Categories: ଖେଳ

ବାପା ମ୍ୟାଚ୍‌ ହାରିବା ପରେ ବି ଖୁସିରେ ନାଚିଲେ ଜିଭା: ଜାଣନ୍ତୁ କାହିଁକି

ଦୁବାଇ,୮।୧୦: ଆଇପିଏଲରେ ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ହୋଇଥିବା ମ୍ୟାଚ ଅତ୍ୟନ୍ତ ଉତ୍ସାହଜନକ ଥିଲା। ଚେନ୍ନାଇ ହୁଏତ ମ୍ୟାଚ ହାରିଥାଇପାରେ କିନ୍ତୁ ଚେନ୍ନାଇର ପ୍ରଶଂସକମାନେ ଏହା ସତ୍ତ୍ୱେ ନିରାଶ ହୋଇ ନ ଥିଲେ। ଗୋଟିଏ ପଟେ ଦୀପକ ଚହର ମ୍ୟାଚ ପରେ ସମସ୍ତଙ୍କ ସାମ୍ନାରେ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରି ଏହି ମ୍ୟାଚକୁ ସ୍ମରଣୀୟ କରିପାରିଥିଲେ। ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା ସମସ୍ତଙ୍କ ହୃଦୟ ଜିତିଥିଲେ।
ଚେନ୍ନାଇ ସୁପର କିଙ୍ଗ୍ସ ଇନିଂସର ୧୯ ଓଭରରେ ରବିନ୍ଦ୍ର ଜାଡେଜା ବ୍ୟାଟିଂ କରୁଥିଲେ, ଏକ ବଲ୍‌ରେ ବୋଲର୍‌ ଆଉଟ୍‌ ପାଇଁ ଅପିଲ କରିଥିଲେ କିନ୍ତୁ ଅମ୍ପାୟାର ତାଙ୍କୁ ଆଉଟ କରି ନ ଥିଲେ। ପରେ ବୋଲର ଡିଆରଏସ ନେଇଥିଲେ। ତୃତୀୟ ଅମ୍ପାୟାର ମଧ୍ୟ ଜାଡେଜାଙ୍କୁ ଆଉଟ ଦେଇ ନ ଥିଲେ। ଷ୍ଟାଣ୍ଡରେ ବସିଥିବା ଜିଭା ଖୁସିରେ ଜୋରରେ ନାଚିଲେ। ଏହି ମୁହୂର୍ତ୍ତକୁ ଦେଖି ପ୍ରଶଂସକମାନେ ମଧ୍ୟ ଖୁସି ହୋଇଥିଲେ। ଏପରିକି ଦଳ ବସିଥିବା ଷ୍ଟାଣ୍ଡରେ ସୁରେଶ ରାଇନା ମଧ୍ୟ ବଡ଼ ପରଦାରେ ଜିଭାଙ୍କୁ ଦେଖିବା ପରେ ହସିବା ବନ୍ଦ କରିପାରି ନ ଥିଲେ। କେବଳ ଏତିକି ନୁହେଁ, ଜିଭାଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share