Posted inRasifala

ରାଶିଫଳ: ରବିବାର, ଜାନୁୟାରୀ ୧ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଶୁକ୍ର ଓ ଶନିଙ୍କ ସଂଯୋଗ ହେତୁ ବନ୍ଧୁମିଳନ ସହ ମର୍ଯ୍ୟାଦାଜନକ ସ୍ଥିତିରେ ରହିବେ। ରାହୁଯୁକ୍ତ ଶ୍ରୀଚନ୍ଦ୍ର କେତୁ ନକ୍ଷତ୍ରସ୍ଥ ହେତୁ ମାନସିକ ଅସ୍ଥିରତା ଲାଗି ରହିବ। ବିଳାସବ୍ୟସନ ଓ ମନୋରଞ୍ଜନ ମାଧ୍ୟମରେ ଦିନଟି ଉପଭୋଗ୍ୟ ହେବ। ସାମାଜିକ ସ୍ତରରେ ଅପରର ମନଗଢ଼ା କଥା ଶୁଣି ମନକୁ ଭାରାକ୍ରାନ୍ତ କରିବେ।
ବୃଷ
ବୃଷ
ମଙ୍ଗଳ ରାଶିରେ ଅବସ୍ଥାନ କରି ସ୍ତ୍ରୀ/ସ୍ବାମୀଙ୍କ ସୌହାର୍ଦ୍ଦ୍ୟ ଲାଭ କରି ଖୁସି ହେବେ। ରବି ଓ ବୁଧଙ୍କ ସଂଯୋଗ ଫଳରେ ପାରିବାରିକ ସମସ୍ୟା ଦେଖାଦେବ। କୌଣସି ବନ୍ଧୁଙ୍କ କାର୍ଯ୍ୟଶୈଳୀକୁ ନାପସନ୍ଦ କରି ସମାଲୋଚିତ ହେବାକୁ ପଡ଼ିବ। ଶୁକ୍ରଙ୍କ ସୁପ୍ରଭାବରୁ ଶିଳ୍ପ, ବାଣିଜ୍ୟ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସମସ୍ୟା ଦୂର ହେବ।
ମିଥୁନ
ମିଥୁନ
ରାଶ୍ୟାବଲୋକନ ଜନିତ ବୁଧଙ୍କ ପ୍ରଭାବରୁ ସହକର୍ମୀଙ୍କ ବ୍ୟବହାରରେ ଅତିଷ୍ଠ ହେବେ। ଅଷ୍ଟମସ୍ଥ ଶନି ହେତୁ ପ୍ରତ୍ୟେକ କାମରେ କିଛିନା କିଛି ପ୍ରତିବନ୍ଧକ ଲାଗି ରହିବ। ବକେୟା ପାଇବା ପାଇଁ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ବାଧ୍ୟ ହେବେ। ନିଜର ଦକ୍ଷତା ବୃଦ୍ଧି କାରଣରୁ ପାରିବାରିକ ସମସ୍ୟାକୁ ସୁଧାରି ନେବେ।
କର୍କଟ
କର୍କଟ
ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ପାରିବାରିକ ସମସ୍ୟା ଚିନ୍ତାର କାରଣ ହେବ। କର୍ମ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବ, କିନ୍ତୁ ବିଶେଷ କିଛି ଅସୁବିଧା ହେବ ନାହିଁ। କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ଦୀର୍ଘଦିନର ଆଶା ଫଳବତୀ ହେବ। ନିଜ ମନ ପସନ୍ଦର କୌଣସି ଜିନିଷ ପାଇ ସାୟାହ୍ନେ ମନ ଖୁସି ହୋଇଯିବ।
ସି˚ହ
ସି˚ହ
ବିଭିନ୍ନ ସମସ୍ୟା ଆସିବ, କିନ୍ତୁ ସମାଧାନର ପନ୍ଥା ଖୋଜି ପାଇବେ। ଯେଉଁଥିପାଇଁ ମନରେ ବ୍ୟଗ୍ରତା ଭରି ରହିଛି, ସେହି ବିଷୟରେ ଶୁଭଫଳ ପ୍ରାପ୍ତ ହେବେ। ଭାଗ୍ୟାଧିପତି ଦଶମସ୍ଥ ଯୋଗୁ କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ ଜଣେ ପଦସ୍ଥ ବ୍ୟକ୍ତିଙ୍କ ଯୋଗୁ ପାଇବେ। ନିର୍ମାଣା କାର୍ଯ୍ୟରେ ଆକସ୍ମିକ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି।
କନ୍ୟା
ଆଜି ରବି ଓ ବୁଧଙ୍କ ସୁପ୍ରଭାବରୁ ସକାଳୁ ଯାତ୍ରାରେ ଅଭିଳଷିତ ଜିନିଷ ହାସଲ କରିପାରିବେ। ଅଟକି ରହିଥିବା କାମ, ପାଇବାକୁ ଥିବା କିଛି ଅର୍ଥ, ବନ୍ଧୁବର୍ଗଙ୍କ ସାହାଯ୍ୟ ପାଇବାରେ ଅସୁବିଧା ହେବ ନାହିଁ। ପାରିବାରିକ ସମସ୍ୟା ସୁଧାରିବାରେ ଜଣେ ଲୋକ ସାହାଯ୍ୟ କରିବ। ଘରେ ବନ୍ଧୁମିଳନ ସାଙ୍ଗକୁ ଆଲୋଚନା ସନ୍ତୋଷଜନକ ହେବ।
ତୁଳା
ତୁଳା
କୌଣସି ଅସୁବିଧା ନ ଥିଲେ ମଧ୍ୟ ଭାବପ୍ରବଣଜନିତ ମାନସିକ ସ୍ଥିରତା ରହି ନ ପାରେ। ଖୋଜୁଥିବା ଜିନିଷ ସୁବିଧାରେ ପାଇଯିବେ, କିନ୍ତୁ ଏଥିପାଇଁ କଷ୍ଟ ସ୍ବୀକାର କରିବେ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ପ୍ରତିଦ୍ୱନ୍ଦ୍ୱିତା ଓ ଯାତ୍ରାରୁ ସୁଫଳ ପାଇବେ। ଧନାଧିପତିଙ୍କ ସପ୍ତମ ସ୍ଥିତିରୁ ବାଣିଜ୍ୟ କ୍ଷେତ୍ର ପୂର୍ବଭଳି ରହିବ।
ବିଛା
ବିଛା
ସାଧାରଣ ସମସ୍ୟାକୁ ଗୁରୁତର ସହ ବିଚାରକୁ ନେଇ ଉତ୍ତେଜିତ ହୋଇପାରନ୍ତି। ବୁଧଙ୍କ ସ୍ଥିତିରୁ ଅନ୍ୟମାନଙ୍କ ସହ ମତାନ୍ତର କାରଣରୁ ମାନସିକ ଅବସ୍ଥା ଠିକ୍‌ ରହିବ ନାହିଁ। ଆଜିହିଁ ସମ୍ପନ୍ନ କରିବାକୁ ଚିନ୍ତା କରୁଥିବା କାମରେ ସଫଳତା ବିଳମ୍ବରେ ପାଇବେ। ପାରିବାରିକ ଜୀବନରେ ଅବଶ୍ୟ ଉଚିତ୍‌ ବୁଝାମଣା ରହିବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ସ୍ବଗୃହୀ ଧନାଧିପତି ହେତୁ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ ଓ କୌଣସି କାମ ଅଟକିବ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟାର ସମ୍ମୁଖୀନ ହେବେ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କାଟିବାରେ ଅସୁବିଧା ରହିବ ନାହିଁ। କିନ୍ତୁ କର୍ମକ୍ଷେତ୍ରରେ କୌଣସି ତାଗିଦାକୁ ସହଜରେ ଗ୍ରହଣ କରିବା ମୁସ୍କିଲ୍‌ ହୋଇପାରେ।
ମକର
ମକର
ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଘରୋଇ କ୍ଷେତ୍ରର ଅସ୍ଥିରତା ଦୂରେଇବାରେ ଆମତ୍ୀୟଙ୍କ ସହଯୋଗ ନିତାନ୍ତ ଜରୁରୀ ହୋଇପଡ଼ିବ। ଆଜି ଆନୁଷ୍ଠାନିକ କାମ, ସଭାସମିତି, ନୂତନ ଉଦ୍ୟୋଗ ଏବଂ ସାଂସ୍କୃତିକ କାମରେ ସହଭାଗିତା ହେବାକୁ ପଡ଼ିପାରେ। ଦୂର ବନ୍ଧୁଙ୍କ ଆଗମନ ଉଜ୍ଜ୍ୱଳ।
କୁମ୍ଭ
କୁମ୍ଭ
ଦ୍ୱିତୀୟସ୍ଥ ବୃହସ୍ତିଜନିତ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରି ନିଷ୍ପତ୍ତି ବଦଳାଇ ପାରନ୍ତି। ସତର୍କତାର ଅଭାବ କିମ୍ବା ଅନ୍ୟମନସ୍କତା ହେତୁକ ଅଭାବନୀୟ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିପାରେ। ନୂଆ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଆବଶ୍ୟକ ଉପକରଣର ଅଭାବ ପରିଲକ୍ଷିତ ହୋଇପାରେ।
ମୀନମୀନ
ଦେବଗୁରୁଙ୍କ ଆଶୀର୍ବାଦରୁ ଆଜି ନିଜସ୍ବ ଢଙ୍ଗରେ କାର୍ଯ୍ୟ କରିବାରେ ଆନନ୍ଦ ଅନୁଭବ କରିବେ। କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଲଢ଼େଇ କରିବେ। କୃଷି, ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ, ସାମ୍ବାଦିକତା ତଥା ରାଜନୀତିରେ ଚେଷ୍ଟା ସଫଳ ହେବ। ମିଥ୍ୟାଭାଷଣ କିମ୍ବା କାମରେ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୦ ତାରିଖ – Daily Horoscope

ମେଷ ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ଏକ ମନ ହୋଇଯିବେ। ଦ୍ୱିଜା ନକ୍ଷତ୍ର ସକାଶେ ସ୍ବାର୍ଥସାଧନ ଆଶା ରଖି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ।…

ରାଶିଫଳ: ଗୁରୁବାର, ଫେବୃଆରୀ ୧୯ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ ନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ…

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri