ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍‌ରେ ବିବାହ ଋୁତୁ ଆରମ୍ଭ ହୋଇ ଯାଇଛି । ନିକଟରେ କିଛି ସେଲିବ୍ରିଟି ହାତକୁ ଦି’ ହାତ ହୋଇଛନ୍ତି। ଆଉ କିଛି ସେଲିବ୍ରିଟିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଲିଷ୍ଟରେ ଏବେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାଁ ଯୋଡି ହୋଇଛି । ସେ ଖୁବଶୀଘ୍ର ଭାଇଜାନ ସଲମାନ ଖାନ୍‌ଙ୍କ ଘରର ବୋହୂ ହେବାକୁ ଯାଉଛନ୍ତି ବୋଲି କୁହାଯାଉଛି।

ସଲମାନ ଖାନଙ୍କ ସମ୍ପର୍କୀୟ ତଥା ସେଲିବ୍ରିଟି ମ୍ୟାନେଜର ବଣ୍ଟି ସାଜଦେହଙ୍କୁ ସୋନାକ୍ଷୀ ବିବାହ କରିବେ । ଦୁହେଁ ଦୀର୍ଘ ଦିନ ଧରି ଡେଟ୍‌ କରୁଛନ୍ତି । ଆଉ ଏବେ ସେମାନେ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି।
କିନ୍ତୁ ଦୁହେଁ ଏ ବିଷୟରେ ଖୋଲାଖୋଲି ଭାବେ ମିଡିଆ ସାମ୍ନାରେ କେବେ ଖୁଲାସା କରି ନାହାନ୍ତି । ହେଲେ ଉଭୟେ ଅନେକ ସେଲିବ୍ରିଟି ପାର୍ଟିରେ ଏକାଠି ନଜର ଆସିଛନ୍ତି ।

 

Share