Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୧୭ ତାରିଖ – Daily Horoscope

ମେଷ
ଗଜକେଶରୀ ଯୋଗ ପ୍ରଭାବରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଲାଗିରହିଥିବାରୁ ନୂତନ ଯୋଜନା ସ୍ଥଗିତ ରହିଯାଇପାରେ। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ଅଶାନ୍ତ ପାରିବାରିକ ସ୍ଥିତି ଥମିଯାଇପାରେ। ସାହିତ୍ୟାନୁରାଗ, ସହକର୍ମୀଙ୍କ ସୌହାର୍ଦ୍ଦ୍ୟ, ସନ୍ତାନଙ୍କ କୃତିତ୍ୱଜନିତ ଖୁସି ଅନୁଭବ କରିବେ।
ବୃଷ
ବୃଷ
ଭାଗ୍ୟଭାବସ୍ଥ ଗ୍ରହମାନେ ସମସ୍ତ ପ୍ରତିବନ୍ଧକକୁ ଏଡାଇବାରେ ସମର୍ଥ ହେବେ। ସ୍ଥଗିତକାର୍ଯ୍ୟ, ପାଉ ନ ଥିବା ଅର୍ଥ, ବିବାଦର ପରିସମାପ୍ତି ହେବ। ସାହିତ୍ୟ, ସଙ୍ଗୀତ ତଥା କ୍ରୀଡ଼ା କ୍ଷେତ୍ରରେ ଉନ୍ନତି କରିବେ। ଆନୁଷ୍ଠାନିକ କାମରେ ଅପ୍ରିୟ ସତ୍ୟ କହି ବିରୋଧୀ ହୋଇପାରନ୍ତି। କାର୍ଯ୍ୟହାସଲ ପାଇଁ ଅନ୍ୟର ସାହାଯ୍ୟ ନେବେ।
ମିଥୁନ
ମିଥୁନ
ବୃହସ୍ପତିଙ୍କ ପ୍ରଭାବରୁ ଆପଣ ନାହିଁ ନାହିଁ କରୁଥିଲେ ମଧ୍ୟ ପରିଶେଷରେ ବନ୍ଧୁଙ୍କ କଥାରେ ହଁ ଭରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ପ୍ରତ୍ୟେକ କାର୍ଯ୍ୟକୁ ସତର୍କତାର ସହ ନ କରିପାରିଲେ ପରିସ୍ଥିତି ବଦଳି ଯାଇପାରେ। ଭାବପ୍ରବଣତା ପରିହାର କରି ବନ୍ଧୁଙ୍କ ମୁଡ୍‌ ଦେଖି ଆଗକୁ ବଢ଼ିବା ଭଲ। ପୁରାତନ ରୋଗ ପାଇଁ ଯାତ୍ରା ସ୍ଥଗିତ ରହିପାରେ।
କର୍କଟ
କର୍କଟ
ରାଶିକୁ ଚାରୋଟି ଅନୁକୂଳ ଗ୍ରହ ଅବଲୋକ କରୁଥିବାରୁ ଆଜି ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହୋଇଯିବ। କଥାର ସଚ୍ଚୋଟତା ଓ କାର୍ଯ୍ୟଦକ୍ଷତା କାରଣରୁ ବନ୍ଧୁଙ୍କ ମଧ୍ୟରେ ପ୍ରଶଂସିତ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ଅର୍ଥ ସଙ୍କଟର ସମାଧାନ, ବ୍ୟବସାୟିକ ସ୍ଥିତି ଉନ୍ନତ ରହିବ।
ସି˚ହ
ସି˚ହ
ବ୍ୟୟାଧିପ ଚନ୍ଦ୍ରଙ୍କ ଯୋଗୁ ଆଜି ଖର୍ଚ୍ଚପରିମାଣ ବୃଦ୍ଧି ଯୋଗୁ ମନସ୍ତାପ କରିବେ। କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତାଜନିତ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସୁନଜରରେ ଆସିପାରନ୍ତି। ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ଶୁଭ ଖବର ପାଇ ଖୁସି ହେବେ।
କନ୍ୟା
ବନ୍ଧୁଟି ସାହାଯ୍ୟ ପ୍ରତିଶ୍ରୁତି ଦେଇ ପାଖ ମାଡିବ ନାହିଁ। ସପ୍ତମଭାବରେ ଶନିଙ୍କ ସ୍ଥିତି ହେତୁ ବ୍ୟବସାୟରେ ଲାଭ ଅପେକ୍ଷା କ୍ଷତି ଅଧିକ ହୋଇପାରେ। ଗୁରୁତ୍ୱପୂର୍ଣ୍ଣ କାରଣ ନ ଥାଇ ମଧ୍ୟ ଯାତ୍ରା ସମୟରେ ଝଗଡ଼ା ଲାଗିପାରେ। ହସ୍ତାନକ୍ଷତ୍ର ଅର୍ଥ, କର୍ମକ୍ଷେତ୍ର, ନିର୍ମାଣ, ସଭାସମିତି ଓ ମଙ୍ଗଳଜନକ କାମରେ ଉତ୍ସାହିତ ହୋଇ କାର୍ଯ୍ୟ କରିବେ।
ତୁଳା
ତୁଳା
ଲାଗିରହିଥିବା ସମସ୍ୟା ସମାଧାନ ହେବ। କର୍ମକ୍ଷେତ୍ରକୁ ଏକାଧିକ ଗ୍ରହଙ୍କ ଦୃଷ୍ଟିଜନିତ ବିଭିନ୍ନ କାମରେ ଅନୁପ୍ରବେଶ କରିପାରନ୍ତି। ସହକର୍ମୀ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ନିଜ କାମକୁ ଅଗ୍ରାଧିକାର ଦେଇପାରନ୍ତି। ପୁରୁଣା ରୋଗ, ପରୋକ୍ଷ ଶତ୍ରୁତା ଏବଂ ଘର ଲୋକଙ୍କ ଟୁପ୍‌ଟାପ୍‌ କଥା ମନକୁ ବିଚଳିତ କରିବ।
ବିଛା
ବିଛା
ରାଶ୍ୟାଧିପଙ୍କ ଉଚ୍ଚାବସ୍ଥାନ ଯୋଗୁ ମନ ଅନୁଯାୟୀ କାର୍ଯ୍ୟ ସାଧନ କରିବାରେ ସଫଳ ହେବେ। ଅସଜଡା କାମକୁ ସଜାଡିନେବା ଯୋଗୁ ପ୍ରଶଂସିତ ହେବେ। ସାହିତ୍ୟ, ରଚନାତ୍ମକ କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସ୍ବାସ୍ଥ୍ୟ ସମସ୍ୟା ମନକୁ ସାମୟିକ ଭାରାକ୍ରାନ୍ତ କରିପାରେ।
ଧନୁ
ଧନୁ
ଆପଣଙ୍କ ସାହାଯ୍ୟ ପ୍ରାପ୍ତିର ଅନୁରୋଧକୁ ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତି କାମକୁ ଆସି ନ ପାରେ। ବକେୟା ଅର୍ଥ ଆଦାୟ ହେବ। ବିବାଦୀୟ ଘଟଣାରେ, ପରିବହନ, ବ୍ୟବସାୟ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସଫଳତା ପାଇବେ। ରାଶିରେ ଅଷ୍ଟମାଧିପତି ସହ ସପ୍ତମାଧିପତିଙ୍କ ସଂଯୋଗ ସ୍ତ୍ରୀଙ୍କ ସହ ମତାନ୍ତର ଘଟିପାରେ।
ମକର
ମକର
ଶନିଙ୍କର ଚନ୍ଦ୍ରଙ୍କ ପ୍ରତି ଦୃଷ୍ଟିଜନିତ ଅତୀତକୁ ମନେ ପକାଇ ଭାବବିହ୍ବଳ ହୋଇପାରନ୍ତି। ବାଣିଜ୍ୟ କ୍ଷେତ୍ରରେ, ସାହିତ୍ୟରେ, ପରିବାର ଭିତରେ ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଭୁଲ୍‌ ବୁଝାମଣା କାରଣରୁ ଭଲ ସମ୍ପର୍କଥିବା ପ୍ରିୟବନ୍ଧୁଟି ଦୂରେଇଯିବାର ଉପକ୍ରମ କରିପାରନ୍ତି। ସରକାରୀସ୍ତରରୁ ପ୍ରତୀକ୍ଷିତ ଖବର ପାଇପାରନ୍ତି।
କୁମ୍ଭ
କୁମ୍ଭ
ନୀଚାରୋହୀ ରାଶ୍ୟାଧିପଙ୍କ ଯୋଗୁ ସ୍ବାସ୍ଥ୍ୟସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ଛୋଟକଥାକୁ କେନ୍ଦ୍ରକରି କଳହ ଲାଗିପାରେ। ଯାତ୍ରା ସମୟରେ କୌଣସି ବିଜାତୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ବନ୍ଧୁଙ୍କ ନିକଟରୁ ବକେୟା ଅର୍ଥପ୍ରାପ୍ତି ଯୋଗୁ ଖୁସି ହେବେ। ବୈବାହିକ ସମ୍ବନ୍ଧକୁ ନେଇ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହୋଇପାରେ।
ମୀନମୀନ
ଏକାଦଶରେ ଏକାଧିକ ଅବସ୍ଥାନ କରିଥିବାରୁ ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ଦିଗରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ବନ୍ଧୁଟି ଦ୍ୱାରା କାମ ହାସଲରେ ସଫଳ ହେବେ। କର୍ମକ୍ଷେତ୍ରରେ ପୂର୍ବବିବାଦକୁ କେନ୍ଦ୍ରକରି ମନ ଅସ୍ଥିର ରହିବ। ଆଜିର ବ୍ୟବସାୟ, ଯାତ୍ରା ଓ ଆନୁଷ୍ଠାନିକ କାମ ପ୍ରୀତିପ୍ରଦ ରହିବ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୬ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସାହାଯ୍ୟ, ସହଯୋଗ ପାଇ ଅଟକିଥିବା କାମକୁ ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇଥିଲେ ମଧ୍ୟ ମାନସିକ ଅସ୍ଥିରତା...

ରାଶିଫଳ: ଗୁରୁବାର, ଜାନୁଆରୀ ୧୫ ତାରିଖ – Daily Horoscope

ମେଷ ଆଜି ଦୂରଯାତ୍ରା, ବିବାଦୀୟ କ୍ଷେତ୍ର, ପ୍ରତିଦ୍ୱନ୍ଦ୍ୱିତା ନିକଟରୁ ଦୂରେଇ ରହିବା ଭଲ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କରି ଅନୁତପ୍ତ ହୋଇପାରନ୍ତି। କର୍ମକ୍ଷେତ୍ର ଗତାନୁଗତି...

ରାଶିଫଳ: ବୁଧବାର, ଜାନୁଆରୀ ୧୪ ତାରିଖ – Daily Horoscope

ମେଷ ଅଷ୍ଟମସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ଆପଣଙ୍କ ମାନସିକ ସ୍ଥିତି ଭଲ ନ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ଊଣା ହେବନାହିଁ। ଦୀର୍ଘଦିନରୁ ଭଲ ସମ୍ପର୍କ ଥାଇ...

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବୃଥା ବିବାଦ, କଥା କଟାକଟି, ଟଣାଓଟରା ମଧ୍ୟରେ ଠିକ୍‍ ନିଷ୍ପତ୍ତିରେ ଉପନୀତ ହୋଇପାରିବେ ନାହିଁ। କିନ୍ତୁ ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ...

ରାଶିଫଳ: ସୋମବାର, ଜାନୁଆରୀ ୧୨ ତାରିଖ – Daily Horoscope

ମେଷ ନିୟନ୍ତ୍ରିତ ସ୍ବାସ୍ଥ୍ୟ ସମସ୍ୟ, ଉତ୍ତମ ବୁଝାମଣା ଏବଂ କାର୍ଯ୍ୟ ହାସଲର ସୁଯୋଗ ଲାଭ କରି ଖୁସି ହେବେ। ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ...

ରାଶିଫଳ: ରବିବାର, ଜାନୁଆରୀ ୧୧ ତାରିଖ – Daily Horoscope

ମେଷ ଚନ୍ଦ୍ର ଓ ଶନି ଷଡ଼ାଷ୍ଟକ ସ୍ଥିତିରେ ରହିଥିବାରୁ ପରିବାରର ସହମତି ପାଇବେ ନାହିଁ। କେତୁଙ୍କ ପ୍ରଭାବରୁ ସମ୍ପର୍କ ହାନି, ସନ୍ତାନଙ୍କ ବିଶୃଙ୍ଖଳା, ବିଫଳ ଆଲୋଚନା,...

ରାଶିଫଳ: ଶନିବାର, ଜାନୁଆରୀ ୧୦ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଷଷ୍ଠ ସ୍ଥାନରେ ରହିଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବାର ଆଶା ରହିଛି। ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗରେ ଆନୁଷ୍ଠାନିକ କାମ ସମ୍ପନ୍ନ ହୋଇପାରିବ।...

ରାଶିଫଳ: ଶୁକ୍ରବାର, ଜାନୁଆରୀ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ବାଧକାଧିପଙ୍କ ଦୃଷ୍ଟିରେ ରହିଥିବାରୁ ପାରିବାରିକ ଶାନ୍ତି ଭଗ୍ନ ହୋଇପାରେ। ପାପଗ୍ରହ ଦୃଷ୍ଟ ଚତୁର୍ଥାଧିପତି ହେତୁ ଯାନବାହନ, ହୋଟେଲ ଶିଳ୍ପ, ଛୋଟ ଦୋକାନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri