ବାପା ତାଗିଦା କରିବାରୁ ଘର ଛାଡ଼ି ଚାଲିଆସିଲେ

ବାଲେଶ୍ୱର ଅଫିସ/ରୂପ୍‌ସା, ୨୦।୬(ଡି.ଏନ.ଏ.): ବାପା ପାଠ ପଢିବାକୁ ତାଗିଦ୍‌ କରିବାରୁ ନାବାଳକ ପୁଅ ଘର ଛାଡି ପଳାଇଆସିଲେ। ଶନିବାର ମଧ୍ୟରାତ୍ରରେ ବାଲେଶ୍ୱର ଜିଲା ରୂପ୍‌ସା ରେଳଷ୍ଟେଶନରେ ସେ ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ ଆର୍‌ପିଏଫ୍‌ ପୋଲିସ ଉଦ୍ଧାର କରି ଚାଇଲ୍ଡଲାଇନ୍‌ ସହାୟତାରେ ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି।
ରୂପ୍‌ସା ଥାନା ଅଧୀନ ହାତିଆଡ଼ିହା ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ୧୨ବର୍ଷର ପୁଅକୁ ପାଠ ପଢ଼ିବାକୁ କହିବାରୁ ରାଗି ଯାଇ ସେ ଘର ଛାଡ଼ି ପଳାଇଆସିଥିଲେ। ରାତିରେ ରୂପ୍‌ସା ରେଳଷ୍ଟେଶନରେ ବୁଲୁଥିବା ବେଳେ ଆର୍‌ପିଏଫ୍‌ ଥାନା ପୋଲିସ ଉକ୍ତ ନାବାଳକଙ୍କୁ ପଚରାଉଚରା କରିବା ପରେ କୌଣସି ଠିକ୍‌ ତଥ୍ୟ ନ ମିଳିବାରୁ ଚାଇଲ୍ଡଲାଇନ ମୁଖ୍ୟ ପ୍ରଶାନ୍ତ କୁମାର ରାଉତଙ୍କୁ ଖବର ଦେଇଥିଲେ। ରବିବାର ରାଉତ ଏକ ଟିମ୍‌ ସହ ରୂପ୍‌ସା ଷ୍ଟେଶନରେ ପହଞ୍ଚତ୍ ନାବାଳକଙ୍କୁ କାଉନ୍‌ସେଲିଂ କରିବା ପରେ ପିଲାର ପରିଚୟ ପାଇଥିଲେ। ପିଲା ଘରୁ ରାଗି ଆସିବା ଏବଂ ବାପା ତାଗିଦ୍‌ କରିଥିବାରୁ ପିଲାକୁ ଜିଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଇଥିବା ଜଣାପଡ଼ିଛି। ରବିବାର ହୋଇଥିବାରୁ ଶିଶୁ ମଙ୍ଗଳ କମିଟିର ସମ୍ପୂର୍ଣ୍ଣ ଡେସ୍କ ନ ଥିବା କାରଣରୁ ସୋମବାର ବିଚାର କରାଯାଇ ମା’ ବାପାଙ୍କୁ ହସ୍ତାନ୍ତର କରାଯିବ କି ନାହଁି ଜଣାପଡ଼ିବ। ନାବାଳକଙ୍କୁ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଭାଗିରଥି ବାରିକଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଅନ୍ୟପକ୍ଷରେ ଚାଇଲ୍ଡଲାଇନ୍‌ ମୁଖ୍ୟ ରାଉତ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ ଜଣେ ପୂର୍ବତନ ରେଳ କର୍ମଚାରୀ ନାବାଳକଙ୍କୁ ତାଙ୍କ ପରିବାର ସହ ପଠାଇବା ପାଇଁ ବାଧ୍ୟ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାରୁ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଏ ସମ୍ପର୍କରେ ରାଉତ ଶିଶୁ ମଙ୍ଗଳ କମିଟିରେ ଲିଖିତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri