ମେଷ

ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ସାହାଯ୍ୟକାରୀ ଗୁଣ କାରଣରୁ ଆତ୍ମୀୟସ୍ବଜନଙ୍କ ଆବଶ୍ୟକତା ପୂରଣ ପାଇଁ ଚିନ୍ତା ବଢିପାରେ। ଇଚ୍ଛା ବିରୋଧରେ କାମ କରି ପଶ୍ଚାତାପ କରିବାକୁ ପଡ଼ିପାରେ।
ବୃଷ

ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମକ୍ଷେତ୍ରରେ ଅସମର୍ଥିତ ସୂତ୍ରରୁ ଶୁଣା କଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ବନ୍ଧୁଙ୍କର ସ୍ବାସ୍ଥ୍ୟହାନିର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ରୋହିଣୀ ନକ୍ଷତ୍ରର ମନ ପ୍ରଫୁଲ୍ଲ ରହିବ ଓ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରି ଖୁସି ହେବେ।
ମିଥୁନ

ହିତୈଷୀବନ୍ଧୁଙ୍କ ପ୍ରେରଣାରେ ଉଦ୍ବୁଦ୍ଧହୋଇ ନୂତନ କର୍ମାରମ୍ଭର ଚିନ୍ତା କରିପାରନ୍ତି। ପୁନର୍ବସୁ ନକ୍ଷତ୍ର ସକାଶେ ଦୂର ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବା ସହ ସମାଜରେ ଆଦୃତି ଲାଭ କରିବେ। ପାରିବାରିକ କ୍ଷେତ୍ରରେ ସମସ୍ୟା କେତେକାଂଶରେ କମି କମି ଆସିବ।
କର୍କଟ

କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟାର ସମ୍ମୁଖୀନ ହେବେ। ଅଶ୍ଳେଷା ନକ୍ଷତ୍ରର ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଲାଗି ପାରନ୍ତି। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ମୁଣ୍ଡରେ ହାତ ଦେଇ ବସିବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ, କିନ୍ତୁ ଲାଭ ପରିମାଣ କମିବ ନାହିଁ।
ସି˚ହ

କର୍ମକ୍ଷେତ୍ରରେ ଅବହେଳିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ। ପୂର୍ବାଫାଲଗୁନୀ ନକ୍ଷତ୍ର ବନ୍ଧୁଙ୍କ ଜରିଆରେ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଆବଶ୍ୟକତାକୁ ଯଥା ସମୟରେ ପୂରଣ କରିବାରେ ସମର୍ଥ ହୋଇପାରନ୍ତି। କର୍ମକ୍ଷେତ୍ରରେ ଅଟକି ରହିଥିବା କାମଟିକୁ ସମ୍ପନ୍ନ କରି କେତେକାଂଶରେ ଖୁସି ହେବେ ।
କନ୍ୟା

ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ। ଶତ୍ରୁତାର ଅବସାନ ଘଟାଇବା ସକାଶେ ଅନ୍ୟମାନଙ୍କ ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି। ଉତ୍ତରାଫାଲଗୁନୀ ନକ୍ଷତ୍ର ବାଧ୍ୟ ବାଧକତାରେ ଦୂରଯାତ୍ରା କରିବାକୁ ପଡିପାରେ। ଲେଖାପଢ଼ା, ଅଧ୍ୟୟନ, ଅଧ୍ୟାପନା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା

ସାହାଯ୍ୟ ସହଯୋଗ ଲାଭକରି ଦିନଟି ସବୁ ଦିଗରୁ ଭଲରେ କଟିବ। ବିଶାଖା ନକ୍ଷତ୍ରର ଘରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବ କରିବାର ସୂଚନା ରହିଛି।
ବିଛା

ନିଜର ଭାବୁଥିବା ବନ୍ଧୁଟି ହିଁ ଧୋକା ଦେଇପାରେ। ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିବାର ଆଶଙ୍କା ରହିଛି। ଜ୍ୟେଷ୍ଠା ନକ୍ଷତ୍ର ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ସାମ୍ବାଦିକତା, ଏଜେନ୍ସିପ୍, ସାହିତ୍ୟ ଚର୍ଚ୍ଚା, କଳାକାରିଗରି ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ ।
ଧନୁ

ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ। ନୂତନ କାମଟିର ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇ ପାରିବ ନାହିଁ। ପରିବାରର ଆବଶ୍ୟକତାକୁ ପୂରଣ ସକାଶେ କରଜ କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଉତ୍ତରାଷାଢ଼ା ନକ୍ଷତ୍ର ସ୍ଥଗିତ କାମକୁ ସାରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।
ମକର

କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଲାଗିରହିଥିବାରୁ ଶେଷ ମୁହୂର୍ତ୍ତରେ ସୁଯୋଗ ହରାଇପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଇବାରେ ବ୍ୟସ୍ତ ରହିପାରନ୍ତି। ବ୍ୟବସାୟ ଏବଂ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ଆଶା ରହିଛି। ଧନିଷ୍ଠା ନକ୍ଷତ୍ରର ପରିବାରରେ ଭାଇ ବନ୍ଧୁଙ୍କ କାର୍ଯ୍ୟ କଳାପରୁ ଅଶାନ୍ତି ଅନୁଭବ କରିପାରନ୍ତି।
କୁମ୍ଭ

ଆଜି ବନ୍ଧୁଟି ଭୁଲ୍ ବୁଝିବେ, କିନ୍ତୁ ପର ମୁହୂର୍ତ୍ତରେ ଭୁଲ୍ ବୁଝାମଣା ଦୂର ହୋଇଯିବ। ମାଙ୍ଗଳିକ କାମ ସକାଶେ ଅଧାପନ୍ତରିା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ। ଆଶା ଓ ବିଶ୍ୱାସ ନେଇ ଆଗକୁ ମାଡି ଚାଲିବେ ସତ କିନ୍ତୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। ଅଭିଯୋଗର ସମାଧାନ କରି ଆତ୍ମୀୟଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି।
ମୀନ
ଆଜି ପାରିବାରିକ ବନ୍ଧୁମିଳନକୁ ନେଇ ହସ ଖୁସିରେ ସମୟ କଟିବ। ମୂଲ୍ୟବାନ୍ ଜିନିଷ କିଣାବିକା କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିବେ। ବନ୍ଧୁସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ସୂଚନା ରହିଛି। ପୂର୍ବଭାଦ୍ରପଦ ନକ୍ଷତ୍ର ହଠାତ୍ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.