Posted inଜାତୀୟ

ଅବସର ପୂର୍ବରୁ ଏହି କେସ୍‌ର ଶୁଣାଣି ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ ଡି.ଓ୍ବାଇ ଚନ୍ଦ୍ରଚୁଡ

ନୂଆଦିଲୀ,୧୧।୧୧: ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୁଡ ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି। ଅବସର ପୂର୍ବରୁ ନଭେମ୍ବର ୬ରେ ସେ ଉତ୍ତରପ୍ରଦେଶ ସରକାରଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରି ଫାଇଲ ବିଚାର କରି ସେ ଭାବପ୍ରବଣ ହୋଇପଡ଼ିଥିଲେ। ସେ କହିଥିଲେ, ବୁଲଡୋଜର ନ୍ୟାୟ ଗ୍ରହଣ କରାଯାଇପାରିବ ନାହିଁ। ଜଣେ ବ୍ୟକ୍ତିଙ୍କ ପାଇଁ ତାଙ୍କ ଘର ହେଉଛି ସବୁଠାରୁ ବଡ ସୁରକ୍ଷା। ବେଆଇନ ଏନକାଉଣ୍ଟର କିମ୍ବା ବେଆଇନ ଭାବେ ନିର୍ମିତ ସଂରଚନା ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌।

ଜଷ୍ଟିସ ଡିଏ ଚନ୍ଦ୍ରଚୁଡ, ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କ ବେଞ୍ଚ ଜଣେ ସାମ୍ବାଦିକଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇଥିଲା। ଏହି ଆବେଦନରେ ଦର୍ଶାଯାଇଥିଲା ଯେ, ୨୦୧୯ରେ ଉତ୍ତରପ୍ରଦେଶ ସରକାରଙ୍କ ଅଧିକାରୀମାନେ ତାଙ୍କ ପୈତୃକ ଘରକୁ ବିନା କୌଣସି ସୂଚନାରେ ଭାଙ୍ଗି ଦେଇଥିଲେ। ଘର ଭାଙ୍ଗିଯାଇଥିବାରୁ ସେ ଏକ ଆର୍ଟିକିଲ ଲେଖିଥିଲେ ଯେଉଁଥିରେ ରାସ୍ତା ନିର୍ମାଣ ସମୟରେ କର୍ତ୍ତୃପକ୍ଷଙ୍କ ଭୁଲ ପଦ୍ଧତି ଉପରେ ପ୍ରଶ୍ନ ଉଠିଥିଲା।

ଏହି ଯୁକ୍ତି ଶୁଣିବା ପରେ କୋର୍ଟ ଉତ୍ତରପ୍ରଦେଶ ସରକାରୀ କର୍ମଚାରୀଙ୍କୁ ଆବେଦନକାରୀଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ସରକାରଙ୍କ ଏଭଳି ଏକପାଖିଆ କାର୍ଯ୍ୟକୁ ବରଦାସ୍ତ କରାଯାଇପାରିବ ନାହିଁ। ଅଦାଲତ ଏହା ମଧ୍ୟ କହିଛନ୍ତି,ଆଇନ ସର୍ବସାଧାରଣ ସମ୍ପତ୍ତି ଉପରେ ବେଆଇନ ଦଖଲ କିମ୍ବା ଏନକାଉଣ୍ଟର କରିବାକୁ ଅନୁମତି ଦିଏ ନାହିଁ, କିନ୍ତୁ ଜଣେ ବ୍ୟକ୍ତିଙ୍କ ପାଇଁ ତାଙ୍କ ଘର ହେଉଛି ସବୁଠାରୁ ବଡ ସୁରକ୍ଷା।

କୋର୍ଟ ଏହା ମଧ୍ୟ କହିଛନ୍ତି, ନାଗରିକଙ୍କ ସ୍ବରକୁ ସେମାନଙ୍କ ସମ୍ପତ୍ତି ନଷ୍ଟ କରିବାକୁ ଧମକ ଦେଇ ଦମନ କରାଯାଇପାରିବ ନାହିଁ ଏବଂ ବୁଲଡୋଜର ନ୍ୟାୟ ଆଇନ ଶାସନରେ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ବୁଲଡୋଜର ମାଧ୍ୟମରେ ନ୍ୟାୟ ବିତରଣ କୌଣସି ସଭ୍ୟ ନ୍ୟାୟ ବ୍ୟବସ୍ଥାର ଅଂଶ ହୋଇପାରିବ ନାହିଁ। ଆଇନର ନିୟମ ଅନୁଯାୟୀ ବୁଲଡୋଜର ନ୍ୟାୟ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଯଦି ଏହାକୁ ଅନୁମତି ଦିଆଯାଏ ତେବେ ଧାରା ୩୦୦ଏ ଅନୁଯାୟୀ ସମ୍ପତ୍ତି ଅଧିକାରର ସାମ୍ବିଧାନିକ ସ୍ବୀକୃତି ସମାପ୍ତ ହେବ।

ସମ୍ବିଧାନର ଧାରା ୩୦୦ଏ କହିଛି, ଆଇନର ଅଧିକାର ବିନା କୌଣସି ବ୍ୟକ୍ତି ତାଙ୍କ ସମ୍ପତ୍ତିରୁ ବଞ୍ଚିତ ହେବେ ନାହିଁ। ୨୦୧୯ରେ ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରେ ଏକ ଘର ଭାଙ୍ଗିବା ସହ ସୁପ୍ରିମକୋର୍ଟ ନଭେମ୍ବର ୬ରେ ଏହି ରାୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri