ଭୁଲ୍‌ରେ ବି ଦାନରେ ଦିଅନ୍ତୁ ନାହିଁ ଏସବୁ ଜିନିଷ, ଅଭାବରେ ବୁଡ଼ିବେ… 

ଦାନକୁ ସନାତନ ଧର୍ମର ସର୍ବୋତ୍ତମ ଗୁଣ ଭାବେ ବର୍ଣ୍ଣନା କରାଯାଇଛି। ହେଲେ ବୁଝି ବିଚାରି ଦାନ ନ କଲେ ନିଜର କ୍ଷତି ହୋଇପାରେ। ପୁରାଣରେ ମଧ୍ୟ ଏହାର ଉଦାହରଣ ହେଉଛନ୍ତି ‘ଦାନବୀର କର୍ଣ୍ଣ’। ମହାଭାରତରେ କର୍ଣ୍ଣଙ୍କୁ ଜଣେ ମହାନ ଯୋଦ୍ଧା ସହ ମହାନ ଦାତା ଭାବେ ବର୍ଣ୍ଣନା କରାଯାଇଛି। ହେଲେ ଦାନର ପ୍ରବୃତ୍ତି ଯୋଗୁ ସେ ନିଜ ମୃତ୍ୟୁର କାରଣ ପାଲଟିଥିଲେ। ଏଣୁ ଦାନ କରିବା ପୂର୍ବରୁ ଚିନ୍ତା କରିବା ଆବଶ୍ୟକ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଜିନିଷକୁ ଦାନ କରିବା ଅନୁଚିତ:-
-ରାଶି ତେଲ:
ରାଶି ତେଲର ସମ୍ପର୍କ ରାହୁ-କେତୁ-ଶନିଙ୍କ ଭଳି ଗ୍ରହ ସହ ରହିଛି। ଏଣୁ ଏହି ତେଲକୁ ଦାନ କଲେ ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ପାରେ। ଏଥିସହ ଆର୍ଥିକ କ୍ଷତି ମଧ୍ୟ ହୋଇପାରେ।
ଦିଆସିଲି:
କେବେହେଲେ କାହାକୁ ଦିଆସିଲି ଦାନ କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ପରିବାରରେ ଅକାରଣରେ ଝଗଡ଼ା ହେବ। ଏପରିକି ପରସ୍ପର ପ୍ରତି ଥିବା ଭଲପାଇବା ହ୍ରାସ ପାଇବ।
ସୋରିଷ ତେଲ:
ଏହା ଶନି ଦେବଙ୍କ ସହ ଜଡ଼ିତ। କାରଣ ଶନିଙ୍କୁ ଏହି ତେଲ ଅର୍ପଣ କରିବାର ପରମ୍ପରା ରହିଛି। ଏଣୁ ଯଦି ଆପଣ ଟଙ୍କା ନ ଦେଇ କାହାଠାରୁ ସୋରିଷ ତେଲ ନିଅନ୍ତି ତେବେ ଆପଣ ଶନିଙ୍କ କ୍ରୋଧର ଶିକାର ହୋଇପାରନ୍ତି।
ଲୁହା ସାମଗ୍ରୀ:
ଏହାକୁ ଦାନ କଲେ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିପାରେ। ଏଥିସହ ଶାରୀରିକ ଅସୁସ୍ଥତା ମଧ୍ୟ ଦେଖାଦେଇପାରେ। ଏହାର କାରଣ ହେଉଛି ଲୁହାରେ ଭଗବାନ ଶନି ବାସ କରନ୍ତି। ଏହାକୁ ଦାନ କଲେ ସେ କ୍ରୋଧିତ ହୁଅନ୍ତି। ସେହିଭଳି କାହାଠାରୁ ଲୁହା ସାମଗ୍ରୀ ଦାନରେ ଗ୍ରହଣ କରନ୍ତୁ ନାହିଁ।
ଲୁଣ:
ଏହାକୁ ଦାନ କଲେ ଶନିଦଶାରେ ପଡ଼ିପାରନ୍ତି। କେବଳ ଏତିକି ନୁହେଁ ଋଣଭାରରେ ଆପଣ ବୁଡ଼ିପାରନ୍ତି।
ଛୁଞ୍ଚି:
ଛୁଞ୍ଚି ଦାନରେ ନେବା ଏବଂ ଦେବା ଉଭୟ କ୍ଷତିକାରକ। ଏହା ଘରର ସୁଖ ଏବଂ ଶାନ୍ତିି ସମାପ୍ତ କରେ।

Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri