ମୁଖ୍ୟମନ୍ତ୍ରୀଙ୍କ ଆଗରେ ବିଜେଡି ବିଧାୟକ ଦେଲେ ବିବାଦୀୟ ବୟାନ, ଭାଜପା ମହିଳା ମୋର୍ଚ୍ଚାର ବିରୋଧ

ନବରଙ୍ଗପୁର,୧୦।୧୨(ସଦାଶିବ ପ୍ରହରାଜ): ବିଜେଡି ବିଧାୟକଙ୍କ ବିବାଦୀୟ ବୟାନ। କହିଲେ ସବୁ ମହିଳା ମୋ ମୋ ଗର୍ଲଫ୍ରେଣ୍ଡ। ଏଭଳି ବିବାଦୀୟ ବୟାନ ଦେଇଛନ୍ତି ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ ଉଦ୍‌ଯାପନୀ ଦିବସରେ ମନୋହର ରନ୍ଧାରୀ ଅତିଥିଭାବେ ଯୋଗ ଦେଇଥିଲେ।

ମଞ୍ଚରେ ଉଦ୍‌ବୋଧନରେ ବିଧାୟକ କହିଥିଲେ ଯେତେ ମନୁଷ୍ୟ ପିଲା ଅଛନ୍ତି ମୋର ବୟଫ୍ରେଣ୍ଡ ଓ ମହିଳା ମୋର ଗର୍ଲଫ୍ରେଣ୍ଡ। ତେବେ ମଞ୍ଚ ଉପରେ ବିଧାୟକଙ୍କର ଏପ୍ରକାର ବୟାନକୁ ଲୋକେ ହଜମ କରି ପାରିନାହାନ୍ତି। ଏହା ଅତ୍ୟନ୍ତ ଲଜ୍ଜାକର ଓ ଭାଜପା ଏହାକୁ ନିନ୍ଦା କରୁଛି ବୋଲି ମହିଳା ଭାଜପା ପକ୍ଷରୁ କୁହାଯାଇଛି। ଏଥିପାଇଁ ବିଧାୟକ ସମସ୍ତ ମହିଳାଙ୍କୁ କ୍ଷମା ମାଗନ୍ତୁ ବୋଲି ମଙ୍ଗଳବାର ଜିଲା ମହିଳା ଭାଜପା ଏକ ଖବରଦାତା ସମ୍ମିଳନୀକରି ଦାବି କରିଛି। ଏହା ନ କଲେ ଭାଜପା ମହିଳା ମୋର୍ଚ୍ଚା ମହିଳା କମିଶନରଙ୍କ ଦ୍ବାରସ୍ଥ ହେବ ବୋଲି ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଠା ଦେଓ ଚେତାବନୀ ଦେଇଛନ୍ତି।

ଶର୍ମିଷ୍ଠା କହିଥିଲେ, ମଣ୍ଡେଇ ଜିଲାର କଳା ଓ ସଂସ୍କୃତିର ପର୍ବ। ମଣ୍ଡେଇ ସାମାଜିକ, ଅର୍ଥନୈତିକ ଓ କୃଷିଭିତ୍ତିକ ପ୍ରଦର୍ଶନୀର ମାଧ୍ୟମ। ଏପରି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଡାବୁଗାଁ ବିଧାୟକ ରନ୍ଧାରୀ ନିଜ ଉଦ୍‌ବୋଧନରେ ସମସ୍ତ ମହିଳା ମୋର ଗର୍ଲ ଫ୍ରେଣ୍ଡ ଆଶାଳୀନ ମନ୍ତବ୍ୟ ଦେଇଥିଲେ ବୋଲି କହିଥିଲେ। ଏଥିସହ କେବଳ ରନ୍ଧାରୀ ନୁହନ୍ତି, ରାଜ୍ୟ ସଭା ସଦସ୍ୟ ମୁଜିବୁଲ୍ଲା ଖାନ ମଣ୍ଡେଇର ପ୍ରଥମ ଦିନରେ ‘ଆହେ ଦୟାମୟ ବିଶ୍ବବିହାରୀ ପ୍ରାର୍ଥନାର ମୋର ଧନଜନ ଲୋଡ଼ା ନାହିଁ’ ଉକ୍ତିକୁ ସିନେ ତାରକା ଶ୍ରୀରାମ ପଣ୍ଡା ସନ୍ନ୍ୟାସୀ ହେବା ସହ ତୁଳନା କରିଥିଲେ। ଏହାକୁ ମଧ୍ୟ ଭାଜପା ପକ୍ଷରୁ ନିନ୍ଦା କରାଯାଇଥିବା ସେ କହିଥିଲେ। ଖବରଦାତା ସମ୍ମିଳନୀରେ ମମତା ମହାରଣା, କିଶୋରୀ ପଟ୍ଟନାୟକ, ଜିଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ଓ କାହ୍ନୁ ଦାସ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri