଆଶଙ୍କା ରହିଛି।
କୁମ୍ଭ
କୁମ୍ଭ
ଆଜି ଯେତିକି ପାଇବେ ତାହାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ସାମାଜିକ ସ୍ତରରେ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଶତ୍ରୁତା ଆଚରଣ କରୁଥିବା ବନ୍ଧୁଟି ପ୍ରତି ଦୂରେଇ ରହି ଚଳିବା ଭଲ ହେବ। ଶେଷ କରିବାକୁ ଭାବୁଥିବା କାମଟି ସୁବିଧାରେ କରିପାରିବେ ନାହିଁ, ଏଥି ସକାଶେ ବହୁତ ହଇରାଣ ହେବାକୁ ପଡ଼ିପାରେ।
ମୀନମୀନ

ଆଜି ଦିନଟିରେ ସରଗରମ ଆଲୋଚନା କରି ନିଜ ନିଜ ସ୍ତରରେ ସମାଲୋଚିତ ହେବେ। କୌଣସି ସ୍ଥାନକୁ ଗସ୍ତ କାଳରେ ବହୁଦିନ ବ୍ୟବଧାନରେ ନିଜର ଲୋକମାନଙ୍କୁ ଦେଖି ଖୁସି ହୋଇପାରନ୍ତି। ଅନ୍ୟର ବିରୋଧରେ ଶୁଣାକଥାକୁ ବିଶ୍ୱାସକରି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ସାମୟିକ ଚିନ୍ତାପ୍ରକଟ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri