Posted inRasifala

ରାଶିଫଳ: ଶୁକ୍ରବାର, ଜୁନ୍‌ ୨୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ଆସିଲେ ମଧ୍ୟ ଦୃଢ ହସ୍ତରେ ଦମନ କରିବାରେ ସମର୍ଥ ହେବେ। ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, କାରଣ ଏହି ଦିଗ ପ୍ରତି ଧ୍ୟାନ ଦେଲେ ନିଜ ଲୋକମାନେ ସନ୍ଦେହ ପରିସରକୁ ଆସିଯିବେ। ଦ୍ୱିଜାର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ। ଆରକ୍ଷୀ ସମ୍ପର୍କିତ ବିବାଦୀୟ ଘଟଣାର ଅବସାନ ଘଟିବ।
ବୃଷ
ବୃଷ
ମାନସିକ ଅସ୍ଥିରତା କାରଣରୁ ପ୍ରତ୍ୟେକ କାର୍ଯ୍ୟାବଳୀର ସମୀକ୍ଷା କରି ପାରିବେ ନାହିଁ। ବ୍ୟବସାୟ, ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦିତା ପ୍ରଭୃତି କ୍ଷେତ୍ରରେ ସ୍ଥଗିତ କାମ ହାସଲ କରିବେ। ବହୁତ ଦିନରୁ ଇଛା କରି ମଧ୍ୟ ଆଣି ପାରି ନଥିବା ଜିନିଷଟି ଆଜି ଆଣିପାରନ୍ତି। ଦୂରଯାତ୍ରା ପାଇଁ ପ୍ରସ୍ତୁତି କରି ପାରନ୍ତି ଏବଂ ପରିବହନରେ ସ୍ଥିତି ମାନ୍ଦା ହେବନାହଁି ।
ମିଥୁନ
ମିଥୁନ
ବନ୍ଧୁଙ୍କ କାମକୁ ମଧ୍ୟ ଅଗ୍ରାଧିକାର ଭିତରେ କରିବାକୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅର୍ଥଲାଭ ସହ ଯାତ୍ରାରେ ସଫଳତା ପାଇବେ, କିନ୍ତୁ ସମସ୍ୟା ଭିତର ଦେଇ ଯିବାକୁ ପଡିବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡିପାରେ। ବ୍ୟବସାୟରେ ବ୍ୟସ୍ତ ରହିବେ ମାତ୍ର ବିଶେଷ ବାବରେ ଲାଭବାନ ହେବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଫାଇଲ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଂ ପ୍ରଭୃତିରେ ବ୍ୟସ୍ତ ରହିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ବାଧାପ୍ରାପ୍ତ ହୋଇପାରେ। ପର ଉପରେ ନିର୍ଭର କରିବା ଦ୍ୱାରା ପୂର୍ଣ୍ଣ ମାତ୍ରାରେ କାମ ମଧ୍ୟ ହାସଲ ହୋଇ ପାରିବ ନାହିଁ। ଆଶା ପୂରଣ ହେବାରେ ଜଣେ ସହକର୍ମୀ ଆଜି ଅପରାହ୍ନରେ ସାହାଯ୍ୟ କରିବେ।
ସି˚ହ
ସି˚ହ
ଆପଣଙ୍କ ଧୈର୍ଯ୍ୟ, ଯୁକ୍ତିଯୁକ୍ତ କଥା ପରିସ୍ଥିତିକୁ ସମ୍ଭାଳିବାରେ ସାହାଯ୍ୟ କରିବ। ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଭଉଣୀ କିମ୍ବା ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ। ଅନ୍ୟ କାହାରି କଥା ନ ଶୁଣି ନିଜ ମନଇଚ୍ଛା କାମ କରିବା ଫଳରେ କିଛିଟା ସମସ୍ୟାର ସମ୍ମୁଖୀନ ହେବେ।
କନ୍ୟା
ଦୂରଯାତ୍ରା, କଠିନ ଶ୍ରମ ଓ ଅନିଦ୍ରା ହେତୁ ଶାରୀରିକ ସୁସ୍ଥତା ବ୍ୟାହତ ହେବ। ଶିକ୍ଷା, ଲେଖାପଢ଼ା ତଥା ସନ୍ତାନଙ୍କ କ୍ଷେତ୍ରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲରେ ସମର୍ଥ ହେବେ। ସ୍ଥଗିତ କାମଟିକୁ ଶେଷ କରିବା କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସାମନା କରିବାକୁ ପଡ଼ିବ।
ତୁଳା
ତୁଳା
ଆପଣଙ୍କ ସୁବିଧା ଓ ଅସୁବିଧାର ସମୀକ୍ଷା କରି ଘର ଲୋକଙ୍କ ବ୍ୟସ୍ତ ଓ ବିବ୍ରତକୁ ଲକ୍ଷ୍ୟ କରି ମନ ଅଶାନ୍ତ ରହିବ। ସାଧାରଣ କଥାକୁ କେନ୍ଦ୍ର କରି ଅଧସ୍ତନ କର୍ମଚାରୀ ସମସ୍ୟାକୁ ବୃଦ୍ଧି କରିବେ। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ସମସ୍ୟା ସୃଷ୍ଟି କରିବ। ଆନୁଷ୍ଠାନିକ କାମ ସକାଶେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
ବିଛା
ବିଛା
ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ମାନସିକ ସ୍ଥିରତା କ୍ଷୁଣ୍ଣ ହେବ। ଅନାବଶ୍ୟକ ଖର୍ଚ୍ଚରୁ ପରିବାରରେ ମତଭେଦ ତୀବ୍ର ହୋଇପାରେ। ସାମାଜିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ତାହାର ପଥରୋଧ କରିବ। ଶତ୍ରୁମାନେ ସମସ୍ୟା ସୃଷ୍ଟି କଲେ ମଧ୍ୟ ତାହା କାମ ସକାଶେ ଅନ୍ତରାୟ ନ ହୋଇପାରେ।
ଧନୁ
ଧନୁ
ଅସାବଧାନତା କିମ୍ବା ଅନ୍ୟମନସ୍କ ହେତୁ ଅର୍ଥହାନି ଓ ଶରୀର ପୀଡ଼ାରୁ କଷ୍ଟ ପାଇବେ। କର୍ମକ୍ଷେତ୍ରରେ ହେଉ କିମ୍ବା ନିଜ ପରିସରରେ କର୍ମଦକ୍ଷତାରୁ ପ୍ରତିଷ୍ଠିତ ହେବେ। ଆଗାମୀ ଦିନର ମାଙ୍ଗଳିକ କାର୍ଯ୍ୟ କିମ୍ବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଆଜି ମୂଲ୍ୟବାନ ଜିନିଷ କ୍ରୟ ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରି ପାରନ୍ତି।
ମକର
ମକର
ମାନସିକ ଦ୍ୱନ୍ଦ୍ୱ କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କ’ଣ କରିବେ କିମ୍ବା କ’ଣ ନ କରିବେ କିଛି ଠିକ୍‌ କରି ପାରିବେ ନାହିଁ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ସାମୟିକ ଖୁସି ରହିବାର ସୁଯୋଗ ପାଇବେ। ସଭାସମିତି, ମାଲିମକଦ୍ଦମାରେ ସଫଳତା ହାସଲ କରିବେ।
କୁମ୍ଭ
କୁମ୍ଭ
ସମସ୍ୟା ସଙ୍ଗରେ ଲଢ଼େଇ କରି ପରିସ୍ଥିତି ମୁକାବିଲାରେ ସମର୍ଥ ହେବେ। ଯାନ୍ତ୍ରିକ ତ୍ରୁଟି କାରଣରୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବନ୍ଧୁମାନଙ୍କର ପରୋକ୍ଷ ଶତ୍ରୁତା ହେତୁ କିଛିଟା ବ୍ୟତିକ୍ରମ ଅବଶ୍ୟ ପରିଲକ୍ଷିତ ହେବ।
ମୀନମୀନ
ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଟି ଏକପ୍ରକାର ଭଲରେ ଅତିବାହିତ ହେବ। ସାଧାରଣ ପରିଶ୍ରମରେ ଏବଂ ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ସମସ୍ୟା ଆପଣାଛାଏଁ ସୁଧୁରି ଯିବ। ସମ୍ପର୍କୀୟଙ୍କଠାରୁ ପରାମର୍ଶ ନେବା ଭଲ ହେବ, ଯାହା କି ଆପଣଙ୍କ କାମରେ ଆସିପାରେ। ଆଜିର ପାରିଶ୍ରମିକ ମନ ଲାଖି ନ ହେବା କାରଣରୁ ମନ ବିଷାଦଗ୍ରସ୍ତ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri