ଚଳଚଞ୍ଚଳ ଡଗରା ବେଳାଭୂମି

ବାଲିଆପାଳ,୨୮।୧୧(ସ୍ବ.ପ୍ର): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମି ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ହୋଇ ଉଠିଲାଣି। ଏଠାକାର ସବୁଜ ବନାନୀ ସହିତ ବିସ୍ତୀର୍ଣ୍ଣ ବେଳାଭୂମି ପର୍ଯ୍ୟଟକମାନଙ୍କୁ ବିମୋହିତ କରୁଛି। ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲରେ ଭଳିକି ଭଳିି ଭାଷାବାସୀଙ୍କ ସହିତ ନିଆରା ଖାଦ୍ୟ ଓ ଭିନ୍ନ ଭିନ୍ନ ଭାଷାର ସଙ୍ଗୀତର ତାଳେ ତାଳେ ଯୁବତୀଯୁବକଙ୍କ ନୃତ୍ୟ ବେଳା ଭୂମୀର ଆକର୍ଷଣକୁ ଦ୍ୱିଗୁଣିତ କରୁଛି। ଦୂର ଦୁରାନ୍ତର ପର୍ଯ୍ୟଟକ ବେଳାଭୂମିରେ ଚାରିଚକିଆ ଯାନ ଡ୍ରାଇଭ କରି ମଜା ନେଉଛନ୍ତି। ଏହିସବୁର ଭରପୁର ମଜା ନେବା ପାଇଁ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଶହ ଶହ ପର୍ଯ୍ୟଟକ ବେଳାଭୂମିକୁ ଆସିବାକୁ ଆରମ୍ଭ କଲେଣି। ଏମାନଙ୍କୁ ଦେଖି ସ୍ଥାନୀୟ ଦୋକାନୀମାନେ ବିଭିନ୍ନ ପ୍ରକାରର ଘରକରଣା ଜିନିଷ ଏବଂ ଖେଳନା କଣ୍ଢେଇ ଦୋକାନ ଦେଇଛନ୍ତି। ରୋଷେଇ ଉପକରଣ ସାମଗ୍ରୀ ଭଡ଼ାରେ ମିଳୁଥିବାରୁ ଭୋଜି ସହିତ ବେଳାଭୂମିରେ ସେଲ୍‌ଫି ଉଠାଇ ବେଶ ମଜା ନେଉଛନ୍ତି ପର୍ଯ୍ୟଟମାନେ।
ଏହା ବ୍ୟତୀତ ବର୍ଷରେ ତିନିଥର ସାମୁହିକ ମେଳା ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ମକର ସଂକ୍ରାନ୍ତିରେ ମକର ମେଳା, ବାରୁଣୀ ସ୍ନାନ ଏବଂ ବେଳାଭୂମି ମହୋତ୍ସବରେ ପ୍ରକୃତିର ତାଳେ ତାଳେ ଖୋଲା ଆକାଶ ତଳେ ପାରମ୍ପରିକ ଢଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ କାହିଁ କେତେ ରାଜ୍ୟରୁ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ମାତ୍ର ରାଜ୍ୟର ଅନ୍ୟ ବେଳାଭୂମି ପରି ଏହାର ବିକାଶ ହୋଇପାରି ନାହିଁ କି ଏହାର ଉନ୍ନତୀକରଣ ପାଇଁ ସରକାରୀ ସ୍ତରରେ ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ରାସ୍ତାର ସମ୍ପ୍ରସାରଣ, ବେଳା ଭୂମିର ଆଲୋକୀକରଣ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଲାଇଫ ଗାଡର୍ର୍, ସୁରକ୍ଷା ପାଇଁ ପାୱାର ବୋଟ, ରାତ୍ରି ରହଣି ପାଇଁ ପର୍ଯ୍ୟାପ୍ତ ପରିମାଣର ପାନ୍ଥ ଶାଳାର ଆବଶ୍ୟକ ରହିଛି। ଯଦି ସରକାର ବେଳାଭୂମିର ଉନ୍ନତି ଦିଗରେ ଅଧିକ ଗୁରୁତ୍ୱ ଦିଅନ୍ତେ ତେବେ ଡଗରା ବେଳା ଭୂମି ବାଲିଆପାଳ ଅଞ୍ଚଳର ଆୟର ମାଧ୍ୟମ ହେବା ସହିତ ଏହା ବିଶ୍ୱ ପର୍ଯ୍ୟଟନସ୍ଥଳୀ ରୂପରେ ପରିଗଣିତ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri