Categories: ଜାତୀୟ

୨୬ ରାଫେଲ, ୩ ସ୍କର୍ପିନ ବୁଡ଼ାଜାହାଜ କିଣିବ ଭାରତ, ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ପ୍ରସ୍ତାବକୁ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୩।୭:ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତିରେ ଭାରତ ଫ୍ରାନ୍ସରୁ ୨୬ ରାଫେଲ ଯୁଦ୍ଧ ବିମାନ ଏବଂ ୩ଟି ସ୍କର୍ପିନ ବୁଡ଼ାଜାହାଜ କିଣିବାକୁ ଯୋଜନା କରିଛି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଏହାକୁ ଅନୁମୋଦନ କରିଛି। ଏନେଇ ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ରୁ ୧୪ ଜୁଲାଇ ମଧ୍ୟରେ ଫ୍ରାନ୍ସ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ ୧୪ରେ ଫ୍ରାନ୍ସର ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ‘ବଷ୍ଟିଲ ଡେ’ ପରେଡ ସମାରୋହରେ ଯୋଗଦେବେ। ଏହି ଗସ୍ତ ସମୟରେ ପିଏମ ମୋଦି ୨୬ ରାଫେଲ ଯୁଦ୍ଧ ବିମାନ ଏବଂ ତିନୋଟି ସ୍କର୍ପିନ ବୁଡ଼ାଜାହାଜ କିଣିବା ପାଇଁ ଏକ ବିଲିୟନ ଡଲାର ଚୁକ୍ତି ଘୋଷଣା କରିପାରନ୍ତି।

 

Share