ବାପା ତାଗିଦା କରିବାରୁ ଘର ଛାଡ଼ି ଚାଲିଆସିଲେ

ବାଲେଶ୍ୱର ଅଫିସ/ରୂପ୍‌ସା, ୨୦।୬(ଡି.ଏନ.ଏ.): ବାପା ପାଠ ପଢିବାକୁ ତାଗିଦ୍‌ କରିବାରୁ ନାବାଳକ ପୁଅ ଘର ଛାଡି ପଳାଇଆସିଲେ। ଶନିବାର ମଧ୍ୟରାତ୍ରରେ ବାଲେଶ୍ୱର ଜିଲା ରୂପ୍‌ସା ରେଳଷ୍ଟେଶନରେ ସେ ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ ଆର୍‌ପିଏଫ୍‌ ପୋଲିସ ଉଦ୍ଧାର କରି ଚାଇଲ୍ଡଲାଇନ୍‌ ସହାୟତାରେ ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି।
ରୂପ୍‌ସା ଥାନା ଅଧୀନ ହାତିଆଡ଼ିହା ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ୧୨ବର୍ଷର ପୁଅକୁ ପାଠ ପଢ଼ିବାକୁ କହିବାରୁ ରାଗି ଯାଇ ସେ ଘର ଛାଡ଼ି ପଳାଇଆସିଥିଲେ। ରାତିରେ ରୂପ୍‌ସା ରେଳଷ୍ଟେଶନରେ ବୁଲୁଥିବା ବେଳେ ଆର୍‌ପିଏଫ୍‌ ଥାନା ପୋଲିସ ଉକ୍ତ ନାବାଳକଙ୍କୁ ପଚରାଉଚରା କରିବା ପରେ କୌଣସି ଠିକ୍‌ ତଥ୍ୟ ନ ମିଳିବାରୁ ଚାଇଲ୍ଡଲାଇନ ମୁଖ୍ୟ ପ୍ରଶାନ୍ତ କୁମାର ରାଉତଙ୍କୁ ଖବର ଦେଇଥିଲେ। ରବିବାର ରାଉତ ଏକ ଟିମ୍‌ ସହ ରୂପ୍‌ସା ଷ୍ଟେଶନରେ ପହଞ୍ଚତ୍ ନାବାଳକଙ୍କୁ କାଉନ୍‌ସେଲିଂ କରିବା ପରେ ପିଲାର ପରିଚୟ ପାଇଥିଲେ। ପିଲା ଘରୁ ରାଗି ଆସିବା ଏବଂ ବାପା ତାଗିଦ୍‌ କରିଥିବାରୁ ପିଲାକୁ ଜିଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଇଥିବା ଜଣାପଡ଼ିଛି। ରବିବାର ହୋଇଥିବାରୁ ଶିଶୁ ମଙ୍ଗଳ କମିଟିର ସମ୍ପୂର୍ଣ୍ଣ ଡେସ୍କ ନ ଥିବା କାରଣରୁ ସୋମବାର ବିଚାର କରାଯାଇ ମା’ ବାପାଙ୍କୁ ହସ୍ତାନ୍ତର କରାଯିବ କି ନାହଁି ଜଣାପଡ଼ିବ। ନାବାଳକଙ୍କୁ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଭାଗିରଥି ବାରିକଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଅନ୍ୟପକ୍ଷରେ ଚାଇଲ୍ଡଲାଇନ୍‌ ମୁଖ୍ୟ ରାଉତ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ ଜଣେ ପୂର୍ବତନ ରେଳ କର୍ମଚାରୀ ନାବାଳକଙ୍କୁ ତାଙ୍କ ପରିବାର ସହ ପଠାଇବା ପାଇଁ ବାଧ୍ୟ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାରୁ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଏ ସମ୍ପର୍କରେ ରାଉତ ଶିଶୁ ମଙ୍ଗଳ କମିଟିରେ ଲିଖିତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri