Categories: ଜାତୀୟ

ଟ୍ରାଫିକ କନଷ୍ଟେବଳଙ୍କ ଉପରେ ଗାଡି ଚଢାଇ ଦେଲେ ରାଜନେତା

ବାରାବଙ୍କି,୯ ।୮: ଉତ୍ତର ପ୍ରଦେଶର ବାରାବଙ୍କିରେ ଜଣେ ଦବଙ୍ଗ ନେତା ଟ୍ରାଫିକ କନଷ୍ଟେବଳଙ୍କ ଉପରେ ଗାଡି ଚଢାଇ ଦେଇଥିବା ଜଣାପଡିଛି । କେବଳ ସେତିକି ନୁହେଁ କନଷ୍ଟେବଳଙ୍କ ଗୋଡରେ ଗାଡି ଚଢାଇ ଦେବା ପରେ ନେତା ଜଣଙ୍କ ଓଲଟା କନଷ୍ଟେବଳଙ୍କୁ ଦୋଷ ଦେଇଛନ୍ତି । ଆଉ କହିଛନ୍ତି, ଭଦ୍ରଭାବେ କଥାବାର୍ତ୍ତା କର । ଏହାର ଏକ ଭିଡିଓ କେହି ରେକର୍ଡ କରିଥିବା ସମୟରେ ଏବେ ଏହା ଭାଇରାଲ ହୋଇଛି । ଘଟଣାସ୍ଥଳରୁ ଆଉ ଜଣେ ପୋଲିସ ନେତାଙ୍କୁ ସେଠାରୁ କିଛି ଦୂରକୁ ନେଇ ଯାଉଥିବା ଦେଖାଯାଇଛି ।

ସୂଚନାଯୋଗ୍ୟ, ରାମନଗର ଅଞ୍ଚଳରେ ଥିବା ଲୋଧେଶ୍ୱର ମହାଦେବ ମନ୍ଦିରରେ ଶ୍ରାବଣର ଶେଷ ସୋମବାର ଥିବାରୁ ଭକ୍ତଙ୍କ ଭିଡ ଲାଗିଥିଲା । ଲିହାଜା ଚୌକ ଘାଟ ନିକଟରେ ମଡନା ବ୍ୟାରିୟରରେ ଟ୍ରାଫିକ ହେଡ କନଷ୍ଟେବଳଙ୍କ ଡ୍ୟୁଟି ଥିଲା । ଏହି ସମୟରେ ବ୍ଲକ ମୁଖ୍ୟ ବୋଲି ଲେଖାଯାଇଥିବା କାରରେ ଯାଇଥିବା ଜଣେ ଦବଙ୍ଗ ନେତା କନଷ୍ଟେବଳଙ୍କୁ ଗୋଡରେ ଗାଡି ମଡାଇ ଦେଇଥିଲେ । କୁହାଯାଉଛି କି ମଡନା ଗାଁରେ ରହୁଥିବା ହରିହର ସିଂ ବ୍ଲକ ମୁଖ୍ୟ ଲେଖାଥିବା ଗାଡିରେ ଦବଙ୍ଗ ଢଙ୍ଗରେ ଆଗକୁ ଯିବାକୁ ଉଦ୍ୟତ ହେଉଥିବା ବେଳେ କନଷ୍ଟେବଳ ତାଙ୍କୁ ଅଟକାଇବାରୁ ସେ ତାଙ୍କ ଗୋଡରେ ଗାଡି ମଡାଇ ଦେଇଥିଲେ ।

Share