Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ
ଆଜି ଦଶମ ଚନ୍ଦ୍ର ପ୍ରଭାବରେ ସ୍ବାସ୍ଥ୍ୟ, ଜମିଜମା, ବନ୍ଧୁ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂର ହେବ। ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅଶାନ୍ତି ଅନୁଭବ କରିପାରନ୍ତି। ଦୀର୍ଘ ଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ବରାଦ ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି।
ବୃଷ
ବୃଷ
ରବି ଓ ବୁଧ ସଂଯୋଗରୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ଯାନବାହନ, ଦୋକାନବାଡି, ସଭା ସମିତିରୁ ଉପକୃତ ହେବେ। ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ। ପ୍ରିୟଜନଙ୍କ ମାଧ୍ୟମରେ ପାରିବାରିକ ସମସ୍ୟା ସୁଧାରି ନେବା ପାଇଁ ପ୍ରଯତ୍ନ କରିବେ।
ମିଥୁନ
ମିଥୁନ
ରାଶିରେ ମଙ୍ଗଳ ଥିବାରୁ ଭଲ ସମ୍ପର୍କ ଥିବା ନିଜର ଲୋକମାନେ ଶତ୍ରୁତା କରି ପ୍ରତିବନ୍ଧକ ସାଜିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, ସଂଗଠନ, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ। ଏଜେନ୍ସିପ୍‌, କଳା, ସାହିତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ।
କର୍କଟ
କର୍କଟ
ସପ୍ତମଚନ୍ଦ୍ର ହେତୁ ପାରିବାରିକ ଜୀବନ ସୁଖରେ କଟିବା ସାଙ୍ଗକୁ ବ୍ୟବସାୟିକ ସ୍ଥିତି ଭଲ ରହିବ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ପରିବାରରେ ବ୍ୟସ୍ତତା ବଢ଼ିପାରେ। ପରିଜନଙ୍କ ପୁରାତନ ରୋଗର ପୀଡ଼ା ବୃଦ୍ଧି ଜନିତ ସାମୟିକ ବ୍ୟସ୍ତ ରହିବେ। ପଡ଼ୋଶୀଙ୍କଠାରୁ ସାହାଯ୍ୟ ପାଇ କାମ ହାସଲ କରିବେ।
ସି˚ହ
ସି˚ହ
ଆଜି କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ଆର୍ଥିକ ଅନଟନ କାମକୁ କେତେକାଂଶରେ ଅଟକାଇ ଦେଇପାରେ। ନିଜ ଲୋକମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ହେତୁ ଚିନ୍ତାରେ ରହିବେ। ଜମିଜମା ସମ୍ପର୍କୀୟ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିପାରନ୍ତି।
କନ୍ୟା
କର୍ମକ୍ଷେତ୍ରରେ ଭୁଲ୍‌ ନିଷ୍ପତ୍ତି ନେଇ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ବନ୍ଧୁଙ୍କ ସହଯୋଗରେ ପାରିବାରିକ ସମସ୍ୟା ସମାଧାନର ରାସ୍ତା ଖୋଜି ପାଇବେ। ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ। କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ତଥା ପ୍ରଶାସନ, ପରିବହନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ସାଧାରଣ କଥାକୁ କେନ୍ଦ୍ରକରି ଭ୍ରାତୃ ସମ୍ପର୍କ ଭଲ ରହି ନ ପାରେ। କୌଣସି ଏକ କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବ। ସଭାସମିତି, ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ରାଜନୀତି, ଶିଳ୍ପ, ବାଣିଜ୍ୟ, ଯାତ୍ରା, କଚେରି ମାମଲା ବିଷୟରେ ଚିନ୍ତିତ ରହିବାକୁ ପଡିବ।
ବିଛା
ବିଛା
ପରିସ୍ଥିତି ଖରାପ ଦିଗକୁ ଗତି କରୁଥିବା କାରଣରୁ ମନ ଭଲ ରହି ନ ପାରେ। ଦୂରବନ୍ଧୁ, ସଭାସମିତି, ଜମିଜମା, ସମ୍ପର୍କୀୟ ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ଯାହାକୁ ବେଶି ବିଶ୍ୱାସ କରୁଛନ୍ତି ସେହି ବ୍ୟକ୍ତି ଦ୍ୱାରା ପ୍ରତାରିତ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଧନୁ
ଧନୁ
ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ସମସ୍ୟାର ସରଳ ସମାଧାନ କରିବେ। ପାଖ ପଡ଼ୋଶୀଙ୍କ କଥାକୁ ପ୍ରାଧାନ୍ୟ ଦେଇ ଉପକୃତ ହୋଇପାରନ୍ତି।
ମକର
ମକର
ପରିସ୍ଥିତି ପ୍ରତି ସଜାଗ ରହି କାମ କରିବା ଭଲ ହେବ, ଅନ୍ୟଥା ମାନସିକ ଦୁଶ୍ଚିନ୍ତାରେ ପଡ଼ିବେ। ପ୍ରତିବନ୍ଧକ ଲାଗିରହୁଥିବାରୁ ଭଲ କାମ କଲେ ମଧ୍ୟ ସୁଫଳ ପାଇବା କଷ୍ଟକର ହୋଇପାରେ। ସାଙ୍ଗଠନିକ କାର୍ଯ୍ୟ, ଆଇନ ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ଅସାବଧାନତାବଶତଃ ଧନହାନି, କଳହକୁ ଏଡିହେବ ନାହିଁ।
କୁମ୍ଭ
କୁମ୍ଭ
ରବି ଓ ବୁଧ ପ୍ରଭାବରୁ ସାଧାରଣ ଘଟଣାକୁ ନେଇ ଭୁଲ୍‌ ବୁଝାମଣା କାରଣରୁ ବନ୍ଧୁମାନଙ୍କ ସହ କଳହ ଘଟିପାରେ। ଜମିଜମା କାରବାର, ସରକାରୀ ସୂତ୍ରରୁ ଅର୍ଥ, ଧାର୍ମିକ କାର୍ଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। ଶିଳ୍ପ, ବ୍ୟବସାୟ, ପରିବହନକୁ କେନ୍ଦ୍ରକରି ବାଦବିବାଦରେ ଆପୋଷ ସମାଧାନ ଘଟିବ।
ମୀନମୀନ
ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି, କିନ୍ତୁ କୌଣସି ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ମନ୍ଥର ଗତି ଦେଖାଦେଇପାରେ,ଯାହାକି ସାମୟିକ ଦୁଶ୍ଚିନ୍ତା ସୃଷ୍ଟି କରିବ। ଲେଖାପଢ଼ା,ଗବେଷଣା କ୍ଷେତ୍ର,ପ୍ରଶାସନ ତଥା ସଭାସମିତିରେ ସଫଳତା ହାସଲ କରିବେ। ପଡ଼ୋଶୀଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri