Posted inଜାତୀୟ

ଅବସର ପୂର୍ବରୁ ଏହି କେସ୍‌ର ଶୁଣାଣି ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ ଡି.ଓ୍ବାଇ ଚନ୍ଦ୍ରଚୁଡ

ନୂଆଦିଲୀ,୧୧।୧୧: ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୁଡ ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି। ଅବସର ପୂର୍ବରୁ ନଭେମ୍ବର ୬ରେ ସେ ଉତ୍ତରପ୍ରଦେଶ ସରକାରଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରି ଫାଇଲ ବିଚାର କରି ସେ ଭାବପ୍ରବଣ ହୋଇପଡ଼ିଥିଲେ। ସେ କହିଥିଲେ, ବୁଲଡୋଜର ନ୍ୟାୟ ଗ୍ରହଣ କରାଯାଇପାରିବ ନାହିଁ। ଜଣେ ବ୍ୟକ୍ତିଙ୍କ ପାଇଁ ତାଙ୍କ ଘର ହେଉଛି ସବୁଠାରୁ ବଡ ସୁରକ୍ଷା। ବେଆଇନ ଏନକାଉଣ୍ଟର କିମ୍ବା ବେଆଇନ ଭାବେ ନିର୍ମିତ ସଂରଚନା ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌।

ଜଷ୍ଟିସ ଡିଏ ଚନ୍ଦ୍ରଚୁଡ, ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କ ବେଞ୍ଚ ଜଣେ ସାମ୍ବାଦିକଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇଥିଲା। ଏହି ଆବେଦନରେ ଦର୍ଶାଯାଇଥିଲା ଯେ, ୨୦୧୯ରେ ଉତ୍ତରପ୍ରଦେଶ ସରକାରଙ୍କ ଅଧିକାରୀମାନେ ତାଙ୍କ ପୈତୃକ ଘରକୁ ବିନା କୌଣସି ସୂଚନାରେ ଭାଙ୍ଗି ଦେଇଥିଲେ। ଘର ଭାଙ୍ଗିଯାଇଥିବାରୁ ସେ ଏକ ଆର୍ଟିକିଲ ଲେଖିଥିଲେ ଯେଉଁଥିରେ ରାସ୍ତା ନିର୍ମାଣ ସମୟରେ କର୍ତ୍ତୃପକ୍ଷଙ୍କ ଭୁଲ ପଦ୍ଧତି ଉପରେ ପ୍ରଶ୍ନ ଉଠିଥିଲା।

ଏହି ଯୁକ୍ତି ଶୁଣିବା ପରେ କୋର୍ଟ ଉତ୍ତରପ୍ରଦେଶ ସରକାରୀ କର୍ମଚାରୀଙ୍କୁ ଆବେଦନକାରୀଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ସରକାରଙ୍କ ଏଭଳି ଏକପାଖିଆ କାର୍ଯ୍ୟକୁ ବରଦାସ୍ତ କରାଯାଇପାରିବ ନାହିଁ। ଅଦାଲତ ଏହା ମଧ୍ୟ କହିଛନ୍ତି,ଆଇନ ସର୍ବସାଧାରଣ ସମ୍ପତ୍ତି ଉପରେ ବେଆଇନ ଦଖଲ କିମ୍ବା ଏନକାଉଣ୍ଟର କରିବାକୁ ଅନୁମତି ଦିଏ ନାହିଁ, କିନ୍ତୁ ଜଣେ ବ୍ୟକ୍ତିଙ୍କ ପାଇଁ ତାଙ୍କ ଘର ହେଉଛି ସବୁଠାରୁ ବଡ ସୁରକ୍ଷା।

କୋର୍ଟ ଏହା ମଧ୍ୟ କହିଛନ୍ତି, ନାଗରିକଙ୍କ ସ୍ବରକୁ ସେମାନଙ୍କ ସମ୍ପତ୍ତି ନଷ୍ଟ କରିବାକୁ ଧମକ ଦେଇ ଦମନ କରାଯାଇପାରିବ ନାହିଁ ଏବଂ ବୁଲଡୋଜର ନ୍ୟାୟ ଆଇନ ଶାସନରେ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ବୁଲଡୋଜର ମାଧ୍ୟମରେ ନ୍ୟାୟ ବିତରଣ କୌଣସି ସଭ୍ୟ ନ୍ୟାୟ ବ୍ୟବସ୍ଥାର ଅଂଶ ହୋଇପାରିବ ନାହିଁ। ଆଇନର ନିୟମ ଅନୁଯାୟୀ ବୁଲଡୋଜର ନ୍ୟାୟ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଯଦି ଏହାକୁ ଅନୁମତି ଦିଆଯାଏ ତେବେ ଧାରା ୩୦୦ଏ ଅନୁଯାୟୀ ସମ୍ପତ୍ତି ଅଧିକାରର ସାମ୍ବିଧାନିକ ସ୍ବୀକୃତି ସମାପ୍ତ ହେବ।

ସମ୍ବିଧାନର ଧାରା ୩୦୦ଏ କହିଛି, ଆଇନର ଅଧିକାର ବିନା କୌଣସି ବ୍ୟକ୍ତି ତାଙ୍କ ସମ୍ପତ୍ତିରୁ ବଞ୍ଚିତ ହେବେ ନାହିଁ। ୨୦୧୯ରେ ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରେ ଏକ ଘର ଭାଙ୍ଗିବା ସହ ସୁପ୍ରିମକୋର୍ଟ ନଭେମ୍ବର ୬ରେ ଏହି ରାୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri