Posted inRasifala

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୧୨ ତାରିଖ– Daily Horoscope

ମେଷ
ଆଜି ଦିନଟିରେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମିତ୍ରତା ସୃଷ୍ଟି ହୋଇପାରେ। ମନ ଭଲ ରହିବ ଏବଂ ସହମତିରେ କାମ କରିବାର ପ୍ରେରଣା ପାଇବେ। କାର୍ଯ୍ୟବ୍ୟସ୍ତ ଯୋଗୁଁ ସବୁ କ୍ଷେତ୍ରରେ ଶୃଙ୍ଖଳା ରକ୍ଷା କରିବା କଷ୍ଟକର ହେବ। ସାହିତ୍ୟ, କଳା ଓ ବୈଷୟିକ କ୍ଷେତ୍ରରୁ ଆଶାନୁରୂପ ଫଳ ମିଳିବ। ଶାରୀରିକ ଅସୁସ୍ଥି ଅନୁଭବ କରି ପାରନ୍ତି।
ବୃଷ
ବୃଷ
ଆଜି ଯାହା କରିବେ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କର୍ମ କ୍ଷେତ୍ରରେ ମିତ୍ରତା ସୃଷ୍ଟି କରିପାରନ୍ତି ଏବଂ ମନୋରଞ୍ଜନ କାର୍ଯ୍ୟରେ ରୁଚି ବଳିବ। ବ୍ୟବସାୟରେ ଲାଭବାନ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବା ସହ କଳା, କ୍ରୀଡା, ଗବେଷଣା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ମିଥୁନ
ମିଥୁନ
ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଅସନ୍ତଷ୍ଟ ରହିବେ। କେତେକ କ୍ଷେତ୍ରରେ ମନର ଦୁଃଖକୁ ଲୁଚାଇ ରଖି ଉପର ମନରେ ହସି ହସି କଥା କହିବେ। ପ୍ରଶାସନ, ଆଇନ, ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ପରିସ୍ଥିତିବଶତଃ ହଠାତ୍‌ ବହୁତ୍‌ ଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହୋଇପାରନ୍ତି।
କର୍କଟ
କର୍କଟ
ହଠାତ୍‌ କର୍ମକ୍ଷେତ୍ରର କୌଣସି ସମସ୍ୟା ମନକୁ ବିଚଳିତ କରିପାରେ। କୌଣସି ମୂଲ୍ୟବାନ ଜିନିଷ ଖରିଦ କରିବା ସକାଶେ ଅର୍ଥ ଆବଶ୍ୟକ ହୋଇପାରେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା ଓ ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ। ପରିବାରରେ ଭୁଲ୍‌ ବୁଝାମଣାରୁ କାରଣ ନ ଥାଇ ଦୋଷୀ ସାବ୍ୟସ୍ତ ହେବେ।
ସି˚ହ
ସି˚ହ
ଆଜି ଅନାବଶ୍ୟକ ଖର୍ଚ୍ଚ, କ୍ଷତି, ଯାନ ବାହନ କିମ୍ବା ଗୃହ ମରାମତି ବାବଦରେ ଚିନ୍ତା ସୃଷ୍ଟି ହୋଇପାରେ। ଅଟକି ରହିଥିବା ଦୀର୍ଘଦିନର କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ। ଆଜି ଆଗପଛ ବିଚାର ନ କରି କାମରେ ହାତ ଦିଅନ୍ତୁ, ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବିବାଦର ସମାଧାନ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ।
କନ୍ୟା
ଗତକାଲି ଯାହା ଚିନ୍ତା କରିଥିଲେ ଆଜି ସେହି ଅନୁରୂପେ କରିବାରେ ଅସୁବିଧା ହେବ ନାହିଁ। ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡିକ ସଂପୂର୍ଣ୍ଣ ସକାଶେ ବ୍ୟସ୍ତତା ବଢିପାରେ। ଉପରିସ୍ଥଙ୍କ ଅନୁକମ୍ପା ଦ୍ୱାରା ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥଲାଭ କରିବେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ତୁଳା
ତୁଳା
ନିଜର ଦୃଢତା ହେତୁ କାମଗୁଡିକ ଠିକ୍‌ ଭାବରେ ହେବ, ମାତ୍ର ଏଥି ପାଇଁ ତକଲିପି କରିବାକୁ ପଡିବ। ସତର୍କରେ ଚଳନ୍ତୁ, ଅଫିସରେ ବିବାଦ ଘେରରେ ପଡି ପାରନ୍ତି। କୌଣସି ନିର୍ଦ୍ଦିଷ୍ଟ କାମ ପାଇଁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ବନ୍ଧୁମାନଙ୍କ ମଧ୍ୟରେ ପରୋକ୍ଷ ଭାବେ ସମାଲୋଚିତ ହୋଇପାରନ୍ତି।
ବିଛା
ବିଛା
ଆଜିର ଯାତ୍ରା ପାଇଁ ଦିନଟି ଭଲ ଓ ଲକ୍ଷ୍ୟ ହାସଲେ ସମର୍ଥ ହେବେ। ଚେଷ୍ଟା କରୁଥିବା କାମରେ ମିତ୍ର ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ। ଆବଶ୍ୟକୀୟ ଅର୍ଥ ଜଣେ ବନ୍ଧୁ ଦେବା ସକାଶେ ପ୍ରତିଶ୍ରୁତି ଦେଇ ପାରନ୍ତି। ବ୍ୟବସାୟିକ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
ଧନୁ
ଧନୁ
ବହୁତ ପୂର୍ବରୁ ରହିଥିବା ସମସ୍ୟାଗୁଡିକ ଆପଣାଛାଏଁ ସମାଧାନ ହୋଇଯିବ। ମିତ୍ରମାନେ ମିଠା କଥା କହି ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। ଆପଣଙ୍କର ଅଭାବ, ଅସୁବିଧା ଓ ମନର ଦୁଃଖକୁ ସହକର୍ମୀଟି ବୁଝିପାରିବ ନାହିଁ। ପଡୋଶୀ କିମ୍ବା ସହକର୍ମୀଙ୍କ ନିଜସ୍ବ ସମସ୍ୟାରେ ମୁଣ୍ଡ ପୂରାନ୍ତୁ ନାହିଁ।
ମକର
ମକର
ଆଜି ଦିନଟିରେ ଖୁସି ମନରେ କାମ କରିବେ ଏବଂ ପ୍ରତ୍ୟେକ କାମ ଠିକ୍‌ ଠିକ୍‌ ଚାଲିବ। ଆବଶ୍ୟକୀୟ ଜିନିଷ ପାଇଁ ବେଶୀ ହଇରାଣ ହେବାକୁ ପଡିବ ନାହିଁ। କାର୍ଯ୍ୟ ହାସଲରେ ବାଧା ସୃଷ୍ଟି ହେବାରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ।
କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରକାରର ସମ୍ଯଯା ମଧ୍ୟରେ ସବୁ କାମ ଡେରିରେ ହେବା କାରଣରୁ ମାନସିକ ସ୍ଥିତି ମାନ୍ଦା ରହିବ। ଏଣେ ଅଭାବ, ଋଣବାଡି, ପିଲାଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ଭଲ ରହିବ ନାହିଁ। ଅଫିସରେ ପ୍ରିୟ କଥା କହି ସମସ୍ୟା ସୁଧାରି ନେବେ। କୌଣସି କାମରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ।
ମୀନମୀନ
ବହୁତ ଚେଷ୍ଟା କରି ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ। ଆପଣ ସରମ ତ୍ୟାଗ କରି ପାଟି ଖୋଲିଲେ ପାଖରେ ଥିବା ବ୍ୟକ୍ତିମାନେ ସହଯୋଗ କରିବେ। ବାସ୍ତବରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri