Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୧୫ ତାରିଖ – Daily Horoscope

ମେଷ
ଆଜି ଦୂରଯାତ୍ରା, ବିବାଦୀୟ କ୍ଷେତ୍ର, ପ୍ରତିଦ୍ୱନ୍ଦ୍ୱିତା ନିକଟରୁ ଦୂରେଇ ରହିବା ଭଲ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କରି ଅନୁତପ୍ତ ହୋଇପାରନ୍ତି। କର୍ମକ୍ଷେତ୍ର ଗତାନୁଗତି ରୀତିରେ ଗଡ଼ିଚାଲିବା ସହ ପାରିବାରିକ ପରିସ୍ଥିତି ମଧ୍ୟ ପୂର୍ବପରି ରହିବ। ଚନ୍ଦ୍ର ଓ ଶୁକ୍ରଙ୍କ ଶୁଭ ପ୍ରଭାବରୁ କଳା, ସାହିତ୍ୟ, ନୃତ୍ୟ ସଙ୍ଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ।
ବୃଷ
ବୃଷ
ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରଣାଧୀନ ରହିଥିବାରୁ ଆଶ୍ୱସ୍ତି ଅନୁଭବ କରିବେ। ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବାର ସୂଚନା ରହିଛି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ରୋହିଣୀ ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣାଜନିତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ଉପରିସ୍ଥଙ୍କ ଦ୍ୱାରା ଚାପଗ୍ରସ୍ଥ ହୋଇ କର୍ମକ୍ଷେତ୍ରରେ ବାଧ୍ୟବାଧକତାରେ କାମ କରିବାକୁ ପଡ଼ିପାରେ। ଋଣଭାର, କଚେରି ମାମଲା, ପରିବହନ ଓ ନିର୍ମାଣ ସମ୍ପର୍କିତ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଶିକ୍ଷା, ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ମୃଗଶିରା ଦୂରଯାତ୍ରା, ବନ୍ଧୁମିଳନ ଏବଂ ଜନକଲ୍ୟାଣ କର୍ମରେ ସାମିଲ ହେବେ।
କର୍କଟ
କର୍କଟ
ବୟସ୍କବ୍ୟକ୍ତିଙ୍କ ହସ୍ତକ୍ଷେପ ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ ହୋଇଯିବାର ଆଶା ରହିଛି। ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆତ୍ମୀୟଙ୍କ ଅସହଯୋଗ ଦୁଶ୍ଚିନ୍ତା ବଢ଼ାଇଦେବ। ବାଣିଜ୍ୟ, ନିର୍ମାଣ ଓ ପରିବହନରେ ସମସ୍ୟା ଦୂର ହେବ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଅଶ୍ଳେଷା ନକ୍ଷତ୍ର ଗୌରବାନ୍ବିତ ହୋଇପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ବିଶିଷ୍ଟବ୍ୟକ୍ତିଙ୍କ ପରାମର୍ଶରୁ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ ଆଶା କରାଯାଇପାରେ। କୌଣସି ଅନାକାଂକ୍ଷିତ ସୂଚନା କ୍ରମେ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପରିସରରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ମଘା ନକ୍ଷତ୍ର ସକାଶେ ଆଜିର ଆର୍ଥିକ, ପାରିବାରିକ ଓ ସାମାଜିକ ସ୍ଥିତି ଆଶ୍ୱସ୍ତି ଦେଇପାରେ।
କନ୍ୟା
କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରିବାକୁ ପଡିବାରୁ ବିଚଳିତ ଅନୁଭବ କରିପାରନ୍ତି। ଆବଶ୍ୟକତା ପୂରଣ ସକାଶେ ଅର୍ଥ ଧାର ଆଣିବାକୁ ପଡିପାରେ। ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ ସମସ୍ୟାକୁ ଦ୍ୱିଗୁଣିତ କରିବ। ଚିତ୍ରା ନକ୍ଷତ୍ର ସକାଶେ ଆଜିର ଯାତ୍ରା, ବାଣିଜ୍ୟ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଚାପର ବଶବର୍ତ୍ତୀ ହୋଇ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ପଡ଼ିପାରେ। ଅଭାବ ପୂରଣ ଦିଗରେ ସହକର୍ମୀଙ୍କ ସାହାଯ୍ୟ କାମକୁ ଆସିପାରେ। ବିଶାଖା ନକ୍ଷତ୍ରର ବ୍ୟବସାୟିକ ଓ ସାମାଜିକ ପରିସ୍ଥିତି ଭଲ ରହିବ। ଆର୍ଥିକ ଅନଟନ ହେତୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଅପୂରଣୀୟ ରହିଯିବାର ସୂଚନା ରହିଛି।
ବିଛା
ବିଛା
ସମସ୍ୟା ଲାଗିରହିଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନ କରିବାରେ ଅସୁବିଧା ରହିବନାହିଁ। ସଭାସମିତିରେ ନେତୃତ୍ୱ ନେଇ ସମ୍ମାନିତ ହୋଇପାରନ୍ତି। ମତାନ୍ତରରୁ ପାରିବାରିକ କ୍ଷେତ୍ରରେ ଅଶାନ୍ତି ଆସିବାର ସୂଚନା ରହିଛି। ଜ୍ୟେଷ୍ଠା ନକ୍ଷତ୍ରର ସାହିତ୍ୟ, ସାମ୍ବାଦିକତା, ପ୍ରେସ୍‌, ପବ୍ଲିକେଶନ କ୍ଷେତ୍ରରେ ସମସ୍ୟାର ଆଶୁ ସମାଧାନ ହୋଇଯିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କହିବା ସମସ୍ୟାର କାରଣ ହୋଇପାରେ। ପୂର୍ବାଷାଢ଼ା ନକ୍ଷତ୍ରର ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା କାମରେ ବାଧକ ସାଜିବ। ଧାତବ ଜନିତ ଦ୍ରବ୍ୟ କ୍ରୟ କରିବା ସକାଶେ ପରିବାରର ବରାଦ ପାଇପାରନ୍ତି। ଶିକ୍ଷା, ସନ୍ତାନ, ଆଲୋଚନା, ରାଜନୀତି ଓ ସାମାଜିକ କ୍ଷେତ୍ରରେ ଶ୍ରମ ଓ ସମୟ ବିନିଯୋଗ କରିପାରନ୍ତି।
ମକର
ମକର
ଆଜିର ସକାଳୁଆ ଯାତ୍ରା, ବାଣିଜ୍ୟ, ପରିବହନ ଓ କୌଣସି କର୍ମାରମ୍ଭ ମନ୍ଦ ହେବନାହିଁ। କର୍ମକ୍ଷେତ୍ରରେ ସମସ୍ୟାର ମୁକାବିଲା କରିବାରେ ସମର୍ଥ ହେବେ। ସମ୍ପର୍କୀୟଙ୍କ ସାହାଯ୍ୟରେ ପାରିବାରିକ ସମସ୍ୟାର ସମାଧାନ କରିବେ। ଆଜି ଧନିଷ୍ଠା ନକ୍ଷତ୍ରର ଶାରୀରିକ ସୁସ୍ଥତା ସହ ପାରିବାରିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ।
କୁମ୍ଭ
କୁମ୍ଭ
ଅଭାବ ନ ଥିଲେ ମଧ୍ୟ ଘରୋଇ କଳହରୁ ମନ ଭଲ ରହି ନ ପାରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଜ ଲୋକ ଦାଉ ସାଧିପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ରାଜନୀତି, ଚଳଚ୍ଚିତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ। ଶତଭିଷା ନକ୍ଷତ୍ର ପିଲାମାନଙ୍କ କୃତି ଓ କୃତିତ୍ୱ ସକାଶେ ଗୌରବାନ୍ବିତ ହୋଇପାରନ୍ତି।
ମୀନମୀନ
ଆକସ୍ମିକ ଭାବରେ ବନ୍ଧୁଙ୍କ ସହାନୁଭୂତି ଲାଭକରି କାମ ହାସଲ କରିବେ। ବିଶିଷ୍ଟବ୍ୟକ୍ତିଙ୍କ ବାହୁଛାୟାରେ ଜନହିତକର କାର୍ଯ୍ୟରେ ନିଜକୁ ଲିପ୍ତ ରଖିପାରନ୍ତି। ସାଧାରଣ କିଛି ବ୍ୟତିକ୍ରମକୁ ବାଦ୍‌ ଦେଲେ ପାରିବାରିକ ପରିସ୍ଥିତି ପ୍ରାୟତଃ ଭଲ ରହିବ। ରେବତୀ ନକ୍ଷତ୍ର ସାଂସ୍କୃତିକ କାର୍ଯ୍ୟରେ ବନ୍ଧୁଦର୍ଶନର ସୁଯୋଗଲାଭ କରିପାରନ୍ତି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

ରାଶିଫଳ: ଶନିବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତାଜନିତ କାର୍ଯ୍ୟହାନି ଘଟିପାରେ । କୃତ୍ତିକା ନକ୍ଷତ୍ର ସକାଶେ ପ୍ରତ୍ୟେକ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସଫଳ ହେବେ। ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟିକଲେ ମଧ୍ୟ କାମ ଅଟକିବ ନାହିଁ। ଶିଳ୍ପ,…

ରାଶିଫଳ: ଗୁରୁବାର, ଫେବୃଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଦେବଗୁରୁଙ୍କ ସହ ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ସୌଭାଗ୍ୟ ପ୍ରଦାୟକ ରହିବେ। କୃତି, କୃତିତ୍ୱ ଓ ବାଗ୍ମିତାକୁ ନେଇ ବନ୍ଧୁ ଗହଣରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ…

ରାଶିଫଳ: ବୁଧବାର, ଫେବୃଆରୀ ୨୫ ତାରିଖ – Daily Horoscope

ମେଷ ଆଜି ରାହୁଙ୍କ ନକ୍ଷତ୍ରରେ ରବି ହେତୁ ବୟସ୍କବ୍ୟକ୍ତି କିମ୍ବା ସରକାରୀ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଲାଗିପାରେ। ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ନିକଟତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri