Posted inRasifala

ରାଶିଫଳ: ରବିବାର, ଜାନୁୟାରୀ ୧ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଶୁକ୍ର ଓ ଶନିଙ୍କ ସଂଯୋଗ ହେତୁ ବନ୍ଧୁମିଳନ ସହ ମର୍ଯ୍ୟାଦାଜନକ ସ୍ଥିତିରେ ରହିବେ। ରାହୁଯୁକ୍ତ ଶ୍ରୀଚନ୍ଦ୍ର କେତୁ ନକ୍ଷତ୍ରସ୍ଥ ହେତୁ ମାନସିକ ଅସ୍ଥିରତା ଲାଗି ରହିବ। ବିଳାସବ୍ୟସନ ଓ ମନୋରଞ୍ଜନ ମାଧ୍ୟମରେ ଦିନଟି ଉପଭୋଗ୍ୟ ହେବ। ସାମାଜିକ ସ୍ତରରେ ଅପରର ମନଗଢ଼ା କଥା ଶୁଣି ମନକୁ ଭାରାକ୍ରାନ୍ତ କରିବେ।
ବୃଷ
ବୃଷ
ମଙ୍ଗଳ ରାଶିରେ ଅବସ୍ଥାନ କରି ସ୍ତ୍ରୀ/ସ୍ବାମୀଙ୍କ ସୌହାର୍ଦ୍ଦ୍ୟ ଲାଭ କରି ଖୁସି ହେବେ। ରବି ଓ ବୁଧଙ୍କ ସଂଯୋଗ ଫଳରେ ପାରିବାରିକ ସମସ୍ୟା ଦେଖାଦେବ। କୌଣସି ବନ୍ଧୁଙ୍କ କାର୍ଯ୍ୟଶୈଳୀକୁ ନାପସନ୍ଦ କରି ସମାଲୋଚିତ ହେବାକୁ ପଡ଼ିବ। ଶୁକ୍ରଙ୍କ ସୁପ୍ରଭାବରୁ ଶିଳ୍ପ, ବାଣିଜ୍ୟ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସମସ୍ୟା ଦୂର ହେବ।
ମିଥୁନ
ମିଥୁନ
ରାଶ୍ୟାବଲୋକନ ଜନିତ ବୁଧଙ୍କ ପ୍ରଭାବରୁ ସହକର୍ମୀଙ୍କ ବ୍ୟବହାରରେ ଅତିଷ୍ଠ ହେବେ। ଅଷ୍ଟମସ୍ଥ ଶନି ହେତୁ ପ୍ରତ୍ୟେକ କାମରେ କିଛିନା କିଛି ପ୍ରତିବନ୍ଧକ ଲାଗି ରହିବ। ବକେୟା ପାଇବା ପାଇଁ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ବାଧ୍ୟ ହେବେ। ନିଜର ଦକ୍ଷତା ବୃଦ୍ଧି କାରଣରୁ ପାରିବାରିକ ସମସ୍ୟାକୁ ସୁଧାରି ନେବେ।
କର୍କଟ
କର୍କଟ
ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ପାରିବାରିକ ସମସ୍ୟା ଚିନ୍ତାର କାରଣ ହେବ। କର୍ମ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବ, କିନ୍ତୁ ବିଶେଷ କିଛି ଅସୁବିଧା ହେବ ନାହିଁ। କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ଦୀର୍ଘଦିନର ଆଶା ଫଳବତୀ ହେବ। ନିଜ ମନ ପସନ୍ଦର କୌଣସି ଜିନିଷ ପାଇ ସାୟାହ୍ନେ ମନ ଖୁସି ହୋଇଯିବ।
ସି˚ହ
ସି˚ହ
ବିଭିନ୍ନ ସମସ୍ୟା ଆସିବ, କିନ୍ତୁ ସମାଧାନର ପନ୍ଥା ଖୋଜି ପାଇବେ। ଯେଉଁଥିପାଇଁ ମନରେ ବ୍ୟଗ୍ରତା ଭରି ରହିଛି, ସେହି ବିଷୟରେ ଶୁଭଫଳ ପ୍ରାପ୍ତ ହେବେ। ଭାଗ୍ୟାଧିପତି ଦଶମସ୍ଥ ଯୋଗୁ କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ ଜଣେ ପଦସ୍ଥ ବ୍ୟକ୍ତିଙ୍କ ଯୋଗୁ ପାଇବେ। ନିର୍ମାଣା କାର୍ଯ୍ୟରେ ଆକସ୍ମିକ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି।
କନ୍ୟା
ଆଜି ରବି ଓ ବୁଧଙ୍କ ସୁପ୍ରଭାବରୁ ସକାଳୁ ଯାତ୍ରାରେ ଅଭିଳଷିତ ଜିନିଷ ହାସଲ କରିପାରିବେ। ଅଟକି ରହିଥିବା କାମ, ପାଇବାକୁ ଥିବା କିଛି ଅର୍ଥ, ବନ୍ଧୁବର୍ଗଙ୍କ ସାହାଯ୍ୟ ପାଇବାରେ ଅସୁବିଧା ହେବ ନାହିଁ। ପାରିବାରିକ ସମସ୍ୟା ସୁଧାରିବାରେ ଜଣେ ଲୋକ ସାହାଯ୍ୟ କରିବ। ଘରେ ବନ୍ଧୁମିଳନ ସାଙ୍ଗକୁ ଆଲୋଚନା ସନ୍ତୋଷଜନକ ହେବ।
ତୁଳା
ତୁଳା
କୌଣସି ଅସୁବିଧା ନ ଥିଲେ ମଧ୍ୟ ଭାବପ୍ରବଣଜନିତ ମାନସିକ ସ୍ଥିରତା ରହି ନ ପାରେ। ଖୋଜୁଥିବା ଜିନିଷ ସୁବିଧାରେ ପାଇଯିବେ, କିନ୍ତୁ ଏଥିପାଇଁ କଷ୍ଟ ସ୍ବୀକାର କରିବେ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ପ୍ରତିଦ୍ୱନ୍ଦ୍ୱିତା ଓ ଯାତ୍ରାରୁ ସୁଫଳ ପାଇବେ। ଧନାଧିପତିଙ୍କ ସପ୍ତମ ସ୍ଥିତିରୁ ବାଣିଜ୍ୟ କ୍ଷେତ୍ର ପୂର୍ବଭଳି ରହିବ।
ବିଛା
ବିଛା
ସାଧାରଣ ସମସ୍ୟାକୁ ଗୁରୁତର ସହ ବିଚାରକୁ ନେଇ ଉତ୍ତେଜିତ ହୋଇପାରନ୍ତି। ବୁଧଙ୍କ ସ୍ଥିତିରୁ ଅନ୍ୟମାନଙ୍କ ସହ ମତାନ୍ତର କାରଣରୁ ମାନସିକ ଅବସ୍ଥା ଠିକ୍‌ ରହିବ ନାହିଁ। ଆଜିହିଁ ସମ୍ପନ୍ନ କରିବାକୁ ଚିନ୍ତା କରୁଥିବା କାମରେ ସଫଳତା ବିଳମ୍ବରେ ପାଇବେ। ପାରିବାରିକ ଜୀବନରେ ଅବଶ୍ୟ ଉଚିତ୍‌ ବୁଝାମଣା ରହିବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ସ୍ବଗୃହୀ ଧନାଧିପତି ହେତୁ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ ଓ କୌଣସି କାମ ଅଟକିବ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟାର ସମ୍ମୁଖୀନ ହେବେ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କାଟିବାରେ ଅସୁବିଧା ରହିବ ନାହିଁ। କିନ୍ତୁ କର୍ମକ୍ଷେତ୍ରରେ କୌଣସି ତାଗିଦାକୁ ସହଜରେ ଗ୍ରହଣ କରିବା ମୁସ୍କିଲ୍‌ ହୋଇପାରେ।
ମକର
ମକର
ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଘରୋଇ କ୍ଷେତ୍ରର ଅସ୍ଥିରତା ଦୂରେଇବାରେ ଆମତ୍ୀୟଙ୍କ ସହଯୋଗ ନିତାନ୍ତ ଜରୁରୀ ହୋଇପଡ଼ିବ। ଆଜି ଆନୁଷ୍ଠାନିକ କାମ, ସଭାସମିତି, ନୂତନ ଉଦ୍ୟୋଗ ଏବଂ ସାଂସ୍କୃତିକ କାମରେ ସହଭାଗିତା ହେବାକୁ ପଡ଼ିପାରେ। ଦୂର ବନ୍ଧୁଙ୍କ ଆଗମନ ଉଜ୍ଜ୍ୱଳ।
କୁମ୍ଭ
କୁମ୍ଭ
ଦ୍ୱିତୀୟସ୍ଥ ବୃହସ୍ତିଜନିତ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରି ନିଷ୍ପତ୍ତି ବଦଳାଇ ପାରନ୍ତି। ସତର୍କତାର ଅଭାବ କିମ୍ବା ଅନ୍ୟମନସ୍କତା ହେତୁକ ଅଭାବନୀୟ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିପାରେ। ନୂଆ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଆବଶ୍ୟକ ଉପକରଣର ଅଭାବ ପରିଲକ୍ଷିତ ହୋଇପାରେ।
ମୀନମୀନ
ଦେବଗୁରୁଙ୍କ ଆଶୀର୍ବାଦରୁ ଆଜି ନିଜସ୍ବ ଢଙ୍ଗରେ କାର୍ଯ୍ୟ କରିବାରେ ଆନନ୍ଦ ଅନୁଭବ କରିବେ। କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଲଢ଼େଇ କରିବେ। କୃଷି, ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ, ସାମ୍ବାଦିକତା ତଥା ରାଜନୀତିରେ ଚେଷ୍ଟା ସଫଳ ହେବ। ମିଥ୍ୟାଭାଷଣ କିମ୍ବା କାମରେ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri