Posted inRasifala

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୧୨ ତାରିଖ– Daily Horoscope

ମେଷ
ଆଜି ଦିନଟିରେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମିତ୍ରତା ସୃଷ୍ଟି ହୋଇପାରେ। ମନ ଭଲ ରହିବ ଏବଂ ସହମତିରେ କାମ କରିବାର ପ୍ରେରଣା ପାଇବେ। କାର୍ଯ୍ୟବ୍ୟସ୍ତ ଯୋଗୁଁ ସବୁ କ୍ଷେତ୍ରରେ ଶୃଙ୍ଖଳା ରକ୍ଷା କରିବା କଷ୍ଟକର ହେବ। ସାହିତ୍ୟ, କଳା ଓ ବୈଷୟିକ କ୍ଷେତ୍ରରୁ ଆଶାନୁରୂପ ଫଳ ମିଳିବ। ଶାରୀରିକ ଅସୁସ୍ଥି ଅନୁଭବ କରି ପାରନ୍ତି।
ବୃଷ
ବୃଷ
ଆଜି ଯାହା କରିବେ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କର୍ମ କ୍ଷେତ୍ରରେ ମିତ୍ରତା ସୃଷ୍ଟି କରିପାରନ୍ତି ଏବଂ ମନୋରଞ୍ଜନ କାର୍ଯ୍ୟରେ ରୁଚି ବଳିବ। ବ୍ୟବସାୟରେ ଲାଭବାନ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବା ସହ କଳା, କ୍ରୀଡା, ଗବେଷଣା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ମିଥୁନ
ମିଥୁନ
ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଅସନ୍ତଷ୍ଟ ରହିବେ। କେତେକ କ୍ଷେତ୍ରରେ ମନର ଦୁଃଖକୁ ଲୁଚାଇ ରଖି ଉପର ମନରେ ହସି ହସି କଥା କହିବେ। ପ୍ରଶାସନ, ଆଇନ, ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ପରିସ୍ଥିତିବଶତଃ ହଠାତ୍‌ ବହୁତ୍‌ ଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହୋଇପାରନ୍ତି।
କର୍କଟ
କର୍କଟ
ହଠାତ୍‌ କର୍ମକ୍ଷେତ୍ରର କୌଣସି ସମସ୍ୟା ମନକୁ ବିଚଳିତ କରିପାରେ। କୌଣସି ମୂଲ୍ୟବାନ ଜିନିଷ ଖରିଦ କରିବା ସକାଶେ ଅର୍ଥ ଆବଶ୍ୟକ ହୋଇପାରେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା ଓ ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ। ପରିବାରରେ ଭୁଲ୍‌ ବୁଝାମଣାରୁ କାରଣ ନ ଥାଇ ଦୋଷୀ ସାବ୍ୟସ୍ତ ହେବେ।
ସି˚ହ
ସି˚ହ
ଆଜି ଅନାବଶ୍ୟକ ଖର୍ଚ୍ଚ, କ୍ଷତି, ଯାନ ବାହନ କିମ୍ବା ଗୃହ ମରାମତି ବାବଦରେ ଚିନ୍ତା ସୃଷ୍ଟି ହୋଇପାରେ। ଅଟକି ରହିଥିବା ଦୀର୍ଘଦିନର କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ। ଆଜି ଆଗପଛ ବିଚାର ନ କରି କାମରେ ହାତ ଦିଅନ୍ତୁ, ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବିବାଦର ସମାଧାନ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ।
କନ୍ୟା
ଗତକାଲି ଯାହା ଚିନ୍ତା କରିଥିଲେ ଆଜି ସେହି ଅନୁରୂପେ କରିବାରେ ଅସୁବିଧା ହେବ ନାହିଁ। ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡିକ ସଂପୂର୍ଣ୍ଣ ସକାଶେ ବ୍ୟସ୍ତତା ବଢିପାରେ। ଉପରିସ୍ଥଙ୍କ ଅନୁକମ୍ପା ଦ୍ୱାରା ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥଲାଭ କରିବେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ତୁଳା
ତୁଳା
ନିଜର ଦୃଢତା ହେତୁ କାମଗୁଡିକ ଠିକ୍‌ ଭାବରେ ହେବ, ମାତ୍ର ଏଥି ପାଇଁ ତକଲିପି କରିବାକୁ ପଡିବ। ସତର୍କରେ ଚଳନ୍ତୁ, ଅଫିସରେ ବିବାଦ ଘେରରେ ପଡି ପାରନ୍ତି। କୌଣସି ନିର୍ଦ୍ଦିଷ୍ଟ କାମ ପାଇଁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ବନ୍ଧୁମାନଙ୍କ ମଧ୍ୟରେ ପରୋକ୍ଷ ଭାବେ ସମାଲୋଚିତ ହୋଇପାରନ୍ତି।
ବିଛା
ବିଛା
ଆଜିର ଯାତ୍ରା ପାଇଁ ଦିନଟି ଭଲ ଓ ଲକ୍ଷ୍ୟ ହାସଲେ ସମର୍ଥ ହେବେ। ଚେଷ୍ଟା କରୁଥିବା କାମରେ ମିତ୍ର ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ। ଆବଶ୍ୟକୀୟ ଅର୍ଥ ଜଣେ ବନ୍ଧୁ ଦେବା ସକାଶେ ପ୍ରତିଶ୍ରୁତି ଦେଇ ପାରନ୍ତି। ବ୍ୟବସାୟିକ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
ଧନୁ
ଧନୁ
ବହୁତ ପୂର୍ବରୁ ରହିଥିବା ସମସ୍ୟାଗୁଡିକ ଆପଣାଛାଏଁ ସମାଧାନ ହୋଇଯିବ। ମିତ୍ରମାନେ ମିଠା କଥା କହି ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। ଆପଣଙ୍କର ଅଭାବ, ଅସୁବିଧା ଓ ମନର ଦୁଃଖକୁ ସହକର୍ମୀଟି ବୁଝିପାରିବ ନାହିଁ। ପଡୋଶୀ କିମ୍ବା ସହକର୍ମୀଙ୍କ ନିଜସ୍ବ ସମସ୍ୟାରେ ମୁଣ୍ଡ ପୂରାନ୍ତୁ ନାହିଁ।
ମକର
ମକର
ଆଜି ଦିନଟିରେ ଖୁସି ମନରେ କାମ କରିବେ ଏବଂ ପ୍ରତ୍ୟେକ କାମ ଠିକ୍‌ ଠିକ୍‌ ଚାଲିବ। ଆବଶ୍ୟକୀୟ ଜିନିଷ ପାଇଁ ବେଶୀ ହଇରାଣ ହେବାକୁ ପଡିବ ନାହିଁ। କାର୍ଯ୍ୟ ହାସଲରେ ବାଧା ସୃଷ୍ଟି ହେବାରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ।
କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରକାରର ସମ୍ଯଯା ମଧ୍ୟରେ ସବୁ କାମ ଡେରିରେ ହେବା କାରଣରୁ ମାନସିକ ସ୍ଥିତି ମାନ୍ଦା ରହିବ। ଏଣେ ଅଭାବ, ଋଣବାଡି, ପିଲାଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ଭଲ ରହିବ ନାହିଁ। ଅଫିସରେ ପ୍ରିୟ କଥା କହି ସମସ୍ୟା ସୁଧାରି ନେବେ। କୌଣସି କାମରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ।
ମୀନମୀନ
ବହୁତ ଚେଷ୍ଟା କରି ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ। ଆପଣ ସରମ ତ୍ୟାଗ କରି ପାଟି ଖୋଲିଲେ ପାଖରେ ଥିବା ବ୍ୟକ୍ତିମାନେ ସହଯୋଗ କରିବେ। ବାସ୍ତବରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri